ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ :- ଏସବୁ ଜିନିଷ ଜୀବନକୁ କରିଦିଏ ନର୍କରେ ପରିଣତ ଏବଂ ଦୁଃଖ ପରିପୂର୍ଣ୍ଣ ହୁଏ ବୈବାହିକ ଜୀବନ !

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ :- ଏସବୁ ଜିନିଷ ଜୀବନକୁ କରିଦିଏ ନର୍କରେ ପରିଣତ ଏବଂ ଦୁଃଖ ପରିପୂର୍ଣ୍ଣ ହୁଏ ବୈବାହିକ ଜୀବନ !

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଆମ ଜୀବନ କିଭଳି ହେବ, ଏହା ଆମ ଉପରେ ନିର୍ଭର କରେ । ଜୀବନରେ ଆମେ ଯେଉଁସବୁ ନିଷ୍ପତ୍ତି ନେଇଥାଉ, ତାହା ଆମ ଜୀବନର ଦିଗ ପରିବର୍ତ୍ତନ କରିଦିଏ । ଏଥିପାଇଁ ଆପଣ ସର୍ବଦା ବୁଝିସୁଝି ନିଷ୍ପତ୍ତି ନିଅନ୍ତୁ । ଆଜି ଆମେ ଲେଖା ମାଧ୍ୟମରେ ଆମେ ଆପଣଙ୍କୁ ଆଚାର୍ଯ୍ୟ ଚାଣକ୍ୟଙ୍କ କିଛି ନୀତି ବିଷୟରେ କହିବାକୁ ଯାଉଛୁ । ଯାହା ଅନୁସାରେ ଆଚାର୍ଯ୍ୟ ଚାଣକ୍ୟ ବ୍ୟକ୍ତିମାନଙ୍କୁ କିଛି ଏପରି ସ୍ଥିତି ବିଷୟରେ କହିଛନ୍ତି । ଯାହାଠାରୁ ଦୂରେଇ ରହିବା ଉଚିତ୍ ।

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ, ସ୍ଵାମୀମାନେ କେବେହେଲେ ନିଜ ସ୍ତ୍ରୀ ଉପରେ ପୁରାପୁରି ନିର୍ଭର କରିବା ଉଚିତ ନୁହେଁ । ଯେଉଁ ଲୋକମାନେ ପୁରାପୁରି ନିଜ ସ୍ତ୍ରୀ ଉପରେ ନିର୍ଭରଶୀଳ ରୁହନ୍ତି ତାଙ୍କ ଜୀବନ ଧ୍ୱଂସ ଦିଗକୁ ଗତି କରିବାକୁ ଲାଗେ । ଜୀବନରେ ସେହି ଲୋକମାନେ ସଫଳ ହୁଅନ୍ତି, ଯେଉଁମାନେ ଅନ୍ୟଙ୍କ ଉପରେ ନିର୍ଭର ହୁଅନ୍ତି ନାହିଁ । ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ, ଯଦି କୌଣସି ପୁରୁଷ ଅନ୍ୟ କାହା ଉପରେ ନିର୍ଭର ହୋଇଥାଏ ତେବେ ତାର ଜୀବନ ନର୍କରେ ପରିଣତ ହୋଇଯାଏ । ତାହାର ନିଜର ସ୍ଵାଧୀନତା ନଥାଏ ଏବଂ ଭାବିବା ଓ ଚିନ୍ତା କରିବା ଶକ୍ତି ଶେଷ ହୋଇଯାଏ ।

ଯେଉଁ ଲୋକମାନେ ସ୍ତ୍ରୀ ମାନଙ୍କୁ ଅତ୍ୟାଚାର କରନ୍ତି, ତାଙ୍କ ଜୀବନ ମଧ୍ୟ ନର୍କ ସମାନ ହୋଇଯାଏ । ଜୀବନରେ ସର୍ବଦା ନାରୀଙ୍କୁ ସମ୍ମାନ ପ୍ରଦାନ କରନ୍ତୁ । କେବେହେଲେ ନିଜ ସ୍ତ୍ରୀକୁ ଅପମାନିତ କରନ୍ତୁ ନାହିଁ । ସ୍ତ୍ରୀକୁ ଅପମାନିତ କଲେ ଘରକୁ ଅଶାନ୍ତି ରହିଥାଏ ଏବଂ ଘରେ କେବଳ ଦୁଃଖର ବାସ ହୁଏ । ଏଥିପାଇଁ ବ୍ୟକ୍ତିକୁ ସର୍ବଦା ସ୍ତ୍ରୀର ସମ୍ମାନ କରିବା ଉଚିତ ।

ଯେଉଁ ବ୍ୟକ୍ତିମାନେ ଟଙ୍କାକୁ ନ ବୁଝିସୁଝି ଖର୍ଚ୍ଚ କରନ୍ତି ଏବଂ ଯାହାଙ୍କୁ ଧନର ମହତ୍ତ୍ୱ ଜଣାନଥାଏ । ଏପରି ଲୋକଙ୍କ ଜୀବନ ମଧ୍ୟ ନର୍କ ଭଳି ହୋଇଯାଏ । ଏପରି ଯଦି କୌଣସି ପୁରୁଷର ଅର୍ଜିତ ଧନ ଆଉ କାହା ହାତକୁ ଚାଲିଯାଏ ତେବେ ତା ଜୀବନରେ କେବଳ ସମସ୍ୟା ଉତ୍ପନ୍ନ ହୁଏ ।

ଯେଉଁ ଲୋକଙ୍କ ମନରେ ପାପ ଥାଏ ଏବଂ ଯେଉଁ ଲୋକମାନେ ଅନ୍ୟ ବିଷୟରେ ନିଜ ମନରେ କୁଚିନ୍ତା ରଖନ୍ତି । ତାଙ୍କ ଜୀବନରେ ମଧ୍ୟ ସର୍ବଦା ସୁଖ ରହେ । ଏପରି ଲୋକଙ୍କ ମନ କଟୁତାରେ ପରିପୂର୍ଣ୍ଣ ହୋଇଯାଏ । ଏହି ଲୋକମାନେ କେବଳ ଖରାପ କଥା ଚିନ୍ତା କରନ୍ତି ଏବଂ ନିଜେ ଦୁଶ୍ଚିନ୍ତାରେ ଘେରି ଯାଆନ୍ତି ।

Leave a Reply

Your email address will not be published. Required fields are marked *