ଆମୀର୍ ଖାନ୍ ଏବଂ କିରଣ ରାଓ ନିଜ ସମ୍ପର୍କକୁ ଶେଷ କରିବା ନିମନ୍ତେ ନିଷ୍ପତ୍ତି ନେଇଛନ୍ତି ! ବିବାହର ୧୫ ବର୍ଷପରେ ଛାଡପତ୍ର…

ଆମୀର୍ ଖାନ୍ ଏବଂ କିରଣ ରାଓ ନିଜ ସମ୍ପର୍କକୁ ଶେଷ କରିବା ନିମନ୍ତେ ନିଷ୍ପତ୍ତି ନେଇଛନ୍ତି ! ବିବାହର ୧୫ ବର୍ଷପରେ ଛାଡପତ୍ର…

ବଲିଉଡର ଦିଗଜ୍ଜ ଅଭିନେତା ‘ଆମୀର୍ ଖାନ୍’ଙ୍କ ପ୍ରଶଂସକ ମାନଙ୍କ ପାଇଁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଆମୀର୍ ଖାନ୍ ଏବଂ ତାଙ୍କ ପତ୍ନୀ କିରଣ ରାଓ ପ୍ରକାଶ କରିଛନ୍ତି କି ସେମାନେ ସେମାନଙ୍କର ବୈବାହିକ ଜୀବନର ୧୫ ବର୍ଷର ସମ୍ପର୍କକୁ ଶେଷ କରିବାକୁ ଯାଉଛନ୍ତି । ଆମୀର ଖାନ୍ ଏବଂ କିରଣ ରାଓ ସେମାନଙ୍କ ଅଲଗା ହେବା ବିଷୟକୁ ନେଇ ଏକ ମିଳିତ ବିବୃତ୍ତି ମଧ୍ୟ ଦେଇଛନ୍ତି । ବର୍ତ୍ତମାନ ଦୁହିଁଙ୍କ ମାର୍ଗ ଅଲଗା ହେବାକୁ ଯାଉଛି । ଉଭୟେ ବର୍ତ୍ତମାନ ସ୍ୱାମୀ-ସ୍ତ୍ରୀଙ୍କ ବଦଳରେ ଅଲଗା ଅଲଗା ଜୀବନ ଅତିବାହିତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଖବର ଉଭୟଙ୍କ ପ୍ରଶଂସକଙ୍କ ପାଇଁ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନିତ ଖବର ହେବ । ଏହି ଖବର ଆସିବା ମାତ୍ରେ ସୋସିଆଲ୍ ମିଡିଆରେ ସମସ୍ତେ ଏଜି ବିଷୟକୁ ନେଇ ଆଲୋଚନା କରୁଛନ୍ତି ।

ଆପଣଙ୍କୁ କହିବରଖୁଛୁ କି ଅଭିନେତା ଆମୀର୍ ଖାନ୍ ଏବଂ ତାଙ୍କ ପତ୍ନୀ କିରଣ ରାଓ ସେମାନଙ୍କ ବିବୃତ୍ତିରେ କହିଛନ୍ତି କି “ଏହି ୧୫ ଗୋଟି ସୁନ୍ଦର ବର୍ଷରେ ଆମେ ଦୁହେଁ ଜୀବନବ୍ୟାପୀ ବହୁତ କିଛି ଅନୁଭୂତି, ଆନନ୍ଦ ଏବଂ ସୁଖ ସାଉଁଣ୍ଟିଛୁ । ଆମର ସମ୍ପର୍କ କେବଳ ବିଶ୍ୱାସ, ସମ୍ମାନ ଏବଂ ପ୍ରେମରେ ବୃଦ୍ଧି ପାଇଛି । ବର୍ତ୍ତମାନ ଆମେ ଆମ ଜୀବନରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ଚାହୁଁଛୁ । ସ୍ୱାମୀ ଏବଂ ସ୍ତ୍ରୀ ଭାବରେ ନୁହେଁ ବରଂ ସହ-ପିତାମାତା ଏବଂ ପରିବାର ରୂପରେ ଆମେ କିଛି ସମୟ ପୂର୍ବରୁ ଅଲଗା ହେବା ପାଇଁ ଯୋଜନା କରିବା ଆରମ୍ଭ କରିଥିଲୁ । ବର୍ତ୍ତମାନ ଏହି ବ୍ୟବସ୍ଥାକୁ ଆନୁଷ୍ଠାନିକ ଭାବରେ ରୂପ ଦେବାକୁ ଉତ୍ତମ ଅନୁଭବ କରୁଛୁ ।”

ଆମୀର୍ ଖାନ୍ ଏବଂ କିରଣ ରାଓ ସେମାନଙ୍କ ବିବୃତ୍ତିରେ ଲେଖିଛନ୍ତି କି, ଆମେ ଦୁହେଁ ଅଲଗା ଅଲଗା ହୋଇ ରହିଲେ ମଧ୍ୟ ଆମର ଜୀବନକୁ ଏକ ବିସ୍ତାରିତ ପରିବାର ଭାବରେ ବାଣ୍ଟିବୁ । ଆମେ ଆମ ପୁଅ ଆଜାଦଙ୍କ ପାଇଁ ଉତ୍ସର୍ଗୀକୃତ ପିତାମାତା ଅଟୁ, ଯାହାଙ୍କ ଲାଳନପାଳନ ଆମେ ଏକାଠି କରିବୁ । ଆମେ ଚଳଚ୍ଚିତ୍ର, ପାନୀ ଫାଉଣ୍ଡେସନ୍ ଏବଂ ଅନ୍ୟାନ୍ୟ ପ୍ରୋଜେକ୍ଟ ମାନଙ୍କରେ ମଧ୍ୟ ସହଯୋଗ ଜାରି ରଖିବୁ ଯାହାକୁ ଆମେ ହୃଦୟରେ ଗଭୀର ଭାବରେ ଚିନ୍ତା କରୁଛୁ ।”

ଆପଣଙ୍କୁ କହିରଖୁଛୁ କି ସେ ତାଙ୍କ ପରିବାର ଏବଂ ବନ୍ଧୁ ମାନଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି କି, “ଆମର ସମ୍ପର୍କ ଏବଂ ନିରନ୍ତର ବୁଝାମଣା ପାଇଁ ଆମ ପରିବାର ଏବଂ ବନ୍ଧୁ ମାନଙ୍କୁ ଅନେକ ଅନେକ ଧନ୍ୟବାଦ ଜ୍ଞାମ୍ପନ କରୁଛି, ଯେଉଁ ମାନଙ୍କ ବିନା ଆମେ ଏହି ପଦକ୍ଷେପ ନେବାକୁ ଏତେ ନିରାପଦ ଅନୁଭବ କରିନଥା’ନ୍ତି । ଆମେ ଆମର ଶୁଭେଚ୍ଛୁ ମାନଙ୍କ ଠାରୁ ଶୁଭକାମନା ଏବଂ ଆଶୀର୍ବାଦକୁ ଅପେକ୍ଷା କରିଛୁ ଏବଂ ଆଶା କରୁଛୁ କି ଆମ ପରି ଆପଣମାନେ ମଧ୍ୟ ଏହି ଛାଡପତ୍ରକୁ ଚୂଡାନ୍ତ ରୂପେ ନୁହେଁ ବରଂ ଏକ ନୂତନ ଯାତ୍ରା ଆରମ୍ଭ କରିବା ନଜରରେ ଦେଖିବେ । ଧନ୍ୟବାଦ ଏବଂ ପ୍ରେମ, କିରଣ ଏବଂ ଆମୀର।”

ଆପଣଙ୍କୁ କହିରଖୁଛୁ କି କିରଣ ରାଓ ତାଙ୍କର ଚଳଚ୍ଚିତ୍ର ଜୀଵନ କ୍ୟାରିୟର୍ ଆମୀର ଖାନଙ୍କ ଦ୍ୱାରା ଅଭିନୀତ ଚଳଚ୍ଚିତ୍ର “ଲାଗାନ”ରେ ସହକାରୀ ନିର୍ଦ୍ଦେଶକ ଭାବରେ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଆଶୁତୋଷ ଗୋୱାରିକର କରିଥିଲେ । ଏହାପରେ କିରଣ ରାଓ ତାଙ୍କୁ ଆଶୁତୋଷଙ୍କ ଚଳଚ୍ଚିତ୍ର ସ୍ୱଦେଶରେ ମଧ୍ୟ ସାହାଯ୍ୟ କରିଥିଲେ । ଚଳଚ୍ଚିତ୍ର “ଦିଲ୍ ଚାହତା ହୈ”ରେ କିରଣ ରାଓ କ୍ୟାମୋ ଭୂମିକାରେ ଅଭିନୟ କରିଥିଲେ ।

ଆମୀର୍ ଖାନ୍ ଏବଂ କିରଣ ରାଓଙ୍କ ପ୍ରଥମ ସାକ୍ଷାତ ଚଳଚ୍ଚିତ୍ର “ଲଗାନ୍” ସମୟରେ ହୋଇଥିଲା, ଯାହାପରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା ଏବଂ ଶେଷରେ ୨୦୦୫ ମସିହା ଡିସେମ୍ବର ମାସ ୨୮ ତାରିଖରେ ଆମୀର୍ ଖାନ୍ ଏବଂ କିରଣ ରାଓ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ୨୦୧୧ ମସିହାରେ, ସରୋଗେସି ସାହାଯ୍ୟରେ ଦୁହେଁ ପୁଅ ଆଜାଦଙ୍କୁ ସ୍ୱାଗତ କରିଥିଲେ ।

ଆପଣଙ୍କୁ କହିରଖୁଛୁ କି ଆମୀର୍ ଖାନଙ୍କ ବ୍ୟକ୍ତିଗତ ଜୀବନରେ ଅନେକ ଉତ୍ଥାନ-ପତନ ଘଟିଛି । ଆମୀର୍ ଖାନ୍ ପ୍ରଥମେ ବାଲ୍ୟ କାଳର ବନ୍ଧୁ ରୀନାଙ୍କୁ ବିବାହ କରିଥିଲେ ଏବଂ ଏହି ବିବାହର ୧୬ ବର୍ଷ ପରେ ଉଭୟଙ୍କ ଛାଡପତ୍ର ହୋଇଥିଲା । ଛାଡପତ୍ରର ୩ ବର୍ଷ ପରେ ଆମୀର୍ ଖାନଙ୍କ ଜୀବନରେ କିରଣ ରାଓ ପ୍ରବେଶ କରିଥିଲେ । ରୀନା ଦତ୍ତା ଆମିର୍ ଖାନଙ୍କର ଦୁଇଟି ସନ୍ତାନ ଆୟରା ଖାନ୍ ଏବଂ ଜୁନୈଦ୍ ଖାନ୍ ଅଟନ୍ତି ।

Leave a Reply

Your email address will not be published. Required fields are marked *