9 ଜୁଲାଇ 2020, ଗୁରୁବାର- ବିଶେଷ କରି ଆଜି ଏହି ୩ଟି ରାଶିର ବ୍ୟକ୍ତିଙ୍କ ଉପରେ ମହାଲକ୍ଷ୍ମୀଙ୍କ କୃପଦୃଷ୍ଟି ରହିବ । ଅନ୍ୟ

9 ଜୁଲାଇ 2020, ଗୁରୁବାର- ବିଶେଷ କରି ଆଜି ଏହି ୩ଟି ରାଶିର ବ୍ୟକ୍ତିଙ୍କ ଉପରେ ମହାଲକ୍ଷ୍ମୀଙ୍କ କୃପଦୃଷ୍ଟି ରହିବ । ଅନ୍ୟ ରାଶିର ବ୍ୟକ୍ତିଙ୍କ ଦିନଟି ମାଧ୍ୟମ ଫଳ ପ୍ରଦାନ କରିବ ।

ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ମନୁଷ୍ୟ ଜୀବନ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଜ୍ୟୋତିଷଙ୍କ ଅନୁସାରେ ଗ୍ରହ ନକ୍ଷେତ୍ରଙ୍କ ପରିବର୍ତ୍ତନ ସର୍ବଦା ଲାଗି ରହିଥାଏ । ଯାହାଫଳରେ ମନୁଷ୍ୟ ଜୀବନରେ ପରିବର୍ତ୍ତନ ଦେଖା ଯାଇଥାଏ । ଗ୍ରହର ସ୍ଥିତି ଠିକ ଥିଲେ ବ୍ୟକ୍ତିର ଜୀବନ ଠିକ ଚାଲିଥାଏ କିନ୍ତୁ ଗ୍ରହ ସ୍ଥିତି ଠିକ ନ ଥିଲେ, ବ୍ୟକ୍ତିର ଜୀବନରେ ସମସ୍ୟା ଲାଗି ରହିଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ଆଜିର ରାଶିଫଳରେ ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

www.livehindustan.com

ଆପଣଙ୍କ ଭାବନାରେ ସକାରାତ୍ମକ ବଜାୟ ରଖନ୍ତୁ । ଆଜି ଚନ୍ଦ୍ର ଶ୍ରବଣା ନକ୍ଷତ୍ରରେ ରହିଥିବାରୁ ଆପଣ ଯେଉଁ କାମରେ ହାତ ନିଅନ୍ତୁ ନା କାହିଁକି, ସାହାଯ୍ୟ ସହଯୋଗର କୌଣସି ଅଭାବ ରହିବ ନାହିଁ । ବ୍ୟବସାୟରେ ଆର୍ଥିକ ସ୍ଥିତି ଭଲ ରହିବ । ଅଫିସରେ କାର୍ଯ୍ୟଭାର ଅଧିକ ରହିଲେ ମଧ୍ୟରେ ସହକର୍ମୀ ଓ ଉଚ୍ଚାଧିକାରୀଙ୍କ ସହଯୋଗ ମିଳିବ । ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ, ତଥାପି ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ । ଇଚ୍ଛା ନ ଥିଲେ ମଧ୍ୟ ପରିସ୍ଥିତିରେ ପଡ଼ି କେତେକ କାର୍ଯ୍ୟ କରିବାକୁ ବାଧ୍ୟ ହେବେ । ଆନୁଷ୍ଠାନିକ କ୍ଷେତ୍ରରେ ସଫଳତା ମିଳିବ । ବିବାହିତଙ୍କ ଲାଗି ଦିନଟି ବଢ଼ିଆ ରହିବ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମାଆ ତାରିଣୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

