ଲକ୍ଡ଼ାଉନ୍ ପାଇଁ ସୁଟିଙ୍ଗ ବନ୍ଦ ହେବା ପରେ ଏବେ ଅଭିନେତ୍ରୀ ପ୍ରିୟା (Priya) ଘରେ କଣ କରୁଛନ୍ତି ! ଆସନ୍ତୁ ଜାଣିବା :

ଲକ୍ଡ଼ାଉନ୍ ପାଇଁ ସୁଟିଙ୍ଗ ବନ୍ଦ ହେବା ପରେ ଏବେ ଅଭିନେତ୍ରୀ ପ୍ରିୟା (Priya) ଘରେ କଣ କରୁଛନ୍ତି ! ଆସନ୍ତୁ ଜାଣିବା :

ବର୍ତ୍ତମାନ କୋରାନା ମହାମାରୀ ଯୋଗୁଁ ଦେଶରେ ଲକ୍ଡ଼ାଉନ ଚାଲିଥିବା ଯୋଗୁଁ ବଲିଉଡ ଓ ଓଲିଉଡ ଜଗତରେ ଶୁଟିଙ୍ଗ ବନ୍ଦ ରହିଛି । ଦର୍ଶକବନ୍ଧୁ ଆପଣମାନେ ଜାଣିଥିବେ ଓଲିଉଡର ନବାଗତା ନାୟିକା ପ୍ରିୟା ଗୋଟିଏ ପରେ ଗୋଟିଏ Music Videoରେ ଅଭିନୟ କରିଆସୁଥିଲେ କିନ୍ତୁ କରୋନା ଯୋଗୁଁ ସୁଟିଙ୍ଗ ବନ୍ଦ ରହିଛି । ଏଠାରେ ଆମେ ଆପଣଙ୍କୁ ଜଣାଇ ରଖୁଛୁ ଯେ, ପ୍ରିୟା ନିଜର ଚମତ୍କାର ଅଭିନୟ ବଳରେ ଖୁବ୍ କମ୍ ସମୟ ମଧ୍ୟରେ ଦର୍ଶକଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ସ୍ଥାନ ବନାଇବାରେ ସକ୍ଷମ ହୋଇପାରିଛନ୍ତି ।

ସେ ଦୁଇଟି ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ତରଙ୍ଗ ସିନି ପ୍ରଡ଼କ୍ସନ୍ ଦ୍ଵାରା ନିର୍ମିତ “ଖୁସି” ଚଳଚିତ୍ର ମଧ୍ୟରେ ପ୍ରିୟା ଅଲିଉଡ ଜଗତରେ ପାଦ ଥାପିଥିଲେ ଏବଂ ତାଙ୍କର ସମସ୍ତ ଆଲବମ ଦର୍ଶକଙ୍କ ଦ୍ଵାରା ବେଶ୍ ଆଦୃତ ଲାଭ କରିଛି । କହିବାକୁ ଗଲେ ଦର୍ଶକମାନେ ପ୍ରିୟାଙ୍କ ଅଭିନୟକୁ ଖୁବ୍ ପସନ୍ଦ କରିବା ସହିତ ଖୁବ୍ ଭଲ ପାଇବା ମଧ୍ୟ ଦେଇଛନ୍ତି ।

ପ୍ରିୟଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ, ପ୍ରିୟା ବର୍ତ୍ତମାନ କଟକର ଜଗତପୁର ଠାରେ ନିଜ ସ୍ଵାମୀଙ୍କ ସହ ରୁହନ୍ତି । ବର୍ତ୍ତମାନ କିଛି କାମ ନ ଥିବାରୁ ପ୍ରିୟା ଘରେ ରହି ନିଜର Weight Loss ପାଇଁ Work-out କରୁଥିବାର ନଜରରେ ଆସିଛନ୍ତି ଏବଂ ବର୍ତ୍ତମାନ ସେ ପୂର୍ବ ଅପେକ୍ଷା ବହୁତ ପତଳା ମଧ୍ୟ ଦେଖାଯାଉଛନ୍ତି ।

Leave a Reply

Your email address will not be published. Required fields are marked *