ଜ୍ୟୋତିଷ ଜ୍ଞାନ: କେଉଁ ଲୋକମାନେ ପନ୍ନା ରତ୍ନ ଧାରଣ କରିବା ଉଚିତ୍ ! ଜାଣନ୍ତୁ ଏହାର ଫାଇଦା କଣ ଅଟେ…

ଜ୍ୟୋତିଷ ଜ୍ଞାନ: କେଉଁ ଲୋକମାନେ ପନ୍ନା ରତ୍ନ ଧାରଣ କରିବା ଉଚିତ୍ ! ଜାଣନ୍ତୁ ଏହାର ଫାଇଦା କଣ ଅଟେ…

ଆପଣଙ୍କ ଜନ୍ମ କୁଣ୍ଡଳୀରେ ଆପଣଙ୍କ ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ ସବୁକିଛି ରହିଥାଏ । ଜ୍ୟୋତିଷ ଶାସ୍ତ୍ର ଏହି ଆଧାରରେ ଆପଣଙ୍କ ବିଷୟରେ ସବୁକିଛି କହିପାରନ୍ତି । ଏହି ଜନ୍ମ କୁଣ୍ଡଳୀରେ ଯେତେବେଳେ କୌଣସି ଏକ ଗ୍ରହ ଅଶୁଭ ସ୍ଥାନରେ ଅବସ୍ଥାନ କରିଥାନ୍ତି ତେବେ ଏହା ଅସୁବିଧା ସୃଷ୍ଟି କରିପାରେ । ଏହାକୁ ଅନୁକୂଳ କରିବା ପାଇଁ ରତ୍ନ କିମ୍ବା ପନ୍ନାର ବ୍ୟବହାର କରିବାକୁ ପଡିଥାଏ । ଏହି ରତ୍ନକୁ ଆପଣ ଆପଣଙ୍କ ଆଙ୍ଗୁଠି କିମ୍ବା ଲକେଟରେ ପରିଧାନ କରିପାରିବେ ।

ତଥାପି ଏହି ରତ୍ନ ଗୁଡିକୁ ଜ୍ୟୋତିଷଙ୍କ ପରାମର୍ଶ ବିନା ପିନ୍ଧିବା ଉଚିତ୍ ନୁହେଁ । ଯଦି ଆପଣ ଭୁଲ୍ ରତ୍ନ ଧାରଣ କରି ଦିଅନ୍ତି ତେବେ ଏହା କାମ କରିବା ପରିବର୍ତ୍ତେ ଆପଣଙ୍କ କାର୍ଯ୍ୟକୁ ଅନର୍ଥ ତଥା ବିଗାଡି ଦେଇଥାଏ । ବାସ୍ତବରେ ପ୍ରତ୍ୟେକ ଗ୍ରହର ସ୍ଥିତିକୁ ଅନୁକୂଳ କରିବା ପାଇଁ ଏକ ସ୍ୱତନ୍ତ୍ର ରତ୍ନ ରହିଥାଏ । ବୁଧ ଗ୍ରହକୁ ଅନୁକୂଳ କରିବା ପାଇଁ ଏକ ସବୁଜ ରଙ୍ଗର ଉଜ୍ଜ୍ଵଳ ପନ୍ନା ପରିଧାନ କରିବାକୁ ପଡିବ । ଏହିପରି ପରିସ୍ଥିତିରେ ଆଜି ଆମେ ଆପଣଙ୍କୁ ସବୁଜ ରଙ୍ଗର ଉଜ୍ଜ୍ଵଳ ପନ୍ନା ପରିଧାନ କରିବା ଦ୍ୱାରା କଣ କଣ ସବୁ ଲାଭ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ?

ପନ୍ନା ପିନ୍ଧିବାର ଲାଭ :-

୧. ପନ୍ନା ପରିଧାନ କରିବା ଦ୍ୱାରା ମଣିଷର ମସ୍ତିଷ୍କରେ ବିକାଶ ଆସିଥାଏ । ଏହାକୁ ପିନ୍ଧିବା ପରେ ଆପଣଙ୍କ ବୁଦ୍ଧି ଦ୍ରୁତ ଗତିରେ ବଢ଼ିବାକୁ ଲାଗିଥାଏ । ଏହା ଆପଣଙ୍କ ସ୍ମରଣ ଶକ୍ତିକୁ ମଧ୍ୟ ବଢାଇଥାଏ ।

୨. ଯଦି ଆପଣ କୌଣସି ପେଟ ସମସ୍ୟା ଜନିତ ରୋଗରେ ପୀଡ଼ିତ ଅଛନ୍ତି ତେବେ ଆପଣ ପନ୍ନା ପିନ୍ଧିବା ଉଚିତ୍ । ଏହା ଦ୍ୱାରା ଆପଣଙ୍କୁ ଲାଭ ମିଳିବ ।

