ହସ୍ପିଟାଲରେ ଭର୍ତ୍ତି ହେଲେ ୯୮ ବର୍ଷୀୟ ଦିଲ୍ଲୀପ୍ କୁମାର୍ ! ପତ୍ନୀ ସାୟରା ବାନୋ କହିଲେ କାରଣ…

ହସ୍ପିଟାଲରେ ଭର୍ତ୍ତି ହେଲେ ୯୮ ବର୍ଷୀୟ ଦିଲ୍ଲୀପ୍ କୁମାର୍ ! ପତ୍ନୀ ସାୟରା ବାନୋ କହିଲେ କାରଣ…

ସାରା ଦେଶରେ ପୁଣିଥରେ କରୋନା ଭୁତାଣୁର ଆତଙ୍କ ଦେଖିବାକୁ ମିଳିଛି । ହସ୍ପିଟାଲରେ ରୋଗୀ ମାନଙ୍କର ବିଛଣା ଠାରୁ ଆରମ୍ଭ କରି ଅକ୍ସିଜେନ୍ ପର୍ଯ୍ୟନ୍ତରେ ସମସ୍ୟା ଦେଖିବାକୁ ମିଳିଛି । ମହାରାଷ୍ଟ୍ରରେ ସବୁଠାରୁ ଖରାପ ଅବସ୍ଥା ରହିଛି । ଏଭଳି କଷ୍ଟକର ପରିସ୍ଥିତିରେ ହିନ୍ଦୀ ସିନେମା ଜଗତରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିବା ଲିଜେଣ୍ଡ ଅଭିନେତା ଦିଲ୍ଲୀପ୍ କୁମାର୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି, ଯେଉଁଥିପାଇଁ ପ୍ରଶଂସକମାନେ ଅତ୍ୟନ୍ତ ଚିନ୍ତିତ ହୋଇ ଯାଇଛନ୍ତି ।

ବାସ୍ତବରେ, ମହାରାଷ୍ଟ୍ରରେ କ୍ରମାଗତ ଭାବରେ କରୋନା ମାମଲାରେ ବୃଦ୍ଧି ଘଟୁଅଛି । ଏଭଳି ପରିସ୍ଥିତିରେ ଦିଲ୍ଲୀପ୍ କୁମାରଙ୍କର ହସ୍ପିଟାଲରେ ଭର୍ତ୍ତି ହେବା ପ୍ରଶଂସକ ମାନଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ତେବେ ତାଙ୍କ ପତ୍ନୀ ସାୟରା ବାନୋ ଏହା ପଛର କାରଣ କହିଛନ୍ତି । ସାୟରା କହିଛନ୍ତି କି ଦିଲ୍ଲୀପ୍ କୁମାରଙ୍କର ସ୍ୱାସ୍ଥ୍ୟବସ୍ଥା କାରଣରୁ ତାଙ୍କ ରୁଟିନ୍ ଚେକଅପ୍ ପାଇଁ ତାଙ୍କୁ ହସ୍ପିଟାଲକୁ ଅଣାଯାଇଛି । ଭଗବାନଙ୍କ କୃପାରୁ ତାଙ୍କୁ ଖୁବଶୀଘ୍ର ଘରକୁ ନିଆଯିବ । ସେ କହିଛନ୍ତି କି ଭଗବାନଙ୍କ ଦୟାରୁ ଯଦି ସବୁକିଛି ଠିକ୍ ହୋଇଯାଏ, ତେବେ କାଲି ତାଙ୍କୁ ହିନ୍ଦୁଜା ନନ୍ କୋଭିଡ୍ ହସ୍ପିଟାଲରୁ ଘରକୁ ନିଆଯିବ ।

ସୂଚନା ଅନୁଯାୟୀ, ଦିଲ୍ଲୀପ୍ କୁମାରଙ୍କର ରକ୍ତଚାପ ଏବଂ ରକ୍ତ ପ୍ରବାହରେ ଅତ୍ୟନ୍ତ ଉତ୍ଥାନ-ପତନ ଦେଖା ଯାଉଥିଲା । ତେବେ ତାଙ୍କୁ ନେଇ ଚିନ୍ତିତ ହେବାର କୌଣସି କାରଣ ନାହିଁ । ସେ ଠିକ୍ ଅଛନ୍ତି ଏବଂ ଖୁବଶୀଘ୍ର ହସ୍ପିଟାଲରୁ ଘରକୁ ଚାଲିଯିବେ ବୋଲି ଶୁଣାଯାଉଛି । ସୂଚନା ଅନୁଯାୟୀ, ଦିଲ୍ଲୀପ୍ କୁମାରଙ୍କୁ କରୋନା ହୋଇନାହିଁ । ଦିଲ୍ଲୀପ୍ କୁମାର୍ କରୋନାରେ ପୀଡିତ ହୋଇନାହାଁନ୍ତି । ଏଭଳି ଯଦି ହୋଇଥାନ୍ତା ତାଙ୍କୁ ନନ୍ କୋଭିଡ୍ ହସ୍ପିଟାଲରେ ରଖା ଯାଇନଥାନ୍ତା ।

ଦିଲ୍ଲୀପ୍ କୁମାରଙ୍କର ପ୍ରଶଂସକମାନେ ମଧ୍ୟ ତାଙ୍କ ଭଲ ସ୍ଵାସ୍ଥ୍ୟର କାମନା କରୁଛନ୍ତି । କହିରଖୁଛୁ ଯେ, ଗତବର୍ଷ କରୋନା ଯୋଗୁଁ ସେ ତାଙ୍କ ୯୮ତମ ଜନ୍ମଦିନ ପାଳନ କରିନଥିଲେ । ଗତବର୍ଷ ତାଙ୍କ ପାଇଁ କଷ୍ଟକର ରହିଥିଲା କାରଣ ୨୦୨୦ ମସିହାରେ କରୋନା ସଂକ୍ରମଣ ଯୋଗୁଁ ସେ ତାଙ୍କର ଦୁଇ ଭାଇଙ୍କୁ ହରାଇଥିଲେ ।

ଜାଣିଥିବେ ଯେ, ଦିଲ୍ଲୀପ୍ କୁମାରଙ୍କର ଜନ୍ମ ୧୧ ଡିସେମ୍ବର ୧୯୨୨ ମସିହାରେ ପାକିସ୍ତାନର ପେଶାୱରରେ ହୋଇଥିଲା । ଦିଲ୍ଲୀପ୍ କୁମାରଙ୍କୁ ହିନ୍ଦୀ ସିନେମା ଜଗତର ଟ୍ରାଜେଡି କିଙ୍ଗ କୁହାଯାଏ । ଶହୀଦ୍, ଅନ୍ଦାଜ୍, ଦାଗ୍, ଦିଦାର୍, ମଧୁମତି, ଦେବଦାସ୍, ମୁସାଫିର୍, ନୟା ଦୌର୍, ଆନ୍, ଆଜାଦ୍, ମୁଗଲେ ଆଜମ୍ ଭଳି ସୁପରହିଟ୍ ଚଳଚ୍ଚିତ୍ରରେ ସେ କାମ କରିଛନ୍ତି । ଦିଲ୍ଲୀପ୍ କୁମାର୍ ଏଭଳି ଅଭିନେତା ଅଟନ୍ତି, ଯାହାଙ୍କ ନାମ କ୍ୟାରିଅର୍ ସମୟରେ ୧୯ଥର ଫିଲ୍ମଫେୟାର୍ ଆୱାର୍ଡ ପାଇଁ ମନୋନୀତ କରାଯାଇଛି । ଏଥିମଧ୍ୟରୁ ୮ ଥର ସେ ଏହି ଆୱାର୍ଡ ଜିତିବା ପାଇଁ ସଫଳ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *