ଯଦି ଆପଣଙ୍କ ପାଖରେ ଅଛି ୧, ୨ ଓ ୫ ଟଙ୍କାର ପୁରୁଣା ନୋଟ୍ ! ତେବେ ନିଶ୍ଚିତ ଭାବରେ ପଢନ୍ତୁ ଏହି ଖବର, ଭାରତ ସରକାର ପ୍ରସ୍ତୁତ କରିଛନ୍ତି ଏହି ନିୟମ…

ଯଦି ଆପଣଙ୍କ ପାଖରେ ଅଛି ୧, ୨ ଓ ୫ ଟଙ୍କାର ପୁରୁଣା ନୋଟ୍ ! ତେବେ ନିଶ୍ଚିତ ଭାବରେ ପଢନ୍ତୁ ଏହି ଖବର, ଭାରତ ସରକାର ପ୍ରସ୍ତୁତ କରିଛନ୍ତି ଏହି ନିୟମ…

ସମୟ ସହିତ ପ୍ରତ୍ୟେକ ଦେଶ ନିଜର ପୂର୍ବ ପ୍ରଚଳିତ ମୁଦ୍ରାର ପରିବର୍ତ୍ତନ କରିଥାଏ । ଭାରତ ମଧ୍ୟ ଏଥିରୁ ପଛରେ ନାହିଁ । ବିମୁଦ୍ରୀକରଣ ମାଧ୍ୟମରେ ହଠାତ ପୁରୁଣା ନୋଟ୍ ଉପରେ ପ୍ରତିବନ୍ଧକ ଲଗାଇ ନୂତନ ନୋଟ ଲାଗୁହେବା କଥା ଆମେ ସମସ୍ତେ ଦେଖିଥିବା । ସମୟ ସହ ଭାରତରେ ଛପା ଯାଉଥିବା ନୋଟର ରୂପ ମଧ୍ୟ ପରିବର୍ତ୍ତିତ ହୋଇ ଆସିଛି । ଅନେକଥର ପୁରୁଣା ନୋଟ ଉପରେ ସମ୍ପୂର୍ଣ୍ଣ ଭାବରେ ପ୍ରତିବନ୍ଧକ ଲଗାଇ ଦିଆଯାଇଥାଏ ଏବଂ ଅନେକଥର ଧୀରେ ଧୀରେ ସେଗୁଡିକର ପ୍ରଚଳନ ଆପେ ଆପେ ବନ୍ଦ ହୋଇଯାଏ । ଏହି ନୋଟ୍ ଗୁଡିକ ବିଷୟରେ ଲୋକମାନଙ୍କୁ ସ୍ପଷ୍ଟ ଭାବରେ ସୂଚନା ମିଳି ପାରେନାହିଁ । ଏଗୁଡିକ ମଧ୍ୟରେ ୧, ୨ ଓ ୫ ଟଙ୍କିଆ ନୋଟ ଅନ୍ତର୍ଭୁକ୍ତ ରହିଛି । ତେବେ ଆଜିର ସମୟରେ ଏହି ନୋଟ ଗୁଡିକ ଛପା ହେଉନାହିଁ କିନ୍ତୁ RBIକୁ ଏଭଳି ଲାଗୁଛି ଯେ, ବର୍ତ୍ତମାନ ଏଗୁଡ଼ିକର କୌଣସି ଆବଶ୍ୟକତା ନାହିଁ । କିନ୍ତୁ ଏହାସହ ଆପଣଙ୍କୁ କହିରଖୁଛୁ ଯେ, ଏହି ନୋଟ୍ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଲୋକମାନଙ୍କ ନିକଟରେ ରହିଛି । ଏଭଳି ପରିସ୍ଥିତିରେ ସେମାନଙ୍କୁ ଜଣାନାହିଁ ଯେ, ଏହି ନୋଟ୍-ଗୁଡିକୁ କ’ଣ କରିବେ ? ଆଜି ଆମେ ଆପଣଙ୍କ ନିକଟକୁ ଏହି ପ୍ରଶ୍ନର ଉତ୍ତର ନେଇ ଆସିଛୁ :

ଭାରତରେ ଅନେକ ବର୍ଷ ପର୍ଯ୍ୟନ୍ତ ଅନେକ ପ୍ରକାରର ନୋଟ୍ ଛପା ହୋଇଆସିଛି । ଦେଶରେ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ନୋଟ୍ ଛାପିବାର ଅନୁମତି ରହିଛି । ପ୍ରାରମ୍ଭରୁ ହିଁ ଏହି ସଂଗଠନ ନୋଟ୍ ଛାପି ଆସୁଛି । ଏପର୍ଯ୍ୟନ୍ତ ଦେଶ ଅନେକ ପ୍ରକାରର ନୋଟ୍ ଏବଂ ମୁଦ୍ରା ପ୍ରଚଳନ ଏବଂ ବନ୍ଦ ହୋଇଥିବାର ଦେଖିଛି ।

