09 ନଭେମ୍ବର 2020, ସୋମବାର- ଗ୍ରହ ନକ୍ଷତ୍ରର ସ୍ଥତିରେ ପରିବର୍ତ୍ତନ ! ଏହି ୪ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ଆସିବା

09 ନଭେମ୍ବର 2020, ସୋମବାର- ଗ୍ରହ ନକ୍ଷତ୍ରର ସ୍ଥତିରେ ପରିବର୍ତ୍ତନ ! ଏହି ୪ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ଆସିବା ପରିବର୍ତ୍ତନ ! ସ୍ଥିତିରେ ସୁଧାର ଆସିବ !

ଆଜି ଆମେ ଆପଣଙ୍କୁ ୦୯ ନଭେମ୍ବର ସୋମବାରର ରାଶିଫଳ କହିବାକୁ ଯାଉଛି । ରାଶିଚକ୍ର ମନୁଷ୍ୟ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି, ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଗ୍ରହର ପରିବର୍ତ୍ତନ ଫଳରେ ରାଶିଗୁଡିକ ଉପରେ ମଧ୍ୟ ଭଲ ହେଉ ବା ମନ୍ଦ, କିଛି ନା କିଛି ପ୍ରଭାବ ନିଶ୍ଚୟ ପଡିଥାଏ । ଗ୍ରହର ସ୍ଥିତି ଭଲ ଥିଲେ ବ୍ୟକ୍ତିର ଜୀବନରେ ଏହାର ସୁପ୍ରଭାବ ପଡିଥାଏ ଓ ବ୍ୟକ୍ତି ଉନ୍ନତି କରିଥାଏ କିନ୍ତୁ ଗ୍ରହ ସ୍ଥିତି ଭଲ ନ ଥିଲେ, ବ୍ୟକ୍ତିର ଜୀବନରେ ବିଭିନ୍ନ ପ୍ରକାର ସମସ୍ୟା ଓ ପ୍ରତିବନ୍ଧକ ଲାଗି ରହିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ପ୍ରଭୁଙ୍କ ଆାରାଧନାରେ ମନକୁ ଶାନ୍ତି ମଳିବ । ମଙ୍ଗଳଙ୍କ ଦୃଷ୍ଟି ପ୍ରଭାବରେ ଆପଣଙ୍କ ଦୈହିକ ଦୁର୍ବଳତା ସଙ୍ଗକୁ ଧୈର୍ଯ୍ୟହରା ଓ ନୈରାଶ୍ୟ କ୍ରମଶଃ ଦୂରେଇଯିବ । ଅର୍ଥନୈତିକ ଅଭିବୃଦ୍ଧି ସଙ୍ଗକୁ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । କିନ୍ତୁ ନିଜ ବ୍ୟବହାର୍ଯ୍ୟ ଅତ୍ୟାବଶ୍ୟକ ଜିନିଷଟି ଅପରକୁ ଦେଇ ଅପଦସ୍ତ ହୋଇପାରନ୍ତି । ବ୍ୟବସାୟରେ ପୂର୍ବ ପ୍ରସ୍ତୁତି ଅନୁୟାଯୀ କାର୍ଯ୍ୟ କରିଲେ ଲାଭପ୍ରଦ ହେବେ । ବ୍ୟବସାୟରେ ଉନ୍ନତି ସଙ୍ଗକୁ ମୂଲ୍ୟବାନ ଜିନିଷ କ୍ରୟ କରିପାରନ୍ତି । ଉଚ୍ଚଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସମ୍ପର୍କ ଭଲ ରହିବ । ସଭାସମିତିରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । ଗୃହ, ଜମି ସମ୍ବନ୍ଧୀୟ ସମସ୍ୟା ସହଜରେ ସମାଧାନ ହେବ । ପରିବାର ସହିତ ହସଖୁସିରେ ଦିନ ଅତିବାହିତ କରିବେ । ବୈବାହିକ ଜୀବନ ଠିକ୍‌ଠାକ୍‌ ରହିବ । କିନ୍ତୁ ସ୍ଵାସ୍ଥ୍ୟ ସମସ୍ୟା ଯୋଗୁଁ ମାନସିକ ସ୍ତରରେ ଶାନ୍ତି ବ୍ୟାଘାତ ହେବ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ହର ପାର୍ବତୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ମନରେ ଆତ୍ମା ବିଶ୍ଵାସ ଦୃଦ୍ଧି ପାଇବ ଓ ପରିବାର ସଦସ୍ୟଙ୍କ ପୂର୍ଣ୍ଣ ସହଯୋଗ ମିଳିବ । ମୃଗଶିରା ନକ୍ଷତ୍ର ପ୍ରତ୍ୟେକ କ୍ଷେତ୍ରରେ ମାପିଚୁପି ଚଳିବା ଭଲ ନତୁବା ଆକସ୍ମିକ ଭାବରେ କଲହ ଲାଗିବାର ଆଶଙ୍କା ଉପୁଜିବ । ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ବନ୍ଧୁଙ୍କ ନିକଟରୁ ଅର୍ଥ ସାହାଯ୍ୟ ଲାଭ କରିବାର ସୁଯୋଗ ମିଳିବ । ବ୍ୟବସାୟରେ ଆର୍ଥିକ ସ୍ଥିତି ମାଧ୍ୟମ ଧାରଣର ରହିବ । କୌଣସି ନୂଆ କର୍ମାରମ୍ଭ କରିବା ପାଇଁ ବନ୍ଧୁଙ୍କ ସହ ଆଲୋଚନା କରିବେ । ଛୋଟ ଛୋଟ କଥାକୁ କେନ୍ଦ୍ରକରି ଅଫିସରେ ମନ ଭଲ ଲାଗିବ ନାହିଁ । ସାମାଜିକ କାର୍ଯ୍ୟ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ । ସଭାସମିତି, ଆଲୋଚନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବା ପୂର୍ବରୁ ଭଲଭାବରେ ଚିନ୍ତା କରନ୍ତୁ । ଆକସ୍ମିକ ସମସ୍ୟା ହେତୁ ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହୋଇପାରେ । ଦାଂପତ୍ୟ ଜୀବନରେ ମଧୁରତା ବଜାୟ ରହିବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ସୂର୍ଯ୍ୟଦେବ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଦିନଟି ଆପଣଙ୍କ ଲାଗି ମିଶ୍ରଣ ଫଳ ପ୍ରଦାନ କରିବ । ଆଜି ଆର୍ଦ୍ର ନକ୍ଷତ୍ର ଏହି ରାଶି ପାଇଁ ହଠାତ୍‌ ପରିସ୍ଥିତି ବଦଳିଯିବ । ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବାକୁ ପଡିବ । ଧୈର୍ଯ୍ୟହରା ନ ହୋଇ ପ୍ରତ୍ୟେକ ପରିସ୍ଥିତିର ମୁକାବିଲା କରିପାରିଲେ ସଫଳତା ପାଇବେ । ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ଅଫିସର କାର୍ଯ୍ୟଭାରକୁ ନେଇ ଚିନ୍ତିତ ରହିବେ । କିନ୍ତୁ ଗୃହ ସମସ୍ୟାର ସମାଧାନ, ଅନୁଷ୍ଠାନିକ କାମ ଓ ଶିଳ୍ପ, ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ । ଟିକିଏ ଟିକିଏ କଥାରେ ଉତେଜିତ ହୋଇ ପଡିବା ଦ୍ୱାରା ସମସ୍ୟା ବଢିବ ସିନା କମିବ ନାହିଁ । କୌଣସି ଗୋଳମାଳିଆ ପରିସ୍ଥିତିରେ ମଧ୍ୟସ୍ଥତା କରିଥିବାରୁ ଅନ୍ୟକୁ କୈଫିୟତ୍ ଦେବାକୁ ପଡିପାରେ । ପରିବାର ସଦସ୍ୟଙ୍କ ସହଯୋଗ ମିଳିଲେ ମଧ୍ୟ ନିକଟ ସମ୍ପର୍କୀୟମାନେ କୌଣସି କାରଣ ବଶତଃ ଦୂରେଇ ଜେଇପାରନ୍ତି । ଦାମ୍ପତ୍ୟ ଜୀବନରେ ପରସ୍ପର ମଧ୍ୟ ସହଯୋଗ ଭିତ୍ତିରେ କାର୍ଯ୍ୟ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କାଳୀଜାଈ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ନିଜକୁ ନିୟନ୍ତ୍ରଣାଧୀନରେ ରଖିବାକୁ ଚେଷ୍ଟାକୁ କରନ୍ତୁ । ସପ୍ତମସ୍ଥ ଏକାଧିକ ଗ୍ରହ ଅବସ୍ଥାନ କରିଥିବା ଯୋଗୁଁ ବାଦବିବାଦ, କଚେରି ମାମଲା, ଆର୍ଥିକ ସ୍ଥିତି ଓ ସ୍ତ୍ରୀଙ୍କ ସ୍ଵାସ୍ଥ୍ୟ ପାଇଁ ପ୍ରତିକୂଳ ସାଜିପାରେ । ବ୍ୟବସାୟ ବାଣିଜ୍ୟରେ ନାନା ପ୍ରକାର ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିବ । କିନ୍ତୁ ବନ୍ଧୁମାନଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ । ଅଫିସରେ କର୍ତ୍ତୃପକ୍ଷ ଆପଣଙ୍କ କାମକୁ ନେଇ ପ୍ରଶଂସା କରିବେ । କିନ୍ତୁ ମିତ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ନିର୍ମାଣଧୀନ କାର୍ଯ୍ୟରେ ଅଗ୍ରସର କରିବେ । ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହୋଇପାରନ୍ତି । ପରିବାରରେ ଭୁଲ୍ ବୁଝାମଣା କାରଣରୁ ସାମୟିକ ଉଦାସ ରହିବେ । ସ୍ଵାର୍ଥସାଧନ ପରିପ୍ରେକ୍ଷୀରେ ଆକସ୍ମିକ ଭାବେ ନିଜ ଲୋକମାନେ ଶତ୍ରୁତା କରିପାରନ୍ତି । ଜୀବନସାଥୀଙ୍କ ପରାମର୍ଶ ଗ୍ରହଣ କରି କେତେକାଂଶରେ ବେଶ୍ ଉପକୃତ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଧାର୍ମିକ କାର୍ଯ୍ୟପ୍ରତି ମନରେ ଆଗ୍ରହ ସୃଷ୍ଟି ହେବ । ଚତୁର୍ଥ କେନ୍ଦ୍ରରେ ଅଷ୍ଟମାଧିପତି ପାରିବାରିକ, ପାରିପାର୍ଶ୍ୱିକ, ଲୋକ ସମ୍ପର୍କ, ଯାନାବହନ ପ୍ରଭୃତି କ୍ଷେତ୍ରରେ ଓ ସମସ୍ୟା ସୃଷ୍ଟି କରିପାରେ । ବ୍ୟବସାୟରେ ନାନାପ୍ରକାର ସୁବିଧା ସୁଯୋଗ ମିଳିବ ଓ ପୁରୁଣା ପ୍ରାପ୍ୟ ମଧ୍ୟ ଆଦାୟ ହୋଇ ପାରେ । କିନ୍ତୁ କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିବେ । ସମାଜରେ ଅଭିଜ୍ଞ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ । ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । କୌଣସି ବ୍ୟକ୍ତିଙ୍କୁ ଦୀର୍ଘ ସମୟ ଅପେକ୍ଷା କରି ବ୍ୟସ୍ତତା ଅନୁଭବ କରିପାରନ୍ତି । ଅନ୍ୟମାନଙ୍କ କାନ କୁହା କଥା ଶୁଣି ଅତି ଭଲ ସମ୍ପର୍କ ଥିବା ବ୍ୟକ୍ତିଟି ପ୍ରତି ମନରେ ଭୁଲ୍‌ ଧାରଣା ସୃଷ୍ଟି ହୋଇପାରେ । ଅବିବାହିତାଙ୍କୁ ବିବାହ ନିମନ୍ତେ ନୂଆ ପ୍ରସ୍ତାବ ଆସିପାରେ । ଦେହ ଭଲ ରହିବ, ମାତ୍ର ଶ୍ରମଜନିତ କ୍ଳାନ୍ତି ବୋଧ କରିବେ । ଶୁଭରଙ୍ଗ: ନୀଳ । ଆରାଧନା: ହର ପାର୍ବତୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ସାମାନ୍ୟ ପ୍ରତିବନ୍ଧକ ଦେଖାଦେଲେ ମଧ୍ୟ କର୍ମକ୍ଷେତ୍ରରେ ଚେଷ୍ଟା ନିଷ୍ଫଳ ହେବ ନାହିଁ । ତଥାପି ଚିତ୍ରା ନକ୍ଷତ୍ର ପ୍ରଭାବରେ ଟେନସନ୍ କିିଛି ମାତ୍ରାରେ ଲାଗିରହିବ । ବ୍ୟବସାୟ କ୍ଷେତ୍ରରେ ଅଂଶୀଦାରଙ୍କ ସହ ତର୍କବିତର୍କ ଯୋଗୁଁ ମନ ସାମୟିକ ଭଲ ରହିନପାରେ । କୌଣସି ମିଥ୍ୟା ଗୁଜବ ମନକୁ ଚହଲାଇ ଦେବା ସଙ୍ଗକୁ କର୍ମକ୍ଷେତ୍ରରେ ଲକ୍ଷ୍ୟ ପୂରଣ ଦିଗରେ ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିମାନେ ପ୍ରତିବନ୍ଧକ ଓ ସମସ୍ୟା ସୃଷ୍ଟି କରିପାରନ୍ତି । ବନ୍ଧୁମାନଙ୍କ ସହ ଆଲୋଚନା କରିବାର ସୁଯୋଗ ଲାଭ କରି ଖୁସି ଅନୁଭବ କରିବେ । ସ୍ଵାସ୍ଥ୍ୟ ସମସ୍ୟା ପୂର୍ବପରି ରହିବ ମାତ୍ର ପୂର୍ଣ୍ଣତଃ ଆରୋଗ୍ୟ ଲାଭ କରି ନ ପାରନ୍ତି । ପାରିବାରିକ ଜୀବନରେ ସ୍ନେହ, ଶ୍ରଦ୍ଧା ଓ ଆଦରର ଅଭାବ ଅନୁଭବ କରିବେ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ତାରିଣୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ନିଜ ଉପରେ ବିଶ୍ଵାସ ରଖନ୍ତୁ; ବିଳମ୍ବିତ ସମୟରେ କାର୍ଯ୍ୟରେ ସଫଳତା ମିଳିବର ସୂଚନା ରହିଛି । କର୍ମକ୍ଷେତ୍ର ପ୍ରତି ଶନି ଓ ରାହୁଙ୍କ କୁପ୍ରଭାବଜନିତ ସମସ୍ୟା ଓ ପାରିବାରିକ ସ୍ତରରେ ବିଭିନ୍ନ ପ୍ରକାର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ । ତଥାପି ବନ୍ଧୁମାନଙ୍କ ଦ୍ଵାରା କାର୍ଯ୍ୟ ସମ୍ପାଦନ କରିପାରନ୍ତି । ବ୍ୟବସାୟ ବାଣିଜ୍ୟରେ ଲାଭ ନ ହେଲେ ମଧ୍ୟ କ୍ଷତିର ସମ୍ମୁଖୀନ ହେବାକୁ ପଡିବ ନାହିଁ । ଷ୍ଟକ୍ ଓ ମିଚ୍ୟୁଆଲ୍‌ଫଣ୍ତରେ ପୁଞ୍ଜି ନିବେଶ ଲାଭଦାୟକ ସାବ୍ୟସ୍ତ ହେବ । ଇମେଲ୍ ଜରିଆରେ ଚାକିରି ସମ୍ବନ୍ଧିତ କୌଣସି ସୂଚନା ପାଇବେ । ସାମାଜିକ ସ୍ତରରେ ସମ୍ମାନ ବଳବତ୍ତର ରହିବ । ଋଣ ଭାରକୁ ନେଇ ଚିନ୍ତିତ ରହିବେ । ସାଧାରଣ କଥାକୁ ନେଇ ପଡୋଶୀଙ୍କ ସହ ସମ୍ପର୍କ ଖରାପ ହୋଇପାରେ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ । ଶୁଭରଙ୍ଗ: କଫି । ଆରାଧନା: ମାଆ ଅମ୍ବିକା ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଦିନଟି ସମ୍ୟକ ଖଟାମିଠା ରହିବ । ଗ୍ରହଚକ୍ରର ପରିବର୍ତନ ଯୋଗୁଁ ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ । ଛୋଟଛୋଟ ଘଟଣା ପ୍ରତି ଗୁରୁତ୍ୱଦେଲେ ଅଯଥା ମାନସିକ ଅଶାନ୍ତିକୁ ବଢାଇବା ବ୍ୟତୀତ କିଛି ଲାଭ ହେବନି । ବ୍ୟବସାୟ କ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରିଛନ୍ତି ବାସ୍ତବରେ ସେପରି କିଛି ହେବନାହିଁ । ଚାକିରିରେ ନିଷ୍ଠାର