ବିରାଟ ବଡ ବଙ୍ଗଳାରେ ପତି ରିତେଶଙ୍କ ସହ ରୁହନ୍ତି ଜେନେଲିଆ ଡି ସୌଜା ! ଦେଖନ୍ତୁ ଫୋଟ

ବିରାଟ ବଡ ବଙ୍ଗଳାରେ ପତି ରିତେଶଙ୍କ ସହ ରୁହନ୍ତି ଜେନେଲିଆ ଡି ସୌଜା ! ଦେଖନ୍ତୁ ଫୋଟ

ବଲିଉଡ଼ ଅଭିନେତ୍ରୀ ଜେନେଲିଆ ଡିସୁଜା ଆଜି ନିଜର ୩୩ତମ ଜନ୍ମଦିନ ପାଳନ କରୁଛନ୍ତି । ଜେନେଲିଆଙ୍କ ଜନ୍ମ ୫ ଅଗଷ୍ଟକୁ ୧୯୮୭କୁ ମୁମ୍ବାଇରେ ହୋଇଥିଲା । ଅଭିନେତ୍ରୀ ବଲିଉଡ଼ର ଅନେକଗୁଡ଼ିଏ ଚଳଚ୍ଚିତ୍ର ଅଭିନୟ କରିଛନ୍ତି । ଜେନେଲିଆ ୨୦୦୩ ମସିହାରେ ଚଳଚ୍ଚିତ୍ର ‘ତୁଝେ ମେରି କସମ୍’ ଠାରୁ ବଲିଉଡ଼ରୁ ଡେବ୍ୟୁ କରିଥିଲେ ।

google

ଜନ୍ମଦିନର ଏହି ବିଶେଷ ସୁଯୋଗରେ ଆମେ ଆପଣଙ୍କୁ ଏମାନଙ୍କ ଘରର ଫଟୋ ଗୁଡ଼ିକ ଦେଖାଇବୁ । ଯେଉଁଠାରେ ସେ ନିଜର ଛୋଟ ପରିବାର ସହ ରୁହନ୍ତି । ଜେନେଲିଆ ଜୁହୁରେ ସ୍ୱାମୀ ରିତେଶ ଦେଶମୁଖ ଓ ଶିଶୁମାନଙ୍କ ସହିତ ଏକ ବଙ୍ଗଳାରେ ରୁହନ୍ତି । ଜୁହୁରେ ଦେଶମୁଖ ପରିବାରଙ୍କ ଘର ଦେଖିବାକୁ କୌଣସି ମହଲରୁ କମ୍ ନୁହେଁ । ସୋସିଆଲ ମିଡ଼ିଆରେ ଅଭିନେତ୍ରୀ ନିଜ ଫଟୋ ଗୁଡ଼ିକ ସେୟାର କରନ୍ତି ଯେଉଁଥିରେ ତାଙ୍କର ଏକ ସୁନ୍ଦର ମହଲ ମଧ୍ୟ ନଜର ଆସେ ।

google

ରିତେଶ ଓ ଜେନେଲିଆଙ୍କ ଘରର ଦୃଶ୍ୟ ବାହାରୁ ଏଭଳି ଦେଖାଯାଏ । ଘରର ମୁଖ୍ୟଦ୍ୱାର ବହୁତ ଭବ୍ୟ ଅଟେ । ଧଳା ରଙ୍ଗର କାଠର କବାଟ ଦେଖିବାକୁ ଖୁବ୍ ସୁନ୍ଦର ଲାଗେ । ମୁଖ୍ୟ ଦ୍ୱାର ଧଳା ରଙ୍ଗର ଅଟେ ଓ ଏହା ଉପରେ ସୁନ୍ଦର କାରିଗରୀ କରାଯାଇଛି ।

google

ଘର ଆଗରେ ଏକ ବଡ଼ ବଗିଚା ରହିଛି ଯେଉଁଠାରେ ରିତେଶ ପ୍ରତିଦିନ ଫନି ଫନି ବା ମଜାଳିଆ ଭିଡ଼ିଓ କରନ୍ତି । ଏହି ବଗିଚାରେ ଦେଖମୁଖ ପରିବାର ସନ୍ଧ୍ୟା ଚା’ର ମଜା ନିଅନ୍ତି ।

google

ଘର ଭିତର ଦେଖିବାକୁ ବହୁତ ସୁନ୍ଦର । ଘରର ଲିଭିଙ୍ଗ ସ୍ପେସରେ ତିଆରି ପାହାଚ ଉପରେ ରିତେଶ ଦେଖମୁଖଙ୍କ ପିତା ବିଳାସରାବ ଦେଖମୁଖଙ୍କ ଏକ ବଡ଼ ଫଟୋ ଲାଗିଛି । ସେପକ୍ଷରେ ରିତେଶ ଓ ଜେନେଲିଆର ଘରର ଆସବାବପତ୍ରକୁ ମଧ୍ୟ ଧଳା ରଙ୍ଗ ଦିଆଯାଇଥିଲା । ଏହା ଜେନେଲିଆଙ୍କ ଲିଭିଙ୍ଗ ଏରିଆ ଅଟେ । ଯେଉଁଠାରେ ଧଳା ରଙ୍ଗର ବଡ଼ ବଡ଼ ସୋଫା ରଖାଯାଇଛି ।

google

ରିତେଶଙ୍କୁ ପୁସ୍ତକର ଅଧିକ ରୁଚି ରହିଛି । ଘରର ଏକ କୋଠରୀକୁ ସେ ଲାଇବ୍ରେରୀ କରିରଖିଛନ୍ତି ।

google

ଏଠାରେ ଷ୍ଟଡ଼ି ରୁମ୍ ମଧ୍ୟ ରହିଛି ଯେଉଁଠାରେ ଅନେକ ବଡ଼ ବଡ଼ ବୁକ୍ ସେଲ୍ଫ ରହିଛି । ଯେଉଁଠାରେ ଏହି କଳାକାରଙ୍କ ପସନ୍ଦର ପୁସ୍ତକ ସବୁ ରଖାଯାଇଛି ।

google

ଆପଣଙ୍କୁ ଜଣାଇଦେଉଛୁ ଏହି ସୁନ୍ଦର ବଙ୍ଗଳାରେ ରିତେଶ ଓ ଜେନେଲିଆଙ୍କ ଜିମ୍ ମଧ୍ୟ ରହିଛି । ଏଠାରେ ଦୁହେଁ ସକାଳ ସଞ୍ଜ ୱାର୍କଆଉଟ କରନ୍ତି । ଏହି ଫଟୋ ଗୁଡ଼ିକରେ ଆପଣ ଦେଖିପାରିବେ ।

google

ଜେନେଲିଆ – ରିତେଶଙ୍କ ଏହି ସୁନ୍ଦର ଘରେ ଗୋଟିଏ ମନ୍ଦିର ମଧ୍ୟ ରହିଛି । ଯେଉଁଠାରେ ଅନେକ ଗୁଡିଏ ଭଗବାନଙ୍କ ମୂର୍ତ୍ତି ରଖାଯାଇଛି ।

google
google

ବଲିଉଡ଼କୁ ଆସିବା ପରେ ଜେନେଲିଆଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ରହି ସାରିଥିବା ବିଳାସରାଓ ଦେଶମୁଖଙ୍କ ପୁଅ ରିତେଶ ଦେଖମୁଖଙ୍କ ସହିତ ପ୍ରେମ ହୋଇଗଲା । ଦୁହେଁ ୨୦୧୨ ମସିହାରେ ବିବାହ କରିନେଲେ । ଦୁହିଁଙ୍କ ବିବାହକୁ ୭ ବର୍ଷ ହୋଇଯାଇଛି । ବର୍ତ୍ତମାନ ଜେନେଲିଆ ବଡ଼ ପରଦାରୁ ବହୁତ ଦୂରେଇ ଯାଇଛନ୍ତି । ଜେନେଲିଆ ବର୍ତ୍ତମାନ ନିଜର ସମସ୍ତ ସମୟ ନିଜ ପରିବାର ସହ ଅତିବାହିତ କରୁଅଛନ୍ତି ।

google

ରିତେଶ ଓ ଜେନେଲିଆଙ୍କ ଦୁଇଟି ପୁଅ ମଧ୍ୟ ଅଛନ୍ତି ବଡ଼ ପୁଅର ନାମ ରିୟାନ ଓ ଛୋଟ ପୁଅର ନାମ ରାହିଲ ଅଟେ । ଜେନେଲିଆ ନିଜ ଇଂଷ୍ଟାଗ୍ରାମରେ ପୁଅ ରାହିଲଙ୍କ ସହ ଫଟୋ ସବୁ ସେୟାର କରନ୍ତି । ଜେନେଲିଆ ଓ ରିତେଶଙ୍କ ଦୁଇଟି ପୁଅ ଲାଇମଲାଇଟରୁ ସବୁବେଳେ ଦୂରେଇ ରୁହନ୍ତି ।

Leave a Reply

Your email address will not be published. Required fields are marked *