ଅବିକା ଗୌର ପରଦାରେ ନିଜ ଅଭିନୟ ବଳରେ ଯେତିକି ପରିଚିତ ସେତିକି ନିଜ ଲଭ୍ ଲାଇଫକୁ ନେଇ ମଧ୍ୟ ଚର୍ଚ୍ଚାରେ ରୁହଁନ୍ତି ।
ଟିଭି ଜଗତର ସବୁଠାରୁ ଛୋଟ ବୋହୂ ଅବିକା ଗୌର ୩୦ ଜୁନରେ ନିଜର ୨୩ ତମ ଜନ୍ମଦିନ ପାଳନ କରିଛନ୍ତି । ଅବିକା ବିଳମ୍ବିତ ରାତିରେ ନିଜ ପରିବାର ଓ ବନ୍ଧୁମାନଙ୍କ ସହ ନିଜ ଘରେ ନିଜର ଜନ୍ମଦିନ ପାଳନ କରିଥିଲେ । ତାଙ୍କର ଏହି ଜନ୍ମ ଦିନର ଫୋଟଗୁଡ଼ିକ ସୋସିଆଲ ମିଡ଼ିଆରେ ସେୟାର କରାଯାଇଛି । ଜଣାଇ ଦେଉଛୁ ଯେ, ଅବିକାଙ୍କ ଜନ୍ମ ୩୦ ଜୁନ୍ ୧୯୯୭ ମସିହାରେ ହୋଇଥିଲା । କେବଳ ୧୨ ବର୍ଷ ବୟସରେ ତାଙ୍କୁ ‘ବାଳିକା ବଧୂ’ ଧାରାବାହିକରେ ଅଭିନୟ କରିବା ପାଇଁ ସୁଯୋଗ ମିଳିଥିଲା । ଏହି ଧାରାବାହିକରେ ଛୋଟ ପରଦାର ସବୁଠାରୁ ଛୋଟ ବୋହୂର ଚରିତ୍ରରେ ଅଭିନୟ କରି ଅବିକା ଘରେ ଘରେ ପରିଚିତ ହୋଇଗଲେ । ତାଙ୍କର ଜନ୍ମଦିନ ଅବସରରେ ତାଙ୍କ ସହ ଜଡ଼ିତ କିଛି କଥା ବିଷୟରେ ଆଲୋଚନା କରିବା ।

୧୩ ବର୍ଷ ବୟସରେ ହୋଇଯାଇଥିଲେ ବୋହୂ :
ଟିଭି ଜଗତର ଶିଶୁ କଳାକାର ରୂପେ ଅନେକ ଶିଶୁ ଅଭିନୟ କରିଥିଲେ କିନ୍ତୁ ଯେପରି ସଫଳତା ଅବିକା ଗୌରଙ୍କୁ ମିଳିଲା ତାହା ବୋଧହୁଏ ଆଉ କାହାକୁ ମିଳିନଥିବ । କଳର୍ସ ଧାରାବାହିକ ‘ବାଳିକା ବଧୂ’ ବାଲ୍ୟ ବିବାହ ଉପରେ ଆଧାରିତ ଶୋ’ ଥିଲା । ଏହି ଧାରାବାହିକରେ ୧୨-୧୩ ବୟସରେ ଅବିକା ଏପରି ଏକ ଝିଅର ଚରିତ୍ରରେ ନଜର ଆସିଥିଲେ ଯାହାକୁ ବାଲ୍ୟ କାଳରେ ହିଁ ବିବାହ କରି ଦିଆଯାଇଥିଲା । ଏହି ଧାରାବାହିକରେ ଛୋଟ ଆନନ୍ଦୀଙ୍କ ଚରିତ୍ରକୁ ଅବିକା ଏତେ ସରଳତାର ସହ ପ୍ରଦର୍ଶନ କରିଥିଲେ ଯାହାକୁ ଆଜି ମଧ୍ୟ ଲୋକେ ମନେ ରଖିଛନ୍ତି ଓ ତା’ସହିତ ଜଡ଼ିତ ଅଛନ୍ତି ।

ବାଳିକା ବଧୂରେ ତିନି ବର୍ଷ କାମ କରିବା ପରେ ତାଙ୍କୁ ଶୋ’ ଛାଡିବାକୁ ପଡ଼ିଲା । ଏହା ପରେ ଶୋ’ରେ ବଡ଼ ଆନନ୍ଦୀଙ୍କ ଚରିତ୍ରକୁ ଦର୍ଶାଯିବାର ଥିଲା, ତେଣୁ ଏଥିପାଇଁ ପ୍ରତ୍ୟୁଷା ବାନାର୍ଜୀଙ୍କୁ ଚୟନ କରାଗଲା । ଅନ୍ୟପକ୍ଷରେ ଏକ ଛୋଟ ସୁଯୋଗ ପରେ ଅବିକା ଶୋ’ ‘ସସୁରାଲ ସିମର କା’ରେ କାମ କରିବାକୁ ଲାଗିଲେ । ଏହି ଧାରାବାହିକରେ ସେ ସିମରର ଛୋଟ ଭଉଣୀ ରୋଲିଙ୍କ ଚରିତ୍ରରେ ନଜର ଆସିଥିଲେ । ଯଦିଓ ଧାରାବାହିକରେ ଏପରି କିଛି ପରିବର୍ତ୍ତନ ହେଲା ଓ ପୁଣିଥରେ ଅବିକାଙ୍କୁ ବୋହୂ ଚରିତ୍ରରେ ଅଭିନୟ କରିବାକୁ ପଡ଼ିଲା ଓ ସେହି ସମୟରେ ତାଙ୍କ ବୟସ ମାତ୍ର ୧୬ ବର୍ଷ ଥିଲା ।

