ଅଭିନେତ୍ରୀ ଅକ୍ଷରା ସିଂହ ଖୋଲିଲେ ଚଳଚ୍ଚିତ୍ର ଜଗତର କଳା ରହସ୍ୟ ! କହିଲେ – ମୁଁ ମଧ୍ୟ ଶିକାର ହୋଇଛି……

ଅଭିନେତ୍ରୀ ଅକ୍ଷରା ସିଂହ ଖୋଲିଲେ ଚଳଚ୍ଚିତ୍ର ଜଗତର କଳା ରହସ୍ୟ ! କହିଲେ – ମୁଁ ମଧ୍ୟ ଶିକାର ହୋଇଛି……

ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ନେପୋଟିଜମ୍ ଉପରେ ବହୁତ କଳହ ସୃଷ୍ଟି ହେଉଛି । ବଲିଉଡ଼ ସହ ଜଡ଼ିତ କିଛି କଳାକାର ବର୍ତ୍ତମାନ ନେପୋଟିଜମ୍ ଓ ଗ୍ରୁପିଜମ୍ ଉପରେ ଖୋଲାଖୋଲି ଭାବେ କହିଛନ୍ତି । ଏତିକିନୁହେଁ ନେପୋଟିଜମ୍ କାରଣରୁ ସଲମାନ ଖାନ୍, କରନ୍ ଜୋହାର ସମେତ ଅନେକ ବଡ଼ ବଡ଼ କଳାକାର ମାନେ ସୋସିଆଲ ମିଡ଼ିଆରେ ଲୋକଙ୍କ ଆକ୍ରୋଶର ଶିକାର ହେଉଛନ୍ତି କିନ୍ତୁ ଏହିସବୁ ମଧ୍ୟରେ ବର୍ତ୍ତମାନ ଭୋଜପୁରୀ ଇଣ୍ଡଷ୍ଟ୍ରିର ଉଚ୍ଚ ସ୍ତରୀୟ ଅଭିନେତ୍ରୀ ଅକ୍ଷରା ସିଂହ ମଧ୍ୟ କିଛି ରହସ୍ୟ ଉନ୍ମୋଚନ କରିଛନ୍ତି । ଅକ୍ଷରା ସିଂହ ଫ୍ୟାନ୍ସଙ୍କୁ ଭୋଜପୁରୀ ଇଣ୍ଡଷ୍ଟ୍ରିର ସତ ବିଷୟରେ କହିଛନ୍ତି । ଏତିକିନୁହେଁ, ଅଭିନେତ୍ରୀ ଫ୍ୟାନ୍ସ ମାନଙ୍କୁ ସେହି ଦିନ ମାନଙ୍କ ବିଷୟରେ କହିଛନ୍ତି ଯେତେବେଳେ ଭୋଜପୁରୀ ଇଣ୍ଡଷ୍ଟ୍ରିରେ ତାଙ୍କ ସହିତ ମଧ୍ୟ ଭେଦଭାବ ହୋଇଥିଲା । ଅଭିନେତ୍ରୀ କହିଛନ୍ତି ଯେ କିଛି ଅଭିନେତା ଥିଲେ ଯେଉଁମାନେ ଗୋଟିଏ ଦଳ ହୋଇଯାଇଥିଲେ ।

