ଏହି ଚାରିଜଣ ଲୋକଙ୍କ ପାଖରେ କେବେ ବି ମାଆ ଲକ୍ଷ୍ମୀ ବାସ କରେନାହିଁ ! ଆପଣ ବି ଏହି ଭୁଲ୍ କରୁନାହାଁନ୍ତି ତ…?

ଏହି ଚାରିଜଣ ଲୋକଙ୍କ ପାଖରେ କେବେ ବି ମାଆ ଲକ୍ଷ୍ମୀ ବାସ କରେନାହିଁ ! ଆପଣ ବି ଏହି ଭୁଲ୍ କରୁନାହାଁନ୍ତି ତ…?

ଜୀବନରେ ସଫଳ ହେବାର ଇଚ୍ଛା ସମସ୍ତଙ୍କୁ ହୋଇଥାଏ । ସମସ୍ତଙ୍କର ଇଚ୍ଛା ଥାଏ ଯେ, ସେମାନଙ୍କ ଜୀବନ ସବୁ ପ୍ରକାରର ଖୁସିରେ ଅତିବାହିତ ହେଉ ବୋଲି । କିନ୍ତୁ ସବୁ ପ୍ରକାର ଖୁସି ପାଇବାର କାରଣ ଟଙ୍କା ପଇସା ହୋଇପାରିବ ନାହିଁ । କିନ୍ତୁ ଯଦି ଆପଣ ଭୌତିକ ସୁଖ ବିଷୟରେ କୁହନ୍ତି, ତେବେ ଏହି ଭୌତିକ ସୁଖ ନିମନ୍ତେ ବିନା ଅର୍ଥରେ ଏହା କେବେ ବି ସମ୍ଭବ ହୋଇ ପାରିବ ନାହିଁ । ସାଂପ୍ରତିକ ଯୁଗରେ ସେହି ବ୍ୟକ୍ତି ଖୁସି ହୋଇଥାଏ, ଯାହା ପାଖରେ ପଇସା ଥାଏ । ସାଂପ୍ରତିକ ପରିସ୍ଥିତିରେ ଧନସମ୍ପଦ ହିଁ ସୁଖମୟ ଜୀବନର ଆଧାର ଅଟେ । ସଂସାରରେ ଅନେକ ଲୋକ କମ୍ ପରିଶ୍ରମ କରନ୍ତି ଏବଂ ତାଙ୍କୁ ଅଧିକ ସଫଳତା ମିଳିଥାଏ । କିନ୍ତୁ କିଛି ଲୋକ ଦିନରାତି ପରିଶ୍ରମ କରିଥାନ୍ତି ଏବଂ ତାଙ୍କୁ ତାଙ୍କ ମନମୁତବକ୍ ସଫଳତା ମିଳି ନଥାଏ । ଯେଉଁ କାରଣରୁ ସେମାନେ ଜୀବନରେ ସବୁବେଳେ ଦୁଃଖକଷ୍ଟରେ ଥିବାର ନଜର ଆସିଥାନ୍ତି ।

ହିନ୍ଦୁ ଧର୍ମରେ ରାମାୟଣ କିମ୍ବା ରାମଚରିତ ମାନସ କୁ ଜୀବନ ବଞ୍ଚିବାର ଆଧାର ଭାବରେ ବିଶ୍ୱାସ କରାଯାଇ ଥାଏ । ରାମାୟଣ ଆମକୁ ଜୀବନ ବଞ୍ଚିବାର ଠିକ୍ ଦିଗ ଦେଖାଇ ଥାଏ । ରାମାୟଣ ଜୀବନର ସବୁ ମୁହୂର୍ତ୍ତରେ ଆମକୁ ଜୀବନକୁ ଆଦର୍ଶ ଏବଂ ଧର୍ମ ଅନୁସାରେ ବଞ୍ଚିବାକୁ ପ୍ରେରିତ କରିଥାଏ । ରାମ ଚରିତ ମାନସରେ ଏହି କଥାର ଉଲ୍ଲେଖ କରାଯାଇଛି ଯେ କିଛି ଲୋକଙ୍କ ପାଖରେ କାହିଁକି ଧନ ରହି ନଥାଏ । ଆଜି ଆମେ ଆପଣଙ୍କ ସାମ୍ନାରେ ସେହି ବିଷୟରେ ଉଲ୍ଲେଖ କରିବାକୁ ଯାଉଛୁ ।

