ଭାରତର ନୂତନ ଆକର୍ଷଣ ହେଲେ ଅଭିନେତ୍ରୀ କିୟାରା ଆଡ଼ଭାନୀ ! ଖୋଲାଖୋଲି ଭାବେ କଲେ ନିଜ ପ୍ରେମ କାହାଣୀର ଖୁଲାସା…

ଭାରତର ନୂତନ ଆକର୍ଷଣ ହେଲେ ଅଭିନେତ୍ରୀ କିୟାରା ଆଡ଼ଭାନୀ ! ଖୋଲାଖୋଲି ଭାବେ କଲେ ନିଜ ପ୍ରେମ କାହାଣୀର ଖୁଲାସା…

-ଭାରତର ନୂତନ ଆକର୍ଷଣ ହୋଇଥିବା ଅଭିନେତ୍ରୀ କିୟାରା ଆଡ଼ଭାନୀ ଖୋଲାଖୋଲି ଭାବେ ନିଜ ପ୍ରେମ କାହାଣୀକୁ ନେଇ ଖୁଲାସା କରିଛନ୍ତି

-କିୟାରା ଆଡ଼ଭାନୀ ଇଣ୍ଟରଭିୟୁ ସମୟରେ ସ୍ୱୀକାର କଲେ ଯେ ସେ ସିଦ୍ଧାର୍ଥ ମଲହୋତ୍ରାଙ୍କୁ ଡେଟ୍ କରୁଛନ୍ତି ।

ଅଭିନେତ୍ରୀ କିୟାରା ଆଡ଼ଭାନୀ ଖୁବ୍ କମ୍ ସମୟରୁ ଏକ ବଡ଼ ନାମ ଭାବେ ପରିଚିତ ହୋଇଛନ୍ତି । ସେ କବୀର୍ ସିଂହରେ ନିଜର ଦମଦାର୍ ଅଭିନୟ ଦେଖାଇ ସମସ୍ତଙ୍କ ଠାରୁ ପ୍ରଶଂସା ଲାଭ କରିଥିଲେ । ବର୍ତ୍ତମାନ କିୟାରା ଆଡ଼ଭାନୀ ନିଜ ପ୍ରେମ କାହାଣୀକୁ ନେଇ ଖବରରେ ଛାଇ ରହିଛନ୍ତି । ମିଡିଆରେ ଅନେକ ଦିନରୁ ଏହି ଖବର ଆସୁଅଛି ଯେ କିୟାରା ଓ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ସମ୍ପର୍କରେ ଅଛନ୍ତି । ଏହା ବିଷୟରେ କେବେ ଅଭିନେତା ତ ଆଉ କେବେ ଅଭିନେତ୍ରୀ ସବୁକିଛି ସ୍ପଷ୍ଟ କହିଛନ୍ତି ।

ବର୍ତ୍ତମାନ କିଛି ଦିନ ମଧ୍ୟରେ ଦୁହେଁ କିୟାରା ଆଡ଼ଭାନୀ ଓ ସିଦ୍ଧାର୍ଥ ଖୁବଶୀଘ୍ର ନିଜ ଆଗାମୀ ଚଳଚ୍ଚିତ୍ର ‘ଶେର୍ ଶାହ’ରେ ନଜର ଆସିବାକୁ ଯାଉଛନ୍ତି । ଏହି ଚଳଚ୍ଚିତ୍ର ଆସିବା ପୂର୍ବରୁ ଆମେ ଆପଣଙ୍କୁ କିୟାରାଙ୍କ ଏପରି ଏକ ଇଣ୍ଟରଭିୟୁ ବିଷୟରେ କହିବାକୁ ଯାଉଛୁ । ଯାହା ବର୍ତ୍ତମାନ ସୋସିଆଲ୍ ମିଡ଼ିଆରେ ଖୁବ୍ ଭାଇରଲ୍ ହେଉଛି । ଏହି ଇଣ୍ଟରଭିୟୁରେ କିୟାରା କହିଥିଲେ ଯେ ସେ ଚଳିତ ବର୍ଷ ଆରମ୍ଭରେ କାହା ସହିତ ଏକ ରୋମାଣ୍ଟିକ୍ ଡେଟକୁ ଯାଇଥିଲେ । ଏହି ଖବର ପରଠାରୁ ସୋସିଆଲ୍ ମିଡ଼ିଆରେ ହଲ୍-ଚଲ୍ ସୃଷ୍ଟି ହୋଇଯାଇଛି ।

ମିଡ଼ିଆ ରିପୋର୍ଟ ଅନୁଯାୟୀ ସେ ଡେଟରେ ଆଉ କାହା ସହିତ ନୁହେଁ ବରଂ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ଯାଇଥିଲେ । ଯଦିଓ ଏହି ସମୟରେ ସେ ନିଜ ଇଣ୍ଟରଭିୟୁରେ କିୟାରା କୌଣସି ଅଭିନେତାଙ୍କ ନାମ ନେଇ ନାହାଁନ୍ତି । ଏଥିପାଇଁ ବର୍ତ୍ତମାନ କେବଳ ଅନୁମାନ କରାଯାଇପାରିବ । ଆପଣଙ୍କୁ ସୁଚାଇଦେଉଛୁ ଯେ ଚଳିତ ବର୍ଷ ଆରମ୍ଭରେ କିୟାରା ଓ ସିଦ୍ଧାର୍ଥଙ୍କୁ ମାଲଦୀବରେ ଏକାଠି ଛୁଟି କାଟୁଥିବାର ଦେଖାଯାଇଥିଲା ।

ଏହା ଦେଖିବା ବାକି ରହିଛି ଯେ ଏ ଦୁହିଁଙ୍କ ସମ୍ପର୍କ କେତେ ଦିନ ରହିବ । ମାଲଦୀବ ଛୁଟି ପରେ କୀୟାରା ସିଦ୍ଧାର୍ଥଙ୍କ ଘରକୁ ଯାଉଥିବାର ଅନେକ ଥର ଦେଖିଛନ୍ତି । ଯେଉଁଠାରେ ସେ ତାଙ୍କ ପରିବାର ସହିତ ସାକ୍ଷାତ କରିଥିଲେ । କିୟାରା ଓ ସିଦ୍ଧାର୍ଥ ଅଧିକାଂଶ ସମୟରେ ବୁଲୁ ଥିବାର ନଜର ଆସନ୍ତି, ପାର୍ଟିରେ ମଧ୍ୟ ଏହି ଦମ୍ପତ୍ତି ଗୋଟିଏ କାରରୁ ବାହାରୁ ଥିବାର ନଜର ଆସନ୍ତି ।

ବଲିଉଡ଼ର ଖିଲାଡ଼ି କୁମାର୍, ଅକ୍ଷୟ କୁମାର୍ ଓ କିୟାରା ଯେତେବେଳେ ଚଳଚ୍ଚିତ୍ର ଲକ୍ଷ୍ମୀର ପ୍ରଚାର ପାଇଁ କମେଡ଼ିଏନ କପିଳ ଶର୍ମା ଶୋ’ରେ ପହଞ୍ଚିଥିଲେ ସେହି ସମୟରେ ଅକ୍ଷୟ କିୟାରା ଓ ସିଦ୍ଧାର୍ଥଙ୍କ ସମ୍ପର୍କ ବିଷୟରେ କହିଥିଲେ । ଅକ୍ଷୟ ଏହି ସମୟରେ ଥଟ୍ଟାରେ ସିଦ୍ଧାର୍ଥଙ୍କ ବିଷୟରେ କହିଥିଲେ କିନ୍ତୁ ସେବେଠାରୁ ଲୋକମାନେ ଏ ଦୁହିଁଙ୍କ ସମ୍ପର୍କକୁ ସତ ବୋଲି ଭାବୁଛନ୍ତି ।

କିୟାରାଙ୍କ କାମ ବିଷୟରେ ଆଲୋଚନା କରିବା ତେବେ ତାଙ୍କୁ ଶେଷଥର ପାଇଁ ଚଳଚ୍ଚିତ୍ର ‘ଇନ୍ଦୁ କି ଯବାନୀ’ରେ ଆଦିତ୍ୟ ଶୀଳଙ୍କ ସହିତ ଦେଖାଯାଇଥିଲା । ସେ ନିଜର ଆଗାମୀ ଚଳଚ୍ଚିତ୍ର ‘ଶେରଶାହ’ରେ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହିତ ନଜର ଆସିବ । ଏହାବ୍ୟତୀତ ଅଭିନେତ୍ରୀ କିୟାରା ବର୍ତ୍ତମାନ ଚଳଚ୍ଚିତ୍ର ‘ଯୁଗ ଯୁଗ ଜିଓ’ର ଶୁଟିଂ ମଧ୍ୟ କରୁଛନ୍ତି । ଏହି ଚଳଚ୍ଚିତ୍ରରେ ସେ ଅଭିନେତା ବରୁଣ ଧବନଙ୍କ ସହିତ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ଅନିଲ୍ କପୂର୍ ଓ ନିତୁ କପୂର୍ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।

Leave a Reply

Your email address will not be published. Required fields are marked *