Breaking News : ଆଜି ରାତି ୧୨ଟା ଠାରୁ ୨୧ ଦିନ ଲାଗି ସାରା ଦେଶ ହେବ “ଲକ୍‌ଡାଉନ୍‌” !

Breaking News : ଆଜି ରାତି ୧୨ଟା ଠାରୁ ୨୧ ଦିନ ଲାଗି ସାରା ଦେଶ ହେବ “ଲକ୍‌ଡାଉନ୍‌” !

ବିଶ୍ୱବ୍ୟାପି କାରୋନା ମହାମାରୀର ଆତଙ୍କ । କରୋନା ଭୂତାଣୁ କବଳରୁ ଦେଶ ଓ ଦେଶବାସୀଙ୍କୁ ରକ୍ଷା କରିବା ପାଇଁ ଆଜି ମଧ୍ୟରାତ୍ର ଠାରୁ ସମଗ୍ର ଦେଶରେ ଆଗାମୀ ୩ ସପ୍ତାହ ଅର୍ଥାତ ୨୧ ଦିନ ପାଇଁ ‘ଲକ୍‌ଡାଉନ୍‌’ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟାରେ ଘୋଷଣା କରିଛନ୍ତି ।

ଆଜି ସନ୍ଧ୍ୟାରେ ଦେଶ ଉଦ୍ଦେଶ୍ୟରେ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ବିଶ୍ୱ ବ୍ୟାପି ମହାମାରୀର ରୂପ ଧାରଣ କରି ସମଗ୍ର ବିଶ୍ୱ ପାଇଁ ଆତଙ୍କର ବାତାବରଣ ସୃଷ୍ଟି କରିଥିବା କରୋନା ଭାଇରସ୍‌ କବଳରୁ ରକ୍ଷା ପାଇବା ପାଇଁ କେବଳ ମାତ୍ର ସାମାଜିକ ଦୂରତା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ । ସେଥିପାଇଁ ସରକାରଙ୍କୁ ଏହିଭଳି କଠୋର ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି ।

କରେନା ଭଳି ମହାମାରୀକୁ ବିନାଶ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୁଣିଥରେ ଦେଶକୁ ସମ୍ବୋଧନ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ଟୁଇଟ କରିଥିଲେ ବିଶ୍ୱର ଏହି ମହାମାରୀ କରେନା ଭୁତାଣୁ ଦିନକୁ ଦିନ ନିଜ କାୟା ବିସ୍ତାର କରୁଛି, ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ନିଜର ମନ୍ତବ୍ୟ ପ୍ରଦାନ କରିଛନ୍ତି । ମୋଦି ଟୁଇଟରେ ଲେଖିଥିଲେ, ମୁଁ ଏହି ସମ୍ବୋଧନ ଆଜି ରାତ୍ର ଅର୍ଥାତ 24 ମାର୍ଚ୍ଚରେ କରିବି ।

Google

ପ୍ରଧାନମନ୍ତ୍ରୀ ମୋଦି ନିବେଦନ କରିଛନ୍ତି, ଆପଣମାନେ ସେହିବ୍ୟକ୍ତିଙ୍କ ନିମନ୍ତେ ପ୍ରାର୍ଥନା କରନ୍ତୁ; ଯେଉଁମାନେ ଆପଣଙ୍କ ଅଞ୍ଚଳର ପରିମଳ ବ୍ୟବସ୍ଥାକୁ ସଠିକ ରୂପରେ ନିୟନ୍ତ୍ରଣ କରୁଛନ୍ତି, ସଫସୁତର ରଖୁଛନ୍ତି ।

ସେହି ଡାକ୍ତର, ନର୍ସ, ମେଡ଼ିକାଲ ଷ୍ଟାଫ, ପାଥୋଲୋଜିଷ୍ଠଙ୍କ ବିଷୟରେ ଚିନ୍ତା କରନ୍ତୁ; ଯେଉଁମାନେ ପ୍ରତିଟି ଜୀବନ ବଞ୍ଚାଇବା ନିମନ୍ତେ ଦିନରାତି ଡାକ୍ତରଖାନାରେ କାର୍ଯ୍ୟ କରୁଛନ୍ତି ।

ଭାରତ ଆଜି ସେହି ସ୍ଥିତିରେ ପହଞ୍ଚିସାରିଛି; ଯେଉଁଠି ଆପଣଙ୍କ କାର୍ଯ୍ୟକଳାପ ନିର୍ଦ୍ଧାରିତ କରିବ, ଏହି ମହାମାରୀରୁ ବର୍ତ୍ତି ପାରିବା ନା ଏହାକୁ ବୃଦ୍ଧି ହେବାରେ ସହାୟକ କରିବା ।

Google

ନିଶ୍ଚିନ୍ତ ରୂପରେ ଏହି ଲକ୍‌ଡାଉନ୍‌ର ପରିଣତି ଦେଶର ପ୍ରତିଟି ଜନତାଙ୍କୁ ପାଳନ କରିବାକୁ ପଡିବ କିନ୍ତୁ ପ୍ରତିଟି ଭାରତୀୟଙ୍କ ଜୀବନ ବଞ୍ଚାଇବା ମୋର, ଦେଶର ପ୍ରତିଟି ରାଜ୍ୟ ସରକାରଙ୍କର ଓ ସ୍ଥାନୀୟ ପ୍ରତିନିଧିମାନଙ୍କର ପ୍ରଧାନ କର୍ତ୍ତବ୍ୟ ଅଟେ ।

ପରିସ୍ଥିତିର ଗୁରୁତ୍ୱ ଏବଂ ସମୟର ଆବଶ୍ୟକତାକୁ ହୃଦୟଙ୍ଗମ କରି ଦେଶବାସୀ ସରକାରଙ୍କ ‘ଲକ୍‌ଡାଉନ୍‌’କୁ ପାଳନ କରିବା ସହ ନିଜ ଘର ଭିତରେ ରୁହନ୍ତୁ ଏବଂ ସାମାଜିକ ଦୂରତା ବଜାୟ ରଖନ୍ତୁ । ଯାହାଫଳରେ କରୋନା ଭଳି ମହମାରୀର ମୁକାବିଲା କରିବାରେ ସଫଳ ହୋଇପାରିବ ।

Google

ନିଜ ପରିବାର, ନିଜ ଜୀବନକୁ ବଞ୍ଚାଇବା ପାଇଁ ସର୍ବାଧିକ ପ୍ରାଥମିକତା ପୂର୍ବକ ଦେଶବାସୀ ସେମାନଙ୍କ ନିଜ ନିଜ ଘର ସମ୍ମୁଖରେ ଲକ୍ଷ୍ମଣ ରେଖା ଟାଣି ‘ଲକ୍‌ଡାଉନ୍‌’ ସମୟ କାଳ ମଧ୍ୟରେ ୩ ସପ୍ତାହ ପାଇଁ କେବଳ ମାତ୍ର ନିଜ ଘର ଭିତରେ ହିଁ ରହିବା ପାଇଁ ଯୋଡ଼ହସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *