ବଲିଉଡର ୟଙ୍ଗ ବ୍ରିଗେଡ ଅଭିନେତ୍ରୀଙ୍କ ତାଲିକାରେ ଆଲିଆ ଭଟ୍ଟ ଶୀର୍ଷରେ ଅଛନ୍ତି । ୮ ବର୍ଷର ଚଳଚ୍ଚିତ୍ର କ୍ୟାରିୟରରେ ଆଲିଆ ଇଣ୍ଡଷ୍ଟ୍ରିର ଶ୍ରେଷ୍ଠ ୫ ଅଭିନେତ୍ରୀ ତାଲିକାରେ ସ୍ଥାନ ପାଇଛନ୍ତି । ଆଜି ସେ ସର୍ବାଧିକ ଫି ପାଉଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ । ଆଲିଆ ଗୋଟେ ଚଳଚ୍ଚିତ୍ର ପାଇଁ ୫ ରୁ ୮ କୋଟି ଟଙ୍କାର ଶୁଳ୍କ ଆଦାୟ କରନ୍ତି । ଯେତେବେଳେ କି ସେ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ବାର୍ଷିକ ପ୍ରଚୁର ରୋଜଗାର କରିଥାନ୍ତି । ଏକ ରିପୋର୍ଟ ଅନୁଯାୟୀ, ଆଲିଆ ଭଟ୍ଟଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ପ୍ରାୟ ୧୫୦ କୋଟି ଟଙ୍କା ହେବ । ମାତ୍ର ୨୮ ବର୍ଷ ବୟସରେ, ଆଲିଆ ଭଟ୍ଟ କୋଟି କୋଟି ମୂଲ୍ୟ ସମ୍ପତ୍ତିର ମାଲିକ ହୋଇଛନ୍ତି । ଚାଲନ୍ତୁ ଜାଣିବା ଆଲିଆଙ୍କ ସମ୍ପତ୍ତି ବିଷୟରେ-
ପାଲି-ହିଲରେ ୩୨ କୋଟି ଟଙ୍କାର ଘର
ଆଲିଆ ଭଟ୍ଟ ୨୦୨୦ ମସିହାରେ ନିଜ ପାଇଁ ଏକ ନୂତନ ଘର କିଣିଛନ୍ତି । ଖବର ଅନୁଯାୟୀ, ଆଲିଆ ତାଙ୍କ ପ୍ରେମିକ ରଣବୀର କପୁରଙ୍କ ବିଲଡିଂ ‘ବାସ୍ତୁ’ରେ ଏହି ନୂଆ ଫ୍ଲାଟ କିଣିଛନ୍ତି । ଆଲିଆଙ୍କ ଏହି ଫ୍ଲାଟର ମୂଲ୍ୟ ୩୨ କୋଟି ଟଙ୍କା ବୋଲି କୁହାଯାଉଛି । ୨,୪୬୦ ବର୍ଗଫୁଟରେ ତିଆରି ହୋଇଛି ଆଲିଆଙ୍କ ଫ୍ଲାଟ, ଏହି କୋଠା ୫ ମହଲା ବିଶିଷ୍ଟ । ରଣବୀର କପୁରଙ୍କ ଫ୍ଲାଟ ବିଲଡିଂର ସପ୍ତମ ମହଲାରେ ଥିବାବେଳେ, ଆଲିଆ ଭଟ୍ଟଙ୍କ ଫ୍ଲାଟକୁ ଗୌରୀ ଖାନ ଡିଜାଇନ୍ କରିଛନ୍ତି ।
ଜୁହୁରେ ୧୩.୧୧ କୋଟି ଘର
ଜୁହୁରେ ଆଲିଆ ଭଟ୍ଟଙ୍କର ମଧ୍ୟ ଏକ ଘର ଅଛି । ଆଲିଆ ତାଙ୍କ ଭଉଣୀ ଶାହିନ୍ ଭଟ୍ଟଙ୍କ ସହ ଜୁହୁର ଏହି ଘରେ ରୁହନ୍ତି । ଏହି ଘରକୁ ଆଲିଆ ୧୩.୧୧ କୋଟି ଟଙ୍କାରେ କିଣିଥିଲେ । ୨,୩୦୦ ବର୍ଗଫୁଟରେ ନିର୍ମିତ ଆଲିଆଙ୍କ ଜୁହୁର ଏହି ଘର ଦେଖିବାକୁ ବହୁତ ସୁନ୍ଦର । ଏହା ହେଉଛି ପ୍ରଥମ ସମ୍ପତ୍ତି ଯାହା ଆଲିଆ ତାଙ୍କ ଆୟରୁ କିଣିଥିଲେ ଏବଂ ସେ ମଧ୍ୟ ଏହି ଘରକୁ ସିଫ୍ଟ ହେବାବେଳେ ବହୁତ ଖୁସି ଥିଲେ ।
