୨୬ ମଇ ବୁଧବାରରେ ହେବାକୁ ଯାଉଛି ବିରଳ ଏବଂ ଭୟଙ୍କର ଚନ୍ଦ୍ରଗ୍ରହଣ ! ଏହି ଦିନ ‘ଭୁଲ୍’ରେ ମଧ୍ୟ କରନ୍ତୁ ନାହିଁ ଏହି ୧୦ଟି କାମ…

୨୬ ମଇ ବୁଧବାରରେ ହେବାକୁ ଯାଉଛି ବିରଳ ଏବଂ ଭୟଙ୍କର ଚନ୍ଦ୍ରଗ୍ରହଣ ! ଏହି ଦିନ ‘ଭୁଲ୍’ରେ ମଧ୍ୟ କରନ୍ତୁ ନାହିଁ ଏହି ୧୦ଟି କାମ…

ଚଳିତ ବର୍ଷ ୨୦୨୧ରେ ଦୁଇଟି ଚନ୍ଦ୍ରଗ୍ରହଣ ଏବଂ ଦୁଇଟି ସୁର୍ଯ୍ୟପରାଗ ରହିଅଛି । ଏହି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଆସନ୍ତା ୨୬ ତାରିଖ ବୁଧବାର ଦିନ ହେବାକୁ ଯାଉଅଛି ତେବେ ଏହି ଚନ୍ଦ୍ରଗ୍ରହଣ ସମ୍ପୂର୍ଣ୍ଣ ବା ଆଂଶିକ ଚନ୍ଦ୍ରଗ୍ରହଣ ନହୋଇ ଉପଛାୟା ଚନ୍ଦ୍ରଗ୍ରହଣ ହେବାକୁ ଯାଉଅଛି । ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ଚନ୍ଦ୍ରଗ୍ରହଣ ସମୟରେ କିଛିଭି କାର୍ଯ୍ୟ କରିବାପାଇଁ ବାରଣ କରାଯାଇଛି ।

ତେବେ ଆଜିର ଏହି ଆର୍ଟିକିଲ୍ ମାଧ୍ୟମରେ ଆମେ ଜାଣିବା ଗ୍ରହଣ ଲାଗିବାର ସମୟସୀମା ଏବଂ ଗ୍ରହଣ ଲାଗିବା ସମୟରେ କେଉଁସବୁ କାର୍ଯ୍ୟ କରିବା ଅନୁଚିତ୍ । ତେବେ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ । ତେବେ ଆସନ୍ତୁ ଜାଣିବା କେଉଁସବୁ କାର୍ଯ୍ୟ ଉଚିତ ନୁହେଁ ଏହି ଚନ୍ଦ୍ର ଗ୍ରହଣ ସମୟରେ…

ଆସନ୍ତା ୨୬ ତାରିଖ ବୁଧବାର ଦିନ ଲାଗିବାକୁ ଯାଉଥିବା ଚନ୍ଦ୍ରଗ୍ରହଣ ହେଉଛି ଉପଛାୟା ଚନ୍ଦ୍ରଗ୍ରହଣ । ଏହି ଚନ୍ଦ୍ର ଗ୍ରହଣର ଗ୍ରାସ ଏବଂ ଗ୍ରହଣ ଲାଗିବାର ସମୟ ହେଉଛି ଅପରାହ୍ନ ୨ଟା ବାଜି ୧୭ ମିନିଟ୍ ଏବଂ ୫୨ ସେକେଣ୍ଡରୁ ଆରମ୍ଭ ହୋଇ ସନ୍ଧ୍ୟା ୭ଟା ବାଜି ୧୮ ମିନିଟ୍ ଏବଂ ୩୧ ସେକେଣ୍ଡରେ ଶେଷ ହେବ । ଏହି ଗ୍ରହଣ ମହାକାଶରେ ପ୍ରାୟ ୫ଘଣ୍ଟା ୧ମିନିଟ୍ ଏବଂ ୨୩ ସେକେଣ୍ଡ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ ।

ଦିବା ୪ ଘଣ୍ଟା ୪୮ ମିନିଟ୍ ଏବଂ ୧୨ ସେକେଣ୍ଡରେ ସର୍ବାଧିକ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ । ବୁଧ ପୂର୍ଣ୍ଣିମା ଦିନ ଲାଗିବାକୁ ଥିବା ଚନ୍ଦ୍ରଗ୍ରହଣ ହେଉଛି ଉପଛାୟା ଚନ୍ଦ୍ର ଗ୍ରହଣ । ଏହା ଉପଛାୟା ଗ୍ରହଣ ହୋଇଥିବାରୁ ଏହାର ସୁତକ ସମୟ ବା ପାକ ନିଷେଧର ସମୟ ମାନ୍ୟ ହେବନାହିଁ । ଗ୍ରହଣ ଲାଗୁଥିବା ସମୟରେ ଓଡିଶାରେ ଦିନ ହୋଇଥିବା କାରଣରୁ କିନ୍ତୁ ଆମେରିକା ଏବଂ ଦକ୍ଷିଣ ଆଫ୍ରିକାରେ ଏହା ସମ୍ପୂର୍ଣ୍ଣ ଭାବରେ ଦୃଶ୍ୟମାନ ହେବ କାରଣ ସେଠାରେ ସେହି ସମୟରେ ରାତି ହୋଇଥାଏ ।

ଓଡିଶାରେ ସନ୍ଧ୍ୟା ସମୟରେ କିଛି ମାତ୍ରାରେ ଦୃଶ୍ୟମାନ ହେବାର ଆଶଙ୍କା ରହିଛି । ତେବେ ଆସନ୍ତୁ ଗ୍ରହଣ ସମୟରେ କେଉଁସବୁ କାର୍ଯ୍ୟ କରିବା ଅନୁଚିତ୍ ସେହି ବିଷୟରେ ଜାଣିବା ।

ପ୍ରଥମ କାମ:- ଗ୍ରହଣ ସମୟରେ ଦେବୀ ଦେବତାଙ୍କର ପୂଜା ନିଷେଧ ଅଟେ । ଚନ୍ଦ୍ରଗ୍ରହଣ ସମୟରେ କୌଣସି ପ୍ରକାର ଆଳତି ପୂଜା ଇତ୍ୟାଦି କରିବା ନିଷେଦ୍ଧ କାରଣ ଏପରି କରିବାଦ୍ୱାରା ଗୃହରେ ଦରିଦ୍ରତା ଲାଗିରହିଥାଏ ।

ଦ୍ୱିତୀୟ କାମ:- ଗ୍ରହଣ ସମୟରେ କୌଣସି ଗଛ ସହିତ ଲାଗିବା କିମ୍ବା ପତ୍ର ଏବଂ ଫୁଲ ଇତ୍ୟାଦି ତୋଳିବା ଉଚିତ ନୁହେଁ । କାରଣ ଏହାଦ୍ୱାରା ମଧ୍ୟ ହାନି ହୋଇଥାଏ ।

ତୃତୀୟ କାମ:- ଯଦି ଆପଣ ଚନ୍ଦ୍ରଗ୍ରହଣ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତି ତେବେ ଏହାର ଓଲଟା ପ୍ରଭାବ ଆପଣଙ୍କ ଉପରେ ପଡିଥାଏ । ସେଥିପାଇଁ ଚନ୍ଦ୍ର ଗ୍ରହଣ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ ।

ଚତୁର୍ଥ କାମ:- ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହଣ ସମୟରେ କୌଣସି ପ୍ରକାର ନଖ ଏବଂ ଚୁଟି କାଟିବା ଉଚିତ ନୁହେଁ । ଏପରି କରିବା ଦ୍ୱାରା ଅଶୁଭ ହୋଇଥାଏ ।

ପଞ୍ଚମ କାମ:- ଗ୍ରହଣ ସମୟରେ କୌଣସି ପ୍ରକାର ଖାଦ୍ୟ ଗ୍ରହଣ କରିବା ଉଚିତ ନୁହେଁ । ତେବେ ଯଦି ଅତି ଆବଶ୍ୟକ ଅଟେ ତେବେ ଖାଦ୍ୟରେ ତୁଳସୀ ପତ୍ର ପକାଇ ଏହାର ସେବନ କରନ୍ତୁ ।

ଷଷ୍ଠ କାମ:- ଗ୍ରହଣ ସମାପ୍ତ ହେବାପରେ ତୁରନ୍ତ ଗାଧୋଇ ସଫା କପଡା ପିନ୍ଧିବା ଉଚିତ । ଏହାପରେ ସାମର୍ଥ୍ୟ ଅନୁଯାୟୀ ଦାନ ଏବଂ ପୁଣ୍ୟ କରିବା ଉଚିତ ।

ସପ୍ତମ କାମ:- ଚନ୍ଦ୍ର ଗ୍ରହଣ ସମୟରେ କୌଣସି ଗରିବ ଏବଂ ଅସହାୟ ବ୍ୟକ୍ତିଙ୍କୁ ଆପମାନ କରିବା ଅନୁଚିତ । ଏପରି କରିବାଦ୍ୱାରା ଶନିଦେବ କ୍ରୋଧିତ ହୋଇଥାନ୍ତି ।

ଅଷ୍ଟମ କାମ:- ଜୋତିଷ ଶାସ୍ତ୍ର ଅନୁସାରେ ଗର୍ଭବତୀ ମହିଳାଙ୍କୁ ଚନ୍ଦ୍ର ଗ୍ରହଣର ଦର୍ଶନ କରିବା ଉଚିତ ନୁହେଁ । କାରଣ ଏହାଦ୍ୱାରା ପେଟରେ ଥିବା ଶିଶୁ ଉପରେ ଖରାପ ପ୍ରଭାବ ପଡିଥାଏ ।

ନବମ କାମ:- ଗ୍ରହଣ ସମୟରେ ଗର୍ଭବତୀ ମହିଳା ମାନଙ୍କୁ ଗହଣା ବା ଅଳଙ୍କାର କାଢ଼ିଦେବା ଉଚିତ ଏବଂ ଜଦି ସମ୍ଭବ ତେବେ ଗ୍ରହଣ ପରେ ସ୍ନାନ କରିବା ଉଚିତ ।

ଦଶମ କାମ:-ଚନ୍ଦ୍ରଗ୍ରହଣ ସମୟରେ ସ୍ୱମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରଖିବା ଅନୁଚିତ । ଏହା ଦ୍ୱାରା ଘରର ସୁଖ ସମୃଦ୍ଧି ଖରାପ ହୋଇଥାଏ ।

Leave a Reply

Your email address will not be published. Required fields are marked *