ଚଳଚ୍ଚିତ୍ର “ସୌଗନ୍ଧ”ରେ ଏହି ଅଭିନେତ୍ରୀ ଅକ୍ଷୟ କୁମାରଙ୍କ ହିରୋଇନ ଥିଲେ, କିନ୍ତୁ ବର୍ତ୍ତମାନ ଏହିପରି ଦେଖାଯାଉଛନ୍ତି !

ଚଳଚ୍ଚିତ୍ର “ସୌଗନ୍ଧ”ରେ ଏହି ଅଭିନେତ୍ରୀ ଅକ୍ଷୟ କୁମାରଙ୍କ ହିରୋଇନ ଥିଲେ, କିନ୍ତୁ ବର୍ତ୍ତମାନ ଏହିପରି ଦେଖାଯାଉଛନ୍ତି !

ଆପଣ ସମସ୍ତେ ଅକ୍ଷୟ କୁମାରଙ୍କ ୧୯୯୧ ମସିହାରେ ଆସିଥିବା ଚଳଚ୍ଚିତ୍ର “ସୌଗନ୍ଧ” ନିଶ୍ଚୟ ଦେଖି ଥିବେ, ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ନଜର ଆସିଥିଲେ, ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାରଙ୍କ ନାମ ଶିବା ଥିଲା । ଅକ୍ଷୟ କୁମାରଙ୍କୁ ଜଣେ ଝିଅ ସହିତ ଅର୍ଥାତ ‘ଚାନ୍ଦ’ଙ୍କ ସହିତ ପ୍ରେମ ହୋଇଯାଇଥାଏ, ପ୍ରଥମେ ଚାନ୍ଦ ଶିବାଙ୍କୁ ଘୃଣା କରୁଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ଦୁହେଁ ଦୁହିଁଙ୍କୁ ଭଲପାଇବାରେ ଲାଗିଲେ ଏବଂ ବିବାହ ମଧ୍ୟ କରିବାକୁ ଚାହୁଁଥିଲେ । ଏହି ଚଳଚ୍ଚିତ୍ରରେ ଚୌଧୁରୀ ସାରଙ୍ଗଙ୍କ ଭୂମିକାରେ ମୁକେଶ ଖନ୍ନା ଅଭିନୟ କରିଥିଲେ, ଯିଏ କି ଜଣେ ଗର୍ବୀ ଏବଂ ଶକ୍ତିଶାଳୀ ଜମିଦାର ଥିଲେ । ସେ ଚାନ୍ଦ ଏବଂ ଶିବାଙ୍କ ଭଲପାଇବା ବିରୁଦ୍ଧରେ ଥିଲେ । କିନ୍ତୁ ଶେଷରେ ଚାନ୍ଦ ଏବଂ ଶିବାଙ୍କ ବିବାହ ହୋଇଯାଏ । କିନ୍ତୁ ଅକ୍ଷୟ କୁମାରଙ୍କ ଏହି ଚଳଚ୍ଚିତ୍ର କିଛି ଖାସ୍ କମାଲ୍ କରିପାରିନଥିଲା । ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାରଙ୍କ ସହିତ ଯେଉଁ ଅଭିନେତ୍ରୀ ଜଣକ କାମ କରିଥିଲେ ତାଙ୍କ ନାମ ଶାନ୍ତିପ୍ରିୟା ଅଟେ । ଏହି ଅଭିନେତ୍ରୀ ଜଣକ ଏହି ଚଳଚ୍ଚିତ୍ର ଜରିଆରେ ବଲିଉଡରେ ପ୍ରବେଶ କରିଥିଲେ ।

Google

ଶାନ୍ତିପ୍ରିୟାଙ୍କ ପ୍ରଥମ ଚଳଚ୍ଚିତ୍ର ଫ୍ଲପ୍ ସାବ୍ୟସ୍ତ ହୋଇଥିଲା କିନ୍ତୁ ତାଙ୍କୁ ବଲିଉଡ୍ ଇଣ୍ଡଷ୍ଟ୍ରିରେ କାମ ମିଳିବାରେ ଲାଗିଥିଲା । ଏହା ପୂର୍ବରୁ ସେ ତାମିଲ, କନ୍ନଡ଼ ଏବଂ ତେଲୁଗୁ ଚଳଚ୍ଚିତ୍ର ମାନଙ୍କରେ କାମ କରିସାରିଥିଲେ, ସାଉଥ୍ ଚଳଚ୍ଚିତ୍ରରେ ଶାନ୍ତିପ୍ରିୟାଙ୍କ ବହୁତ ଭଲ ନାମ ରହିଛି ।

Google

ଯେତେବେଳେ ଦର୍ଶକ ମାନେ ତାଙ୍କୁ ଚଳଚ୍ଚିତ୍ର ସୌଗନ୍ଧରେ ଅକ୍ଷୟ କୁମାରଙ୍କ ସହିତ ଦେଖିଥିଲେ ସେହି ସମୟରେ ଶାନ୍ତିପ୍ରୟାଙ୍କ ଅଭିନୟ ଏଵଂ ତାଙ୍କ ସୁନ୍ଦରତା ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥିଲା । ଆପଣଙ୍କୁ କହିରଖୁଛୁ ଯେ, ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର ଏବଂ ଶାନ୍ତିପ୍ରିୟାଙ୍କ ମଧ୍ୟରେ ଏକ କିସ୍ ସିନ୍ ମଧ୍ୟ ଦେଖିବାକୁ ମିଳିଥିଲା, ଯେଉଁ କାରଣ ହେତୁ ସେ ବହୁତ ଚର୍ଚ୍ଚାରେ ମଧ୍ୟ ଥିଲେ ।

