ପରିସ୍ରା କରିବା ସମୟରେ ଆପଣ ମଧ୍ୟ ଏହିପରି ଭୁଲ୍ କରୁଛନ୍ତି କି ?

ପରିସ୍ରା କରିବା ସମୟରେ ଆପଣ ମଧ୍ୟ ଏହିପରି ଭୁଲ୍ କରୁଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ ॥

ବ୍ୟସ୍ତମୟ ଜୀବନରେ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ କାର୍ଯ୍ୟକୁ ନେଇ ବ୍ୟସ୍ତତା ରୁହନ୍ତି । ଏତେ ବ୍ୟସ୍ତତା ରୁହନ୍ତି ଯେ, ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ମଧ୍ୟ ଧ୍ୟାନ ରଖିବାକୁ ସମୟ ମିଳିନଥାଏ । ଏହିପରି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ନିଜର ଅସାବଧାନତା ଯୋଗୁଁ ଅଧିକାଂଶ ସମୟରେ ଅନେକ ଅସୁବିଧାକୁ ନିମନ୍ତ୍ରଣ କରିଥାନ୍ତି । ଆଜିର ଏହି ଆନୁଛେଦଟି ଠିକ ଏହିପରି ହିଁ କିଛି ଜାଣିବା ! ଅଧିକାଂଶ ଲୋକମାନେ ପରିସ୍ରା କରିବା ସମୟରେ କେତେକ କଥାକୁ ଅଣଦେଖା କରନ୍ତି । ଯାହାର ପରିଣାମ ସ୍ୱରୂପ ସେହି ଲୋକମାନଙ୍କ ସହ ଅନ୍ୟ ଲୋକମାନେ ମଧ୍ୟ ଅନେକ ପ୍ରକାର ରୋଗରେ ଆକ୍ରାନ୍ତ ହେବାର ଯଥେଷ୍ଟ ସମ୍ଭାବନା ଦେଖାଯାଇଥାଏ । କାରଣ ଏଥିପ୍ରତି ସଚେତନତା ନ ହେଲେ ଆଗାମୀ ଦିନରେ ବହୁତ ଅନୁତାପ କରିବାକୁ ପଡ଼ିଥାଏ । ପରିସ୍ରା କରିବା ସମୟରେ କେତେକ କଥାକୁ ଅଣଦେଖା କରିଲେ ଆମ୍ଭମାନଙ୍କ ସହ ନିକଟରେ ରହୁଥିବା ବ୍ୟକ୍ତିମାନେ ଅନେକ ପ୍ରକାର ରୋଗର ଶିକାର ହୋଇପାରନ୍ତି । କାରଣ ମୁତ୍ର ଦ୍ୱାରା ଯେଉଁ ଜୀବାଣୁ ବାହାରେ ତାହା ସୁସ୍ଥ ମନୁଷ୍ୟର ଶରୀର ଭିତରକୁ ପ୍ରବେଶ କରେ ଓ ମନୁଷ୍ୟ ଜୀବନକୁ ନର୍କ କରିଦିଏ । ତେଣୁ ସତର୍କ ହୋଇ ରହିଲେ ଅନେକ ରୋଗ ଠାରୁ ଦୂରେଇ ରହିପାରିବା ।

ପରିସ୍ରା କରିବା ସମୟରେ କେଉଁ ବିଷୟ ପ୍ରତି ଧ୍ୟାନ ଦେବା ଉଚିତ ଆସନ୍ତୁ ଜାଣିବା :

୧) ପରିସ୍ରାକୁ ଅଟକାଇ ରଖିବା ଅନୁଚିତ । ଅଧିକାଂଶ ଲୋକମାନେ ପରିସ୍ରାକୁ ଅଧିକ ସମୟ ପର୍ଯ୍ୟନ୍ତ ଅଟକାଇ ରଖନ୍ତି । ଏହିପରି କରିବା ଦ୍ଵାରା ଶରୀର ଉପରେ କୁପ୍ରଭାବ ପଡିଥାଏ । ଯେଉଁ ଲୋକମାନେ ଏହିପରି କରନ୍ତି; ସେମାନଙ୍କ ବୃକକ ବା କିଡନୀ ଉପରେ କୁପ୍ରଭାବ ପଡିଥାଏ ଅର୍ଥାତ ବୃକକ ଖରାପ ହେବାର ଯଥେଷ୍ଟ ସମ୍ଭାବନ ରହିଥାଏ । ତେଣୁ ପରିସ୍ରାକୁ ବେଶୀ ସମୟ ପର୍ଯ୍ୟନ୍ତ ଅଟକାଇ ରଖିବା ଆଦୌ ଉଚିତ ନୁହେଁ ।

୨) ଯଦି କୌଣସି Tour ବା ଭ୍ରମଣରେ ଯାଉଛନ୍ତି, ତେବେ କୌଣସି ଶୌଚଳାୟକୁ ବ୍ୟବହାର କରିବା ପୂର୍ବରୁ ସେହି ଶୌଚାଳାୟର ପରିଷ୍କାର ବିଷୟରେ ଧ୍ୟାନ ଦେବା ଉଚିତ । ଯଦି ସେଠାରେ ପରିଷ୍କାର ନ ଥାଏ, ତେବେ ଆପଣଙ୍କୁ infection ହେବାର ସମ୍ଭାବନା ବଢିଯାଏ ।

୩) ଯେଉଁମାନେ ବାଥ୍ ରୁମ୍ ବ୍ୟବହାର କରୁଛନ୍ତି; ତାହାକୁ ସବୁବେଳେ ପରିଷ୍କାର ରଖନ୍ତୁ ।

୪) ବେଳେବେଳେ ପରିସ୍ରା କରିବା ପରେ ଦୁର୍ଗନ୍ଧ ହେଇଥାଏ । ଯାହାକୁ ଲୋକମାନେ ଅଣଦେଖା କରି ଦିଅନ୍ତି । infection ହେଇଥିଲେ ପରିସ୍ରା କରିବା ପରେ ଦୁର୍ଗନ୍ଧ ହେଇଥାଏ ।

ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ଏବଂ ନିଜକୁ ସୁସ୍ଥ ରଖନ୍ତୁ । ଆଶା କରୁଛୁ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଏହି ଅନୁଛେଦଟି ଭଲ ଲାଗିଲେ ଗୋଟିଏ Like କରନ୍ତୁ ଓ ନିଜ ବନ୍ଧୁ ଓ ପରିବାରଗର୍ବଙ୍କ ମଧ୍ୟରେ ଶେୟାର କରି ଜାଣନ୍ତୁ ।

Be the first to comment

Leave a Reply

Your email address will not be published.


*