ସମସ୍ତ ସୋସିଆଲ୍ ମିଡ଼ିଆ ଆକାଉଣ୍ଟକୁ ବନ୍ଦ କଲେ ଆମୀର ଖାଁ ! ସାମ୍ନାକୁ ଆସିଲା ଏକ ବଡ଼ କାରଣ…

ସମସ୍ତ ସୋସିଆଲ୍ ମିଡ଼ିଆ ଆକାଉଣ୍ଟକୁ ବନ୍ଦ କଲେ ଆମୀର ଖାଁ ! ସାମ୍ନାକୁ ଆସିଲା ଏକ ବଡ଼ କାରଣ…

ବଲିଉଡ଼ରେ ମିଷ୍ଟର୍ ପରଫେକ୍ସନିଷ୍ଟ ନାମରେ ଜଣାଶୁଣା ଅଭିନେତା ଆମୀର ଖାଁ ନିକଟରେ ନିଜର ୫୬ତମ ଜନ୍ମଦିନ ପାଳନ କଲେ । ଏହାପରେ ଆମୀର ଖାଁ ଠିକ୍ ଦିନେ ପରେ ଜନ୍ମଦିନ ଶୁଭେଚ୍ଛା ଗୁଡିକୁ ଧନ୍ୟବାଦ ଜଣାଇ ନିଜ ଫ୍ୟାନ୍ସମାନଙ୍କୁ ଏକ ବଡ଼ ଝଟକା ଦେଇଦେଲେ । ଆମୀର୧୫ ମାର୍ଚ୍ଚକୁ ଏକ ବଡ଼ ଘୋଷଣା କରି କହିଲେ ଯେ ସୋସିଆଲ୍ ମିଡ଼ିଆ ଅର୍ଥାତ ଟ୍ୱିଟର ଓ ଇଂଷ୍ଟାଗ୍ରାମ୍ ଛାଡ଼ି ଦେଉଛି । ଏହାର ସୂଚନା ମଧ୍ୟ ନିଜେ ଆମୀର୍ ସୋସିଆଲ୍ ମିଡ଼ିଆ ପୋଷ୍ଟ ଜରିଆରେ ଦେଇଛନ୍ତି ।

ଆମୀରଙ୍କ ହଠାତ୍ ନେଇଥିବା ଏହି ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଦେଇଛି । ଆମୀର କହିଛନ୍ତି ଯେ ସେ ତାଙ୍କ ଫ୍ୟାନ୍ସମାନଙ୍କ ସହ ସେହିପରି ବାର୍ତ୍ତାଳାପ କରିବେ ଯେପରି ଆଗରୁ କରୁଥିଲେ । ଖବର ଅନୁଯାୟୀ ଆମୀର୍ ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବେ ନିଜ କାର୍ଯ୍ୟ ଉପରେ ଲକ୍ଷ୍ୟ ରଖିବା ପାଇଁ କରିଛନ୍ତି । ଏହାପରେ ଆମୀର୍ ଖାଁ ନିଜର ଆଉ ଏକ ପୋଷ୍ଟରେ ଲେଖିଛନ୍ତି ଯେ, ବନ୍ଧୁଗଣ ମୋ ଜନ୍ମଦିନ ଅବସରରେ ଏତେ ଭଲପାଇବା ଓ ଶୁଭକାମନା ଦେଇଥିବା ଯୋଗୁଁ ଆପଣ ମାନଙ୍କୁ ହୃଦୟରୁ ଧନ୍ୟବାଦ । ଏହାବ୍ୟତୀତ ଆଉ ଏକ ଖବର ଦେବାକୁ ଚାହୁଁଛୁ ଯେ ଏହା ସୋସିଆଲ୍ ମିଡିଆରେ ମୋର ଶେଷ ପୋଷ୍ଟ ଅଟେ । ସେମିତିରେ ମଧ୍ୟ ମୁଁ ଏହି ମାଧ୍ୟମରେ ଅଧିକ ସକ୍ରିୟ ରୁହେ, ସେଥିପାଇଁ ମୁଁ ଏଥିରୁ ଦୂରେଇ ଯିବା ପାଇଁ ନିଷ୍ପତ୍ତି ନେଇଛି ।

ଆମୀର ଆଗକୁ ଲେଖିଛନ୍ତି ଯେ ଆମେ ସେପରି କଥାବାର୍ତ୍ତା କରିବୁ ଯେଭଳି ଆଗରୁ କରୁଥିଲୁ । ସେ ଆଗକୁ ଲେଖିଛନ୍ତି ଯେ, ଏଥିସହିତ ଏକେପି ଆମୀର ଖାଁ ପ୍ରଡକ୍ସନ୍ ନିଜର ଅଫିସିଆଲ୍ ଚ୍ୟାନେଲ୍ ତିଆରି କରିଛନ୍ତି, ସେତେବେଳେ ନିକଟ ଭବିଷ୍ୟତରେ ମୋର ଚଳଚ୍ଚିତ୍ର ଗୁଡ଼ିକରେ ଅପଡେଟ୍ ଆପଣଙ୍କୁ ସେହି ହେଲେଣ୍ଡ @akppl_officialରୁ ମିଳିବ । ଅନେକ ଭଲପାଇବା । ଜଣାଇଦେଉଛୁ ଯେ ଆମୀର ଚାରି ବର୍ଷ ଭିତରେ ସୋସିଆଲ୍ ମିଡ଼ିଆକୁ ବିଦାୟ କହି ଦେଇଛନ୍ତି ।