Google

ଚଳଚ୍ଚିତ୍ର ସୌଗନ୍ଧରୁ ଶାନ୍ତିପ୍ରିୟା ହିନ୍ଦୀ ଚଳଚ୍ଚିତ୍ରର ପ୍ରମୁଖ ଚେହେରା ହୋଇଯାଇଥିଲେ, ଶାନ୍ତିପ୍ରିୟାଙ୍କ କ୍ୟାରିୟର୍ ସେହି ସମୟରେ ନିଜର ଶୀର୍ଷରେ ରହିଥିଲା । ଆପଣଙ୍କୁ କହିରଖୁଛୁ କି, ଶାନ୍ତିପ୍ରିୟା “ବାଜୀଗର” ଚଳଚ୍ଚିତ୍ରର ପ୍ରସିଦ୍ଧ ଅଭିନେତା ସିଦ୍ଧାର୍ଥ ରାୟଙ୍କୁ ବିବାହ କରିଥିଲେ, ଶାନ୍ତିପ୍ରିୟା ଏବଂ ସିଦ୍ଧାର୍ଥଙ୍କ ଦୁଇଟି ପୁଅ ମଧ୍ୟ ଅଛନ୍ତି । ଦୁଇ ପୁଅଙ୍କ ରକ୍ଷଣାଵେକ୍ଷଣରେ ଶାନ୍ତିପ୍ରିୟା ଏବଂ ସିଦ୍ଧାର୍ଥ କୌଣସି ପ୍ରକାର ମଧ୍ୟ ଅଭାବ ରଖିନଥିଲେ ।

Google

କିନ୍ତୁ ଶାନ୍ତିପ୍ରିୟାଙ୍କ ଭାଗ୍ୟରେ ବୋଧ ହୁଏ ଅନ୍ୟ କିଛି ଲେଖାଯାଇଥିଲା । ୨୦୦୪ ମସିହାରେ ସିଦ୍ଧାର୍ଥଙ୍କୁ ହୃଦଘାତ ଆସିଥିଲା, ଯେଉଁ କାରଣରୁ ତାଙ୍କର ନିଧନ ମଧ୍ୟ ହୋଇଯାଇଥିଲା । ହଠାତ୍ ସ୍ଵାମୀଙ୍କ ଚାଲିଯିବା ପରେ ଶାନ୍ତିପ୍ରିୟାଙ୍କ ଉପରେ ଦାୟିତ୍ୱ ବଢ଼ି ଯାଇଥିଲା ​​ଏବଂ ନିଜ ପିଲାମାନଙ୍କର ଦାୟିତ୍ୱ ସମେତ ସ୍ଵାମୀଙ୍କ ଚାଲିଯିବା ଦୁଃଖ ତାଙ୍କୁ ବହୁତ କଷ୍ଟ ଦେଇଥିଲା । କିନ୍ତୁ ସେ କୌଣସି ମଧ୍ୟ ପରିସ୍ଥିତିରେ ନିଜକୁ ଦୁର୍ବଳ ହେବାକୁ ଦେଲେ ନାହିଁ, ପ୍ରତ୍ୟେକ ପରିସ୍ଥିତିକୁ ଦୃଢତାର ସହ ସାମ୍ନା କରିଥିଲେ ।

Google

ଶାନ୍ତିପ୍ରିୟା ନିଜ ସ୍ଵାମୀ ସିଦ୍ଧାର୍ଥଙ୍କ ଚାଲିଯିବାର ପାଖାପାଖି ୪ ବର୍ଷ ପରେ ଅର୍ଥାତ ୨୦୦୮ ମସିହାରେ ସେ ପୁଣିଥରେ ସିନେ ପରଦାକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ସେ ଟିଭି ଶୋ “ମାତା କି ଚୌକୀ” ସିରିଏଲରେ ମାଁ ବୈଷ୍ଣ ଦେବୀଙ୍କ ଭୂମିକାରେ ଅଭିନୟ କରିଥିଲେ ଏବଂ ସେ “ଦ୍ଵାରିକାଧେଶ” ପରି ଟିଭି ସିରିଏଲରେ ମଧ୍ୟ କାମ କରିସାରିଛନ୍ତି ।

Google

୨୦୧୧ ମସିହାରେ ଶାନ୍ତିପ୍ରିୟା ରାଜ ସିପ୍ପୀଙ୍କ ନିର୍ଦ୍ଧେଶନାରେ ପ୍ରସ୍ତୁତ “ହୈମିଲ୍ଟନ ପୈଲେସ” ଚଳଚ୍ଚିତ୍ରରେ ନଜର ଆସିଥିଲେ । ଖବର ଅନୁସାରେ, ଏହିପରି କୁହାଯାଉଛି କି, ସେ ‘ବିଗ୍ବୋସ୍’ ସିଜନ-୧୪ରେ ମଧ୍ୟ ଦେଖା ଦେଇଥିଲେ । ଏମିତିରେ, ଶାନ୍ତିପ୍ରିୟାଙ୍କ ବୟସ ୫୦ ହୋଇଗଲାଣି କିନ୍ତୁ ତାଙ୍କ ସୁନ୍ଦରତାରେ ବର୍ତ୍ତମାନ ସୁଦ୍ଧା କିଛି ମଧ୍ୟ ହ୍ରାସ ଆସିନାହିଁ, ସେ ଏତେ ଅଧିକ ବୟସରେ ମଧ୍ୟ ବହୁତ ସୁନ୍ଦର ନଜର ଆସୁଛନ୍ତି ।

Leave a Reply

Your email address will not be published. Required fields are marked *