9 ଅଗଷ୍ଟ 2020, ରବିବାର- ସୂର୍ଯ୍ୟଦେବଙ୍କ କୃପା ଦୃଷ୍ଟି ଯୋଗୁଁ ଆଜି ଏହି ୬ଟି ରାଶିର ବ୍ୟକ୍ତିଙ୍କ ଜୀବନ ସୁଖମୟ ରହିବ । ସମସ୍ତ

9 ଅଗଷ୍ଟ 2020, ରବିବାର- ସୂର୍ଯ୍ୟଦେବଙ୍କ କୃପା ଦୃଷ୍ଟି ଯୋଗୁଁ ଆଜି ଏହି ୬ଟି ରାଶିର ବ୍ୟକ୍ତିଙ୍କ ଜୀବନ ସୁଖମୟ ରହିବ । ସମସ୍ତ ବାଧାବିଘ୍ନ ଦୂର ହେବ । ମନୋବାଞ୍ଛିତ ଫଳ ପ୍ରାପ୍ତି କରିବେ ।

ଗ୍ରହ ନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି, ଯାହାର ପ୍ରଭାବ ବ୍ୟକ୍ତିଙ୍କ ଉପରେ ପଡିଥାଏ । ଯାହା ଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଗ୍ରହର ପରିବର୍ତ୍ତନ ଫଳରେ ରାଶି ଗୁଡିକ ଉପରେ ମଧ୍ୟ କିଛି ନା କିଛି ପ୍ରଭାବ ପଡିଥାଏ । ଗ୍ରହର ସ୍ଥିତି ଭଲ ଥିଲେ ବ୍ୟକ୍ତିର ଜୀବନରେ ଏହାର ସୁପ୍ରଭାବ ପଡିଥାଏ ଓ ବ୍ୟକ୍ତି ଉନ୍ନତି କରିଥାଏ କିନ୍ତୁ ଗ୍ରହ ସ୍ଥିତି ଭଲ ନ ଥିଲେ, ବ୍ୟକ୍ତିର ଜୀବନରେ ବିଭିନ୍ନ ପ୍ରକାର ସମସ୍ୟା ଓ ପ୍ରତିବନ୍ଧକ ଲାଗି ରହିଥାଏ । ଜୋତିଷଙ୍କ ଅନୁସାରେ ରାଶିଗୁଡିକ ଆଧାରରେ ବ୍ୟକ୍ତିର ଭବିଷ୍ୟତ ବିଷୟରେ କୁହାଯାଇପାରେ । ଯେପରି କି ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

www.livehindustan.com

ଦିନଟି ଆପଣଙ୍କୁ ମାଧ୍ୟମ ଫଳ ପ୍ରଦାନ କରିବ । ଆଜି ଚନ୍ଦ୍ରମଙ୍ଗଳ ଯୋଗ ପ୍ରଭାବରୁ ପାରିବାରିକ ସମସ୍ୟାକୁ ସୁଧାରି ନେବାର ପ୍ରଯତ୍ନ କରିବେ । ବ୍ୟବସାୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବ । ଯାହାଫଳରେ ଆବଶ୍ୟକତା ପୂରଣ କରିବା ସକାଶେ ବନ୍ଧୁ କିମ୍ବା ସହକର୍ମୀଙ୍କ ଠାରୁ ଧାରା କରଜ କରିବାକୁ ବାଧ୍ୟ ହେବେ । ଅନ୍ୟପଟେ ଅଫିସରେ ବାତାବରଣ ସୁସ୍ଥ ଥିଲେ ମଧ୍ୟ ଆପଣ ପୂର୍ବରୁ ଭାବପ୍ରବଣତାକୁ ଲକ୍ଷ୍ୟ କରି ସହକର୍ମୀମାନେ ସେମାନଙ୍କ କାମକୁ ଆପଣଙ୍କୁ ଅର୍ପଣ କରିଦେବେ । ଯାହାଫଳରେ ନିଶ୍ଵାସ ନେବାକୁ ମଧ୍ୟ ସମୟ ପାଇବେ ନାହିଁ । ଆକସ୍ମିକ ଭାବରେ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ । ନିଜଲୋକଙ୍କ ଶତ୍ରୁତା ଫଳରେ ମନରେ କ୍ଷୋଭ ଓ ହତାଶଭାବ ଦେଖା ଦେବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଫିକା ଲାଲ । ଆରାଧନା: ହନୁମାନ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

www.livehindustan.com

ଆପଣଙ୍କ ପାଇଁ ଦିନଟି ପ୍ରାୟତଃ ଭଲ ରହିବ । ଶୁକ୍ରଙ୍କ ପ୍ରଭାବରେ ଶାରୀରିକ ସୁସ୍ଥତା ଅନୁଭବ କରିବେ । କିନ୍ତୁ ବ୍ୟସ୍ତ ନ ହୋଇ ସମୟକୁ ଅପେକ୍ଷା କରନ୍ତୁ ଦେଖିବେ ସବୁ ଠିକ୍ ହୋଇଯିବ । ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କର ଯୁକ୍ତିଯୁକ୍ତ ବିଚାର ଓ ସୁଚିନ୍ତିତ ପରାମର୍ଶ ବନ୍ଧୁମାନଙ୍କ ମନକୁ ପାଇବ । ତଥାପି ନିଜ କ୍ଷେତ୍ରରେ ବିଭିନ୍ନ ପ୍ରକାର ଅଟକି ରହିଥିବା କାମଗୁଡ଼ିକୁ ନେଇ ମନ ବିଚଳିତ ରହିପାରେ । ଆନୁଷ୍ଠାନିକ କାମ ସକାଶେ ବିଶେଷ ଭାବେ ଧାଁ ଦଉଡ କରିବାକୁ ପଡିପାରେ । କର୍ମକ୍ଷେତ୍ରରେ ସହକର୍ମୀ ଫାଇଦା ଉଠାଇବା ପାଇଁ ଚେଷ୍ଟା କରିପାରନ୍ତି । ସାମାଜିକ କାର୍ଯ୍ୟରେ ସହଭାଗିତା କରିବେ । ପରିବାରରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମାଆ ବିମଳା ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

www.livehindustan.com

ନିଜ ଉପରେ ବିଶ୍ଵାସ ରଖନ୍ତୁ, ଭଗବାନକୁ ଆରୋଧନ କରନ୍ତୁ । ଶନିଙ୍କ ନକ୍ଷତ୍ରସ୍ଥ ବୁଧ ଯୋଗୁ ସଂକୋଚବଶତଃ ବନ୍ଧୁଙ୍କ ନିକଟରେ ମନକଥା ପ୍ରକାଶ କରିପାରିବେ ନାହିଁ । ଅଟକି ରହିଯାଇଥିବା କାର୍ଯ୍ୟଗୁଡ଼ିକ ତ୍ୱରାନ୍ୱିତ କରିବା ପାଇଁ ଚେଷ୍ଟିତ କରିବେ । କର୍ମକ୍ଷେତ୍ରର କେତେକ ସମସ୍ୟାକୁ କେନ୍ଦ୍ରକରି ମାନସିକ ସ୍ଥିରତା ରହିନପାରେ । କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ଆଦେଶାନୁସାରେ ହଠାତ୍‌ ଦୂର ସ୍ଥାନକୁ ଯିବାକୁ ପଡ଼ିପାରେ । ବିବାଦୀୟ ଘଟଣାର ସମାଧାନ ହୋଇଯିବ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅମୀମାଂସିତ ରହିବ । ଜୀବନ ସାଥୀଙ୍କ ସହିତ ସୁସଂପର୍କ ବଜାୟ ରହିବ । ପୋଡଶୀଙ୍କ ସହ ଅଯଥା ବକ୍ ଅସଂମତା ଯୋଗୁଁ ମନ ଭଲ ରହିବ ନାହିଁ । ପରିବାରରେ ସୁଖଶାନ୍ତି ବଜାୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

www.livehindustan.com

ଦିନଟି ଆପଣଙ୍କ ଲାଗି ସକାରାତ୍ମକ ରହିବ । ଅଫିସରେ ନୂଆ ପରିଯୋଜନାରେ କାମ କରିପାରନ୍ତି । କର୍ମକ୍ଷେତ୍ରରେ ଅନ୍ୟ କଥାକୁ ବିଶ୍ୱାସ କରି କୌଣସି କାମ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଦୀର୍ଘଦିନରୁ ଅଟକି ରହିଥିବା କର୍ମକ୍ଷେତ୍ରର ସ୍ଥିତି ଅନୁକୂଳ ହୋଇପାରେ । ସାମାଜିକ ସ୍ତରରେ ଜନହିତକର କାମ କରି ପ୍ରଶଂସାଭାଜନ ହେବେ । ଶୁକ୍ର ଅଷ୍ଟମସ୍ଥ ଯୋଗୁଁ ପରିବାରରେ ଏକ ସାମାନ୍ୟ କଥାରେ ମତଭେଦ ଦେଖାଦେଇପାରେ । ଅତୀତ ଘଟଣା ବାରମ୍ବାର ଚିନ୍ତାକରି ମାନସିକ ଅଶାନ୍ତି ଅନୁଭବ କରିପାରନ୍ତି । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ, ପୁରାତନ ରୋଗପୀଡ଼ାରେ ପୁନଃ ପୀଡିତ ହୋଇପାରନ୍ତି । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଗାୟତ୍ରୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

www.livehindustan.com

ଆଜି ଆପଣ ଊର୍ଜାବାନ ଓ ସକ୍ରିୟ ରହିବ । ରବିଙ୍କ ଶୁଭ ସଂସ୍ଥିତିରୁ କର୍ମକ୍ଷେତ୍ରରେ ସମସ୍ୟାର ସରଳ ସମାଧାନକରି କେତେକାଂଶରେ ଆଶ୍ୱସ୍ତି ଅନୁଭବ କରିବେ । ସବୁ ସମସ୍ୟାର ସମାଧାନ ହୋଇଯିବ । ଆପଣଙ୍କର କଥା ଓ କାମ କରିବାର କୌଶଳ ଲୋକଙ୍କୁ ଖୁସି କରାଇବ । କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ, ମାତ୍ର ଆଶାନୁରୂପ ସାହାଯ୍ୟ ମିଳି ନ ପାରେ । ଅଫିସରେ ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ । ଅଧିନସ୍ଥ କର୍ମଚାରୀ ମାନଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ଆପଣଙ୍କୁ ବହୁତ କଷ୍ଟ ସ୍ଵୀକାର କରିବାକୁ ପଡିବ । ବାଦ ବିବାଦ, ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ । ବୈବାହିକ ଜୀବନ ଭଲ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

www.livehindustan.com

ଇଷ୍ଟଦେବୀଙ୍କୁ ଆରୋଧନା କରନ୍ତୁ, ସମ୍ଭାବ୍ୟ ସଙ୍କଟ ଦୂର ହେବ । ଶୁକ୍ରଙ୍କ ଶୁଭତ୍ୱରୁ ଆନୁଷ୍ଠାନିକ କ୍ଷେତ୍ରରେ ଗୁରୁଦାୟିତ୍ୱ ବହନ କରିବେ ଓ ସମସ୍ୟାର ସରଳ ସମାଧାନ କରିବାରେ କୌଣସି ଅସୁବିଧା ହେବ ନାହିଁ । କର୍ମକ୍ଷେତ୍ରରେ ସ୍ଵାର୍ଥର ବଶବର୍ତ୍ତୀ ହୋଇ ନିଜର ଆତ୍ମୀୟମାନେ ହଠାତ୍‌ ଶତ୍ରୁତା କରିପାରନ୍ତି । ଯେତେ ସମସ୍ୟା ଥିଲେ ମଧ୍ୟ କାମକୁ ଅବହେଳା କରିବେ ନାହିଁ । ବନ୍ଧୁଙ୍କୁ ଦେଇଥିବା ପ୍ରତିଶୃତି ରକ୍ଷାକରିବା ଫଳରେ ମନ ଭଲ ରହିବ । ଆର୍ଥିକ ସ୍ଥିତି ପୂର୍ବପରି ଅପରିବର୍ତ୍ତିତ ରହିବ । ବିବାଦୀୟ ଘଟଣାରେ ମଧ୍ୟସ୍ଥତା କରିବା ଆପଣଙ୍କ ପକ୍ଷେ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ପାପଯୁକ୍ତ ଚତୁର୍ଥସ୍ଥାନ ଯୋଗୁଁ ଘରୋଇ ବ୍ୟାପାରକୁ ନେଇ ମାନସିକ ସ୍ଥିତି ସେତେଟା ଭଲ ରହିବ ନାହିଁ । ଶୁଭରଙ୍ଗ: ଲାଲ । ଆରାଧନା: ଶ୍ରୀଗଣେଶ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

www.livehindustan.com

ବିଳମ୍ବ ହେଲେ ମଧ୍ୟ କାର୍ଯ୍ୟରେ ସଫଳତା ପାଇବେ, ମନରେ ଆତ୍ମବିଶ୍ଵାସ ରଖିବା ଦରକାର । ରାଶିରେ ଅଷ୍ଟମସ୍ଥ ଚନ୍ଦ୍ର ଅବସ୍ଥାନ କରିଥିବା ଯୋଗୁଁ ମାନସିକ ଅସ୍ଥିରତା ସୃଷ୍ଟି କରାଇବ କିନ୍ତୁ ଶାରୀରିକ ସୁସ୍ଥତା ରହିବ । ଶେଷ କରିବାକୁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବ । ବନ୍ଧୁଙ୍କ ମାଧ୍ୟମରେ ହାତକୁ ନେଇଥିବା କାମଗୁଡ଼ିକ ମଧ୍ୟ ସୁରୁଖୁରୁରେ ସମ୍ପନ୍ନ କରିପାରିବେ । ଆର୍ଥିକ ଶୋଚନୀୟତା ମଧ୍ୟ ଦେଇ ଗତି କରିବାକୁ ପଡିବ । କେତେକ ଅତ୍ୟାବଶ୍ୟକ ଦ୍ରବ୍ୟ ବା ଜିନିଷ କଣିବା ସକାଶେ ବନ୍ଧୁ ବା ନିକଟ ସମ୍ପର୍କୀୟଙ୍କ ଠାରୁ ଧାରା କରଜ କରିପାରନ୍ତି । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ନିତ୍ୟଚର୍ଯ୍ୟାରେ ବ୍ୟବଧାନ ଉପସ୍ଥିତ ହେବ । ପାରିବାରିକ ଜୀବନ ସୁଖମୟ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଇ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

www.livehindustan.com

ଦିନଟି ଆପଣଙ୍କ ଲାଗି କଷ୍ଟଦାୟକ ରହିବ । ରାଶ୍ୟାଧିପ ଶନିଙ୍କ ଦୃଷ୍ଟିରେ ଥିବାରୁ ସ୍ବାସ୍ଥ୍ୟ ବିଶେଷ ଭଲ ରହିବନାହିଁ । କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ବାଧାବିଘ୍ନର ସମ୍ମୁଖୀନ ହେବେ । ପରୋକ୍ଷ ଶତ୍ରୁତା ଯୋଗୁଁ ହାତକୁ ନେଇଥିବା କାର୍ଯ୍ୟକୁ ସମ୍ପାଦନ କରିବାରେ ବିଶୃଙ୍ଖଳା ସୃଷ୍ଟି ହେବ । ଅଫିସ୍‌ରେ କେତେକ ବ୍ୟକ୍ତି ନିଜର ଭଳି ଅଭିନୟ କରି ପଛରେ ଆପଣଙ୍କ ବିରୋଧରେ ବିଭିନ୍ନ ପ୍ରକାର ଚକ୍ରାନ୍ତ କରିବେ । ଦୀର୍ଘଦିନରୁ ରହିଯାଇଥିବା ବକେୟା ଅର୍ଥ ଆଦାୟ କରିବାକୁ ଯାଇ ତର୍କବିତର୍କର ସମ୍ମୁଖୀନ ହୋଇପାରନ୍ତି । ପରିବାରରେ ଭୁଲ୍‌ ବୁଝାମଣା ହେତୁ ନିକଟ ସମ୍ପର୍କୀୟମାନେ ପାଖ ମାଡି ନ ପାରନ୍ତି । ସ୍ଵାସ୍ଥ୍ୟ ଭଲ ରହିବ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଶାରଳା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

www.livehindustan.com

ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ । ସପ୍ତମ କେନ୍ଦ୍ରରେ ବଳବାନ୍‌ ରାହୁ ଅବସ୍ଥାନ କରିଥିବା ଯୋଗୁଁ ପ୍ରତିଦ୍ୱନ୍ଦ୍ୱିତା କିମ୍ବା ବିବାଦରେ ପଶିଲେ ଅପଦସ୍ଥ ହେବେ । ବୁଦ୍ଧିଜୀବୀଙ୍କ ସହିତ ସମ୍ପର୍କ ମଜଭୁତ ହେବ । ପ୍ରତ୍ୟେକ ପରିସ୍ଥିତିରେ ଜଗି ରଖି ଚଳିବା ଭଲ ହେବ ନଚେତ ଅସୁବିଧାରେ ପଡ଼ିପାରନ୍ତି । ଭାବିଥିବା କାମ ସହଜରେ ପୂରା ହେବ । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । କର୍ମକ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ସହକର୍ମୀ ଅବଶ୍ୟ ସାହାଯ୍ୟ କରିବେ । ପରିବାରର ଆବଶ୍ୟକତାକୁ ଉପଲବ୍ଧଧି କରି ଔଷଧ ପତ୍ର ଓ ଘର ସଉଦା ଆଦି ଦ୍ରବ୍ୟ କ୍ରୟ କରିପାରନ୍ତି । ପାରିବାରିକ ଜୀବନରେ ଦାମ୍ପତ୍ୟ ସୁଖ ବୃଦ୍ଧି ହେବ । ଶୁଭରଙ୍ଗ: ସବୁଜ । ଆରାଧନା: ସୂର୍ଯ୍ୟଦେବ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

www.livehindustan.com

ଦିନଟି ଆପଣଙ୍କ ଲାଗି ମିଶ୍ରଣ ଫଳ ପ୍ରଦାନ କରିବ । ମୁଖଭାବରେ ଚନ୍ଦ୍ର ଓ ମଙ୍ଗଳଙ୍କ ସ୍ଥିତି ଯୋଗୁଁ ନିଜର ଲୋକମାନଙ୍କ ସହିତ ଯୁକ୍ତିତର୍କ ଲାଗିପାରେ, ଯାହାଫଳରେ ଅଯଥାରେ କଳହ ଉପୁଜିବାର ସମ୍ଭାବନା ରହିଛି । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ଭଲ ରହିବ । ଅଫିସରେ ଅଧିନସ୍ଥ କର୍ମଚାରୀମାନେ ଯେତେ ପ୍ରକାରର ସମସ୍ୟା ସୃଷ୍ଟି କଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ । କୌଣସି କାରଣରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବର ସମ୍ଭାବନା ରହିଛି । ଆକସ୍ମିକ ଭାବେ କୌଣସି କଥାକୁ ନେଇ ମନୋଭାବ ଖରାପ ହୋଇପାରେ । ଦାଂପତ୍ୟ ଜୀବନରେ ମଧୁରତା ଆସିବ । ଶୁଭରଙ୍ଗ: ସବୁଜ । ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

www.livehindustan.com

ସମୟ ଆପଣଙ୍କ ଲାଗି ଅନୁକୂଳ । ଶୁକ୍ର ଅଷ୍ଟମ ସ୍ଥାନରେ ଅବସ୍ଥା କରିଥିବା ଯୋଗୁଁ କର୍ମକ୍ଷେତ୍ରରେ ସମସ୍ୟାକୁ ସାଧରି ନେବେ । ନିଜ ଇଚ୍ଛା ଅନୁଯାୟୀ କାର୍ଯ୍ୟ ସମ୍ପାଦନ କରିପାରିବେ । କର୍ମକ୍ଷେତ୍ରରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ କିନ୍ତୁ ଆଶାତୀତ ସଫଳତା ମିଳିବା କଷ୍ଟକର । ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ । ସାମାଜର ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି । ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ ଯୋଗୁଁ ମନରେ କ୍ଷୋଭ ପ୍ରକାଶ କରିପାରନ୍ତି । ନୂତନ କର୍ମାରମ୍ଭ ନିମନ୍ତେ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଧୂସର । ଆରାଧନା: ହର ପାର୍ବତୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

www.livehindustan.com

ସହଯୋଗ ଓ ସାହାଯ୍ୟର ଅଭାବ ଅନୁଭାବ କରିବେ । ରାଶିରେ ରାହୁ ଓ ଶୁକ୍ରଙ୍କ ଚତୁର୍ଥସ୍ଥିତି ଯୋଗୁଁ ପରିସ୍ଥିତିକୁ ଦୃଷ୍ଟି ରଖି ପ୍ରତିଟି କ୍ଷେତ୍ରରେ ନୀରବ ରହିବାକୁ ବାଧ୍ୟ ହେବେ । କର୍ମକ୍ଷେତ୍ରରେ ସତର୍କତାର ସହ ଚଳିବାକୁ ପଡିବ । କର୍ମକ୍ଷେତ୍ରରେ ଆବଶ୍ୟକତା ଠାରୁ ଅଧିକ କାମ ହାତକୁ ନେଇ ବିବ୍ରତ ହୋଇପାରନ୍ତି । ଅନ୍ୟଦ୍ୱାରା ପ୍ରଭାବିତ ହୋଇ କାର୍ଯ୍ୟ ସମ୍ପାଦନ କରିବା ହେତୁ ଉପରିସ୍ଥ ଅଫିସର ଭୁଲ୍‌ ବୁଝିପାରନ୍ତି । ସାମାଜିକ କାର୍ଯ୍ୟରେ ସହଭାଗିତା କରିବେ । ପୁରୁଣା ରୋଗର ପ୍ରାଦୁର୍ଭାବ ପୁଣିଥରେ ଦେଖିବାକୁ ମିଳିପାରେ, ଯାହାଫଳରେ ମନ ଭଲ ରହିବ ନାହିଁ । ପାରିବାରିକ କ୍ଷେତ୍ରରେ କିଛିଟା ଅଭାବ ଓ ଅସୁବିଧା ରହିବ । ଶୁଭରଙ୍ଗ: ସବୁଜ । ଆରାଧନା: ସୂର୍ଯ୍ୟଦେବ ।

Be the first to comment

Leave a Reply

Your email address will not be published.


*