ବଲିଉଡର ଏହି ୫ ଜଣ ଅଭିନେତା, ନିଜ ପତ୍ନୀମାନଙ୍କୁ ବହୁତ ଭଲ ପାଆନ୍ତି ! ପ୍ରତି ବର୍ଷ ରଖନ୍ତି ସେମାନଙ୍କ ପାଇଁ କରୱାଚୌଥ ବ୍ରତ….

ପ୍ରତ୍ୟେକ ପର୍ବର ଏକ ସ୍ୱତନ୍ତ୍ର ମାନ୍ୟତା ରହିଛି । କିନ୍ତୁ ଯଦି କରୱାଚୌଥ ବିଷୟରେ ଆଲୋଚନା କରିବା, ତେବେ ଏହି ପର୍ବ ପତି ପତ୍ନୀଙ୍କ ମଧ୍ୟରେ ଭଲ ପାଇବାକୁ ଦର୍ଶାଇଥାଏ । କିଛିଦିନ ପୂର୍ବରୁ ସମଗ୍ର ଭାରତରେ କରୱାଚୌଥ ପର୍ବ ଅତ୍ୟନ୍ତ ଆଡମ୍ବର ସହକାରେ ପାଳନ କରାଯାଇଛି । ପ୍ରତ୍ୟେକ ମହିଳା ଏହି ଦିନ ନିଜ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ନିର୍ଜଳ ଉପବାସ ରଖିଥାନ୍ତି ଏବଂ ରାତିରେ ଚନ୍ଦ୍ର ବାହାରିବା ପରେ ଭୋଜନ କରିଥାନ୍ତି । ଚଳଚ୍ଚିତ୍ର ଜଗତରେ ମଧ୍ୟ ଏହି ପର୍ବର ସ୍ୱତନ୍ତ୍ର ବିଶେଷତ୍ଵ ରହିଛି । ପ୍ରତିବର୍ଷ ଏହି ଦିନ ବଡ଼ ବଡ଼ ଅଭିନେତ୍ରୀ ମାନେ ନିଜ ସ୍ୱାମୀଙ୍କର ଦୀର୍ଘ ଜୀବନ କାମନା କରି ବ୍ରତ ରଖିଥାନ୍ତି । ଏଥିସହିତ ଆଜି ଏହି ପୋଷ୍ଟରେ ଆମେ ଆପଣଙ୍କୁ ଏଭଳି କିଛି ତାରକାଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ କରୱାଚୌଥ ପତ୍ନୀ ମାନଙ୍କ ସହ ନିଜେ ମଧ୍ୟ ଉପବାସ ରଖି ଆସିଛନ୍ତି । ଏହି ଅଭିନେତା ମାନେ ନିଜ ପତ୍ନୀ ମାନଙ୍କୁ ଏତେ ଭଲ ପାଆନ୍ତି ଯେ ସେମାନଙ୍କ ସହ ଦିନ ସାରା ଉପବାସ ରହି ବ୍ରତ ପାଳନ କରନ୍ତି ।

୧) ଆୟୁଷ୍ମାନ ଖୁରାନା:-

ବଲିଉଡରେ ଆୟୁଷ୍ମାନ ଖୁରାନା ନିଜର ଆକର୍ଷଣୀୟ ଅଭିନୟ ଏବଂ ସ୍ୱତନ୍ତ୍ର ଶୈଳୀ ପାଇଁ ଜଣାଯାଆନ୍ତି । ଆୟୁଷ୍ମାନ ଏବଂ ତାଙ୍କ ପତ୍ନୀ ତାହିରା କାଶ୍ୟପଙ୍କ ଲମ୍ବା କାହାଣୀ କାହାକୁ ମଧ୍ୟ ଅଛୁପା ନାହିଁ । ଦୁହେଁ ଅନେକ ଲୋକଙ୍କ ପାଇଁ ସତ୍ୟ ପ୍ରେମର ଉଦାହରଣ ଦେଇ ଆସିଛନ୍ତି । ସମୟ ସହିତ ଏମାନଙ୍କ ସମ୍ପର୍କରେ ଆହୁରି ଦୃଢତା ଆସୁଅଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆୟୁଷ୍ମାନ ମଧ୍ୟ ପ୍ରତିବର୍ଷ ପତ୍ନୀ ତାହିରାଙ୍କ ସହ କରୱାଚୌଥ ବ୍ରତ ରଖି ଆସୁଛନ୍ତି ।