ଲଣ୍ଡନରେ ଡ୍ରିମ ହାଉସ
ବିଦେଶରେ ବଲିଉଡ ସେଲିବ୍ରିଟି ଘର କିଣିବା କିଛି ନୂଆ କଥା ନୁହେଁ । ଲଣ୍ଡନରେ ଆଲିଆ ଭଟ୍ଟଙ୍କର ଡ୍ରିମ ହାଉସ ଅଛି । ତାଙ୍କ ଲଣ୍ଡନ ଘର ବିଷୟରେ ଆଲିଆ କହିଛନ୍ତି ଯେ ଲଣ୍ଡନରେ ନିଜର ଘର କିଣିବା ତାଙ୍କର ପିଲାଦିନର ସ୍ୱପ୍ନ ଥିଲା, ଯାହାକୁ ସେ ପୂରଣ କରିଥିଲେ । ଆଲିଆ ଭଟ୍ଟ ଡ୍ରିମ୍ ହାଉସ୍ ଲଣ୍ଡନର କୋଭେଣ୍ଟ ଗାର୍ଡେନରେ ଅଛି । ଆଲିଆଙ୍କ ଭଉଣୀ ଲଣ୍ଡନ ଘରେ ରହିବାକୁ ଯାଆନ୍ତି । କୁହାଯାଏ ଯେ ଆଲିଆଙ୍କ ଲଣ୍ଡନ ଘରର ମୂଲ୍ୟ ୧୦ କୋଟିରୁ ୩୦ କୋଟି ମଧ୍ୟରେ ରହିବ ।
କୋଟି କୋଟି ମୂଲ୍ୟର ଭ୍ୟାନିଟି ଭ୍ୟାନ୍
ଆଲିଆ ତାଙ୍କ ଭ୍ୟାନିଟି ଭ୍ୟାନ୍ କୁ ଦ୍ୱିତୀୟ ଘର ଭାବରେ ବିବେଚନା କରନ୍ତି । ଏବଂ ଏପରି କାହିଁକି ବା ନ ହେବ । ଆଲିଆଙ୍କ ବିଳାସପୂର୍ଣ୍ଣ ଭ୍ୟାନିଟି ଭ୍ୟାନରେ ସମସ୍ତ ପ୍ରକାର ବିଳାସପୂର୍ଣ୍ଣ ସୁବିଧା ସହିତ ସଜ୍ଜିତ। ଯାହା, ଘରୁ ଦୂରରେ ଥାଇ ମଧ୍ୟ ତାଙ୍କୁ ଘରର କମି ଅନୁଭବ କରିବାକୁ ଦିଏ ନାହିଁ । ଆଲିଆଙ୍କ ଭ୍ୟାନିଟି ଭ୍ୟାନର ଭିତର ଅଂଶକୁ ଗୌରୀ ଖାନ ଦ୍ୱାରା ଡିଜାଇନ କରାଯାଇଛି । କୋଟି କୋଟି ମୂଲ୍ୟର ଏହି ଭ୍ୟାନିଟି ଭ୍ୟାନ୍ ଭିତରୁ ବହୁତ ବିଳାସପୂର୍ଣ୍ଣ ଦେଖାଯାଏ ।
ଲ୍ୟାଣ୍ଡ ରୋଭର ରେଞ୍ଜ ରୋଭର ଭୋଗ
ବିଳାସପୂର୍ଣ୍ଣ କାର୍ ସଂଗ୍ରହରେ ଆଲିଆ ଭଟ୍ଟଙ୍କର ସବୁଠାରୁ ପ୍ରିୟ ଏବଂ ମହଙ୍ଗା ଯାନ ହେଉଛି ଲ୍ୟାଣ୍ଡ ରୋଭର ରେଞ୍ଜ ରୋଭର ଭୋଗ । ଏହି ଯାନର ଏକ୍ସ ଶୋ’ରୁମ ମୂଲ୍ୟ ୧.୬୦ କୋଟି ଟଙ୍କା । ଆଲିଆ ଏହି କାରରେ ବ୍ୟବହାର କରିଥିବାର ଦେଖାଯାଏ ।
୧.୩୭ କୋଟି ମୂଲ୍ୟର ବିଏମଡବ୍ଲୁ ୭ ସିରିଜ୍
ଆଲିଆ ଭଟ୍ଟ ବିଳାସପୂର୍ଣ୍ଣ କାରର ଦିୱାନା ଅଟନ୍ତି । ଆଲିଆଙ୍କ ବିଏମଡବ୍ଲୁ ୭ ସିରିଜର ମୂଲ୍ୟ ୧.୩୭ କୋଟି ରହିଛି ।
ଅଡି Q7 ହେଉଛି ରେଞ୍ଜ ରୋଭର ଭୋଗ ପରେ ଆଲିଆଙ୍କ ଦ୍ୱିତୀୟ ପ୍ରିୟ ଯାନ । ଆଲିଆଙ୍କ ନିକଟରେ ଗାଢ଼ ନୀଳ ରଙ୍ଗର ଏକ ଅଡି Q7 ରହିଛି ।
ଅଡି Q5 ଆଲିଆ ଅଡିର ଦିୱାନା ଅଟନ୍ତି। ଅଡି Q7 ବ୍ୟତୀତ ଆଲିଆ ମଧ୍ୟ ଅଡି Q5 ଏବଂ ଅଡି A6 ର ମାଲିକ ଅଟନ୍ତି ।