ଚାଣକ୍ୟଙ୍କ ଅନୁଯାୟୀ ଏହିପରି ମହିଳାଙ୍କ ଠାରୁ ଦୂରେଇ ରହିବା ବହୁତ ଭଲ ! ନଚେତ୍ ଏହିପରି ମହିଳାମାନେ ଜୀବନକୁ ଧ୍ୱଂସାଭିମୁଖୀ କରିଦିଅନ୍ତି…

ଚାଣକ୍ୟଙ୍କ ଅନୁଯାୟୀ ଏହିପରି ମହିଳାଙ୍କ ଠାରୁ ଦୂରେଇ ରହିବା ବହୁତ ଭଲ ! ନଚେତ୍ ଏହିପରି ମହିଳାମାନେ ଜୀବନକୁ ଧ୍ୱଂସାଭିମୁଖୀ କରିଦିଅନ୍ତି…

ଆଚାର୍ଯ୍ୟ ଚାଣକ୍ୟ ମହିଳା ମାନଙ୍କର ଅନେକ ଖରାପ ଗୁଣ ବିଷୟରେ କହିଛନ୍ତି । ଯେଉଁଥି ପାଇଁ ମହିଳାମାନେ ନିଜ ଜୀବନକୁ ସଂପୂର୍ଣ୍ଣ ଭାବରେ ନଷ୍ଟ କରି ଦେଇଥାନ୍ତି । ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ଜଣେ ମହିଳାଙ୍କ ମନରେ କଣ ଚାଲିଛି, ଏହା କେହି ହେଲେ ମଧ୍ୟ ଜାଣି ପାରିବେ ନାହିଁ । ସର୍ବଗୁଣ ସମ୍ପର୍ଣ୍ଣ ବିଶିଷ୍ଟ ଜଣେ ମହିଳା ଘରକୁ ବହୁତ ସୁନ୍ଦର ଭାବରେ ଗଢି ତୋଳି ଥାଏ ଅପରପକ୍ଷେ ଖଳ ପ୍ରକୃତିର ଜଣେ ମହିଳା ଘରକୁ ଧ୍ୱଂସାଭିମୁଖୀ କରି ଦେଇଥାଏ ।

ଶ୍ଳୋକ-

ଅନୂତଂ ସାହସଂ ମାୟା ମୂର୍ଖତ୍ଵମତିଲୋଭିତା ।

ଅଶୌଚତ୍ବଂ ନିର୍ଦୟତ୍ବଂ ନାରୀ ସ୍ତ୍ରୀଣାଂ ଦୋଷାଃ ସ୍ବଭାବଜାଃ ।।

ଏହି ଶ୍ଳୋକ ମାଧ୍ୟମରେ ଆଚାର୍ଯ୍ୟ ଚାଣକ୍ୟ ମହିଳା ମାନଙ୍କ ୫ ଗୋଟି ଖରାପ ଗୁଣ ବିଷୟରେ ବର୍ଣ୍ଣନା କରିଛନ୍ତି । ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ, ଯଦି କୈଣସି ମହିଳାଙ୍କ ମଧ୍ୟରେ ଏହି ଖରାପ ଖୁଣ ଥାଏ, ତେବେ ସେମାନଙ୍କ ଠାରୁ ଦୂରତା ବଜାୟ ରଖିବା ଉଚିତ । ତେବେ ଆସନ୍ତୁ ସେହି ଖରାପ ଗୁଣ ଗୁଡ଼ିକ ବିଷୟରେ ଜାଣିବା ।

ଚଗଲାମି ବିଶିଷ୍ଟ ମହିଳା

ଯେଉଁ ମହିଳା ମାନଙ୍କ ଭିତରେ ବହୁତ ଚଗଲାମି ଗୁଣ ରହିଥାଏ, ସେମାନଙ୍କ ଠାରୁ ଦୂରରେ ରୁହନ୍ତୁ । ଚଗଲାମି ବିଶିଷ୍ଟ ମହିଳା ମାନେ ଛୋଟ ଛୋଟ କଥାକୁ ବଡ଼ କରି ଦେଇଥାନ୍ତି ଏବଂ ନିଜର କଥା ମାନିବା ପାଇଁ ସେମାନେ ଯେ କୌଣସି ସ୍ତରକୁ ମଧ୍ୟ ଯାଇପାରନ୍ତି । ନୀତି ଶାସ୍ତ୍ରୀରେ ଶ୍ଳୋକ ମାଧ୍ୟମରେ କୁହାଯାଇଛି କି ଚଗଲାମି ବିଶିଷ୍ଟ ଝିଅମାନେ ଜୀବନକୁ ନର୍କରେ ପରିଣତ କରି ଦେଇଥାନ୍ତି । ଠିକ୍ ଏହିପରି ଭାବେ ଯେଉଁ ଝିଅ ଛୋଟ ଛୋଟ କଥା ପାଇଁ କାନ୍ଦି ପକାନ୍ତି ସେମାନେ ମଧ୍ୟ ବହୁତ ବିପଜ୍ଜନକ ଅଟନ୍ତି ।

