କରୋନାରେ ସଂକ୍ରମିତ ହୋଇଥିବା ବଚ୍ଚନ ପରିବାର ଉପରେ ଆସିଲା ଏକ ତାଜା ରିପୋର୍ଟ । ଅମିତାଭ ବଚ୍ଚନକୁ ନେଇ ଏକ ବଡ ଖବର…

କରୋନାରେ ସଂକ୍ରମିତ ହୋଇଥିବା ବଚ୍ଚନ ପରିବାର ଉପରେ ଆସିଲା ଏକ ତାଜା ରିପୋର୍ଟ । ଅମିତାଭ ବଚ୍ଚନକୁ ନେଇ ଏକ ବଡ ଖବର…

ସାରା ଦେଶରେ ବର୍ତ୍ତମାନ କରୋନା ତାର ତାଣ୍ଡବ ଲୀଲା ଜାରିରଖିଛି ! ଏହି ସଙ୍କଟ କାଳୀନ ଘଡିସନ୍ଧି ମୁହୂର୍ତ୍ତରେ ବଲିଉଡ ତାରକାମାନେ ମଧ୍ୟ ମହାମାରୀ କରୋନାର କବଳର ଆକ୍ରାନ୍ତ ହୋଇଛନ୍ତି । ବଲିଉଡର ମହାନାୟକ ଭାବରେ ପରିଚିତ ଅମିତାଭ ବଚ୍ଚନ ମଧ୍ୟ କରୋନା ଭୁତାଣୁ ଦ୍ୱାରା ସଂକ୍ରମିତ ହୋଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କ ପତ୍ନୀଙ୍କୁ ଛାଡ଼ିଦେଇ ପରିବାରର ସମସ୍ତ ସଦସ୍ୟ ମହାମାରୀ କରୋନାର କବଳରୁ ନିସ୍ତାର ପାଇନାହାନ୍ତି । ଅର୍ଥାତ ଜୟା ବଚ୍ଚନଙ୍କୁ ଛାଡି ବଚ୍ଚନ ପରିବାରର ସମସ୍ତ ସଦସ୍ୟଙ୍କ କରୋନା ପଜିଟିଭ୍ ଆସିଥିଲା । ଏହି ସମୟରେ ବଚ୍ଚନଙ୍କ ଫ୍ୟାନ୍ସମାନେ ତାଙ୍କର ସୁସ୍ଥ ହେବାପାଇଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛନ୍ତି । ବର୍ତ୍ତମାନ ଅମିତାଭଙ୍କ ପରିବାର ମୁମ୍ବାଇର ନାନାବତୀ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

Google

ଆସିଛି ସ୍ୱାବ ରିପୋର୍ଟ :

ବର୍ତ୍ତମାନ ତ ଅମିତାଭଙ୍କର ସ୍ୱାସ୍ଥ୍ୟ ଉପରେ ସମସ୍ତ ଡକ୍ଟର ନଜର ରଖିଛନ୍ତି । କିନ୍ତୁ ହୋଇଥିବା ଏକ ସ୍ୱାବ ରିପୋର୍ଟ ଅନୁଯାୟୀ ତାଙ୍କର ସ୍ୱାବ ନେଗେଟିଭ୍ ଆସିଛି । ଯାହାକି ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାର ଜଣାପଡିଛି । ତାଙ୍କର ଫ୍ୟାନ୍ସମାନେ ଏହି ଖବର ଜାଣିବା ପରେ ଅତ୍ୟନ୍ତ ଖୁସି ହୋଇଛନ୍ତି ।

Google

ବର୍ତ୍ତମାନ ତାଙ୍କର ଆଉ ଦୁଇଟି ଟେଷ୍ଟ ବାକି ରହିଛି, ଏହାପରେ ସେ ସମ୍ପୂର୍ଣ ଭାବରେ ସୁସ୍ଥ ହୋଇ ମେଡିକାଲରୁ ବିଦାୟ ନେଇ ଘରକୁ ଆସିଯିବେ । ସେହିପରି ତାଙ୍କ ପୁତ୍ର ଅଭିଷେକ ବଚ୍ଚନଙ୍କ ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ପରିଲକ୍ଷିତ ହୋଇଛି ।

କେମିତି ଅଛନ୍ତି ବଚ୍ଚନ ପରିବାରର ସମସ୍ତ ସଦସ୍ୟ :

ବିଗ୍ ବି ଅମିତାଭଙ୍କ ସହିତ ତାଙ୍କ ପରିବାର ଲୋକ ମଧ୍ୟ ଏହି ସମୟରେ କରୋନାରେ ପଜିଟିଭ୍ ଆସିଥିଲା । ପୂର୍ବରୁ ଐଶ୍ୱର୍ଯ୍ୟ ରାୟଙ୍କୁ କ୍ୱାରେଣ୍ଟିନରେ ରଖାଯାଇଥିଲା । ଏହାପରେ ଉଭୟ ମାଆ (ଐଶ୍ୱର୍ଯ୍ୟ) ଓ ଝିଅ (ଆରାଧ୍ୟ)ଙ୍କୁ ନାନାବତୀ ହସ୍ପିଟାଲ ନେଇ ଚିକିତ୍ସିତ କରାଯାଇଥିଲା ।

Google

ବର୍ତ୍ତମାନ ଉଭୟ ମାଆ ଓ ଝିଅଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସ୍ଥିର ଗତି ପରିଲକ୍ଷିତ ହୋଇଛି । ବର୍ତ୍ତମାନ ଅମିତାଭ କରୋନାରେ ସଂକ୍ରମିତ ଥିବା ସତ୍ତ୍ୱେ ନିଜର ଫ୍ୟାନସମାନଙ୍କ ସହିତ ସୋସିଆଲ ମିଡିଆରେ ଭିଡିଓ ଜରିଆରେ କଥା ମଧ୍ୟ ହେଉଛନ୍ତି ଓ ନିଜର ସ୍ଵସ୍ଥ୍ୟାବସ୍ଥା ବିଷୟରେ ସୂଚନା ମଧ୍ୟ ଦେଉଛନ୍ତି ।

ସମସ୍ତ ଫ୍ୟାନମାନେ ଅମିତାଭଙ୍କ ସ୍ଵସ୍ଥାବସ୍ଥାରେ ଶୀଘ୍ର ସୁଧାର ଆସିବା ନିମନ୍ତେ ଭଗବାନଙ୍କ ଠାରେ ପ୍ରାର୍ଥନା କରୁଛନ୍ତି ଏବଂ ନିଜେ ବି ହସ୍ପିଟାଲରୁ ପ୍ରଶଂସକମାନଙ୍କୁ ଅନେକ ଥର ଧନ୍ୟବାଦ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *