“ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋର୍ ଟାର୍ଗେଟ”ରେ ଏଜାଜ୍ ଖାନ୍ ! ଥାନାକୁ ନେଇ NCB  କରୁଛି ପଚରାଉଚରା !

“ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋର୍ ଟାର୍ଗେଟ”ରେ ଏଜାଜ୍ ଖାନ୍ ! ଥାନାକୁ ନେଇ NCB କରୁଛି ପଚରାଉଚରା !

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ମୁମ୍ବାଇରେ ଡ୍ରଗ୍ସ ମାମଲାର ରହସ୍ୟ ଧୀରେ ଧୀରେ ଖୋଲୁଛି । ଗୋଟିଏ ପରେ ଗୋଟିଏ ଏମିତି ଅନେକ ନାମ ସାମ୍ନାକୁ ଆସୁଛି । ଏହି କେସରେ ପ୍ରଥମ ନାମ ଥିଲା ଅଭିନେତ୍ରୀ ତଥା ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କର । ବର୍ତ୍ତମାନ ଏହି ମାମଲାରେ ଏଜାଜ୍ ଖାନଙ୍କୁ NCB (ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ) ଗିରଫ୍ କରିଛି ।

ଏହି ମାମଲାରେ ଡ୍ରଗ୍ସ ବିକ୍ରେତା ଶାଦାବ୍ ବଟାଟା ଗିରଫ୍ ହେବାପରେ ଏଜାଜ୍ ଖାନଙ୍କ ନାମ ସାମ୍ନାକୁ ଆସିଥିଲା । ଏହାପରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ଅନ୍ଧେରି ଏବଂ ଲୋଖଣ୍ଡୱାଲାର ଅନେକ ସ୍ଥାନରେ ସର୍ଚ୍ଚ ଅପରେସନ୍ ଜରିରଖିଛି । ଏଜାଜ୍ କିଛି ଦିନ ପୂର୍ବରୁ ରାଜସ୍ଥାନରୁ ମୁମ୍ବାଇକୁ ଫେରୁଥିବା ବେଳେ NCB ତାଙ୍କୁ ଗିରଫ୍ କରିଛି ।

ଏହା ପୂର୍ବରୁ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଡ୍ରଗ୍ସ ମାମଲାରେ ଜେଲ ଯିବାକୁ ପଡ଼ିଥିଲା । ଏଜାଜ୍ ଖାନ୍ ଗଣମାଧ୍ୟମକୁ କହିଥିଲେ ଯେ ତାଙ୍କୁ ଗିରଫ୍ କରାଯାଇ ନାହିଁ ବରଂ ସେ ନିଜେ NCB କାର୍ଯ୍ୟାଳୟକୁ ଆସିଛନ୍ତି । ପରେ ସମସ୍ତେ ଜାଣିବାକୁ ପାଇଲେ ଯେ ତାଙ୍କୁ NCB ଦ୍ୱାରା ଗିରଫ୍ କରଯାଇଛି ।

ବଟାଟାଙ୍କୁ ମଧ୍ୟ କରାଯାଇଛି ପଚରାଉଚରା

ଏହା ପୂର୍ବରୁ NCB ଡ୍ରଗ୍ସ ଆସାମୀ ଫାରୁକ୍ ବଟାଟାକୁ ପ୍ରାୟ ୮ଘଣ୍ଟା ଅଟକ ରଖି ପଚରାଉଚରା କରିଥିଲା ​। ସୂଚନାଯୋଗ୍ୟ ଯେ ଫାରୁକର ପୁଅ ଶାଦାବକୁ ଗତ ସପ୍ତାହରେ ଏକ ସ୍ଥାନରେ ଚଢାଉ କରିବା ବେଳେ ପୋଲିସ୍ ଦ୍ୱାରା ଗିରଫ୍ କରାଯାଇଥିଲା । ଶାଦାଵକୁ ଗିରଫ୍ କରିବା ପରେ ତା ନିକଟରୁ ପ୍ରାୟ ୨କୋଟି ଟଙ୍କା ମୂଲ୍ୟର ଡ୍ରଗ୍ସ ସାମଗ୍ରୀ ଉଦ୍ଧାର କରାଯାଇଥିଲା । ଏହି ଇନଭେସ୍ଟିଗେସନ୍ ବେଳେ ଅନେକ ସେଲିବ୍ରିଟିଙ୍କ ନାମ ପ୍ରକାଶ ପାଇଥିଲା ।

