ସଞ୍ଜୟ ଭଂସାଲୀଙ୍କ ମତରେ ସେ କେବେ ବି ସୁଶାନ୍ତଙ୍କୁ ନିଜ ଫିଲ୍ମରୁ ବାହାର କରିନାହାନ୍ତି ବରଂ ସୁଶାନ୍ତ ନିଜେ ଫିଲ୍ମ ଛାଡ଼ିଥିଲେ !

ସଞ୍ଜୟ ଭଂସାଲୀଙ୍କ ମତରେ ସେ କେବେ ବି ସୁଶାନ୍ତଙ୍କୁ ନିଜ ଫିଲ୍ମରୁ ବାହାର କରିନାହାନ୍ତି ବରଂ ସୁଶାନ୍ତ ନିଜେ ଫିଲ୍ମ ଛାଡ଼ିଥିଲେ !

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ପୋଲିସ ଲଗାତାର ଏହି ମାମଲାର ଯାଞ୍ଚରେ ଲାଗିପଡିଛି । ସୁଶାନ୍ତ ଆତ୍ମହତ୍ୟା ଘଟିବା ଦିନଠାରୁ ପୋଲିସ ପ୍ରତ୍ୟେକ ଲୋକଙ୍କୁ ପଚରାଉଚୁରା କରିବାରେ ଲାଗିଛି । ପୁଣି ସୋମବାର ଦିନ ପୋଲିସ ଫିଲ୍ମ ନିର୍ମାତା ସଞ୍ଜୟ ଭଂସାଲୀଙ୍କ ବୟାନ ରେକର୍ଡ଼ କରିଛି । ପୋଲିସ ସଞ୍ଜୟ ଭଂସାଲୀଙ୍କୁ ଚାରି ଘଣ୍ଟା ଧରି ପଚରାଉଚୁରା କରିଥିଲା ଏବଂ ତାଙ୍କର ବୟାନ ମଧ୍ୟ ରେକର୍ଡ଼ କରିଥିଲା । ମୁମ୍ବାଇ ପୋଲିସର ସୂତ୍ର ଅନୁସାରେ ସଞ୍ଜୟ ଭଂସାଲୀ ନିଜ ଉପରେ ଲାଗିଥିବା ଆରୋପକୁ ମିଥ୍ୟା ବୋଲି କହିଥିଲେ ଓ ପୋଲିସକୁ ନିଜର ବୟାନ ଦେଇଥିଲେ ଯେ ସେ କେବେ ବି ସୁଶାନ୍ତଙ୍କୁ ଫିଲ୍ମରୁ ବାହାର କରିନଥିଲେ ବରଂ ସୁଶାନ୍ତ ନିଜେ ସଞ୍ଜୟ ଭଂସାଲୀଙ୍କ ସହିତ ଫିଲ୍ମ କରିବାକୁ ମନା କରିଥିଲେ । କାରଣ ସୁଶାନ୍ତ ଭଂସାଲୀଙ୍କୁ କହିଥିଲେ ଯେ ସେ “ୟଶରାଜ” ସହିତ ଅନ୍ୟ ଫିଲ୍ମ ସୁଟିଂ କରୁଛନ୍ତି ଏବଂ କଣ୍ଟ୍ରାକ୍ଟ ମଧ୍ୟ ସାଇନ୍ କରିଛନ୍ତି ।