ମନୀଷ ରାୟସିଙ୍ଘାନୀୟା ସହ ଅଫେୟାରର ଖବର ଆସୁଥିଲା :

“ସସୁରାଲ ସିମର କା” ଶୋ’ ସମୟରେ ତାଙ୍କ ସହ-କଳାକାର ମନୀଷ ରାୟସିଙ୍ଘାନିୟାଙ୍କ ସହିତ ତାଙ୍କ ଅଫେୟାରର ଖବର ଆସିବାକୁ ଲାଗିଲା । ମନୀଷ ଅବିକାଙ୍କ ଠାରୁ ୧୮ ବର୍ଷ ବଡ଼ ଅଟନ୍ତି ଏବଂ ଶୋ’ରେ ଏହା ଭଲ ଭାବରେ ନଜର ଆସୁଥିଲା । ଯଦିଓ ରିଲ୍ ଲାଇଫ୍ ବ୍ୟତୀତ ବାସ୍ତବ ଜୀବନରେ ମଧ୍ୟ ଦୁହେଁ ଏକାଠି ନଜର ଆସୁଥିଲେ । କନ୍ସ ଫିଲ୍ମ ଫେଷ୍ଟିବଲରେ ଯେତେବେଳେ ମନୀଷ ଓ ଅବିକା ଏକା ସାଙ୍ଗରେ ନଜର ଆସିଲେ, ତେବେ ତାଙ୍କ ଅଫେୟାର ଖବର ଆହୁରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଗଲା ।


ମନୀଷ ଓ ଅବିକା ପରସ୍ପର ସହିତ ନିଜର ଫଟୋ ଗୁଡ଼ିକ ସୋସିଆଲ ମିଡ଼ିଆରେ ସେୟାର କରନ୍ତି । ଯଦିଓ ସ୍ପଷ୍ଟ ଭାବରେ ଦୁହେଁ କେବେ ମଧ୍ୟ ନିଜ ସମ୍ପର୍କକୁ ସ୍ୱୀକାର କରି ନାହାଁନ୍ତି । ସେମାନେ ପରସ୍ପରକୁ ସର୍ବଦା ଏକ ଭଲ ବନ୍ଧୁ ବୋଲି କୁହଁନ୍ତି । ବର୍ତ୍ତମାନ ମନୀଷ ରାୟସିଙ୍ଘାନିୟା ଅବିକାଙ୍କ ଜନ୍ମଦିନ ଅବସରରେ ସଙ୍ଗୀତା ଚୌହାନଙ୍କ ସହିତ ବିବାହ କରୁଛନ୍ତି । ତାଙ୍କର ଏହି ବିବାହରେ ଅବିକା ମଧ୍ୟ ସାମିଲ ହେବେ । ଅବିକା ନିଜ ବନ୍ଧୁଙ୍କ ବିବାହରେ ଅତ୍ୟନ୍ତ ଖୁସି ମଧ୍ୟ ଅଛନ୍ତି ।

ଯଦି ତାଙ୍କ ବ୍ୟକ୍ତିଗତ ଜୀବନକୁ ବାଦ୍ ଦେଇ, ତାଙ୍କ କାର୍ଯ୍ୟ ବିଷୟରେ ଆଲୋଚନା କରିବା ତେବେ ଆନନ୍ଦୀ ଫେମ୍ ଅବିକାଙ୍କୁ ଅଭିନୟ କରିବା ବହୁତ ପସନ୍ଦ । ଏହା ବ୍ୟତୀତ ସଙ୍ଗୀତ, ନୃତ୍ୟ ଓ ଫଟୋଗ୍ରାଫିରରେ ମଧ୍ୟ ତାଙ୍କର ରୁଚି ରହିଛି । ଅବିକା ଖୁବ କମ୍ ବୟସରେ ଅନେକଗୁଡ଼ିଏ ପୁରସ୍କାର ଲାଭ କରିଛନ୍ତି । ଏତିକି ନୁହେଁ ଅବିକା ଏକମାତ୍ର ଟିଭି ଅଭିନେତ୍ରୀ ଅଟନ୍ତି ଯିଏକି ଭିଏତନାମରେ “ଫେସ୍ ଅଫ୍ ଦ ଇୟର୍” ପୁରସ୍କାର ଲାଭ କରିଛନ୍ତି । ଟିଭି ଶୋ’ ବ୍ୟତୀତ ଅବିକା କିଛି ଚଳଚ୍ଚିତ୍ରରେ ମଧ୍ୟ ନଜର ଆସିଛନ୍ତି; ଯେଉଁଥିରେ ମରନିଂ ବର୍କ, କେୟାର ଅଫ୍ ଫୁଟପାଥ୍-୨ ଓ ମାଞ୍ଝା ଭଳି ଚଳଚ୍ଚିତ୍ର ସାମିଲ ରହିଛି ।