ବର୍ତ୍ତମାନ ସମୟରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୧୦, ୨୦, ୫୦, ୧୦୦, ୨୦୦, ୫୦୦ ଏବଂ ୨୦୦୦ର ନୋଟ୍ ଛାପିଥାଏ । ଏଗୁଡିକୁ ବ୍ୟାଙ୍କ ନୋଟ୍ ମଧ୍ୟ କୁହାଯାଏ । ଏଗୁଡିକୁ RBI ଛାପିଥାଏ । ଏହାବ୍ୟତୀତ ବର୍ତ୍ତମାନ ଆଉ କୌଣସି ପ୍ରକାରର ନୋଟ୍ ଛପା ଯାଉନାହିଁ ।

ତେବେ କିଛି ସମୟ ପୂର୍ବରୁ ୧, ୨ ଏବଂ ୫ର ନୋଟ୍ ଛପା ମଧ୍ୟ ଯାଉଥିଲା । ତେବେ ବର୍ତ୍ତମାନ ଏଗୁଡ଼ିକୁ ଏହା କହି ବନ୍ଦ କରିଦିଆଯାଇଛି ଯେ, ଏଗୁଡ଼ିକର ଆବଶ୍ୟକତା ନାହିଁ । ଲୋକମାନେ ଏତେ କମ୍ ମୁଲ୍ୟ ନୋଟର ଅଧିକ ବ୍ୟବହାର କରନ୍ତି ନାହିଁ ।

ତେବେ ବର୍ତ୍ତମାନ ମଧ୍ୟ ଏଭଳି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କ ନିକଟରେ ୧, ୨ ଓ ୫ର ନୋଟ୍ ରହିଛି । ଯେତେବେଳେ ଏହି ନୋଟ୍ ଗୁଡିକୁ ଦୋକାନରେ ଚଳାଇବା ପାଇଁ ଚେଷ୍ଟା କରାଯାଏ, ସେତେବେଳେ ଦୋକାନୀ ଏହା କହି ଲୋକମାନଙ୍କୁ ଫେରାଇ ଦିଅନ୍ତି ଯେ, ଏଗୁଡିକ ବର୍ତ୍ତମାନ ଚାଲୁନାହିଁ ।

କିନ୍ତୁ ଆପଣଙ୍କୁ କହିରଖୁଛୁ ଯେ, ଏଭଳି କିଛି କଥା ନାହିଁ । ଏହି ନୋଟ ଗୁଡିକ ବର୍ତ୍ତମାନ ମଧ୍ୟ ପ୍ରଚଳନରେ ରହିଛି ଏବଂ ଏଗୁଡ଼ିକର ବ୍ୟବହାର ବର୍ତ୍ତମାନ କରାଯାଇପାରିବ । ଏହା ସମ୍ପୂର୍ଣ୍ଣ ଭାବରେ ଆଇନଗତ ଅଟେ । ଯଦି ଆପଣଙ୍କ ଠାରୁ କେହି ଏହାକୁ ନେବାକୁ ବାରଣ କରୁଛନ୍ତି, ତେବେ ଆପଣ ତାଙ୍କ ବିରୁଦ୍ଧରେ ଅଭିଯୋଗ କରିପାରିବେ ।

ଯଦି ନୋଟ ଛପାର ଇତିହାସ ବିଷୟରେ କହିବା, ତେବେ ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ଆମାଉଣ୍ଟର ଯେଉଁ ନୋଟ ଛପା ଯାଇଥିଲା, ତାହାର ମୁଲ୍ୟ ୧୦ ହଜାର ଥିଲା । ୧୯୩୮ ମସିହାରେ ୧୦ ହଜାର ନୋଟ ଛପା ଯାଇଥିଲା । ଯାହାକୁ ୧୯୪୬ ମସିହାରେ ବେଆଇନ ଘୋଷଣା କରାଯାଇଥିଲା ।

୧୯୫୪ ମସିହାରେ ଏହାକୁ ପୁଣିଥରେ ଛପା ଯିବାକୁ ଲାଗିଥିଲା । କିନ୍ତୁ ୧୯୭୮ ମସିହାରେ ଏହାକୁ ପୁଣିଥରେ ବନ୍ଦ କରିଦିଆଯାଇଥିଲା । ଏହାବ୍ୟତୀତ ୧ ହଜାରର ନୋଟ ମଧ୍ୟ ବର୍ତ୍ତମାନ ବନ୍ଦ ହୋଇସାରିଛି । ଏହି ସମସ୍ତ ନୋଟକୁ ଆରବିଆଇ ଛାପିଥାଏ ।

ଏଠାରେ ଏକ କଥା ଯାହା ବିଚାର କରିବା ଯୋଗ୍ୟ ଅଟେ, ତାହା ଏହି ସମସ୍ତ ନୋଟରେ କେବଳ ୧ ଟଙ୍କିଆ ନୋଟକୁ ଆରବିଆଇ ଛାପେନାହିଁ । ଏହାକୁ ଛାପିବାର ଅଧିକାର ଭାରତ ସରକାରଙ୍କର ଅଟେ । ଏହାବ୍ୟତୀତ ସମସ୍ତ ନୋଟକୁ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦ୍ୱାରା ଛପା ଯାଇଥାଏ ।

Leave a Reply

Your email address will not be published. Required fields are marked *