Googlev

ସୋମବାର ଦିନ ଭଂସାଲୀ ୧୨.୩୦ରେ ବାନ୍ଦ୍ରା ପୋଲିସ ଷ୍ଟେସନରେ ପହଞ୍ଚିଥିଲେ ଏବଂ ପୋଲିସ ଭଂସାଲୀଙ୍କ ପାଇଁ ୨୦ଟି ମହତ୍ୱପୂର୍ଣ୍ଣ ପ୍ରଶ୍ନ ଠିକ କରି ରଖିଥିଲେ । ପୋଲିସ ଭଂସାଲୀଙ୍କୁ ସୁଶାନ୍ତଙ୍କ ସହିତ କରିବାକୁ ଥିବା ଫିଲ୍ମ ବିଷୟରେ ପଚାରିଥିଲେ ଯାହା କୌଣସି କାରଣରୁ ହୋଇପାରିନଥିଲା । ପୋଲିସ ସେହି ବିଷୟରେ ଭଂସାଲୀଙ୍କୁ ପଚରା ଉଚୁରା ଆରମ୍ଭ କରିଥିଲା । ସଞ୍ଜୟ ଭଂସାଲୀଙ୍କ ଉପରେ ଏହି ଆରୋପ ଲାଗିଥିଲା ଯେ, ଅଭିନେତା ସୁଶାନ୍ତ ସିଂହ ରାଜପୁତ ଏହି କାରଣରୁ ଅବସାଦଗ୍ରସ୍ତ ହୋଇଥିଲେ, କାରଣ ସଞ୍ଜୟ ଭଂସାଲୀଙ୍କ ଦ୍ୱାରା ନିର୍ମିତ ହୋଇଥିବା ୨ ବଡ଼ ଫିଲ୍ମ “ରାମଲୀଲା” ଏବଂ “ବାଜୀରାଓ ମସ୍ତାନୀ”କୁ ତାଙ୍କ ଠାରୁ ଛଡ଼ାଇ ନିଆଯାଇଥିଲା, ଯାହାର ନିର୍ଦ୍ଦେଶକ ନିଜେ ସଞ୍ଜୟ ଭଂସାଲୀ ଥିଲେ । ଏହି ଆରୋପକୁ ସଞ୍ଜୟ ଭଂସାଲୀ ନିଜେ ଖଣ୍ଡନ କରି କହିଥିଲେ ଯେ ସେ ସୁଶାନ୍ତଙ୍କୁ କୌଣସି ବି ଫିଲ୍ମରୁ ହଟାଇ ନାହାଁନ୍ତି ।

Google

ସଞ୍ଜୟ ଭଂସାଲୀଙ୍କ ଦ୍ୱାରା ପୋଲିସକୁ ଦିଆଯାଇଥିବା ବୟାନ ଅନୁସାରେ ସୁଶାନ୍ତ ସିଂହ ରାଜପୁତ ଫିଲ୍ମ “ପାନ”ର ସୁଟିଂରେ ବ୍ୟସ୍ତ ଥିଲେ । ଯାହା ୟଶରାଜ ଫିଲ୍ମସର ଥିଲା । ଯେଉଁଥି କାରଣରୁ ସୁଶାନ୍ତ ସଞ୍ଜୟ ଭଂସାଲୀଙ୍କୁ ଫିଲ୍ମ କରିବାକୁ ମନା କରିଥିଲେ । ମାତ୍ର ସଞ୍ଜୟ ଭଂସାଲୀ ଚାହିଁଥିଲେ ଯେ, ସୁଶାନ୍ତ ସେହି ଦୁଇ ଫିଲ୍ମରେ କାମ କରନ୍ତୁ ବୋଲି । ଯେତେବେଳେ ସୁଶାନ୍ତ ସିଂହ ରାଜପୁତ ସଞ୍ଜୟ ଭଂସାଲୀଙ୍କୁ ଫିଲ୍ମ କରିବାକୁ ମନା କରିଥିଲେ ସେହିଠାରୁ ତାଙ୍କ ଦୁହିଁଙ୍କ ମଧ୍ୟରେ ଫିଲ୍ମକୁ ନେଇ କେବେ କୌଣସି ଆଲୋଚନା ହୋଇନଥିଲା । ଫିଲ୍ମ ପାନୀର ନିର୍ଦ୍ଦେଶକ ଶେଖର କପୂର ସୁଶାନ୍ତଙ୍କ ମୃତ୍ୟୁ ପରେ ଅନେକ ପ୍ରଶ୍ନ ଉଠାଇଥିଲେ । ଏମିତିକି କପୂର କହିଥିଲେ ଯେ, ଫିଲ୍ମ ପାନୀ ବନ୍ଦ ହୋଇଯିବା ପରେ ସୁଶାନ୍ତ ତାଙ୍କ କାନ୍ଧରେ ମୁଣ୍ଡ ରଖି ଖୁବ କାନ୍ଦିଥିଲେ । ସୁଶାନ୍ତଙ୍କର ଫିଲ୍ମ ପାନୀ ମଧ୍ୟ ହୋଇପାରିନଥିଲା ଏବଂ ତାହା ବନ୍ଦ ହୋଇଯାଇଥିଲା । ଏହି ମାମଲାରେ କପୂର ପ୍ରଡକ୍ସନ ହାଉସ “ୟଶରାଜ” ସହିତ କ୍ରିଏଟିଭ ଡିଫେରେନ୍ସଜର ଆରୋପ ଲଗାଇଥିଲେ ଏବଂ ଏହି ଫିଲ୍ମ ଆରମ୍ଭ ହେଉ ହେଉ ବନ୍ଦ ହୋଇଯାଇଥିଲା ।

୩ ବର୍ଷ ପୂର୍ବରୁ ସଞ୍ଜୟ ଭଂସାଲୀ ସୁଶାନ୍ତଙ୍କ ସହିତ ସାକ୍ଷାତ କରିଥିଲେ :-

Google

ସଞ୍ଜୟ ଭଂସାଲୀଙ୍କ ଦ୍ୱାରା ପୋଲିସକୁ ଦିଆଯାଇଥିବା ବୟାନ ମୁତାବିକ ସୁଶାନ୍ତଙ୍କ ସହିତ ତାଙ୍କର ଶେଷ ସାକ୍ଷାତ ୨୦୧୬ରେ ହୋଇଥିଲା । ତାପର ଠାରୁ ସେ କେବେ ବି ସୁଶାନ୍ତଙ୍କ ସହ କଥା ହୋଇନାହାଁନ୍ତି । ସଞ୍ଜୟ ଭଂସାଲୀଙ୍କ ଅନୁସାରେ ସେ ସୁଶାନ୍ତଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିନଥିଲେ ଯେ ସୁଶାନ୍ତ ଅବସାଦଗ୍ରସ୍ତ ଥିଲେ ବୋଲି ।

ଗୋଟିଏ ନୁହେଁ ବରଂ ଦୁଇ ଦୁଇଟି ପୋଲିସ ଷ୍ଟେସନରେ ସଞ୍ଜୟ ଭଂସାଲୀଙ୍କ ବୟାନ ରେକର୍ଡ଼ କରାଯାଇଛି :-

ବାନ୍ଦ୍ରା ପୋଲିସ ଷ୍ଟେସନରେ ତିନି ଘଣ୍ଟା ପର୍ଯ୍ୟନ୍ତ ସଞ୍ଜୟ ଲୀଲା ଭଂସାଲୀଙ୍କ ବୟାନ ରେକର୍ଡ଼ କରାଯାଇଥିଲା କିନ୍ତୁ ବାନ୍ଦ୍ରା ପୋଲିସ ଷ୍ଟେସନରୁ ବାହାରିବା ପରେ ଭଂସାଲୀ ମୁମ୍ବାଇର ସାନ୍ତାକ୍ରୁଜ ପୋଲିସ ଷ୍ଟେସନରେ ପହଂଚିଥିଲେ ଯେଉଁଠାକୁ ଡୀସୀପୀ ଅଭିଷେକ ତ୍ରିମୁଖ ତାଙ୍କୁ ଡକାଇ ପଠାଇଥିଲେ । ଡୀସୀପୀ ତ୍ରିମୁଖ ଭଂସାଲୀଙ୍କୁ ୧ ଘଣ୍ଟା ପର୍ଯ୍ୟନ୍ତ ପଚରାଉଚୁରା ଜାରି ରଖିଥିଲେ ଏବଂ ତାଙ୍କ ବୟାନ ରେକର୍ଡ଼ କରିଥିଲେ । ଏହା ପୂର୍ବରୁ ବାନ୍ଦ୍ରାରେ ଏସିପି ଏବଂ ଏହି କେସର ଯାଞ୍ଚ ଅଧିକାରୀ ପଚରାଉଚୁରା କରି ବୟାନ ନେଇଥିଲେ । ସଞ୍ଜୟ ଭଂସାଲୀଙ୍କୁ ଏହି ଚାରି ଘଣ୍ଟା ମଧ୍ୟରେ ପାଖପାଖି ୩୫/୪୦ଟି ପ୍ରଶ୍ନ କରାଯାଇଥିଲା ।

କଣ ସୁଶାନ୍ତ ପାନୀ ଭଳି ଏକ ବଡ଼ ହିଟ୍ ଫିଲ୍ମ ସନ୍ଧାନରେ ଥିଲେ :-

ସଞ୍ଜୟ ଭଂସାଲୀ ନିଜ ବୟାନରେ କହିଛନ୍ତି ଯେ ସୁଶାନ୍ତ ବଡ଼ ଏବଂ ହିଟ୍ ଫିଲ୍ମର ସନ୍ଧାନରେ ଥିଲେ । ତେଣୁ ପାନୀ ଭଳି ଫିଲ୍ମ ତାଙ୍କ ହାତକୁ ଆସିବା ପରେ ସେ ସଞ୍ଜୟ ଭଂସାଲୀଙ୍କର ଦେଢ଼ କୋଟିରୁ ଅଧିକ ଟଙ୍କାର ଫିଲ୍ମକୁ ଏକ ଝଟକାରେ ମନା କରି ଦେଇଥିଲେ ଏବଂ ୟଶରାଜ ସହିତ କଣ୍ଟ୍ରାକ୍ଟ ସାଇନ୍ କରିଥିଲେ । ସୁଶାନ୍ତଙ୍କ ଆତ୍ମହତ୍ୟା ଏକ ରହସ୍ୟ ହୋଇ ରହିଯାଇଛି ଯାହାର ଯାଂଚରେ ଏବେ ମୁମ୍ବାଇ ପୋଲିସ ଲାଗିରହିଛି ଏବଂ ଆଶା କରାଯାଉଛି ଯେ ଖୁବଶୀଘ୍ର ପୋଲିସ ସୁଶାନ୍ତଙ୍କ ଆତ୍ମହତ୍ୟାର କାରଣ ଖୋଜି ବାହାର କରିବ । ଏହି ଆତ୍ମହତ୍ୟା ପଛରେ ସୁଶାନ୍ତଙ୍କର କୌଣସି ବ୍ୟକ୍ତିଗତ କାରଣ ଥିଲା ନା କୌଣସି ପ୍ରଫେସନଲ କାରଣ ପାଇଁ ସେ ଏପରି ପଦକ୍ଷେପ ଉଠାଇବାକୁ ବାଧ୍ୟ ହୋଇଥିଲେ । ସୁଶାନ୍ତ ସିଂହ ରାଜପୁତ ଜୁନ୍ ୧୪ରେ ମୁମ୍ବାଇର ବାନ୍ଦ୍ରାରେ ନିଜ ଘରର ପଙ୍ଖାରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ । ଏହି ଘଟଣାର ଯାଞ୍ଚ କରୁଥିବା ମୁମ୍ବାଇ ପୋଲସ ଏବେ ପ୍ରତ୍ୟେକ ରହସ୍ୟକୁ ପର୍ଦାଫାସ କରିବାରେ ଲାଗିପଡ଼ିଛି ।

Leave a Reply

Your email address will not be published. Required fields are marked *