କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି :  ଆସନ୍ତା ୩ ଦିନ ମଧ୍ୟରେ ପ୍ରତି ରାଜ୍ୟକୁ ପ୍ରାୟ ୫୮ ଲକ୍ଷ ଡୋଜ ଟିକା ଯୋଗାଇ ଦିଆଯିବ ।

କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି : ଆସନ୍ତା ୩ ଦିନ ମଧ୍ୟରେ ପ୍ରତି ରାଜ୍ୟକୁ ପ୍ରାୟ ୫୮ ଲକ୍ଷ ଡୋଜ ଟିକା ଯୋଗାଇ ଦିଆଯିବ ।

ନୂଆଦିଲ୍ଲୀ : ୧୮ ବର୍ଷରୁ ଉର୍ଦ୍ଧ୍ଵ ନାଗରିକଙ୍କ ମାନଙ୍କ ପାଇଁ ଟିକକରଣ ନିମନ୍ତେ Online Registration ଗତ April ୨୮ରେ ଆରମ୍ଭ ହୋଇଯିଥିଲେ ସୁଦ୍ଧା ସେଥିରେ ସ୍ଲଟ ବୁକିଙ୍ଗ ଅର୍ଥାତ Schedule ଆସୁନାହିଁ । ଏନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମରୁଛି । ବାସ୍ତବ କଣ ଟୀକା ପର୍ଯ୍ୟାପ୍ତ ପରିମାଣର ଉପଲବ୍ଧି ନାହିଁ କି ? ନା ସାଧାରଣ ଜନତାଙ୍କୁ ବୋକା ବନାଉଛି ସରକାର ? ଟିକା ଅଭାବ ନେଇ ବିଭିନ୍ନ ରାଜ୍ୟ କେନ୍ଦ୍ର ନିକଟରେ ଅଭିଯୋଗ କରୁଥିବାବେଳେ ଆଜି କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆଜି କୁହାଯାଇଛି ଯେ ରାଜ୍ୟମାନଙ୍କ ପାଖରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୭୮ ଲକ୍ଷ ଡୋଜ୍ ଟିକା ରହିଛି । ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟମାନଙ୍କୁ ପ୍ରାୟ ୫୮ ଲକ୍ଷ ଡୋଜ ଟିକା ଯୋଗାଇ ଦିଆଯିବ ।

କେତେକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା ଯେ, ଟିକା ଯୋଗାଣ ପାଇଁ କେନ୍ଦ୍ର ସରକାର କୌଣସି ନୂଆ ଅର୍ଡର ଦେଇ ନାହାନ୍ତି । ଏହି ଖବରକୁ ଖଣ୍ଡନ କରି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ମେ, ଜୁନ ଓ ଜୁଲାଇ ମାସରେ ହେବାକୁ ଥିବା ଟିକାକରଣ ପାଇଁ ସେରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକକୁ ୧୦୦ ପ୍ରତିଶତ ଅଗ୍ରୀମ ଅର୍ଥ ପ୍ରଦାନ କରାଯାଇଛି । ପ୍ରାୟ ୧୧ କୋଟି ଡୋଜ ପାଇଁ ସେରମ ଇନଷ୍ଟିଚ୍ୟୁଟକୁ ୧୭୩୨.୫୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ସେହିପରି ୧୦ କୋଟି ଡୋଜ ପାଇଁ ଭାରତ ବାୟୋଟେକକୁ ପୂର୍ବରୁ ଅର୍ଡର ଦିଆଯାଇଥିବାବେଳେ ୩ ମେ ସୁଦ୍ଧା ପ୍ରାୟ ୮୮ ଲକ୍ଷ ଡୋଜ କୋଭାକ୍ସିନ ମିଳିଛି ।

ମନ୍ତ୍ରାଳୟ ପକ୍ଷରୁ ଆହୁରିମଧ୍ୟ କୁହାଯାଇଛି ଯେ ଏପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟ ସରକାରମାନଙ୍କୁ ପ୍ରାୟ ୧୬ କୋଟି ୫୪ ଲକ୍ଷ ଡୋଜ ଟିକା ମାଗଣାରେ ଦିଆଯାଇଛି । ତା ମଧ୍ୟରୁ ୭୮ ଲକ୍ଷ ଏବେ ବି ରାଜ୍ୟ ସରକାରମାନଙ୍କ ପାଖରେ ରହିଛି ।

ବି.ଦ୍ର : ମହାମାରୀ କରୋନାକୁ ସଚେତନ ରୁହନ୍ତୁ । ସର୍ବଦା ମାସ୍କ ପରିଧାନ କରନ୍ତୁ ଏବଂ ସନିଟାଇଜର ବ୍ୟବହାର କରନ୍ତୁ । ନିଜ ସୁରକ୍ଷିତ ରହିଲେ ପରିବାରକୁ ସୁରକ୍ଷିତ କରିପାରିବେ ।

Leave a Reply

Your email address will not be published. Required fields are marked *