କିଛି ନ ବୁଝିସୁଝି ନିଷ୍ପତ୍ତି ନେବା

ଯେଉଁ ଝିଅମାନେ କିଛି ମଧ୍ୟ ନବୁଝି ନିଷ୍ପତ୍ତି ନିଅନ୍ତି, ସେମାନଙ୍କ ଠାରୁ ମଧ୍ୟ ଦୂରତା ବଜାୟ ରଖନ୍ତୁ । ନବୁଝି ବିଚାରି ଯେଉଁ ଝିଅ ମାନେ ନିଷ୍ପତ୍ତି ନିଅନ୍ତି, ସେମାନେ ନିଜକୁ ବିପଦରେ ପକାଇ ଥାନ୍ତି ।

କଥା କଥାରେ ମିଛ କହିଵା

ଚାଣକ୍ୟ କହିଛନ୍ତି କି ଅନେକ ମହିଳା କଥା କଥାରେ ବହୁତ ମିଛ କହିଥାନ୍ତି । ସେମାନଙ୍କ ଉପରେ ଆଦୌ ବିଶ୍ୱାସ କରନ୍ତୁ ନାହିଁ । ଏହିପରି ଖରାପ ଗୁଣ ବିଶିଷ୍ଟ ଝିଅମାନେ ନିଜକୁ ରକ୍ଷା କରିବା ପାଇଁ ଯେକୌଣସି ବ୍ୟକ୍ତିଙ୍କୁ ମଧ୍ୟ ଫସାଇ ଦେଇ ପାରନ୍ତି । ସେମାନେ ନିଜର ଲାଭ ପାଇଁ ଯେକୌଣସି ସ୍ତରକୁ ମଧ୍ୟ ଯାଇ ପାରନ୍ତି । ଏହିପରି ମହିଳାମାନେ ଆଦୌ ବିଶ୍ୱାସଯୋଗ୍ୟ ନୁହଁନ୍ତି ।

ଅଧିକ ଆତ୍ମବିଶ୍ୱାସୀ ହେଵା

ଯେଉଁ ମହିଳା ମାନଙ୍କ ମଧ୍ୟରେ ଅଧିକ ଆତ୍ମବିଶ୍ୱାସ ଥାଏ, ସେମାନେ କାହାକୁ ମଧ୍ୟ ସମ୍ମାନ କରନ୍ତି ନାହିଁ । ଏହିପରି ମହିଳା ମାନେ ସର୍ବଦା ନିଜର ମତକୁ ଉପରେ ରଖିଥାନ୍ତି । ଚାଣକ୍ୟ କହିଛନ୍ତି କି ଆବଶ୍ୟକତା ଠାରୁ ଅଧିକ ଆତ୍ମବିଶ୍ୱାସ କାରଣ ହେତୁ ଏହି ମହିଳାମାନେ ମୂର୍ଖ ପରି କାର୍ଯ୍ୟ କରିଥାନ୍ତି । ଯେଉଁଥି ପାଇଁ ସେମାନେ ଅସୁବିଧାରେ ପଡିଥାନ୍ତି ।

ଟଙ୍କା ଲୋଭୀ

ଯେଉଁ ମହିଳା ମାନଙ୍କ ଅଳଙ୍କାର ଏବଂ ଟଙ୍କା ଅଧିକ ପ୍ରିୟ ହୋଇଥାଏ, ସେମାନେ ଟଙ୍କା ପାଇଁ ଯାହାକୁ ହେଲେ ମଧ୍ୟ କ୍ଷତି ପହଞ୍ଚାଇ ପାରନ୍ତି । ଏହିପରି ମହିଳାମାନେ ଟଙ୍କାକୁ ଅଧିକ ଭଲ ପାଆନ୍ତି ଏବଂ ସେମାନଙ୍କ ମଧ୍ୟରେ ଠିକ୍ ଏବଂ ଭୁଲ୍ ବୁଝିବାର ଶକ୍ତି ନଥାଏ ।

Leave a Reply

Your email address will not be published. Required fields are marked *