www.livehindustan.com

ଧାର୍ମିକ ତଥା ଆଧ୍ୟାତ୍ମିକ କାର୍ଯ୍ୟରେ ସମୟ ବିତିବ । ଚତୁର୍ଥାଧିପତି ଅଷ୍ଟମାଧିପତିଙ୍କ ନକ୍ଷତ୍ରରେ ରହିଥିବାରୁ ପାରିବାରିକ କ୍ଷେତ୍ରରେ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ । କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବାରେ ଜଣେ ବ୍ୟକ୍ତି ସାହାଯ୍ୟ କରିବେ । କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ, ଯାହାକି ପରିସ୍ଥିତିକୁ ବଦଳାଇ ଦେଇପାରେ । ସାମାଜିକ କାର୍ଯ୍ୟରେ ସଫଳତା ଓ ମାନସମ୍ମାନ ପାଇବାର ସୌଭାଗ୍ୟ ପ୍ରାପ୍ତ ହେବ କିନ୍ତୁ ବନ୍ଧୁମାନେ ଈର୍ଷାନ୍ଵିତ ହେବେ । ପରିବାରର ଆବଶ୍ୟକତା ଅନୁଯାୟୀ ନୂତନ ଜିନିଷ କ୍ରୟ କରିବା ସକାଶେ ମନ ବଳାଇ ପାରନ୍ତି । ଆଶା ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ପାଇବେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ବିରଜା ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

www.livehindustan.com

ଭାଗ୍ୟର ସହଯୋଗ ପାଇବେ । କର୍ମାଧିପ ବୃହସ୍ପତି ଜ୍ୟେଷ୍ଠା ନକ୍ଷତ୍ରରେ ରହିଥିବାରୁ ଆଜିର କାମଗୁଡ଼ିକ ସବୁ ଠିକ୍‌ ଠିକ୍‌ ହୋଇଯିବ । କିନ୍ତୁ ବନ୍ଧୁଙ୍କ କାମରେ ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ମନରେ ସରସତା ରହିବ ନାହିଁ । ବାଣିଜ୍ୟ ଓ ବ୍ୟବସାୟରେ ନିଜର ଯୋଜନାମୁତାବକ କାମ କରିବେ । ଆର୍ଥିକ ସ୍ଥିତି ସମ୍ୟକ ମାନ୍ଦା ରହିପାରେ । ସାମାଜିକ କାର୍ଯ୍ୟକଳାପରେ ଭାଗ ନେଇ ପ୍ରଶଂସିତ ହେବେ । ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ କେତେକ ପ୍ରତିବନ୍ଧକ ଦେଖା ଦେଇପାରେ । ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବା କାରଣରୁ ସାମୟିକ ଆଶ୍ୱସ୍ତିଲାଭ କରିପାରନ୍ତି । ଜୀବନସାଥୀଙ୍କ ଠାରୁ ପର୍ଯ୍ୟାପ୍ତ ପ୍ରେମ ପାଇବେ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ଶ୍ରୀକୃଷ୍ଣ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

www.livehindustan.com

ଆପଣଙ୍କ କୌଣସି ନିଷ୍ପତି, ଆପଣଙ୍କ ପାଇଁ କଷ୍ଟଦାୟକ ହୋଇପାରେ । କର୍ମାଧିପ ଭାଗ୍ୟସ୍ଥ ଯୋଗୁଁ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ । ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ ଏବଂ ଅର୍ଥ ସଂଗ୍ରହ କରିବାରେ ତତ୍ପରତା ପ୍ରକାଶ କରି ସଫଳତା ପାଇବେ । ଯେଉଁ ଜିନିଷଟିକୁ ପାଇବାକୁ ଅପେକ୍ଷା କରିଛନ୍ତି ତାହା ସାମାନ୍ୟ ବିଳମ୍ବରେ ପାଇବେ । ଆପଣଙ୍କ ଅନୁରୋଧକୁ ଉଚ୍ଚଅଧିକାରୀ ଅଗ୍ରାଧିକାର ଦେବେ ଓ ଗୁରୁତ୍ଵର ସହିତ ବିଚାର କରିବେ । ବିବାଦୀୟ ଘଟଣାରେ ଦୁଃସାହସିକ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ । ବିବାଦୀୟ ଘଟଣାରେ ଦୁଃସାହସିକ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ । ଦେହ ଭଲ ରହିଲେ ମଧ୍ୟ ରକ୍ତଚାପ କିମ୍ବା ଡାଇବେଟିସ୍‌ ରୋଗରେ କଷ୍ଟ ପାଇପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

www.livehindustan.com

ଦିନଟି ଆପଣଙ୍କ ପାଇଁ ଉତ୍ସାହ ପୂର୍ଣ୍ଣ ରହିବ । ଏକାଦଶସ୍ଥ ସ୍ଥାନରେ ଶୁକ୍ର ଅବସ୍ଥାନ କରିଥିବା ଯୋଗୁଁ ଆପଣ ଚେଷ୍ଟା କରୁଥିବା କାର୍ଯ୍ୟରେ ଜଣେ ପୁରାତନ ବନ୍ଧୁ ସାହାଯ୍ୟ କରିବେ । ମନରେ ଲାଗିରହିଥିବା ଓଲଟପାଲଟ ଚିନ୍ତାଧାରା ସମାପ୍ତ ହୋଇଯିବ । କାର୍ଯ୍ୟ କ୍ଷେତ୍ରରେ ସୁଖ-ଶାନ୍ତି ବୃଦ୍ଧି ହେବ ଓ ଉଚ୍ଚ ସମ୍ଭାବନାର ଆଶା ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ପାଇବେ । ସାମାଜିକ କାର୍ଯ୍ୟରେ ସଫଳତା ଓ ମାନସମ୍ମାନ ବୃଦ୍ଧି ହେବ । ଅଫିସରେ କର୍ତ୍ତୃପକ୍ଷ ଆପଣଙ୍କ କାର୍ଯ୍ୟରେ ପ୍ରସନ୍ନ ରହିବେ । କଳା, ସାହିତ୍ୟ, ସଭାସମିତି ଓ ମନୋରଞ୍ଜନରେ ଆଗ୍ରହୀ ହେବେ । ପ୍ରିୟତମଙ୍କ ସହିତ ବୁଝାମଣା ଠିକ୍‌ ରହିବ । ଶୁଭରଙ୍ଗ: ଲାଲ । ଆରାଧନା: ମହାଲକ୍ଷ୍ମୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

www.livehindustan.com

ମନରେ ଆତ୍ମା ବିଶ୍ଵାସ ବୃଦ୍ଧି ପାଇବ । ଚନ୍ଦ୍ରଙ୍କ ପ୍ରଭାବରୁ ଆପଣଙ୍କ ମଉଳି ଯାଇଥିବା ଆଶା ପୁଣି କଅଁଳି ଉଠିବ । ବହୁପୂର୍ବରୁ ମନେମନେ ଭାବିଥିବା ନୂତନ କାର୍ଯ୍ୟଟିକୁ ଆରମ୍ଭ କରି କୃତକାର୍ଯ୍ୟ ହେବେ । ବ୍ୟବସାୟରେ ନୂଆ ନୀତି ମଧ୍ୟ ପ୍ରୟୋଗ କରିବେ । କଠିନ ପରିଶ୍ରମଜନିତ କ୍ଳାନ୍ତି ଓ ଅବସାଦ ଦଖାଦେଇପାରେ । ସାଧାରଣ କଥାରେ ତର୍କବିତର୍କ କାରଣରୁ ଭାଙ୍ଗିପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ । ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡ଼ିପାରନ୍ତି । ଦୈହିକ ଦୁର୍ବଳତା ଯୋଗୁଁ ମନୋବଳ କମିଯାଇପାରେ । ପରିବାରରେ ସୁଖଶାନ୍ତି ବଜାୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

www.livehindustan.com

ଦିନଟି ଆପଣଙ୍କ ଲାଗି ଶୁଭଦାୟକ ଓ ଖୁସିଭରା ରହିବ । ମାନସିକ ଶାନ୍ତି ଅନୁଭବ କରିବେ । ଗୁରୁ ଓ ଶୁକ୍ରଙ୍କ ପାରସ୍ପରିକ ଦୃଷ୍ଟି ଆକର୍ଷଣ ଯୋଗୁଁ ଆପଣଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଶୁଭଫଳ ପ୍ରାପ୍ତି ହେବ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଅଫିସରେ ସହକର୍ମୀଙ୍କ ପୂର୍ଣ୍ଣ ସହଯୋଗ ପାଇବେ । ଆପଣଙ୍କ ପ୍ରତିଭାରୁ ଅନ୍ୟମାନଙ୍କୁ ପ୍ରେରଣା ମିଳିବ । ଭୁଲ୍‌ ଖବର ପାଇ ସାମୟିକ ଭାବେ ବିବ୍ରତ ହୋଇପାରନ୍ତି । ଭୁଲ୍‌ ବୁଝାମଣା ହେତୁ ଆତ୍ମୀୟମାନଙ୍କ ଅସହଯୋଗ, ଅସମ୍ମାନ ଦୁଃଖର ମାତ୍ରାକୁ ବଢ଼ାଇ ଦେଇପାରେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଶାରଳା ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

