“ଶାଶୁରାଲ ଗେଣ୍ଡାଫୁଲ୍” ଧାରାବାହିକରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ଏହି ଅଭିନେତ୍ରୀ ବର୍ତ୍ତମାନ ଦେଖା ଯାଉଛନ୍ତି ଖୁବ୍ ସୁନ୍ଦର ଏବଂ ହଟ୍  ।

“ଶାଶୁରାଲ ଗେଣ୍ଡାଫୁଲ୍” ଧାରାବାହିକରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ଏହି ଅଭିନେତ୍ରୀ ବର୍ତ୍ତମାନ ଦେଖା ଯାଉଛନ୍ତି ଖୁବ୍ ସୁନ୍ଦର ଏବଂ ହଟ୍ ।

ଆପଣମାନେ ଷ୍ଟାର ପ୍ଲସର ଧାରାବାହିକ ଶାଶୁରାଲ ଗେଣ୍ଡାଫୁଲ୍ ନିଶ୍ଚୟ ରୂପେ ଦେଖିଥିବେ । ଯେଉଁଥିରେ ଚୁଲବୁଲି ସୁହାନା ସଭିଙ୍କ ହୃଦୟକୁ ଜିତିଥିଲେ । ଏହି ଧାରାବାହିକରେ ସୁହାନା ଏକ ଧନୀ ଘରର ଝିଅ ରୂପେ ଅଭିନୟ କରେ । ଯିଏକି ମଧ୍ୟମ ଶ୍ରେଣୀର ପରିବାର ସହ ରହି ତାଙ୍କ ଭଳି ଜୀବନଯାପନ କରିବାକୁ ବହୁତ ପସନ୍ଦ କରେ । ସେ ଏହି ଚରିତ୍ରରେ ଏତେ ସୁନ୍ଦର ରୂପେ ଅଭିନୟ କରିଥିଲେ ଯେ, ସମସ୍ତେ ତାଙ୍କୁ ବହୁତ ପ୍ରଶଂସା କରିଥିଲେ । କିନ୍ତୁ ସୁହାନା ଚରିତ୍ରରେ ଅଭିନୟ କରୁଥିବା ଏହି ଝିଅ ଏବେ କେଉଁଠାରେ ଅଛି, କଣ କରୁଛି ଓ କିପରି ଦେଖାଯାଉଛି ତାହା ଆପଣ ଜାଣିଛନ୍ତି କି ? ତେବେ ଚାଲନ୍ତୁ ତାଙ୍କ ବିଷୟରେ ଆଜି ଆମେ ସମ୍ପୂର୍ଣ୍ଣ ରୂପେ ଜାଣିବା ।

google

ଧାରାବାହିକ ଶାଶୁରାଲ ଗେଣ୍ଡାଫୁଲରେ ସୁହାନା ଚରିତ୍ରରେ ଅଭିନୟ କରୁଥିବା ଅଭିନେତ୍ରୀଙ୍କ ଅସଲି ନାମ ରାଗିନୀ ଖାନ୍ନା ଅଟେ । ଯିଏକି ବଲିଉଡ଼ ଇଣ୍ଡଷ୍ଟ୍ରିର ଡ଼ାନ୍ସିଙ୍ଗ କିଙ୍ଗ୍ ଗୋବିନ୍ଦାଙ୍କ ଭାଣିଜୀ ଅଟନ୍ତି । ତାଙ୍କ ଜନ୍ମ ୯ ଡ଼ିସେମ୍ବର ୧୯୮୭ ମୁମ୍ବାଇରେ ହୋଇଥିଲା । ତାଙ୍କ ଅଭିନୟ କ୍ୟାରିଅର ବିଷୟରେ କହିବାକୁଗଲେ, ଚଳଚିତ୍ର ବେକ୍ ଗ୍ରାଉଣ୍ଡର ହୋଇଥିବା ସତ୍ତ୍ୱେ ସେ ବହୁତ ଷ୍ଟ୍ରଗଲ୍ କରିଥିଲେ । କାରଣ ସେ କେବେ ମଧ୍ୟ ନିଜ ମାମୁଙ୍କ ନାମକୁ ବ୍ୟବହାର କରିନଥିଲେ । ପ୍ରତ୍ୟେକ ଅଡ଼ିସନରେ ବହୁତ ଷ୍ଟ୍ରଗଲ୍ କରିଥିଲେ । ଏଭଳି ପରିସ୍ଥିତି ଥିଲା ଯେ, ଅଭିନୟ ଶିଖିବା ପାଇଁ ଟଙ୍କା ନଥିବା ଯୋଗୁଁ ସେ କଲ୍ ସେଣ୍ଟରରେ କାମ କରି ସେହି ଟଙ୍କା ଦ୍ୱାରା ଅଭିନୟ କରିବା ଆରମ୍ଭ କରିଥିଲେ ।

google

୨୦୦୮ରେ ପ୍ରଥମଥର କରି “ରାଧା କି ବେଟିୟା କୁଛ କାର ଦିଖାଇଗି” ଧାରାବାହିକରେ ଅଭିନୟ କରିବାକୁ ସୁଯୋଗ ମିଳିଲା । ଯେଉଁଥିରେ ସେ ଖୁବ୍ ସୁନ୍ଦର ରୂପେ ଅଭିନୟ କରିଥିଲେ । ଏହାପରେ ସେ ଅନେକ ଧାରାବାହିକରେ ଅଭିନୟ କରିଥିଲେ । କିନ୍ତୁ ତାଙ୍କୁ “ଶାଶୁରାଲ ଗେଣ୍ଡାଫୁଲ୍” ଧାରାବାହିକରେ ସୁହାନା ଚରିତ୍ରରେ ଅଭିନୟ କରିବାପରେ ନିଜର ଏକ ନୂତନ ପରିଚୟ ସୃଷ୍ଟି କରିପାରିଥିଲେ । ଏହାସତ୍ତ୍ୱେ ତାଙ୍କୁ ଏହି ଧାରାବାହିକ ପରେ ଅନ୍ୟ କେଉଁଠାରେ ମଧ୍ୟ କାମ କରିବାକୁ ସୁଯୋଗ ମିଳିନଥିଲା । ଯାହାପରେ ସେ ଇଣ୍ଡିଆସ୍ ବେଷ୍ଟ ଡ୍ରାମେବାଜ୍ ଓ ଗେଙ୍ଗ୍ସ ଅଫ ୱାସେପୁର୍ ଭଳି ଟିଭି ରିୟାଲିଟି ଶୋ ଗୁଡ଼ିକୁ ହୋଷ୍ଟ କରିଲେ । କିନ୍ତୁ ଅନେକ ସମୟରୁ ନା ସେ କୌଣସି ଶୋ’ରେ ନଜରରେ ଆସୁଛନ୍ତି ନା ହିଁ କୌଣସି ଶୋ’କୁ ହୋଷ୍ଟ କରିଛନ୍ତି । ଆପଣଙ୍କୁ କହିବାକୁ ଚାହୁଁଛୁ ଯେ, ସେ ଟିଭି ଦୁନିଆରୁ ଦୂରରେ ରହି ୫ ବର୍ଷ ହୋଇଗଲା ।

ଏହି ସମୟ ମଧ୍ୟରେ ସେ ବହୁତ ପରିବର୍ତ୍ତନ ହୋଇଯାଇଛନ୍ତି । ସେ ବର୍ତ୍ତମାନ ସମୟରେ ପୂର୍ବ ଅପେକ୍ଷା ବର୍ତ୍ତମାନ ଖୁବ୍ ସୁନ୍ଦର ଦେଖା ଯାଉଛନ୍ତି । ଆପଣଙ୍କୁ ଜଣେଇବାକୁ ଚାହୁଁଛୁ ଯେ, ସେ ୨୦୧୭ରେ “ଏଣ୍ଟରଟେଇନମେଣ୍ଟ କି ରାତ୍”ରୁ ଟିଭିକୁ ପୁଣିଥରେ ଫେରିଛନ୍ତି । ଏହାପରେ ସେ ଚଳଚିତ୍ର ଦୁନିଆକୁ ଆସିବାକୁ ଚେଷ୍ଟା କରିଲେ । ସେ ଏଥିରେ ସଫଳ ମଧ୍ୟ ହୋଇଛନ୍ତି ସେ ବଲିଉଡ଼ରେ କିଛି ଚଳଚିତ୍ର ଗୁଡ଼ିକୁରେ ଅଭିନୟ କରିଛନ୍ତି । ସେ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରିନାହାନ୍ତି ।

Leave a Reply

Your email address will not be published. Required fields are marked *