ଏହାପରେ ତାଙ୍କ ଫ୍ୟାନ୍ସମାନଙ୍କୁ ଏକ ଝଟକା ଲାଗିଛି । ତାଙ୍କର ଏକ ଫ୍ୟାନ୍ ଲେଖିଛନ୍ତି, ଆମେ ଆପଣଙ୍କୁ ସମସ୍ତ ପ୍ରକାର ଅପଟେଡ୍ ଚାହୁଁଛୁ ଆଉ କାହାକୁ ନୁହେଁ । ନିଜ ଫ୍ୟାନ୍ସମାନଙ୍କ ପାଇଁ ଦୟା କରି ଆପଣ ସକ୍ରିୟ ରୁହନ୍ତୁ । ଏହାପରେ ତାଙ୍କର ଅଧିକାଂଶ ଫ୍ୟାନ୍ସମାନେ ଝଟକା ଖାଇ ଥିବା ଇମୋଜି ସେୟାର୍ କରିଛନ୍ତି । ଆମୀର ବର୍ତ୍ତମାନ ନିଜର ଆଗାମୀ ଚଳଚ୍ଚିତ୍ର ଲାଲସିଂହ ଚଢ଼ାରେ ବ୍ୟସ୍ତ ଅଛନ୍ତି । ତାଙ୍କ ଫ୍ୟାନ୍ସଙ୍କୁ ମଧ୍ୟ ତାଙ୍କର ଏହି ଚଳଚ୍ଚିତ୍ରର ଅପେକ୍ଷା ରହିଛି ।

ଆମୀର ‘ଲାଲ ସିଂହ ଚଢା’କୁ ସମ୍ପୂର୍ଣ୍ଣ କରିବା ପାଇଁ ନିଜ ମୋବାଇଲ୍ ଫୋନ୍ ଓ ସମସ୍ତ ଅନ୍ୟ ସମ୍ପର୍କ ସାଧନ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ନିଷ୍ପତ୍ତି ନେଇଥିଲେ । ଏହି ଚଳଚ୍ଚିତ୍ରରେ ତାଙ୍କ ସହିତ କରିନା କପୂର୍ ମୁଖ୍ୟ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି । ଆମୀର ଶେଷଥର ପାଇଁ ୨୦୧୮ରେ ଆସିଥିବା ଚଳଚ୍ଚିତ୍ର ‘ଠଗସ୍ ଅଫ୍ ହିନ୍ଦୁସ୍ତାନ’ରେ ନଜର ଆସିଥିଲେ । ତାଙ୍କର ଏହି ଚଳଚ୍ଚିତ୍ର ପୁରାପୁରି ଫ୍ଲପ୍ ହୋଇଗଲା । ‘ଲାଲ ସିଂହ ଚଢା’ ଦେଶର ସବୁଠାରୁ ବଡ଼ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ସ୍ୱାମୀତ୍ୱ ଥିବା କମ୍ପାନୀ ବଏକମ୍ ୧୮ ପାଖରେ ଅଛି ।

ଏହି ଚଳଚ୍ଚିତ୍ର ଅସ୍କର୍ ପୁରସ୍କାର ବିଜେତା ହଲିଉଡ଼ ଚଳଚ୍ଚିତ୍ର ଫରେଷ୍ଟ ଗମ୍ପର୍ ଅଧିକାରୀକ ରିମେକ୍ ରୂପେ କରାଯାଉଛି । ଚଳଚ୍ଚିତ୍ର’ଲାଲ ସିଂହ ଚଢ଼ା’ରେ ଏପରି ଏକ ବ୍ୟକ୍ତିର କାହାଣୀ ଦେଖାଯାଇଛି ଯିଏ ଜୀବନରେ ବିସଙ୍ଗଗତି ଓ ଜଟିଳତାରୁ ବାହାର କରିବା ପାଇଁ ସମ୍ପୂର୍ଣ୍ଣ ଚେଷ୍ଟା କରେ । ଏହାର କିଛି ଦିନ ପୂର୍ବରୁ ଆମୀର ଖାଁ ଅଲି ଏବ୍ରାହମଙ୍କ ସହିତ ହରଫନ୍ ମୌଲା ଗୀତ ମୁକ୍ତିଲାଭ କରିଥିଲା । ଏହି ଗୀତରେ ଆମୀର୍ ଓ ଏଲିଙ୍କୁ ଏକ ସୁନ୍ଦର କେମିଷ୍ଟ୍ରି ଦେଖିବାକୁ ମିଳୁଛି ।

Leave a Reply

Your email address will not be published. Required fields are marked *