08 ନଭେମ୍ବର 2020, ରବିବାର – ଆଜି ଏହି ୮ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଅତି ଉତ୍ତମ ରହିବ ଓ ଧନ

08 ନଭେମ୍ବର 2020, ରବିବାର – ଆଜି ଏହି ୮ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଅତି ଉତ୍ତମ ରହିବ ଓ ଧନ ଲାଭର ଯୋଗ ରହିଛି । ସମାଜରେ ମାନସମ୍ମାନ ବୃଦ୍ଧି ହେବ ।

ଆଜି ଆମେ ଆପଣଙ୍କୁ ୦୮ ନଭେମ୍ବର ରବିବାରର ରାଶିଫଳ କହିବାକୁ ଯାଉଛି । ରାଶିଚକ୍ର ମନୁଷ୍ୟ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି, ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଗ୍ରହର ପରିବର୍ତ୍ତନ ଫଳରେ ରାଶିଗୁଡିକ ଉପରେ ମଧ୍ୟ ଭଲ ହେଉ ବା ମନ୍ଦ, କିଛି ନା କିଛି ପ୍ରଭାବ ନିଶ୍ଚୟ ପଡିଥାଏ । ଗ୍ରହର ସ୍ଥିତି ଭଲ ଥିଲେ ବ୍ୟକ୍ତିର ଜୀବନରେ ଏହାର ସୁପ୍ରଭାବ ପଡିଥାଏ ଓ ବ୍ୟକ୍ତି ଉନ୍ନତି କରିଥାଏ କିନ୍ତୁ ଗ୍ରହ ସ୍ଥିତି ଭଲ ନ ଥିଲେ, ବ୍ୟକ୍ତିର ଜୀବନରେ ବିଭିନ୍ନ ପ୍ରକାର ସମସ୍ୟା ଓ ପ୍ରତିବନ୍ଧକ ଲାଗି ରହିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ମନରେ କର୍ମକ୍ଷେତ୍ର ପ୍ରତି ଆଗ୍ରହ ଜନ୍ମିବ । କର୍ମସ୍ଥାନରେ ଚନ୍ଦ୍ର ଏକାଧାରରେ କର୍ମକ୍ଷେତ୍ର, ଓ ସଭାସମିତିରେ ସମ୍ମାନିତ କରାଇବ । ବ୍ୟବସାୟ ବାଣିଜ୍ୟରେ ଲାଗିରହିଥିବା ସମସ୍ୟାର ସମାଧାନ ହୋଇଯିବ । ଗଣମାଧ୍ୟମ କ୍ଷେତ୍ରରେ ଲୋକଙ୍କୁ ବାହ୍ୟ ଚାପର ସମ୍ମୁଖୀନ ହେବାକୁ ପଡିପାରେ । ଅଫିସରେ ସହକର୍ମୀଙ୍କ ସହ ପାରସ୍ପରିକ ଉତ୍ତମ ବୁଝାମଣା ରହିବ, ଯାହାଫଳରେ କାର୍ଯ୍ୟଗୁଡିକ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାରେ ସମର୍ଥ ହୋଇପାରିବେ । ସାମାଜିକ ସ୍ତରରେ ଅନ୍ୟମାନଙ୍କୁ ପରାମର୍ଶ ଦେଇ ପ୍ରଶଂସିତ ହେବେ । ପରିବାର ସହିତ ଜଡିତ ଅନେକ ଦାୟିତ୍ଵ ହାତକୁ ନେବାକୁ ବାଧ୍ୟ ନେଇ ପାରନ୍ତି । ପାରିବାରିକ ପରିସ୍ଥିତି ଭଲ ରହିବ ତଥାପି ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ । ଜୀବନସାଥୀ ଆପଣଙ୍କୁ ସନ୍ଦେହ କରିପାରନ୍ତି, ଯେଉଁ କାରଣରୁ ଆପଣଙ୍କ ମନରେ ସରସତା ରହିବ ନାହିଁ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ପରିବାର ସହିତ ଅଧିକ ସମୟ ବିତାଇବେ । ରାଶିରେ ପାପଗ୍ରହର ଅବସ୍ଥାନ ଯୋଗୁଁ ଆପଣ ନିଜକୁ ପ୍ରତ୍ୟେକ ପରିସ୍ଥିତିରେ ଅସହାୟ ଅନୁଭବ କରିବେ । କର୍ମକ୍ଷେତ୍ରରେ ଆକସ୍ମିକ ଭାବରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ । ବନ୍ଧୁଙ୍କ ପରାମର୍ଶ ଗ୍ରହଣ କରିବାକୁ ବାଧ୍ୟ ହେବେ, ଯାହାକି ଆପଣଙ୍କ ସକାଶେ ହିତକର ସାବ୍ୟସ୍ତ ହେବ । ବାକ୍ ସଂଯମତା କାରଣରୁ ଅଫିସରେ ସହକର୍ମୀଙ୍କ ସହ ତିକ୍ତତା ଲାଗିପାରେ । ଅଫିସରେ ଯେତେ ଭଲ କାମ କରିଲେ ମଧ୍ୟ ଆପଣଙ୍କ ଶ୍ରେୟ ଅନ୍ୟ କାହାରିକୁ ମିଳିବ, ଯେଉଁଥି କାରଣରୁ ମନରେ ସରସତା ରହିବ ନାହିଁ । ଆର୍ଥିକ ସ୍ଥିତି ମାନ୍ଦା ଥିବା ସତ୍ତ୍ୱେ ପରିବାରରେ ଖର୍ଚ୍ଚର ପରିମାଣ ବୃଦ୍ଧି ଯୋଗୁଁ ମନ ଭାରକ୍ରାନ୍ତ ରହିବ । ପରିବାରରେ ହସଖୁସିର ବାତାବରଣ ରହିବ । କିନ୍ତୁ ଧ୍ୟାନ ରଖନ୍ତୁ, ପଡୋଶୀମାନଙ୍କ କାର୍ଯ୍ୟକଳାପରେ ହସ୍ତକ୍ଷେପ କରିବା ଦ୍ୱାରା ଦାମ୍ପତ୍ୟ ଜୀବନରେ ଅସୁବିଧା ସୃଷ୍ଟି ହୋଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ହର ପାର୍ବତୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ମନରେ ସକାରାତ୍ମକ ଭାବନା ନେଇ କାର୍ଯ୍ୟ କରନ୍ତୁ । ସପ୍ତମ କେନ୍ଦ୍ରରେ ଏକାଧିକଗ୍ରହ ଅବସ୍ଥାନ କରିଥିବା ଯୋଗୁଁ ଆଜି ବିବାଦରୁ ଦୂରେଇ ରହିବା ଭଲ ହେବ । କର୍ମକ୍ଷେତ୍ରରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ଅଫିସରେ ପ୍ରତିକୂଳର ପରିସ୍ଥିତି ବଶତଃ କାର୍ଯ୍ୟର ଚାପ ଅଧିକ ରହିବ । ଆଇନ, ସଭାସମିତି ଓ ପ୍ରଶାସନିକ କ୍ଷେତ୍ରରେ କ୍ରମଶଃ ସ୍ଥିରତା ଫେରିପାଇବେ । ବନ୍ଧୁଗହଣରେ ଆପଣଙ୍କ ସୁନ୍ଦର ବ୍ୟବହାର ଓ ରୁଚିପୂର୍ଣ୍ଣ କଥାରେ ଅନ୍ୟମାନେ ଖୁସୀ ହୋଇଯିବେ । ପରିବାରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବାର ଆଶଙ୍କା ରହିଛି । ଶ୍ୱାସଜନିତ ପୀଡା ସମସ୍ୟାର କାରଣ ହୋଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

କାର୍ଯ୍ୟଗୁଡିକ ବିଳମ୍ବରେ ସମ୍ପନ୍ନ ହେବା ଯୋଗୁଁ ମନ ବିଚଳିତ ହେବ । ଚନ୍ଦ୍ରଙ୍କ ସ୍ଵଗୃହାବଲୋକନ ହେତୁ ସ୍ଵାସ୍ଥ୍ୟ ପ୍ରାୟତଃ ଭଲ ରହିବା ସଙ୍ଗକୁ ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭ ପାଇ ଖୁସି ଅନୁଭବ କରିବେ । କର୍ମଜଞ୍ଜାଳ ବୃଦ୍ଧି ସଙ୍ଗକୁ ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିବେ । କର୍ମକ୍ଷେତ୍ରରେ ନାନା ପ୍ରକାର ବାଧାବିଘ୍ନ ମଧ୍ୟ ଦେଇ ଗତି କରିବାକୁ ପଡିବ । ତେଣୁ ଧୈର୍ଯ୍ୟର ସହ ସମସ୍ୟାର ମୁକାବିଲା କରନ୍ତୁ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ । ଅଫିସରେ କୌଣସି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ । ସଭାସମିତରେ ଅନ୍ୟର ମନ୍ତବ୍ୟକୁ ନୀରବତାର ସହ ଶୁଣନ୍ତୁ କିନ୍ତୁ ପ୍ରତିଉତ୍ତର ଦିଅନ୍ତୁ ନାହିଁ । ଅର୍ଥାଭାବ ଓ ଅପୂରଣୀୟ ଆଶା ପୂରଣ ଦିଗରେ ଜଣେ ବନ୍ଧୁ ସହଯୋଗର ହାତ ବଢ଼ାଇ ପାରନ୍ତି । ପରାବର ସଦସ୍ୟଙ୍କ ସହଯୋଗ ମିଳିବ, ଯାହାଫଳରେ ମନୋବଳ ଦୃଢ ହେବ । ସାଧାରଣ କଥାକୁ କେନ୍ଦ୍ର କରି ସ୍ତ୍ରୀଙ୍କ ସହ ମନନ୍ତର ହୋଇପାରେ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ସମଲେଶ୍ୱରୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଆପଣଙ୍କ ବିଚାରଧାରା ବିକ୍ଷିପ୍ତ ହୋଇପାରେ । କର୍ମାଧିପ ନୀଚରାଶିରେ ଥିବାରୁ ଆଜିର କାର୍ଯ୍ୟରେ କିଛିଟା ବ୍ୟତିକ୍ରମ ସୃଷ୍ଟି ହୋଇପାରେ । କର୍ମକ୍ଷେତ୍ରରେ ଧୀରପାଣି ପଥର କାଟେ ନୀତିରେ କାମକରି ଅଭିଳଷିତ ଜିନିଷ ହାସଲ କରିବେ । ସାମାଜିକ ସ୍ତରରେ ମଧ୍ୟ ସମ୍ମାନ ଲାଭ କରିବାର ଯୋଗ ରହିଛି । ପରୋକ୍ଷଭାବରେ ଗୁପ୍ତ ଶତ୍ରୁମାନଙ୍କର ସକ୍ରିୟତା ବୃଦ୍ଧି ପାଇବ, ଯାହାଫଳରେ କର୍ମକ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ । ଅଫିସରେ ଦୁଃସାଧ୍ୟ କାର୍ଯ୍ୟକୁ ଧୌର୍ଯ୍ୟର ସହ ସମ୍ପାଦନ କରିପାରିବେ । ସାହିତ୍ୟ, ସାମ୍ବାଦିକତା, ଜମିଜମା କାରବାର, ନିର୍ମାଣ, ପରିବହନ କ୍ଷେତ୍ରରୁ ସୁଫଳ ପାଇବେ । ଆତ୍ମୀୟମାନଙ୍କ ସହ ଟଙ୍କା ପଇସାକୁ କେନ୍ଦ୍ରକରି ସମ୍ପର୍କ ହାନୀ ହୋଇପାରେ । ପାରିବାରିକ କ୍ଷେତ୍ରରେ କିଛି କହିବା ଅପେକ୍ଷା ବରଂ ନୀରବ ରହିପାରିଲେ ଭଲ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଦେବାଦେବୀଙ୍କୁ ଆରୋଧନ କାରରନ୍ତୁ, ସମ୍ଭାବ୍ୟ ସଙ୍କଟ ଦୂର ହେବ । ରାଶିରେ ଚନ୍ଦ୍ର ଓ ବୃହସ୍ପତିଙ୍କ ଅବସ୍ଥାନ ଯୋଗୁଁ ଆପଣ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ । ଲକ୍ଷ୍ୟ ହାସଲ କରିବା ପରିପ୍ରେକ୍ଷୀରେ ମିଠା କଥା କହି ବନ୍ଧୁଙ୍କୁ ଆପଣାର କରିବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ବେଶ୍‌ ଭଲରେ ଚାଲିବ । ବ୍ୟବସାୟରେ ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ । ସମ୍ମାନିତ ଲୋକଙ୍କ ଠାରୁ ସମ୍ମାନ ପାଇବେ । ସଭାସମିତ ଏପରି କି ଅଫିସରେ ଆୟୋଜିତ ବୈଠକରେ ଅନ୍ୟ ମାନଙ୍କ ମତକୁ ଅଗ୍ରାଧିକାର ଦେଇ ସଫଳତା ପାଇପାରନ୍ତି । କେତେକ ଆତ୍ମୀୟ ସ୍ଵଜନମାନେ ଆପଣଙ୍କିଆ ପ୍ରତିଷ୍ଠା ଓ ପ୍ରଶଂସାକୁ ସହ୍ୟ କରିନପାରି ଭିନ୍ନ ପ୍ରକାରର ମନ୍ତବ୍ୟ ଦେଇପାରନ୍ତି । ପରୋକ୍ଷ ଶତ୍ରୁତା, ଶାରୀରିକ ଅସୁସ୍ଥତା, ପୁରାତନ ରୋଗର ପୀଡ଼ାର ପାଦୁର୍ଭାବ ଓ ପାରିବାରିକ ମତାନ୍ତରଜନିତ ସାମୟିକ ଚିନ୍ତିତ ରହିବେ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ଦୁର୍ଗା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଦିନଟି ଆପଣଙ୍କ ଲାଗି ଲାଭପ୍ରଦ ରହିବ । ରାଶିରେ ମଙ୍ଗଳ ଓ ବୁଧ ଯୋଗୁଁ ଆପଣଙ୍କୁ ଅର୍ଥଲାଭ, ସମାଜରେ ସମ୍ମାନ, ବନ୍ଧୁଙ୍କ ସହାନୁଭୂତି ସହ ଆଜି ଆନୁଷ୍ଠାନିକ କାର୍ଯ୍ୟରେ ସଫଳତା ମିଳିବ । ଏକ ଭିନ୍ନ ପରିବେଶରେ ଆପଣଙ୍କୁ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ । ବିଭିନ୍ନ ସମସ୍ୟା ରହିଥିଲେ ମଧ୍ୟ ଅର୍ଥନୈତିକ, ସାମାଜିକ, ଆନୁଷ୍ଠାନିକ କ୍ଷେତ୍ର ସକାଶେ କୌଣସି ଅସୁବିଧା ସୃଷ୍ଟି ହେବନାହିଁ । ନିଃସ୍ଵାର୍ଥପର ଭାବରେ ସମାଜ ସେବାରେ ନିଜକୁ ସାମିଲ କରିବେ । ଅଫିସରେ କୌଣସି କାମକୁ ନେଇ ଚିନ୍ତିତ ରହିପାରନ୍ତି । କିନ୍ତୁ ବ୍ୟବସାୟରେ ଆଶାତୀତ ଫଳ ପାଇବେ । ଅନ୍ୟଦ୍ୱାରା ପ୍ରଭାବିତ ହୋଇ ଭୁଲ୍‌ ମାର୍ଗର ଅନୁସରଣ କଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ଭୁଲ୍‌ ବୁଝାମଣା ହେତୁ ପରିବାରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଶାରଳା ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ପରିସ୍ଥିତକୁ ଆଖି ଆଗରେ ରଖି କାମ କରନ୍ତୁ ଓ ପ୍ରତ୍ୟେକ କ୍ଷେତ୍ରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପାରନ୍ତି । ଜ୍ୟେଷ୍ଠା ନକ୍ଷତ୍ର ପ୍ରଭାବରେ ଅନ୍ୟର ବିବାଦୀୟ ପରିସ୍ଥିତିରେ ମଧ୍ୟସ୍ଥତା କରି ଅଯଥାରେ ଅପଦସ୍ଥ ହୋଇପାରନ୍ତି । କର୍ମକ୍ଷେତ୍ର ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି । କିଛି ଲୋକଙ୍କ ସହଯୋଗରେ କାମ ପୂରା ହେବ । ପ୍ରତିବନ୍ଧକ ଲାଗି ରହିବା କାରଣରୁ ଯୋଜନାଗୁଡିକ ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରିବ ନାହିଁ । ଅଫିସରେ ସହକର୍ମୀଙ୍କ ସହଯୋଗ ସଙ୍ଗେ ସଙ୍ଗେ ଅକାଟ୍ୟ ବଚନ ମନକୁ କ୍ଷୁବ୍ଧ କରିବା । ମିଥ୍ୟା ଅଭିଯୋଗରେ ଦୋଷୀ ମଧ୍ୟ ହୋଇପାରନ୍ତି । ସମାଜରେ ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ନେଇ ଉଚ୍ଚ ପ୍ରଶଂସିତ ହେବେ । ବୈବାହିକ ଜୀବନରେ ମଧୁରତା ଆସିବ । ପରିବାରରେ ଶାନ୍ତିର ବାତାବରଣ ବଜାୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଆପଣଙ୍କ ଲାଗି ଦିନଟି ଉତ୍ସାହପୂର୍ଣ୍ଣ ରହିବ । ରାଶିରେ ଶନିଙ୍କ ସହ ଅନ୍ୟଗ୍ରହମାନଙ୍କ ପ୍ରଭାବରେ ଅଯଥା ଅତୀତର ସ୍ମୃତିକୁ ମନ୍ଥନ କରି ମାନସିକ ଅବସାଦର ବଶବର୍ତ୍ତୀ ହୋଇପାରନ୍ତି, ଯାହାଫଳରେ କୌଣସି କାମ କରିବାକୁ ମନରେ ଉତ୍ସାହପ୍ରଦ ଆସିବ ନାହିଁ । ଆପଣଙ୍କ ରୋକ୍ ଠୋକ୍ କଥା ବନ୍ଧୁଙ୍କ ମନରେ ଆଘାତ ସୃଷ୍ଟି କରିବ । କର୍ମକ୍ଷେତ୍ରରେ ସହକର୍ମୀ କିମ୍ବା ଆତ୍ମୀୟମାନଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ । ବ୍ୟବସାୟରେ ନାନାପ୍ରକାର ସୁବିଧା ସୁଯୋଗ ମିଳିବ ଓ ପୁରୁଣା ପ୍ରାପ୍ୟ ମଧ୍ୟ ଆଦାୟ କରିବାରେ ସମର୍ଥ ହୋଇପାରିବେ । କିନ୍ତୁ କର୍ମକ୍ଷେତ୍ରରେ ଆକସ୍ମିକ ଭାବରେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ । ଚାକିରୀ କ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ସମ୍ପର୍କ ଭଲ ରହିବ ଓ ପଦୋନ୍ନତିର ଯୋଗ ରହିଛି । ସାମାଜିକ ସ୍ତରରେ ଖଳ ପ୍ରବୃତ୍ତିର ଲୋକଙ୍କ କଥା ଶୁଣନ୍ତୁ ନାହିଁ । ରୋଗପୀଡ଼ା ଭୋଗ କରୁଥିବା ବ୍ୟକ୍ତିଙ୍କ ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବ । ପାଖ ପଡୋଶୀ ସହଯୋଗର ହାତ ବଢାଇବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ମାନସିକ ସ୍ଥିତି ସେତେଟା ଭଲ ନ ଥିଲେ ମଧ୍ୟ ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିପାରିବେ । ଚନ୍ଦ୍ର ପ୍ରଭାବରେ ଆଜି ସକାଳୁ ସକାଳୁ ଯାତ୍ରା ଓ ବିବାଦରେ ସତର୍କତା ଅବଲମ୍ବନ କରନ୍ତୁ । ଆଜି ଯାହା ଓ ଯେମିତି ଆଶା କରୁଛନ୍ତି ସେମିତି ହିଁ ପାଇବରେ କୌଣସି ଅସୁବିଧା ରହିବ ନାହିଁ । ବ୍ୟବସାୟ ଭଲ ଚାଲିଲେ ମଧ୍ୟ ଆୟ ବ୍ୟୟର ତାଳମେଳ ରହିବା ନାହିଁ । ଗୋଟିଏ ମାର୍ଗରୁ ରୋଗଜର କରିଲେ ଅନ୍ୟମାର୍ଗରେ ଖର୍ଚ୍ଚାନ୍ତ କରିବାକୁ ପଡିବ, ଯାହାଫଳରେ ମନରେ ଆନନ୍ଦ-ଉଲ୍ଲାସ ରହିବ ନାହିଁ । ସମସ୍ୟାମୂଳକ କାମରେ ବନ୍ଧୁଙ୍କ ପରାମର୍ଶରେ ସାନ୍ତ୍ୱନା ମିଳିବ । ଅଫିସ କାର୍ଯ୍ୟଳୟରେ ବିଭିନ୍ନ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି । ବିବାଦିୟ ଘଟଣାରେ ପ୍ରତିଦ୍ୱନ୍ଦ୍ୱିତା କ୍ରମଶଃ ବୃଦ୍ଧି ପାଇବ । ପରିବାରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହୋଇପାରେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ପୂର୍ବ ଅପେକ୍ଷା ଆଜି ଭଲ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କାଳୀଜାଈ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ନମ୍ର