google

ବାସ୍ତବରେ ଅକ୍ଷରା ସିଂହ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ଏକ ଭିଡ଼ିଓ ସେୟାର କରିଛନ୍ତି । ଏହି ଭିଡ଼ିଓରେ ଅଭିନେତ୍ରୀ ନେପୋଟିଜମ୍ ଓ ଗ୍ରୁପିଜମ୍ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି । ଅଭିନେତ୍ରୀ କହିଛନ୍ତି ଯେ ବଲିଉଡ଼ରେ ନେପୋଟିଜମ୍ ରହିଛି କିନ୍ତୁ ଆମ ଇଣ୍ଡଷ୍ଟ୍ରିରେ ଗ୍ରୁପିଜମ ରହିଛି ଏହା ମଧ୍ୟ ବହୁତ । ମୁଁ ଯେତେବେଳେ ଇଣ୍ଡଷ୍ଟ୍ରିକୁ ନୂଆଁ ନୂଆଁ ଆସିଥିଲି ସେତେବେଳେ ମୁଁ ଗୋଟିଏ ହିରୋଙ୍କ ସହିତ ଅଭିନୟ କରୁଥିଲି । ଅନ୍ୟ ସମସ୍ତ ଅଭିନେତା ମୋ ସହିତ କାମ କରିବା ପାଇଁ ମନା କରିଦେଉଥିଲେ । ସେମାନେ କହୁଥିଲେ ଯେ ଏ ତ ଅନ୍ୟ କାହା ସହ କାମ କରୁଛି । ଏହାକୁ ଆଉ କାମ ମିଳିବ ନାହିଁ, ଏହାକୁ ଚଳଚ୍ଚିତ୍ର ଦେବ ନାହିଁ । ଏପରି ସବୁ କଥା ମୋତେ ସାମ୍ନା କରିବାକୁ ପଡିଥିଲା ।

google
google

ଏହା ଆଗକୁ ଅଭିନେତ୍ରୀ କହିଛନ୍ତି ଯେ, “ଅନେକ ଘଟଣା ଶେଷ ହୋଇସାରିଥିଲା କିନ୍ତୁ ଏହା ସତ୍ତ୍ୱେ ସେହି ସବୁ କଥା ପୁଣିଥରେ ଆରମ୍ଭ ହୋଇଥିଲା । ଏହିସବୁ ବିଷୟରେ ଆପଣ ଜାଣନ୍ତି । ଆପଣଙ୍କ ଠାରୁ କିଛି ଲୁଚି ନାହିଁ । ମୁଁ ଏହା କହିବା ପରେ ମୋତେ ଚଳଚ୍ଚିତ୍ର ବାହାର କରିବାକୁ ଲାଗିଲେ । ଏହିପରି ସେହି ଲୋକମାନେ ଗ୍ରୁପ୍ ହୋଇ ଗୋଟିଏ ପଟେ ହୋଇଗଲେଣି । ମୋ ବିରୁଦ୍ଧରେ ଗ୍ରୁପିଜିମ୍ ଆରମ୍ଭ ହୋଇଯାଇଥିଲା । ଏଠାରେ କେହି ଭଗବାନ ହୋଇଯାଇଥିଲା ଏବଂ ଏହାର ଆଖପାଖରେ ଚାଲିବାକୁ ଲାଗିଥିଲେ । କିଛି ଲୋକ ମୋ ସହିତ ଥିଲେ କିନ୍ତୁ ସେ ମଧ୍ୟ ଅସହାୟ ଥିଲେ । କିନ୍ତୁ ମୁଁ ବୁଝି ଯାଇଥିଲି ଏଥିପାଇଁ ମୁଁ ଜୀବିକା ନିର୍ବାହ କରିବା ପାଇଁ ଗୀତ ଗାଇବା ଆରମ୍ଭ କରିଲି । ଏହା ପରେ ମୋ ନିକଟକୁ ଟଙ୍କା ଆସିବାକୁ ଲାଗିଲା । ଏହା ପରେ ମୋର ଗୀତ ଗୁଡ଼ିକ ରାତାରାତି ହିଟ୍ ହେବାକୁ ଲାଗିଲା । ଏହି ସମୟରେ ମୋ ପାଖରେ ଏକ କଲ୍ ଆସିଥିଲା । ଏବଂ କହିଲେ ଯେ ଗୀତ ଶୀଘ୍ର ପଠାନ୍ତୁ । କିନ୍ତୁ ମୋର ସେହି ଗୀତ ମଧ୍ୟ ରିଲିଜ୍ ହେଲା ନାହିଁ । ଏହାର କାରଣ କହି ମୋତେ କୁହାଗଲା ଯେ ଉପରୁ ବହୁତ ଚାପ ରହିଛି ।’

Leave a Reply

Your email address will not be published. Required fields are marked *