www.livehindustan.com

ଆତ୍ମା ବିଶ୍ଵାସ ବଜାୟ ରଖନ୍ତୁ, ଭଗବାନଙ୍କୁ ସ୍ମରଣ କରନ୍ତୁ ଦିନଟି ଭଲରେ କଟିବ । ଚନ୍ଦ୍ର ଶନିକ୍ଷେତ୍ରସ୍ଥ ହୋଇ ମଙ୍ଗଳ ଦୃଷ୍ଟ ଯୋଗୁ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ଆର୍ଥିକ ସ୍ଵଚ୍ଛଳତାରେ ଅବନତି ଯୋଗୁଁ ମାନସିକ ଶାନ୍ତି ବ୍ୟାହତ ହୋଇପାରେ । ବ୍ୟବସାୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବା ସଙ୍ଗେ ସଙ୍ଗେ ସମସ୍ୟା ବହୁଳ ରହିବ । ଅଫିସରେ ମଧ୍ୟ କାର୍ଯ୍ୟ ଚାପ ସଙ୍ଗେ ସଙ୍ଗେ ଉଚ୍ଚଧିକାରୀଙ୍କ କ୍ଷୁବ୍ଧ କଥାବାର୍ତ୍ତା ମନକୁ ବିଚଳିତ କରିବ । ପରିବାରରେ ପାରସ୍ପରିକ ସହଯୋଗ ପରିବେଶକୁ ସରସ, ସୁନ୍ଦର କରିବାରେ ସହାୟକ ହେବ । ଜୀବନ ସାଥିଙ୍କ ପୂର୍ଣ୍ଣ ସହଯୋଗ ଫଳରେ ମନକୁ ସମ୍ୟକ ଶାନ୍ତି ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ହର ପାର୍ବତୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

www.livehindustan.com

ସକାରାତ୍ମକ ମନୋଭାବ ଘେନି କାମ କରନ୍ତୁ; ସଫଳତା ପାଇବେ । ଆଜିର ଚନ୍ଦ୍ର ଷଷ୍ଠାଧିପତିଙ୍କ ସହ ସଂଯୁକ୍ତ କାରଣରୁ ସ୍ଵାସ୍ଥ୍ୟରେ ବିଶେଷ ଉନ୍ନତି ନ ଘଟିଲେ ମଧ୍ୟ ଭାଗ୍ୟାଧିପତି ହେତୁ ଅସୁବିଧା ହେବ ନାହିଁ । କର୍ମକ୍ଷେତ୍ରରେ ସୁଯୋଗର ସଦ୍‌ ବ୍ୟବହାର କରିପାରିଲେ ଉପକୃତ ହେବେ । ଅଟକି ରହିଥିବା କାମକୁ ପୂରାଦମ୍‌ରେ କରିବା ପାଇଁ ନିଷ୍ପତ୍ତି ନେବେ । ସାମାଜିକ ଆୟୋଜନରେ ସହଭାଗିତା କରିବେ । ମଧ୍ୟାହ୍ନରେ ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିପାରେ । ପାଖ ପଡ଼ୋଶୀଙ୍କ ସହଯୋଗରୁ ପାରିବାରିିକ ସମସ୍ୟାର ସମାଧାନ ଘଟିବ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ଆରାଧନା: ମାଆ ଦୁର୍ଗା ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