ସହିତ କାମ କଲେ ଭଲ ପରିଣାମ ମିଳିବ । ତଥାପି ଅଫିସରେ ଅଧିକାରୀଙ୍କ ବ୍ୟବହାର ମନକୁ କଷ୍ଟ ପହଞ୍ଚିବ । ସାମାଜିକ ସମାରୋହରେ ସହଭାଗିତା କରିବାର ସୁଯୋଗ ମିଳିବ । କୌଣସି ପାରିବାରିକ ବ୍ୟତିକ୍ରମ କାରଣରୁ ଟେନସନ୍‌ କିିଛି ମାତ୍ରାରେ ଲାଗିରହିବ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ପ୍ରଭୁ ହନୁମାନ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ମାନସିକ ଚିନ୍ତାରେ ବୁଡ଼ି ରହିବେ । ଉତ୍ତରାଷାଢା ନକ୍ଷତ୍ର ଯୋଗୁଁ ଜଣେ ବନ୍ଧୁଙ୍କ ସହଯୋଗରୁ କାମ ହାସଲ କରିବେ । ବ୍ୟୟ ବୃଦ୍ଧି ସଙ୍ଗେ ସଙ୍ଗେ ପରିବହନରେ ସମସ୍ୟା ଦେଖାଦେଇପାରେ । ବିଭିନ୍ନ ଯୋଜନା, ସାଙ୍ଗଠନିକ କାର୍ଯ୍ୟ କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟି ହେବ । ବ୍ୟବସାୟରେ ଆର୍ଥିକ ସ୍ଥିତି ଭଲ ରହିବ । ଅଫିସରେ କାର୍ଯ୍ୟଭାର ଅଧିକ ଯୋଗୁଁ ମନରେ ସରସତା ରହିବ ନାହିଁ । ଅର୍ଥାଭାବ ଓ ଅପୂରଣୀୟ ଆଶା ମନରେ ଦୁଃଖ ପହଞ୍ଚିବ । ବିବାଦୀୟ ପରିସ୍ଥିତିରେ ଆପଣ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ । ବନ୍ଧୁ ଗହଣରେ ଅପ୍ରିୟ ସତକଥା କହି ବିରୋଧି ହୋଇପାରନ୍ତି । ସ୍ଵାସ୍ଥ୍ୟ ସମସ୍ୟା ମଧ୍ୟ ମାନସିକ ଅସୁସ୍ଥତାର ଅନ୍ୟ ଏକ କାରଣ ହୋଇପାରେ । ପରିବାର ସଦସ୍ୟଙ୍କ ମଧ୍ୟରେ ସ୍ନେହ, ଶ୍ରଦ୍ଧା ବୃଦ୍ଧି ପାଇବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ବିରଜା ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଆଜି ଚେଷ୍ଟା କରୁଥିବା କାର୍ଯ୍ୟରେ ଅବଶ୍ୟ ସଫଳତା ପାଇବେ । କିନ୍ତୁ ଆପଣ ଯେତେ ପ୍ରକାରର ଚେଷ୍ଟା କଲେ ମଧ୍ୟ ସବୁ କାମଗୁଡିକ ବିଳମ୍ବିତ ସମୟରେ ହିଁ ସମ୍ପନ୍ନ ହେବ । ରାଶିରେ ରବି ଓ ଶନିଙ୍କ ଅବସ୍ଥାନ ଯୋଗୁଁ ନାନାଦି ସମସ୍ୟା ମଧ୍ୟଦେଇ କାର୍ଯ୍ୟହାସଲ କରିବେ । କର୍ଯ୍ୟସ୍ଥଳରେ ଆପଣଙ୍କ ମାନସମ୍ମାନ ବଢିବ, ଆପଣଙ୍କ କାର୍ଯ୍ୟ ଶୈଳୀ ଦେଖି ଉଚ୍ଚାଧିକାରୀ ମଧ୍ୟ ପ୍ରଶଂସିତ ହେବେ । ନୂଆ ନୂଆ ବ୍ୟକ୍ତିଙ୍କ ସହ ବନ୍ଧୁତା ସ୍ଥାପନ ହେବ । ଆତ୍ମିୟ ସ୍ଵଜନ ଓ ମିତ୍ରମାନଙ୍କ ମାଧ୍ୟମରେ ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ପରିବାରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହୋଇପାରେ । ପାଖ ପଡୋଶୀଙ୍କ ଛଳନା ଓ ପ୍ରତାରଣାପୂର୍ଣ୍ଣ କଥାକୁ ଭାବିଚିନ୍ତି କରିବା ଭଲ ହେବ । ଶୁଭରଙ୍ଗ: ଧଳା । ଆରାଧନା: ସନ୍ତୋଷୀ ମାତା ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ବିନା ଦ୍ଵିଧାରେ କ୍ରମକ୍ଷେତ୍ରରେ ଉନ୍ନତିର ପଥରେ ଅଗ୍ରସର ହେବେ । ଉଚ୍ଚସ୍ଥାନରେ ଶୁକ୍ର ଅବସ୍ଥାନ କରିଥିବା ଯୋଗୁଁ କର୍ମକ୍ଷେତ୍ରରେ ନିଜ ସ୍ଥିତିକୁ ମଜବୁତ କରିପାରିବେ । ବିନୟପୂର୍ଣ୍ଣ କଥା କହି ଜଟିଳ ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିବାରେ ସମର୍ଥ ହେବେ । ବ୍ୟବସାୟ କ୍ଷେତ୍ରରେ ନୂତନ କର୍ମାରମ୍ଭ କରିବା ପାଇଁ ବନ୍ଧୁ ଓ ପରିବାର ସହ ଆଲୋଚନା କରିବେ । ଚାକିରି କ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି । ରାଜନୀତି କ୍ଷେତ୍ରରେ ଉପରିସ୍ଥଙ୍କ ଶ୍ରଦ୍ଧା ଅତୁଟ ରଖିବ, ସ୍ଥାନ ଓ ସ୍ଥିତି ସୁଦୃଢ ରଖି ପାରିବେ । ବନ୍ଧୁ ଓ ଭାଇଙ୍କ ସହଯୋଗ ପାଇ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ସମ୍ପାଦନ ହୋଇଯିବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହେବ । ପାରିବାରିକ କ୍ଷେତ୍ରରେ ଆକସ୍ମିକ ଭାବରେ ନିଜର ନିଷ୍ପତି ବଦଳାଇ ପାରନ୍ତି । ସ୍ଵାସ୍ଥ୍ୟ ସମସ୍ୟା ମାନସିକ ଅସ୍ଥିରତାକୁ ବୃଦ୍ଧି କରିପାରେ । ଶୁଭରଙ୍ଗ: ଗୋଲାପି । ଆରାଧନା: ମାଆ ସମଲେଶ୍ୱରୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ପ୍ରାୟତଃ ପ୍ରତ୍ୟେକ କ୍ଷେତ୍ରରେ ଅପଦସ୍ଥ ଓ ସମାଲୋଚିତ ହେବାକୁ ପଡିପାରେ । ଶନି ଓ ରାହୁଙ୍କ ଷଡାଷ୍ଟକ ସ୍ଥିତି ଜନିତ ସତର୍କତାର ସହ କାର୍ଯ୍ୟ କରନ୍ତୁ ନଚେତ୍ ଆକସ୍ମିକ ଭାବେ ନିଜ ଲୋକମାନେ ଶତ୍ରୁତା କରି ବସିବେ । ପୂର୍ବ ସ୍ଥିତିରୀକୃତ ଯୋଜନା ଠିକ୍‌ ଭାବରେ କାର୍ଯ୍ୟକାରୀ କରିବା କଷ୍ଟକର ହୋଇପାରେ । ବ୍ୟବସାୟରେ ନିଜର ଭାବମୂର୍ତ୍ତି ପ୍ରଦର୍ଶନ କରିବାକୁ ଯାଇ ଅପମାନିତ ହୋଇପାରନ୍ତି । ଅଫିସରେ ଆପଣଙ୍କ ଉପରେ କାର୍ଯ୍ୟଭାର ଅଧିକ ରହିବା । ଏହା ବ୍ୟତୀତ ସହକର୍ମୀଙ୍କ ବିରୋଧୀ ମନୋଭାବ ଯୋଗୁଁ ଅଫିସ କାର୍ଯ୍ୟାଳୟରେ କାର୍ଯ୍ୟ କରିବାକୁ ଇଚ୍ଛା ହେବ ନାହିଁ । ଅନ୍ୟମାନଙ୍କର ଫୁସୁଲା ଫୁସୁଲି କଥାରେ ପଶନ୍ତୁ ନାହିଁ କାରଣ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ଶାରୀରିକ ସୁସ୍ଥତା ଅକ୍ଷୁର୍ଣ୍ଣ ରହିଥିଲେ ମଧ୍ୟ ଘରୋଇ ବ୍ୟାପର ନେଇ ମାନସିକ ଅସୁସ୍ଥତା ଲାଗି ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

Be the first to comment

Leave a Reply

Your email address will not be published.


*