ଗର୍ଭବତୀ ମହିଳାଙ୍କ ପାଇଁ ସରକାରଙ୍କ ଦ୍ୱାରା ବହୁତ ବଡ଼ ଘୋଷଣା । ବର୍ତ୍ତମାନ ଗର୍ଭବତୀ ମହିଳାଙ୍କୁ ମିଳିବ ୭୫୦୦ ଟଙ୍କା !

ଗର୍ଭବତୀ ମହିଳାଙ୍କ ପାଇଁ ଆସିଲା ବଡ଼ ଖୁସି ଖବର । ଚିକିତ୍ସା ପାଇଁ ମିଳିବ ୭୫୦୦ ଟଙ୍କା । ଏହି ବର୍ଷ ଫେବୃଆରୀ ମାସରେ ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏକ ନିଷ୍ପତି ନିଆଯାଇଥିଲା । ଏହି ନିଷ୍ପତି ଅନୁସାରେ କର୍ମଚାରୀ ରାଜ୍ୟ ବୀମା ନିଗମ ଅନୁସାରେ ଆସୁଥିବା ଗର୍ଭବତୀ ମହିଳାଙ୍କୁ ପ୍ରସୂତି ଖର୍ଚ୍ଚ ପାଇଁ ୭୫୦୦ ଟଙ୍କା ଦେବାର ପ୍ରସ୍ତାବ ରଖାଯାଇଛି ।

Google

ଏହି ପ୍ରସ୍ତାବ ଉପରେ ଖୁବ୍ ଶୀଘ୍ର ଅନ୍ତିମ ମୋହର ଲଗାଯିବ । ଶ୍ରମ ଓ ରୋଜଗାର ମନ୍ତ୍ରାଳୟ ଏହି ସମ୍ବନ୍ଧରେ ଏକ ଡ୍ରାଫ୍ଟ ଜାରି କରିଛନ୍ତି । ଏଥିରେ ହିତାଧିକାରୀଙ୍କ ଠାରୁ ୩୦ ଦିନ ଭିତରେ ନିଜର ମନ୍ତବ୍ୟ ଦେବାକୁ କୁହାଯାଇଛି । ଏହାପରେ ସରକାର ଅନ୍ତିମ ନିଷ୍ପତି ନେବେ । ସରକାରୀ କର୍ମଚାରୀ ରାଜ୍ୟ ବୀମା ନିଗମର ସ୍ୱାସ୍ଥ୍ୟବୀମା ଯୋଜନା ଅନୁସାରେ ପ୍ରସୂତି ଖର୍ଚ୍ଚ ବଢ଼ାଇ ୭୫୦୦ ଟଙ୍କା କରିବାର ପ୍ରସ୍ତାବ ରହିଛି ।

Google

ଏବେ ଏହି ରାଶି ୫୦୦୦ ଟଙ୍କା ରହିଛି ଅର୍ଥାତ ୨୫୦୦ ଟଙ୍କା ବୃଦ୍ଧିର ପ୍ରସ୍ତାବ ରହିଛି । ଏହି ମାତୃତ୍ବ ସହାୟତା କେବଳ ଦୁଇଟି ଶିଶୁଙ୍କ ପାଇଁ ଉପଲବ୍ଧ କରାଯାଇଥାଏ । ଇଏସ୍ଆଇସିର ସ୍ୱାସ୍ଥ୍ୟ ବୀମା ଯୋଜନା ଅନୁସାରେ ବୀମା କରିଥିବା ମହିଳା କର୍ମଚାରୀ କିମ୍ବା ପୁରୁଷ କର୍ମଚାରୀଙ୍କ ପତ୍ନୀଙ୍କ ପାଇଁ ପ୍ରସୂତି ଖର୍ଚ୍ଚ ଦିଆଯାଇଥାଏ । ଏହି ପ୍ରସୂତି ଖର୍ଚ୍ଚ ସେହି ଲାଭର୍ଥୀ ମହିଳାଙ୍କୁ ଦିଆଯାଇଥାଏ । ଯେଉଁମାନେ ଇଏସ୍ଆଇସି ନେଟୱର୍କର ଡାକ୍ତରଖାନା କିମ୍ବା ଅଔଷ କେନ୍ଦ୍ର ପର୍ଯ୍ୟନ୍ତ ନ ପହଞ୍ଚି ପାରିବା ଯୋଗୁଁ ଅନ୍ୟ ଡାକ୍ତରଖାନାରେ ମାତୃତ୍ବ ସେବାର ଲାଭ ଉଠାଇଥାନ୍ତି ।

Be the first to comment

Leave a Reply

Your email address will not be published.


*