ସ୍ଵଭାବ ଓ ବ୍ୟବହାର ପରକୁ ମଧ୍ୟ ଆପଣାର କରିପାରିବେ । କିନ୍ତୁ ଦ୍ୱାଦଶସ୍ଥ ଗ୍ରହ ସ୍ଥିତିର କୁପ୍ରଭାବ ଯୋଗୁଁ ବାର୍ତ୍ତାଳାପ ସମୟରେ ନିଜ କଥାବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ । ବ୍ୟବସାୟ ବାଣିଜ୍ୟରେ ଅତ୍ୟଧିକ ଲାଭ ନ ହେଲେ ମଧ୍ୟ କ୍ଷତି ସହିବାକୁ ପଡିବ ନାହିଁ । କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । ଚାକିରି କରୁଥିବା କର୍ମଜୀବିଙ୍କୁ ଅଯଥାରେ ଉଚ୍ଚଧିକାରୀଙ୍କ ନିକଟରେ ଅପମାନିତ ହେବାକୁ ପଡିପାରେ । ଆତ୍ମୀୟଙ୍କ ପରାମର୍ଶରେ କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ । ଆକସ୍ମିକ ସମସ୍ୟା କାରଣରୁ ନିର୍ମାଣାଧୀନ କାମଟି ଆଜି ବାସ୍ତବରେ କରିପାରିବେ ନାହିଁ । ପରୋକ୍ଷ ଶତ୍ରୁତା ଓ ପିଲାମାନଙ୍କ ସ୍ଵାସ୍ଥ୍ୟ ସମସ୍ୟା ମନ ଭାରାକ୍ରାନ୍ତ ରହିବ । ପଡୋଶୀଙ୍କ ସହ ମିଷ୍ଟାଳାପରେ ସମୟ କଟାଇପାରନ୍ତି । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ବାବା ଆଖଣ୍ତଳମଣି ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଦିନଟି ଆପଣଙ୍କ ପାଇଁ ଖଟାମିଠା ରହିବ । ଗ୍ରହସମ୍ବନ୍ଧରୁ କର୍ମକ୍ଷେତ୍ରରେ କୂଟନୀତି ବଳରେ କାର୍ଯ୍ୟ ସାଧନ କରିବାକୁ ବାଧ୍ୟ ହେବ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବ । ଯୋଜନା ମୁତାବକ କାର୍ଯ୍ୟ କରିଲେ କେତେକାଂଶରେ ଉପକୃତ ହୋଇପାରନ୍ତି । ଆଜିର ଆଲୋଚନା ପରିସରରେ ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁଁ ମନ ଭଲ ରହିବ ନାହିଁ । ଏହା ସଙ୍ଗକୁ ଈର୍ଷାପରାୟଣ ବିରାଧୀ ପକ୍ଷ ସକ୍ରିୟ ହୋଇ ଉଠିପାରନ୍ତି । ମାତ୍ର କଳା, ସାହିତ୍ୟ ତଥା ସାମ୍ବାଦିକତା କ୍ଷେତ୍ରରେ ହାତପାହାନ୍ତାରେ ସୁଯୋଗ ପାଇବେ ଓ ଆଶା ପୂରଣ ମଧ୍ୟ ହୋଇଯିବ । ଘରଭଡାକୁ କେନ୍ଦ୍ରକରି ସାମାନ୍ୟ ଝଗଡା ସୃଷ୍ଟି ହୋଇପାରେ । ପ୍ରତିରୋଧ କାରଣରୁ ନିର୍ମାଣାଧୀନ କାର୍ଯ୍ୟ, ନୂତନ ପ୍ରକଳ୍ପ ସ୍ଥଗିତ ରହିପାରେ । ପ୍ରତ୍ୟେକ ସ୍ତରରେ କାନ କୁହା କଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ଅସୁସ୍ଥତା କାରନରୁ କେତେକ କାମରେ ଅବହେଳା କରିପାରନ୍ତି । ପାରିବାରିକ ଜୀବନରେ ତାଳମେଳ ବଜାୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଅମ୍ବିକା ।

Be the first to comment

Leave a Reply

Your email address will not be published.


*