ରାମାୟଣ ଅନୁସାରେ ଯଦି ଆପଣଙ୍କ ଜୀବନସାଥୀ ଉପଯୁକ୍ତ ନୁହେଁ ତେବେ ଆପଣଙ୍କ ପାଖରେ କେବେବି ଲକ୍ଷ୍ମୀ ରହିବେ ନାହିଁ । ଏମିତି ବି କଥା ରହିଛି ଯେ ଜଣେ ସଭ୍ୟ ଝିଅ ପୁରା ଘରକୁ ସମ୍ଭାଳି ନେଇଥାଏ ଏବଂ ଘରକୁ ସ୍ୱର୍ଗ ବନାଇ ଦେଇଥାଏ । ଏବଂ ଯେଉଁ ଲୋକ ନିଜ ଜୀବନସାଥୀ କୁ ଧୋକା ଦିଅନ୍ତି ତାଙ୍କ ପାଖରେ ଲକ୍ଷ୍ମୀ କେବେବି ବାସ କରନ୍ତି ନାହିଁ । ଯଦି ଆପଣ ଏପରି କରନ୍ତି ତେବେ ଆପଣଙ୍କ ଘରର ସତ୍ୟନାଶ ହୋଇଯାଏ ।

ରାମାୟଣ ଅନୁସାରେ ଯଦି ଆପଣ ଲୋଭୀ ଅଟନ୍ତି ତେବେ କେବେବି ଆପଣଙ୍କ ପାଖରେ ଧନ ରହିବ ନାହିଁ । ତେଣୁ ଆପଣଙ୍କୁ ଲୋଭ ଛାଡ଼ି ଧର୍ମର ଅନୁସରଣ କରିବା ଆବଶ୍ୟକ ।

ରାମାୟଣ ଅନୁସାରେ ଯେଉଁ ବ୍ୟକ୍ତି ପାଖରେ ଅହଂକାର ଅଛି ତାଙ୍କ ପାଖରେ କେବେବି ଧନ ରହି ନଥାଏ । ଯଦି ଏପରି କୌଣସି ବ୍ୟକ୍ତିଙ୍କ ପାଖରେ ଧନ ରହିଛି ତେବେ ତାହା ଖୁବଶୀଘ୍ର ଶେଷ ହୋଇଯିବ । ଧନକୁ ନିଜ ପାଖରେ ରଖିବା ପାଇଁ ମନୁଷ୍ୟକୁ ଅହଂକାର ତ୍ୟାଗ କରିବାକୁ ପଡ଼ିବ ।

ରାମାୟଣ ଅନୁସାରେ ଯେଉଁ ଘରେ ମାଦକ ଦ୍ରବ୍ୟର ସେବନ କରାଯାଏ ସେଠାରେ ମାଆ ଲକ୍ଷ୍ମୀ ବାସ କରନ୍ତି ନାହିଁ । ଏଥିପାଇଁ ଯଦି ଆପଣଙ୍କ ମଧ୍ୟରେ ଏପରି କୌଣସି ଖରାପ ସ୍ୱଭାବ ରହିଛି ତେବେ ବର୍ତ୍ତମାନ ତାହାକୁ ଛାଡ଼ି ଦିଅନ୍ତୁ, ଯାହାଦ୍ୱାରା ମାତା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ସର୍ବଦା ବଜାୟ ରହିବ ।

Leave a Reply

Your email address will not be published. Required fields are marked *