ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଆରତୀ ସିଂ, ଅଙ୍କିତା ଲଖଣ୍ଡେଙ୍କ ସହ କଥା ହୋଇଥିଲେ, ତାଙ୍କ ଅବସ୍ଥା କେମିତି ଅଛି ତାହା କହିଥିଲେ…

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଆରତୀ ସିଂ, ଅଙ୍କିତା ଲଖଣ୍ଡେଙ୍କ ସହ କଥା ହୋଇଥିଲେ, ତାଙ୍କ ଅବସ୍ଥା କେମିତି ଅଛି ତାହା କହିଥିଲେ…

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ତାଙ୍କ ପରିବାର ବନ୍ଧୁ ଏବଂ ପ୍ରସଂଶକଙ୍କୁ ଏକ ବଡ ଝଟକା ଲାଗିଛ । ଅଭିନେତାଙ୍କ ମୃତ୍ୟୁର ଏତେ ଦିନ ପରେ ମଧ୍ୟ ସମସ୍ତେ ତାଙ୍କୁ ବହୁତ ଝୁରୁଛନ୍ତି । ଆପଣଙ୍କୁ ଜଣାଇ ଦେଉଛୁ ଯେ ସୁଶାନ୍ତଙ୍କ ମୃତ୍ୟୁରେ ତାଙ୍କର ପୂର୍ବତନ ପ୍ରେମିକା ଅଙ୍କିତା ଲଖଣ୍ଡେ ମଧ୍ୟ ଭାଙ୍ଗି ପଡିଛନ୍ତି । ସେ ସୁଶାନ୍ତଙ୍କ ପରିବାରଙ୍କ ସହ ଭେଟିବାକୁ ମଧ୍ୟ ଯାଇଥିଲେ । ଅଙ୍କିତା ଏପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ କିଛି କହିନାହାନ୍ତି । ଯଦିଓ ତାଙ୍କ ବନ୍ଧୁମାନେ କହିଛନ୍ତି ଯେ, ସୁଶାନ୍ତଙ୍କ ମୃତ୍ୟୁ ପରେ ଅଙ୍କିତାଙ୍କ ଅବସ୍ଥା କିଛି ଭଲ ନାହିଁ ।

Google

ବର୍ତ୍ତମାନ ଆରତୀ ସିଂ କହିଛନ୍ତି ଯେ, ସେ ଅଙ୍କିତାଙ୍କ ସହ କଥା ହୋଇଥିଲେ । ଆରତୀ ଟାଇମ୍ସ ଅଫ୍ ଇଣ୍ଡିଆକୁ କହିଛନ୍ତି ଯେ, ସୁଶାନ୍ତଙ୍କ ମୃତ୍ୟୁ ପରେ ସେ ଅଙ୍କିତାଙ୍କ ସହ କଥା ହୋଇଥିଲେ, ସେ ଭଲ ଅଛନ୍ତି କି ନାହିଁ ତାହା ଜାଣିବା ପାଇଁ । ଆରତୀ କହିଛନ୍ତି ଯେ, ଅଙ୍କିତାଙ୍କ ମାଧ୍ୟମରେ ହିଁ ମୁଁ ସୁଶାନ୍ତଙ୍କୁ ଜାଣିଥିଲି । ସେ ବହୁତ ଭଲ ପିଲା ଏବଂ ବହୁତ ପ୍ରେରଣାଦାୟକ ଥିଲେ । ମୁଁ ଅଙ୍କିତାଙ୍କ ସହ କଥା ହୋଇ ପଚାରି ବୁଝିଥିଲି ଯେ, ସେ ଭଲ ଅଛନ୍ତି କି ନାହିଁ ? ଅଙ୍କିତାଙ୍କୁ ବର୍ତ୍ତମାନ କିଛି ସମୟ ଦରକାର ଏବଂ ମୁଁ ମଧ୍ୟ ତାଙ୍କୁ ଏକାକୀ ରହିବାକୁ କହିଲି ।

ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଚଳଚ୍ଚିତ୍ର ‘ଦିଲ୍ ବେଚାରା’ର ଟ୍ରେଲର ଦେଖିବା ପରେ ପ୍ରସଂଶକମାନେ ଭାବପ୍ରବଣ ହୋଇଗଲେ । କହିଲେ- “ତୁମର ହସକୁ କେବେ ଭୂଲି ପାରିବୁ ନାହିଁ” । ନିଜ ବିବୃତି ରେକର୍ଡ କରିବା ପାଇଁ ସଞ୍ଜୟ ଲୀଲା ଭଂଶାଳୀ ବାନ୍ଦ୍ରା ପୋଲିସ ଷ୍ଟେସନ ପହଞ୍ଚିଲେ ।

Google

ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସ ତଦନ୍ତ ଜାରି ରଖିଛି । ଏହି ପରିସ୍ଥିତିରେ ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଲୀଲା ଭଂଶାଳୀ ତାଙ୍କର ବିବୃତି ଦେବା ପାଇଁ ଜୁଲାଇ ୬ରେ ବାନ୍ଦ୍ରା ପୋଲିସ ଷ୍ଟେସନ ଯାଇଥିଲେ । ପୋଲିସ ଷ୍ଟେସନ ଭିତରକୁ ଯାଉଥିବା ନିର୍ଦ୍ଦେଶକଙ୍କ କିଛି ଫୋଟ ସାମ୍ନାକୁ ଆସିଛି, ଯେଉଁଠି ସେ ମାସ୍କ ପିନ୍ଧିଥିବା ଦେଖାଯାଇଛନ୍ତି ।

ପୋଲିସ ଡେପୁଟି କମିଶନର୍ ଅଭିଷେକ ତ୍ରିମୁଖେ କହିଛନ୍ତି ଯେ, ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପ୍ରସଙ୍ଗରେ ଆମେ ସଞ୍ଜୟ ଲୀଲା ଭଂଶାଳୀଙ୍କୁ ବିବୃତି ଦେବା ପାଇଁ ଡାକିଥିଲୁ । ଖବର ଅନୁଯାୟୀ, ଏହି ଘଟଣାରେ ନିର୍ଦ୍ଦେଶକ ସଞ୍ଜୟଙ୍କ ନାମ ସାମ୍ନାକୁ ଆସିଥିଲା, ଯେତେବେଳେ ଚଳଚ୍ଚିତ୍ର ସମାଲୋଚକ ସୁଭାଷ କେ. ଝା କହିଥିଲେ ଯେ ସୁଶାନ୍ତଙ୍କୁ ସଞ୍ଜୟ ତିନୋଟି ଚଳଚ୍ଚିତ୍ର ଅଫର୍ କରିଥିଲେ ଯେଉଁଥିରେ ‘ବାଜିରାଓ ମସ୍ତାନୀ’, ‘ଗୋଲିୟୋଂ କି ରାସଲୀଳା ରାମଲୀଳା’ ଏବଂ ‘ପଦ୍ମାବତ’ ଅନ୍ତର୍ଭୁକ୍ତ ଥିଲା । ଏହି କାରଣରୁ ତାଙ୍କୁ ପଚରାଉଚରା ପାଇଁ ପୋଲିସ ଷ୍ଟେସନକୁ ଡକାଯାଇଥିଲା ।

Leave a Reply

Your email address will not be published. Required fields are marked *