ଗତ କିଛି ବର୍ଷ ଧରି ଷ୍ଟାର କିଡ୍ସଙ୍କ ଲିଉଡରେ ଡେବ୍ୟୁ କୁ ନେଇ ଖୁବ ଚର୍ଚ୍ଚା ହେଉଛି । ପ୍ରତିବର୍ଷ ବଲିଉଡରେ ଅନେକ ଷ୍ଟାର କିଡ୍ସଙ୍କଏଣ୍ଟ୍ରି ଦେଖିବାକୁ ମିଳୁଛି । ଏଭଳି ପରିସ୍ଥିତିରେ ବଲିଉଡର ଖାନ ପରିବାରର ଷ୍ଟାର କିଡ୍ସ କିପରି ପଛରେ ରହିପାରିବେ ।
ନିକଟରେ ଖାନ ପରିବାରର ଷ୍ଟାରକିଡ୍ସ ମିଡିଆରେ ନିଜର ପ୍ରାଧାନ୍ୟ ବିସ୍ତାର କରିଛନ୍ତି । କିଛି ବର୍ଷ ଧରି ସଲମାନ ଖାନଙ୍କ ଭାଣିଜୀ ଅଲିଜେହ ଅଗ୍ନିହୋତ୍ରୀ ତାଙ୍କ ଡେବ୍ୟୁକୁ ନେଇ ଚର୍ଚ୍ଚାରେ ଅଛନ୍ତି । ସଲମାନଙ୍କ ଭାଣିଜୀ ଅଲିଜେହ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ।
ଅଲିଜେହ ସଲମାନଙ୍କ ଭଉଣୀ ଅଲଭିରା ଖାନ ଅଗ୍ନିହୋତ୍ରୀ ଏବଂ ଅତୁଲ ଅଗ୍ନିହୋତ୍ରୀଙ୍କ ଝିଅ । ସଲମାନଙ୍କ ପରିବାର ସହିତ ଅଲିଜେହଙ୍କୁ ପ୍ରାୟତଃ ଦେଖିବାକୁ ମିଳେ ।
ଯଦିଓ ସଲମାନ ଖାନ ବଲିଉଡରେ ଅନେକ ଅଭିନେତ୍ରୀଙ୍କୁ ଲଞ୍ଚ କରିଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ନିଜ ଭାଣିଜୀକୁ ପରଦାକୁ ଆଣି ନାହାଁନ୍ତି ।
ଗତ କିଛି ଦିନ ହେବ ଖବର ଶୁଣିବାକୁ ମିଳୁଛି ଯେ ଅଲିଜେହ ଖୁବ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ତେବେ ଅଲିଜେହ କେବେ ବଲିଉଡରେ ଡେବ୍ୟୁ କରିବେ ସେହି ବିଷୟକୁ ନେଇ କୌଣସି ଖବର ପ୍ରକାଶ ପାଇନାହିଁ ।
ବହୁ ବର୍ଷ ପୂର୍ବେ ଶୁଣିବାକୁ ମିଳିଥିଲା ଯେ ସଲମାନ ଖାନ ଦବଙ୍ଗ 3ରେ ନିଜ ଭାଣିଜୀଙ୍କୁ ଲଞ୍ଚ କରିବାକୁ ଯାଉଛନ୍ତି କିନ୍ତୁ ଏହି ଖବର ମଧ୍ୟ ମିଥ୍ୟା ପ୍ରମାଣିତ ହୋଇଛି ।
କହିରଖୁଛୁ ଯେ ଅଲିଜେହ ମାତ୍ର ୨୦ ବର୍ଷ ବୟସର ଏବଂ ସେ ସୋସିଆଲ ମିଡିଆରେ ତାଙ୍କର ବହୁତ ପ୍ରଶଂସକ ଅଛନ୍ତି । କିନ୍ତୁ ସେ ଏପର୍ଯ୍ୟନ୍ତ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ସାର୍ବଜନୀନ କରିନାହାଁନ୍ତି ।
ଆଲିଆଙ୍କୁ ଅନେକ ଥର ବଲିଉଡ ପାର୍ଟୀରେ ଦେଖିବାକୁ ମିଳିଛି । ମାମୁଁ ସଲମାନ ଖାନଙ୍କ ସହ ଅଲିଜେହଙ୍କୁ ମଧ୍ୟ ଅନେକ ଥର ଦେଖିବାକୁ ମିଳିଛି । ଅଲଭିରା ଖାନ ଏବଂ ଅତୁଲ ଅଗ୍ନିହୋତ୍ରୀ ନିଜ ଝିଅର ଫଟୋକୁ ସୋସିଆଲ ମିଡିଆରେ ବହୁତ ସେୟାର କରିଥାନ୍ତି ।
ଏହା ବ୍ୟତୀତ ତାଙ୍କର ଅନେକ ହଟ୍ ଫଟୋ ମଧ୍ୟ ଭାଇରାଲ ହୋଇଛି । ପାରିବାରିକ କାର୍ଯ୍ୟରେ ସଲମାନ ଖାନଙ୍କ ସହ ମଧ୍ୟ ନଜର ଆସନ୍ତି । ଅଲିଜେହ ବର୍ତ୍ତମାନ ଅଧ୍ୟୟନ ଉପରେ ଧ୍ୟାନ ଦେଉଛନ୍ତି ।
ଅଲିଜେହ ଅତ୍ୟନ୍ତ ଗ୍ଲାମରସ୍, କେବଳ ସେତିକି ନୁହେଁ ସେ ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ସରୋଜ ଖାନଙ୍କଠାରୁ ଭାରତୀୟ ନୃତ୍ୟ ମଧ୍ୟ ଶିଖିଛନ୍ତି ।
ସେ କେବେ ପାଶ୍ଚାତ୍ୟ ତ କେବେ ଭାରତୀୟ ପୋଷାକରେ ନଜର ଆସନ୍ତି । ଅଲିଜେହ ସୁନ୍ଦର ସହିତ ବହୁତ ବୋଲ୍ଡ ମଧ୍ୟ ଦେଖାଯାନ୍ତି । ଅଲିଜେହ ସଲମାନଙ୍କ ଭଣଜା-ଭାଣିଜୀଙ୍କ ମଧ୍ୟରୁ ସବୁଠାରୁ ବଡ଼ ଏହି କାରଣରୁ ସେ ସଲମାନ ତାଙ୍କୁ ସବୁଠାରୁ ଅଧିକ ଭଲ ପଆନ୍ତି ।