୩. ଯଦି ଆପଣଙ୍କ ବ୍ୟବସାୟରେ କ୍ଷତି ହେଉଛି କିମ୍ବା ଚାକିରୀରେ ପଦୋନ୍ନତି ହେଉ ନାହିଁ ତେବେ ସବୁଜ ରଙ୍ଗର ପନ୍ନା ପିନ୍ଧିବା ଦ୍ୱାରା ଏହି ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ ।

୪. ପନ୍ନା ପରିଧାନ କରିଥିବା ବ୍ୟକ୍ତିଙ୍କ କଥାବାର୍ତ୍ତା ନିଜସ୍ୱ ଉନ୍ନତି ହୋଇ ଯାଇଥାଏ । ସେମାନଙ୍କ କଥାବାର୍ତ୍ତା କରିବାର ଶୈଳୀ ପୂର୍ବ ଅପେକ୍ଷା ଅଧିକ ପ୍ରଭାବଶାଳୀ ହୋଇ ଯାଇଥାଏ । ଲୋକମାନେ ତାଙ୍କ କଥା ଧ୍ୟାନର ସହକାରେ ଶୁଣିଥାନ୍ତି ।

୫. ଯଦି କୌଣସି ବ୍ୟକ୍ତି ଅସୁସ୍ଥ ଅଛନ୍ତି ତେବେ ତାଙ୍କ ରାଶି ଆଧାର ତାଙ୍କୁ ପନ୍ନା ପିନ୍ଧିବାକୁ ଦେବା ଉଚିତ୍ । ଏହା ଦ୍ୱାରା ତାଙ୍କର ସମସ୍ତ ରୋଗ ଦୂର ହୋଇଯାଇଥାଏ ଏବଂ ଶରୀରରେ ଶକ୍ତି ମଧ୍ୟ ଆସି ଯାଏ ।

୬. ଯଦି ଅର୍ଥର ଅଭାବ ଥାଏ, ତେବେ ଘରର ଆଲମାରିରେ ମଣି ରଖିବା ଦ୍ୱାରା ଦାରିଦ୍ର୍ୟ ଦୂର ହୋଇଥାଏ । ଏହା ସହିତ ସନ୍ତାନ ସୁଖ ମଧ୍ୟ ପ୍ରାପ୍ତ ହୋଇଥାଏ ।

୭. ମିଥୁନ ରାଶି ବିଶିଷ୍ଟ ବ୍ୟକ୍ତି ବିଶେଷ ମାନଙ୍କୁ ପନ୍ନା ପରିଧାନ କରିବା ଉଚିତ୍ । ଏହା ଦ୍ୱାରା ସେମାନଙ୍କ ପାରିବାରିକ ସମସ୍ୟା ଦୂର ହୋଇଥାଏ ।

୮. କନ୍ୟା ରାଶି ବିଶିଷ୍ଟ ବ୍ୟକ୍ତି ବିଶେଷ ମାନେ ପନ୍ନା ପରିଧାନ କରିବା ଦ୍ୱାରା ରାଜ୍ୟ, ବ୍ୟବସାୟ, ପିତା, ଚାକିରି ଏବଂ ସରକାରୀ କାର୍ଯ୍ୟରେ ଲାଭ ମିଳିଥାଏ ।

୯. ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଯଦି କୌଣସି ବ୍ୟକ୍ତିଙ୍କର ଜାତକର ୬,୮ ଏବଂ ୧୨ରେ ବୁଧ ସ୍ୱାମୀ ଅବସ୍ଥାନ କରିଥାନ୍ତି ତେବେ ପନ୍ନା ପିନ୍ଧିବା ଦ୍ୱାରା ଲାଭ ହେବା ପରିବର୍ତ୍ତେ କ୍ଷତି ହୋଇଥାଏ । ଏହି ପରିସ୍ଥିତିରେ ଜ୍ୟୋତିଷଙ୍କୁ କୁଣ୍ଡଳୀ ଦେଖାଇବା ପରେ ହିଁ ପନ୍ନା ପରିଧାନ କରିବା ଉଚିତ୍ ।

୧୦. ଯଦି ଆପଣଙ୍କ ବୁଧ ଦସା ରହିଛି ଏବଂ ଯଦି ସେ ଅଷ୍ଟମ କିମ୍ବା ଦ୍ୱାଦଶ ଘରେ ବିଦ୍ୟମାନ ଅଛନ୍ତି ତେବେ ପନ୍ନା ପିନ୍ଧିବା ଉଚିତ୍ ନୁହେଁ ।

ଏହା ବ୍ୟତୀତ ଉପଯୁକ୍ତ ଧାତୁ, ନକ୍ଷତ୍ର, ଦିନ କିମ୍ବା ଗ୍ରହର ସ୍ଥିତି ଦେଖିବା ପରେ ହିଁ ପନ୍ନା ପରିଧାନ କରିବା ଉଚିତ୍ ।

Leave a Reply

Your email address will not be published. Required fields are marked *