www.livehindustan.com

ଭଗବାନଙ୍କୁ ସ୍ମରଣ କରନ୍ତୁ ଦିନଟି ଭଲରେ କଟିବ । ଏକାଧିକ ଗ୍ରହ ସପ୍ତମଭାବସ୍ଥ ଯୋଗୁ ବିବାଦରୁ ଦୂରେଇ ରହିବା ଭଲ ହେବ । ବିଭିନ୍ନ ବିଷୟକୁ ନେଇ ଅଯଥା ମାନସିକ ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇପାରନ୍ତି । ମିତ୍ରମାନେ ସହଯୋଗର ହାତ ବଢ଼ାଇବେ । କର୍ମକ୍ଷେତ୍ର ଓ ପରିବାରରେ ପୁରୁଣା ସମସ୍ୟାଗୁଡିକ ତୁଟିଯାଇଥିଲେ ବି ଆକସ୍ମିକ ଭାବେ ନୂତନ ସମସ୍ୟା ଦେଖାଦେଇପାରେ । କେତେକ କ୍ଷେତ୍ରରେ ପରିସ୍ଥିତିକୁ ଆଖିଆଗରେ ରଖି ଯେସାକୁ ତେସା ନୀତିରେ କାମ କରିବାକୁ ମନସ୍ଥ କରିପାରନ୍ତି । ଛୋଟ ଛୋଟ କଥାକୁ କେନ୍ଦ୍ର କରି ପରିବାର ଭିତରେ ସମ୍ପର୍କ ହାନି ଘଟିପାରେ । ପ୍ରେମ ପ୍ରସଙ୍ଗରେ ପ୍ରଗାଢ଼ତା ଆସିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

www.livehindustan.com

ଦିନଟି ଆପଣଙ୍କ ଲାଗି ଅନୁକୂଳ । କର୍ମସ୍ଥାନରେ ବୃହସ୍ପତି ଆପଣଙ୍କୁ ଏକାଧାରରେ ଧନ ଓ ସମ୍ମାନ ପ୍ରଦାନ କରି ସାମାଜିକ ସମ୍ମାନ ପ୍ରଦାନ କରିବେ । ଆଜିର ଯାତ୍ରା, ପ୍ରଶାସନ, ଆଇନ, କଳା ସାହିତ୍ୟ କ୍ଷେତ୍ର ମନ୍ଦ ହେବନି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସହକର୍ମୀ କେହି ଚଞ୍ଚକତା ପ୍ରଦର୍ଶନ କରିପାରନ୍ତି । ବ୍ୟବସାୟ କିମ୍ବା ଚେଷ୍ଟା କରୁଥିବା କାମରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ । ବନ୍ଧୁବର୍ଗଙ୍କ ସକାଶେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ । ମନର ଦୁଃଖକୁ ଲୁଚାଇ ରଖି ହସି ହସି କଥା କହିବାର ଅପଚେଷ୍ଟା କରି ଧରାପଡ଼ି ଯାଇପାରନ୍ତି । ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ଶ୍ରୀଗଣେଶ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

www.livehindustan.com

ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁର ବାତାବରଣ ରହିବ । ଆଜି ଅଷ୍ଟମସ୍ଥ ଚନ୍ଦ୍ରଙ୍କ ସହ ବୃହସ୍ପତିଙ୍କ ସମ୍ପର୍କ ଆପଣଙ୍କୁ ଅର୍ଥ, ସମ୍ମାନ ଦାନରେ କୁଣ୍ଠା ପ୍ରକାଶ କରିବେ ନାହିଁ । ଯେଉଁ କାର୍ଯ୍ୟ ହାତକୁ ନେବେ, ତାହାକୁ ପୂରା କରି ବିଶ୍ରାମ ନିଅନ୍ତୁ । ଅସୁବିଧା ନ ଥିଲେ ମଧ୍ୟ ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ମନରେ ସରସତା ରହିବ ନାହିଁ । ନିଜ ଦକ୍ଷତାରୁ ଉଚ୍ଚ ସମ୍ମାନ ପାଇବେ ଏବଂ ବୁଦ୍ଧିଜୀବୀମାନଙ୍କ ସାନ୍ନିଧ୍ୟରେ ଆସିବେ । ଅଫିସରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡ଼ା ଲାଗିପାରେ । ସଭାସମିତି, ସଙ୍ଗଠନ, ରାଜନୀତି କ୍ଷେତ୍ରରେ ଉନ୍ନତମାନର ସୁଫଳ ପାଇବେ । କୌଣସି କାମରେ ଅଧିକ ପରିଶ୍ରମ ଓ ସମୟ ଲାଗିବ । ବୈବାହିକ ଜୀବନରେ ମଧୁରତା ବଢ଼ିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭଦ୍ରକାଳୀ ।

Leave a Reply

Your email address will not be published. Required fields are marked *