08 ଅକ୍ଟୋବର 2020, ଗୁରୁବାର- ଆଜି ଏହି ୩ଟି ରାଶିର ବ୍ୟକ୍ତଙ୍କ ଜୀବନରେ ଲାଗିରହିବ ଉତ୍ଥାନପତ୍ତନ ! ପ୍ରତ୍ୟକେ ସ୍ଥଳରେ

08 ଅକ୍ଟୋବର 2020, ଗୁରୁବାର- ଆଜି ଏହି ୩ଟି ରାଶିର ବ୍ୟକ୍ତଙ୍କ ଜୀବନରେ ଲାଗିରହିବ ଉତ୍ଥାନପତ୍ତନ ! ପ୍ରତ୍ୟକେ ସ୍ଥଳରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ ।

ଆଜି ଆମେ ଆପଣଙ୍କୁ ୦୮ ଅକ୍ଟୋବର ଗୁରୁବାରର ରାଶିଫଳ କହିବାକୁ ଯାଉଛି । ରାଶିଚକ୍ର ମନୁଷ୍ୟ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି, ଏହାର ପ୍ରଭାବ ବ୍ୟକ୍ତିଙ୍କ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଗ୍ରହର ପରିବର୍ତ୍ତନ ଫଳରେ ରାଶିଗୁଡିକ ଉପରେ ମଧ୍ୟ ଭଲ ହେଉ ବା ମନ୍ଦ କିଛି ନା କିଛି ପ୍ରଭାବ ନିଶ୍ଚୟ ପଡିଥାଏ । ଗ୍ରହର ସ୍ଥିତି ଭଲ ଥିଲେ ବ୍ୟକ୍ତିର ଜୀବନରେ ଏହାର ସୁପ୍ରଭାବ ପଡିଥାଏ ଓ ବ୍ୟକ୍ତି ଉନ୍ନତି କରିଥାଏ କିନ୍ତୁ ଗ୍ରହ ସ୍ଥିତି ଭଲ ନ ଥିଲେ, ବ୍ୟକ୍ତିର ଜୀବନରେ ବିଭିନ୍ନ ପ୍ରକାର ସମସ୍ୟା ଓ ପ୍ରତିବନ୍ଧକ ଲାଗି ରହିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଆନନ୍ଦ ଉଲ୍ଲାସରେ ଦିନଟି ବିତାଇବେ । ବହୁପୂର୍ବରୁ ମନେ ମନେ ଭାବିଥିବା ନୂତନ କାର୍ଯ୍ୟଟିକୁ ଆରମ୍ଭ କରି କୃତକାର୍ଯ୍ୟ ହେବେ । କଠିନ ପରିଶ୍ରମ ଜନିତ କ୍ଳାନ୍ତି ଓ ଅବସାଦ ଦଖା ଦେଇପାରେ । ବ୍ୟବସାୟ କ୍ଷେତ୍ରରେ ଆର୍ଥିକ ସ୍ଥିତି ଅତ୍ୟନ୍ତ ଭଲ ରହିବ । କୌଣସି ନୂତନ କର୍ଜୟାରମ୍ଭ କରିବା ସକାଶେ ମନୋବଳାଇବେ । ଅଫିସରେ କିଛି ଅଧିକ ଦାୟିତ୍ଵ ନିର୍ବାହ କରିବାକୁ ପଡିପାରେ । ସହକର୍ମୀଙ୍କ ସହଯୋଗ ମିଳିବ । ଜନକଲ୍ୟାଣ କାର୍ଯ୍ୟରେ ଯୋଗ ଦେଇପାରନ୍ତି । ସାଧାରଣ କଥାରେ ତର୍କବିତର୍କ କାରଣରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ । ପାରିବାରିକ କ୍ଷେତ୍ର ବୁଝାମଣା ଭିତ୍ତିରେ ଶୃଙ୍ଖଳିତ ରହିବ । ପତିପତ୍ନୀଙ୍କ ମଧ୍ୟରେ ପ୍ରେମ ସଦଭାବନା ବୃଦ୍ଧି ହେବ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ବାବା ଆଖଣ୍ତଳମଣି ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଉତ୍ସାହର ସହିତ ସବୁ କାମ କରିବେ । ସମାଜର ସମ୍ମାନନୀୟ ଓ ବରିଷ୍ଠ ଲୋକଙ୍କ ସାନ୍ନିଧ୍ୟ ପ୍ରାପ୍ତ କରିବେ । ବ୍ୟବସାୟରେ ଯଥେଷ୍ଟ ଉନ୍ନତି କରିବେ । କର୍ମକ୍ଷେତ୍ରରେ ସାମୟିକ ଚିନ୍ତା କରିଲେ ମଧ୍ୟ କାମଗୁଡିକ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରିବାରେ ସମର୍ଥ ହେବେ । କିନ୍ତୁ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିବେ । ଅଫିସରେ କେତେକ ଫାଇଲ୍‌ କାମ ସକାଶେ ହଇରାଣ ହରକତ୍ ହେବାକୁ ପଡିପାରେ । ସାମାଜିକ ପ୍ରତିଷ୍ଠା ଓ ପ୍ରତିପତ୍ତି ବୃଦ୍ଧି ପାଇବ । ଗଠନମୂଳକ ଯୋଜନା ପ୍ରସ୍ତୁତ କରି ଉନ୍ନତିର ପଥରେ ଅଗ୍ରସର ହେବେ । ଯେଉଁ ଜିନିଷଟିକୁ ପାଇବାକୁ ଅପେକ୍ଷା କରିଛନ୍ତି; ତାହା ସାମାନ୍ୟ ବିଳମ୍ବରେ ପାଇବେ । ପାରିବାରିକ ସ୍ତର, ହସଖୁସିରେ କଟିବ । ଅତ୍ୟଧିକ ପରିଶ୍ରମ, ଶାରୀରିକ ଅସୁସ୍ଥତାର କାରଣ ହୋଇପାରେ । କଥା ଚାତୁରି ମାଧ୍ୟମରେ ଭାଇ, ବନ୍ଧୁ ତଥା ଅଜଣା ଅଶୁଣା ଲୋକମାନଙ୍କୁ ମନେଇବାରେ ସଫଳ ହେବେ । ଶୁଭରଙ୍ଗ: ଗୋଲାପି । ଆରାଧନା: ସନ୍ତୋଷୀ ମାତା ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଆଜି ଆପଣ ସକାରାତ୍ମକ ଊର୍ଜା ଅନୁଭବ କରିବେ କିନ୍ତୁ ପରିବାର ଓ କର୍ମକ୍ଷେତ୍ରରେ ରହିଥିବା ବ୍ୟତିକ୍ରମ ବିଷୟ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରାଇବେ । ବ୍ୟବସାୟରେ ଆର୍ଥିକ ସ୍ଥିତି ମଜବୁତ ରହିବ । ନୂତନ କାର୍ଯ୍ୟ ପାଇଁ ଆଶାୟୀ ହେବେ । ନିଜ କାମରେ ନିଜେ ଫଇସଲା ନେଇ ସନ୍ତୁଷ୍ଟ ହେବେ । ଚାକିରୀ କରୁଥିବା ବ୍ୟକ୍ତିମାନେ ନିଜ କାର୍ଯ୍ୟଦକ୍ଷତା ବଳରେ, ସମସ୍ତଙ୍କ ପ୍ରିୟପାତ୍ର ହେବେ । ପୂର୍ବରୁ ପ୍ରତିଶୋଧରେ ଜଳୁଥିବା ବନ୍ଧୁମାନେ ଅଫିସରେ ଆପଣଙ୍କୁ ଅସହଯୋଗ କରିବେ ଓ ଆପଣଙ୍କ ବିପକ୍ଷରେ ଉଚ୍ଚାଧିକାରୀଙ୍କୁ ସୁପାରିଶ କରିପାରନ୍ତି । ଲୋକସମ୍ପର୍କ ବୃଦ୍ଧି ଯୋଗୁଁ ସାମାଜିକ କାର୍ଯ୍ୟକଳାପରେ ମନୋବଳ ଦୃଢ ରହିବ । ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ । ପ୍ରେମରେ ଆପଣଙ୍କୁ ସଫଳତା ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଅମ୍ବିକା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ସତର୍କତାର ସହ ଦିନଚର୍ଯ୍ୟା କରନ୍ତୁ । ପ୍ରତ୍ୟେକ କ୍ଷେତ୍ରରେ ମାପିଚୁପି ଚଳିବା ଭଲ । ନଚେତ୍ ଆକସ୍ମିକ ଭାବରେ କଳହ ଆସିପାରେ । ନିଜର କ୍ରୋଧକୁ ନିୟନ୍ତ୍ରଣରେ ରଖିବା ପାଇଁ ଚେଷ୍ଟା କରନ୍ତୁ । କର୍ମକ୍ଷେତ୍ରରେ ଅତ୍ୟାଧିକ ପରିଶ୍ରମ କଲେ ମଧ୍ୟ ଆଶାତୀତ ଫଳ ପ୍ରାପ୍ତି କରିପାରିବ ନାହିଁ । ସରକାରୀ ଚାକିରିଆଙ୍କର ଆର୍ଥିକ ପକ୍ଷ ମଜଭୁତ ରହିବ ଏବଂ ଉପରିସ୍ଥ ଅଧିକାରୀଙ୍କ ସାହାଯ୍ୟ ସହଯୋଗ ପାଇବେ । ବ୍ୟବସାୟରେ ସ୍ଥିତି ମାଧ୍ୟମ ଧରଣର ରହିବ । ପୁରାତନ ରୋଗରୁ ମୁକ୍ତି ମିଳିବ । ପରିବାରରେ ସାମୟିକ ଭୁଲ୍‌ ବୁଝାମଣା କାରଣରୁ ପରିବାରରେ ଭ୍ରାତୃବର୍ଗ ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ । କିନ୍ତୁ ସହଧର୍ମୀଙ୍କ ସହ ସମ୍ପର୍କରେ ମଧୁରତା ଆସିବ । ସ୍ଵାସ୍ଥ୍ୟ ସମସ୍ୟା ଧୀରେ ଧୀରେ ସୁଧୁରିବାରେ ଲାଗିବ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ମାଣିକେଶ୍ଵରୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ମନକୁ ଶାନ୍ତ ରଖନ୍ତୁ, ଭଗବାନଙ୍କୁ ଆରୋଧନ କରନ୍ତୁ । ସାହାର୍ଯ୍ୟର ପ୍ରତିଶ୍ରୁତି ଦେଇ ବନ୍ଧୁମାନେ ଦେଖାଦେବେ ନାହିଁ । କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ ଓ ଆନୁଷଙ୍ଗିକ ସାହାଯ୍ୟର ମଧ୍ୟ ଅଭାବ ରହିବ ନାହଁ । କିନ୍ତୁ ସାଧାରଣ ଘଟଣାରେ ପରିବାର କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ । ଆଧ୍ୟତ୍ମିତ ଭାବନାରେ ସମୟ କଟିବ । ଆର୍ଥିକ ସ୍ଥିତି ଠିକ ରହିବ । କର୍ମକ୍ଷେତ୍ରରେ ଅପୂର୍ବ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇପାରନ୍ତି । କାରବାରରେ ପରିବର୍ତ୍ତନ ଆଣିବେ ଓ ସଫଳତା ପାଇବେ । ପ୍ରଶାସନ, ରାଜନୀତି, ସାହିତ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ । ଯୁବକଙ୍କ ଲାଗି ଉନ୍ନତିର ନୂଆ ଦ୍ଵାରା ଖୋଲିବ । ପରିବାରରେ ସ୍ତ୍ରୀ କିମ୍ବା ସ୍ଵାମୀଙ୍କ ସହମତିରେ କାମକଲେ ଉପକୃତ ହେବେ । ସ୍ୱାସ୍ଥ୍ୟ ପ୍ରତି ଜଗି ରଖି ନ ଚଳିଲେ ଅସୁବିଧାର ସମ୍ମୁଖୀନ ହେବେ । ଶୁଭରଙ୍ଗ: ମେରୁନ । ଆରାଧନା: ହର ପାର୍ବତୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଧୌର୍ଯ୍ୟ ଧରି କାର୍ଯ୍ୟ କରନ୍ତୁ । କର୍ମକ୍ଷେତ୍ର ଓ ପରିବାର ମଧ୍ୟରେ ବିଭିନ୍ନ ପ୍ରକାର ସମସ୍ୟାକୁ ସାମନା କରି ନ ପାରି ବିଚଳିତ ହୋଇପାରନ୍ତି । ଜଟିଳ ସମସ୍ୟାକୁ ବୁଦ୍ଧିମତାର ସହ ସମାଧାନ କରିନେବେ । ବାଣିଜ୍ୟ, ବ୍ୟବସାୟ ପାଇଁ ଦିନଟି ଭଲ । ଦୋକାନ, ନିର୍ମାଣ, ଯାତ୍ରା, ବିବାଦ, ସଭାସମିତି ପ୍ରଭୃତିରୁ ଆଶ୍ୱସ୍ତି ଲାଭ କରିବେ । ଭୁଲ୍‌ ବୁଝାମଣାରୁ ଅତି ଭଲ ସମ୍ପର୍କ ରହିଥିବା ବନ୍ଧୁଙ୍କ ନିକଟରୁ ଅନାଦର ପାଇବେ । ଚେଷ୍ଟା କରୁଥିବା କାମ, ଆନୁଷ୍ଠାନିକ କାର୍ଯ୍ୟ, କଚେରି ମାମଲା, ଜମିଜମା ବିବାଦରେ ଉପକୃତ ହୋଇପାରନ୍ତି । ନିଜର ଯୋଜନା ମୁତାବକ କାମ କଲେ କୌଣସି ପ୍ରକାର ଅସୁବିଧା ହେବନାହିଁ । ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହେଲେ ମଧ୍ୟ କାମ ଅଟକିବ ନାହିଁ । ରାଜନୀତି କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ପରିବାରରେ ମନାମାଳିନ୍ୟ ଦେଖାଦେବ । ଶୁଭରଙ୍ଗ: ଧଳା । ଆରାଧନା: ହନୁମାନ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ମନରେ କାର୍ଯ୍ୟ କରିବା ପାଇଁ ଇଚ୍ଛା ଜାଗ୍ରତ ହେବେ । ଅଫିସରେ ଅତ୍ୟାଧିକ ପରିଶ୍ରମ କରି ସ୍ଥଗିତ ଥିବା କାମ ପୂର୍ଣ୍ଣ କରିବାରେ ସମର୍ଥ ହେବେ । ପୂର୍ବ କଳହକୁ କେନ୍ଦ୍ରକରି ମିତ୍ରମାନେ ପରୋକ୍ଷ ଭାବେ ଶତ୍ରୁତା ଆଚରଣ କରିପାରନ୍ତି । କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ବ୍ୟବସାୟରେ ସଉଦା ପାଇଁ ଦୂରସ୍ଥାନକୁ ଯାଇପାରନ୍ତି । ଅଚାନକ ଧନଲାଭ ହେବ । ସମ୍ପର୍କୀୟ ବନ୍ଧୁଙ୍କ ସାହାଯ୍ୟ ସହଯୋଗ ପାଇ ସ୍ଥଗିତ ଥିବା କର୍ମଟି ପୂର୍ଣ୍ଣ କରିବାକୁ ଚେଷ୍ଟା କରିବେ । ବାଦବିବାଦ, ଯୁକ୍ତିତର୍କ କରନ୍ତୁ ନାହିଁ । ପରିବାରରେ ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ତର୍କର ସମ୍ମୁଖୀନ ହୋଇପାରନ୍ତି । ଖଳ ଲୋକମାନଙ୍କ ମିଥ୍ୟା ଗୁଜବ ଖବର ମନକୁ ଆତଙ୍କିତ କରିପାରେ । ଶୁଭରଙ୍ଗ: ଧୂସର । ଆରାଧନା: ପ୍ରଭୁ ହନୁମାନ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଆଜି ଆପଣଙ୍କୁ କୌଣସି ସମସ୍ୟା ବିଚଳିତ କରି ପାରିବ ନାହିଁ । ଦିନଟି ଆପଣଙ୍କ ଲାଗି ଭଲ ଫଳାଫଳ ନେଇ ଆସିବ ଓ ପ୍ରତିଟି କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ । ବକେୟା ଅର୍ଥ ଆଦାୟ କରିବାରେ ସମର୍ଥ ହେବେ । ବ୍ୟବସାୟରେ ସ୍ଥିତି ଭଲ ରହିବ । କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ । ଅଫିସରେ ଅନ୍ୟମାନଙ୍କ ସହିତ ତାଳମେଳ ବଢ଼ିଆ ରହିବ କିନ୍ତୁ ସମ୍ୟକ ମାନସିକ ଚାପ ରହିପାରେ । କଥାବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ । କୌଣସି ଗୋଳମାଳିଆ ପରିସ୍ଥିତିରେ ମଧ୍ୟସ୍ଥତା କରନ୍ତୁ ନାହିଁ, ଅନ୍ୟଥା ଅନ୍ୟକୁ କୈଫିୟତ ଦେବାକୁ ପଡିପାରେ । ଯେଉଁ ବିବାଦୀୟ ଘଟଣା ପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ । ପରିବାର ସଦସ୍ୟଙ୍କ ମଧ୍ୟ ସ୍ନେହ, ଶ୍ରଦ୍ଧା ଅତୁଟ ରହିବ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଗାୟତ୍ରୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଆକସ୍ମିକ ଭାବରେ ବିବାଦୀୟ ସ୍ଥିତି ଉତ୍ପନ୍ନ ହୋଇପାରେ । ବ୍ୟବସାୟ କ୍ଷେତ୍ରରେ ଆର୍ଥିକ ସ୍ଥିତି ମାନ୍ଦା ରହିବ । ବ୍ୟବସାୟର ପ୍ରସାର ପ୍ରଚାର ଲାଗି ନାନା ପ୍ରକାର ଉଦ୍ୟମ ଜାରି ରଖିବେ । ରପ୍ତାନି, ବାଣିଜ୍ୟ, ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବାର ସଙ୍କେତ ରହିଛି । ନୂତନ କାମର ପରିକଳ୍ପନା କରିବା ସଙ୍ଗକୁ ଖର୍ଚ୍ଚଭାର ଯୋଗୁ ଚିନ୍ତାପ୍ରକଟ କରିପାରନ୍ତି । ଅଫିସରେ ଟିକେ ଭିନ୍ନ ମାହୋଲ ରହିବ କିନ୍ତୁ କାମଗୁଡିକ ଠିକ୍ ସମୟରେ ପୂରା ନ ହେବାରୁ ଅସନ୍ତୁଷ୍ଟ ହୋଇପାରନ୍ତି । ଅନ୍ୟମାନଙ୍କ ଘରୋଇ ବ୍ୟାପାରରେ ମୁଣ୍ଡ ପୂରାଇଲେ ଅପଦସ୍ଥ ହେବାକୁ ପଡ଼ିପାରେ । ଅଭାବ ନ ଥିଲେ ମଧ୍ୟ ଅନ୍ୟାନ୍ୟ କେତେକ ଘରୋଇ କାରଣକୁ ନେଇ ମନ ବିଚଳିତ ରହିବାର ସୂଚନା ରହିଛି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭଦ୍ରକାଳୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଫାଟ ପଡିଥିବା ବନ୍ଧୁତ୍ଵ ସମ୍ପର୍କର ଦ୍ଵାର ଉନ୍ମକ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ଅବହେଳିତ ଯୋଗୁଁ କାର୍ଯ୍ୟରେ କିଛି ବ୍ୟତିକ୍ରମ ଦେଖାଦେଇପାରେ । କର୍ମକ୍ଷେତ୍ରରେ ବନ୍ଧୁମାନଙ୍କ ସହଯୋଗ ଲାଭ କରି ଆଗକୁ ବଢି ପାରିବେ ଓ କାର୍ଯ୍ୟ ହାସଲ କରିପାରିବେ । ଅଫିସ କାମରେ କିଛି ମାତ୍ରାରେ ଟେନ୍ସନ୍ କମିଯିବା କାରଣରୁ ମନକୁ ସାମୟିକ ଆଶ୍ୱସ୍ତି ମିଳିବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହାୟତାରେ ସମ୍ମାନ ଲାଭ କରିବେ ଓ ପଦମର୍ଯ୍ୟାଦାକୁ ସୁରକ୍ଷିତ କରିପାରିବେ । ସାମାଜିକ କ୍ଷେତ୍ରରେ ନାନା ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । ଯେତେ ଭଲ କାମ କରିଲେ ମଧ୍ୟ ସମାଜର କେତେକ ଖଳ ପ୍ରକୃତିର ଲୋକେ ନିନ୍ଦା ହିଁ କରିବେ । ଯାତ୍ରା ସମୟରେ ଚୋରି, ପକେଟମାର ଅଥବା ଅସାବଧାନତା କାରଣରୁ ଧନହାନିର ସମ୍ଭାବନା ରହିଛି । ଶୁଭରଙ୍ଗ: ସବୁଜ ରଙ୍ଗ । ଆରାଧନା: ମାଆ ଦୁର୍ଗା ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଅତୀତକୁ ଧରିବସିଲେ ବର୍ତ୍ତମାନକୁ ହରାଇବାକୁ ପଡ଼ିପାରେ । ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ, ଯାହାଦ୍ୱାରା ଲାଭ ବଦଳରେ କ୍ଷତି ହିଁ ହୋଇପାରେ । ନିଜର ଅବହେଳା ଯୋଗୁଁ କେତେକ କାମ ସକାଶେ ଅନ୍ୟର ସାହାର୍ଯ୍ୟ ନେବାକୁ ବାଧ୍ୟ ହେବେ । ଅଫିସ୍‌ରେ ହଠାତ୍ କୌଣସି ଘଟଣା ମନକୁ ନେଇ ମନ ବିବ୍ରତ ହୋଇପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷେତ୍ରରେ ଆଶାନୁରୂପକ ଲାଭବାନ ହେବେ । ସାମାଜିକ କାର୍ଯ୍ୟରେ ଯୋଗଦାନ କରି ଅତ୍ୟନ୍ତ ଖୁସି ଅନୁଭବ କରିବେ । ଆର୍ଥିକ ସ୍ଥିତି ପୂର୍ବରୁ ପରି ରହିବ । ଧାର ଦେଇଥିବା ଧନ ଫେରି ପାଇବାର ସମ୍ଭାବନା ରହିଛି । ପରିବାର ସଦସ୍ୟଙ୍କ ଠାରୁ ସାହାଯ୍ୟ ଓ ସହଯୋଗ ପାଇବେ କିନ୍ତୁ ସାଧାରଣ କଥାରେ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ବିମଳା ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଦିନଟି ସାମଗ୍ରିକ ଦୃଷ୍ଟିକୋଣରୁ ଦିନଟି ଅତ୍ୟନ୍ତ ଭଲ ରହିବ । ଆଜି ଆପଣ ନିଜ ମନମୁତାବକ କାର୍ଯ୍ୟ କରିବେ । ବ୍ୟବସାୟ ବାଣିଜ୍ୟରେ ବନ୍ଧୁମାନଙ୍କ ସାହାଯ୍ୟ ଓ ସହଯୋଗର କୌଣସି ଅଭାବ ପରିଲକ୍ଷିତ ହେବ ନାହିଁ । ଆର୍ଥିକ ସ୍ଥିତି ମଜବୁତ ରହିବ । ଅଫିସରେ ସହକର୍ମୀଙ୍କ ସହ ହସଖୁସିରେ ଦିନ ଅତିବାହିତ କରିବେ ଓ କାର୍ଯ୍ୟକୁ ମଧ୍ୟ ମିଳିମିଶି ସମ୍ପାଦନ କରିବେ । କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି । ନୂତନ ବନ୍ଧୁ ସମ୍ପର୍କ ସୃଷ୍ଟିରୁ ମନ ଖୁସି ରହିବ । ଋଣ ପରିଶୋଧ, ବକେୟା ଅର୍ଥ ପ୍ରାପ୍ତି, ସ୍ଥଗିତ କାମକୁ ପୂର୍ଣ୍ଣ କରିବାରେ ସମର୍ଥ ହେବେ । ସାମାଜିକ କାର୍ଯ୍ୟରେ କେତେକ ଅସ୍ବାଭାବିକ ଘଟଣା ଦେଖା ଦେଇପାରେ, ଯାହାକୁ କେନ୍ଦ୍ର କରି ନିଜକୁ ସଂକୁଚିତ ମନେ କରିବେ । ସନ୍ଦେହ ଓ ଭୁଲ୍ ବୁଝାମଣା କାରଣରୁ ପରିବାରରେ ଛୋଟ କଥାକୁ କେନ୍ଦ୍ରକରି କଳହ ସୃଷ୍ଟି ହେବ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ତାରିଣୀ ।

Be the first to comment

Leave a Reply

Your email address will not be published.


*