ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ କହିଲେ ସୁଶାନ୍ତ ଏବଂ ତାଙ୍କର ବ୍ରେକଅପ୍ କାହାଣୀ ! କାହିଁକି ଭାଙ୍ଗିଯାଇଥିଲା ଦୁହିଙ୍କ ପବିତ୍ରରିସ୍ତା…

ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ କହିଲେ ସୁଶାନ୍ତ ଏବଂ ତାଙ୍କର ବ୍ରେକଅପ୍ କାହାଣୀ ! କାହିଁକି ଭାଙ୍ଗିଯାଇଥିଲା ଦୁହିଙ୍କ ପବିତ୍ରରିସ୍ତା…

ବଲିଉଡ ଚଳଚ୍ଚିତ୍ରର କାହାଣୀ ଅତ୍ୟନ୍ତ ରହସ୍ୟମୟ ହୋଇଥାଏ । ଅନେକଥର ଏହି କାହାଣୀଗୁଡିକରେ ଏପରି ସସପେନ୍ସ ଥାଏ ଯେ ଯେତେ ବୁଦ୍ଧି ପ୍ରୟୋଗ କଲେ ମଧ୍ୟ ସେଗୁଡ଼ିକୁ ବୁଝିବା ଅସମ୍ଭବ । କେବଳ ଚଳଚ୍ଚିତ୍ରର କାହାଣୀ ନୁହେଁ ବଲିଉଡ କଳାକାରମାନଙ୍କ ଜୀବନ ମଧ୍ୟ ଖୁବ୍ ରୋମାଞ୍ଚକର ଅଟେ । ଏହି କଳାକାରମାନେ ପରଦା ଉପରେ ଖୁବ୍ ଖୁସମିଜାଜ୍ ଦେଖାଯାନ୍ତି କିନ୍ତୁ ବାସ୍ତବ ଜୀବନରେ ସେମାନେ ପୁରା ଓଲଟା ।

ଆଜି ଆମେ ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ଏବଂ ତାଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେଙ୍କ ବିଷୟରେ କହୁଛୁ । ଅଙ୍କିତା ଏବଂ ସୁଶାନ୍ତ ସିଂଙ୍କ ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ୍ କରୁଥିଲେ । ଦୁହିଙ୍କ ସାକ୍ଷାତ ପ୍ରସିଦ୍ଧ ଶୋ’ ପବିତ୍ରରିସ୍ତା’ର ସେଟରେ ହୋଇଥିଲା । ଉଭୟଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ବହୁତ ଭଲ ଥିଲା ।

ସେତେବେଳେ ଏହି କପଲ୍ ସବୁସ୍ତନରେ ଏକାଠି ଦେଖାଯାଉଥିଲେ । ଏପରିକି ଯେତେବେଳେ ସୁଶାନ୍ତ ସିଂ ଫିଲ୍ମରେ ପାଦ ଦେଇଥିଲେ ସେତେବେଳେ ମଧ୍ୟ ଅଙ୍କିତା ତାଙ୍କ ସହ ଥିଲେ । ଏହି ଦୁଇଜଣଙ୍କ ପରିବାର ମଧ୍ୟ ଚାହୁଁଥିଲେ ଏମାନେ ଏକାଠି ରୁହନ୍ତୁ । କିନ୍ତୁ କାହାର ନଜର ଲାଗି ଏହି ଦୁହିଙ୍କ ପବିତ୍ର ରିସ୍ତା ଭାଙ୍ଗିଗଲା । ନିକଟରେ ସୁଶାନ୍ତଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ତାଙ୍କର ଏବଂ ସୁଶାନ୍ତଙ୍କର ସମ୍ପର୍କ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି । ଏକ ସାକ୍ଷାତକାର ସମୟରେ ଅଙ୍କିତା କହିଛନ୍ତି ଯେ ସେ ସୁଶାନ୍ତଙ୍କ ଠାରୁ କେବେ ବି ଅଲଗା ହୋଇନଥିଲେ ବରଂ ଅଲଗା ହେବାର ନିଷ୍ପତ୍ତି ସୁଶାନ୍ତଙ୍କର ଥିଲା ।

ଅଙ୍କିତା ଏହା ମଧ୍ୟ କହିଥିଲେ, ‘ଲୋକମାନେ ମୋ ନାଁ’ରେ ଅଭିଯୋଗ କରିଛନ୍ତି ଯେ ମୁଁ ତାଙ୍କୁ ସମର୍ଥନ କରି ନାହିଁ, ମୁଁ ତାଙ୍କ ସହ ସମ୍ପର୍କ ଭାଙ୍ଗିଥିଲି କିନ୍ତୁ ଏହା ସତ୍ୟ ନୁହେଁ । ସୁଶାନ୍ତ ନିଜେ ନିଜ ରାସ୍ତା ବାଛିନେଇଥିଲେ ଏବଂ ମୁଁ ତାଙ୍କୁ ରୋକି ନଥିଲି । ଏହା ସହ ଅଭିନେତ୍ରୀ ଅଙ୍କିତା ପ୍ରଶ୍ନ କରିଛନ୍ତି ଯେ ଆଜି ଅନେକ ଲୋକ ମୋତେ ଖରାପ ବୋଲି କହୁଛନ୍ତି କେଉଁ ଆଧାରରେ ସେମାନେ ଏହା କହୁଛନ୍ତି ? ବ୍ରେକଅପ୍ ଖବର ଜାଣିବା ପରେ ମୋତେ ଲୋକମାନେ ଅପମାନିତ କରିଥିଲେ, କିନ୍ତୁ ମୁଁ ଚୁପ୍ ରହିଥିଲି ।’

ଆହୁରି ମଧ୍ୟ ଅଭିନେତ୍ରୀ କହିଛନ୍ତି ଯେ ସୁଶାନ୍ତଙ୍କୁ ଛାଡି ଆଗକୁ ଯିବା ମୋ ପାଇଁ ସହଜ ନଥିଲା କିନ୍ତୁ ମୁଁ ସମୟ ସହିତ ଗତି କରିବା ଶିଖିଲି ଏବଂ ନିଜକୁ ତାଙ୍କଠାରୁ ଅଲଗା କରି ରହିଲି । ଏହା ସମସ୍ତେ ଜାଣନ୍ତି ଯେ ସୁଶାନ୍ତ ଏବଂ ଅଙ୍କିତାଙ୍କୁ ଘରେ ଘରେ ଦର୍ଶକ ପସନ୍ଦ କରୁଥିଲେ । ସୁଶାନ୍ତ ପ୍ରଥମେ ଅଙ୍କିତାଙ୍କୁ ପ୍ରପୋଜ୍ କରିଥିଲେ ।

ଗତବର୍ଷ ଜୁନ୍ ମାସରେ ସୁଶାନ୍ତ ସିଂ ରାଜପୁତ ତାଙ୍କ ଘରେ ଆତ୍ମହତ୍ୟା କରିଥିଲେ । ଏହା ତାଙ୍କର ସମସ୍ତ ପ୍ରଶଂସଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ୍ ମଧ୍ୟ କରାଯାଇଥିଲା । ତେବେ ଏପର୍ଯ୍ୟନ୍ତ ରିୟାଙ୍କ ବିରୁଦ୍ଧରେ କୌଣସି ପ୍ରମାଣ ମିଳିନାହିଁ । ସେମାନଙ୍କୁ ପଚରାଉଚରା କରାଯାଉଛି । ‘CBI’ ଦ୍ୱାରା ଏହି ମାମଲାର ଯାଞ୍ଚ କରାଯାଉଛି ।

Leave a Reply

Your email address will not be published. Required fields are marked *