ଆରମ୍ଭରୁ ଏଜାଜ୍ ଖାନ୍ ଥିଲେ ବିବାଦରେ

ଏଜାଜ୍ ଖାନ୍ ପ୍ରଥମରୁ ସବୁବେଳେ ବିବାଦରେ ରହିଥାନ୍ତି । ଫିଲ୍ମ ସହିତ ଏଜାଜ୍ ଟିଭିରେ ମଧ୍ୟ ନଜର ଆସିଛନ୍ତି । ରିଅଲିଟି ଶୋ’ ‘ବିଗ୍-ବସ୍’ରେ ସେ ଅନ୍ୟ ପ୍ରତିଯୋଗୀଙ୍କ ସହ ମାରପିଟ ପାଇଁ ହେଡଲାଇନରେ ରହୁଥିଲେ । ଏହା ସହିତ ସେ ଅନେକ ଥର ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଅନେକ ଆପତ୍ତିଜନକ କଣ୍ଟେଣ୍ଟ ପୋଷ୍ଟ କରିଛନ୍ତି ଯେଉଁଥିପାଇଁ ତାଙ୍କୁ ଜେଲ୍ ମଧ୍ୟ ଯିବାକୁ ପଡିଛି । ଯେ ଏଜାଜ୍ ଖାନ୍ ‘ବିଗ୍-ବସ୍’ର ସପ୍ତମ ସିଜନରେ କଣ୍ଟେଷ୍ଟାଣ୍ଟ ଭାବେ ଆସିଥିଲେ ।

ଏଜାଜ୍ ଖାନ୍ ‘ବିଗ୍-ବସ୍’ର ସପ୍ତମ ସିଜନର ଏକ ଅଂଶ ଥିଲେ

‘ବିଗ୍-ବସ୍’ରେ ଥିବା ବେଳେ ଏଜାଜ୍ ଅନ୍ୟ ଜଣେ ଖେଳାଳୀଙ୍କ ଉପରକୁ ହାତ ଉଠାଇଥିଲେ । ଏହି ଶୋ’ର ନିୟମ ଅନୁଯାୟୀ ଖେଳାଳିମାନେ ପରସ୍ପର ଉପରେ ହାତ ଉଠାଇ ପାରିବେ ନାହିଁ ତେଣୁ ଏଜାଜ୍ ଖାନଙ୍କୁ ଶୋ’ରୁ ବାହାର କରିଦିଆଯାଇଥିଲା । ‘ବିଗ୍-ବସ୍’ ବ୍ୟତୀତ ଏଜାଜ୍ ଖାନ୍ ‘କମେଡି ନାଇଟ ଉଇଥ୍ କପିଲ୍’, ‘କରମ ଅପନା ଅପନା’, ‘କାହାନି ହମାରୀ ମହାଭାରତ କି’ ଏବଂ ‘ରହେ ତେରା ଆଶିର୍ବାଡ୍’ ଭଳି ସିରିଏଲରେ କାମ କରିଛନ୍ତି ।

ଏଜାଜ୍ ତାଙ୍କ ବିବୃତ୍ତି ପାଇଁ ସର୍ବଦା ବିବାଦରେ ରହିଥାନ୍ତି । କପିଲ୍ ଶର୍ମାଙ୍କ ଶୋ ‘କମେଡି ନାଇଟ୍ସ ଉଇଥ୍ କପିଲ୍’ରେ ତାଙ୍କ ଏପିସୋଡ୍ ପ୍ରସାରଣ ନହେବାରୁ ଏଜାଜ୍ ଆପତ୍ତି କରିଥିଲେ । ଏଜାଜ୍ ଖାନ୍ ସେତେବେଳେ କହିଥିଲେ ଯେ କପିଲ୍ ନିଜକୁ ଶାହାରୁଖ୍ ଏବଂ ସଲମାନ୍ ବୋଲି ଭାବୁଛନ୍ତି ।

Leave a Reply

Your email address will not be published. Required fields are marked *