୨) ବିରାଟ କୋହଲି:-

ଭାରତୀୟ କ୍ରିକେଟ ଦଳର କ୍ୟାପ୍ଟେନ ଅର୍ଥାତ ବିରାଟ କୋହଲି ଖୁବ ଶୀଘ୍ର ପିତା ହେବାକୁ ଯାଉଛନ୍ତି । ବର୍ତ୍ତମାନ ସମୟରେ ସେ ଦୁବାଇରେ ଆଇପିଏଲ ଖେଳିବା ବ୍ୟତୀତ ଅନୁଷ୍କାଙ୍କ ସହ ଗୁରୁତ୍ୱପୂର୍ଣ୍ଣ ସମୟ ଅତିବାହିତ କରୁଛନ୍ତି । ଯେତେ ବ୍ୟସ୍ତ ରହିଲେ ମଧ୍ୟ ସଦା ସର୍ବଦା ତାଙ୍କର ହୃଦୟରେ ଅନୁଷ୍କାଙ୍କ ପାଇଁ ଏକ ନରମ ସ୍ଥାନ ରଖିଛନ୍ତି ଏବଂ ଆବଶ୍ୟକସ୍ଥଳେ ସେ ଅନୁଷ୍କାଙ୍କ ପାଖକୁ ଦୌଡ଼ି ଚାଲି ଆସନ୍ତି । କହିରଖୁଛୁ ଯେ ବିରାଟ କୋହଲି ମଧ୍ୟ ପ୍ରତିବର୍ଷ ଅନୁଷ୍କାଙ୍କ ସହ କରୱାଚୌଥ ବ୍ରତ ରଖି ଆସୁଛନ୍ତି । ଉଭୟେ ଏଭଳି ଅବସରରେ ନିଜର ଫୋଟ ସେୟାର କରିବାର ଦେଖା ଯାଆନ୍ତି ।

୩) ରାଜ କୁନ୍ଦ୍ରା:-

ଶିଳ୍ପା ଶେଟ୍ଟୀ ଏବଂ ରାଜ କୁନ୍ଦ୍ରାଙ୍କ ବିବାହକୁ ୧୧ ବର୍ଷ ପୂରିବାକୁ ଯାଉଛି । କିନ୍ତୁ ଆଜି ମଧ୍ୟ ଉଭୟେ ନବବିବାହିତ ଦମ୍ପତ୍ତିଙ୍କ ଭଳି ରହୁଛନ୍ତି । ରାଜ ପ୍ରତ୍ୟେକ ପରିସ୍ଥିତିରେ ଶିଳ୍ପାଙ୍କ ପାଇଁ ଜଣେ ଭଲ ସ୍ୱାମୀ ହୋଇ ସାମ୍ନାକୁ ଆସିଛନ୍ତି । ଆପଣଙ୍କୁ କହିରଖୁଛୁ ଯେ ଏହି ୧୧ ବର୍ଷ ମଧ୍ୟରେ ରାଜ ପ୍ରତିବର୍ଷ ଶିଳ୍ପାଙ୍କ ସହ କରୱାଚୌଥ ବ୍ରତ ରଖି ଆସୁଛନ୍ତି ।

୪) ଅଭିଷେକ ବଚ୍ଚନ:-

ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ଯୋଡି ବଲିଉଡର ସବୁଠାରୁ ପରିପୂର୍ଣ୍ଣ ଯୋଡି ମଧ୍ୟରୁ ଗୋଟିଏ ଅଟେ । ଉଭୟଙ୍କ ଭଲପାଇବା ସ୍ୱଚ୍ଛ ଅଟେ । ଦୁହେଁ ଦୁହିଁଙ୍କୁ ସମର୍ଥନ କରିବାକୁ କେବେ ମଧ୍ୟ ପଛକୁ ହଟନ୍ତି ନାହିଁ । ବିଶେଷ କରି କରୱାଚୌଥ ବିଷୟରେ କହିବାକୁ ଗଲେ, ଅଭିଷେକ ପ୍ରତିବର୍ଷ ଐଶ୍ୱର୍ଯ୍ୟାଙ୍କ ସହ କରୱାଚୌଥ ବ୍ରତ ରଖିଥାନ୍ତି । ଦେଖିବାକୁ ଗଲେ ସେ ଜଣେ ଆଦର୍ଶ ସ୍ୱାମୀ ଅଟନ୍ତି । ୨୦୧୮ ମସିହାରେ ଏକ ସାକ୍ଷାତକାରରେ କରୱାଚୌଥ ବ୍ରତ ରଖିବା କଥା ଅଭିଷେକ ନିଜେ କହିଥିଲେ ।

୫) କରନ ସିଂହ ଗ୍ରୋଭର:-

ବିପାଶା ବସୁ ଏବଂ କରନ ସିଂହ ଗ୍ରୋଭରଙ୍କ ବିବାହର ଅନେକ ବର୍ଷ ଅତିବାହିତ କରିସାରିଥିଲେ ମଧ୍ୟ ଏମାନଙ୍କ ଭଲପାଇବାରେ କୌଣସି କମି ହୋଇନାହିଁ । ଉଭୟଙ୍କୁ ଏକାସହିତ ବ୍ୟାୟାମ କରାଯାଉଥିବାର ଦେଖାଯାଇଛି । ଏହାବ୍ୟତୀତ ଯେତେବେଳେ କଥା ଉଭୟଙ୍କ ଦୀର୍ଘ ଜୀବନ ଉପରକୁ ଆସୁଛି , ତେବେ ଉଭୟେ ଏଥିପାଇଁ ପଛକୁ ହଟନ୍ତି ନାହିଁ । ବିପାଶାଙ୍କ ବ୍ୟତୀତ କରନ ସିଂହ ଗ୍ରୋଭର ମଧ୍ୟ ତାଙ୍କ ପାଇଁ କରୱାଚୌଥ ବ୍ରତ ରଖିଥାନ୍ତି ।

Be the first to comment

Leave a Reply

Your email address will not be published.


*