ଗୋଟିଏ ବିବାହ ଏବଂ ତିନୋଟି ପ୍ରେମ ସମ୍ପର୍କ ପରେ ମଧ୍ୟ ଜୀବନରେ ଏକୁଟିଆ ରହିଗଲେ ରଶ୍ମି ଦେଶାଇ ! ପରିବାର ମଧ୍ୟ ଦେଲେ ନାହିଁ ସାଥ …

ଗୋଟିଏ ବିବାହ ଏବଂ ତିନୋଟି ପ୍ରେମ ସମ୍ପର୍କ ପରେ ମଧ୍ୟ ଜୀବନରେ ଏକୁଟିଆ ରହିଗଲେ ରଶ୍ମି ଦେଶାଇ ! ପରିବାର ମଧ୍ୟ ଦେଲେ ନାହିଁ ସାଥ …

ଟିଭି ଜଗତର ଜଣାଶୁଣା ଅଭିନେତ୍ରୀ ରଶ୍ମି ଦେଶାଇଙ୍କର ଆଜି ପରିଚୟ ଦେବାର କୌଣସି ଆବଶ୍ୟକତା ନାହିଁ ଏବଂ ଟିଭି ଠାରୁ ଆରମ୍ଭ କରି ଚଳଚ୍ଚିତ୍ର ଜଗତ ପର୍ଯ୍ୟନ୍ତ ସେ ନିଜର ସୌନ୍ଦର୍ଯ୍ୟ ଏବଂ ଅଭିନୟର ଯାଦୁ ବିଛାଇ ସାରିଛନ୍ତି । ଟିଭିର ସବୁଠାରୁ ଚର୍ଚ୍ଚିତ ଶୋ’ ଉତରନରୁ ସେ ଲୋକପ୍ରିୟତା ହାସଲ କରିଥିଲେ, ଯେଉଁଥିରେ ସେ ତପସ୍ୟା ଭୂମିକାରେ ଅଭିନୟ କରିଥିଲେ ଏବଂ ଏହି ଚରିତ୍ର ଯୋଗୁଁ ରଶ୍ମି ଘରେ ଘରେ ଜଣାଯିବାକୁ ଲାଗିଥିଲେ ।

କହିରଖୁଛୁ ଯେ, ରଶ୍ମି ଦେଶାଇଙ୍କର ବୟସ ୩୪ ବର୍ଷ ହୋଇସାରିଛି ଏବଂ ଯେଉଁଭଳି ଭାବରେ ତାଙ୍କୁ ତାଙ୍କର ବୃତ୍ତିଗତ ଜୀବନରେ ସଫଳତା ମିଳିଛି, ସେହିଭଳି ଭାବରେ ବ୍ୟକ୍ତିଗତ ଜୀବନରେ ମିଳିନାହିଁ । ତାଙ୍କ ବ୍ୟକ୍ତିଗତ ଜୀବନରେ ଅନେକ ଉତ୍ଥାନ ପତନ ଆସିଥିଲା ଏବଂ ତାଙ୍କ ପ୍ରେମ ଜୀବନ ଏବଂ ବୈବାହିକ ଜୀବନ ଉଭୟ ସମ୍ପୂର୍ଣ୍ଣ ଭାବରେ ଫ୍ଲପ ପ୍ରମାଣିତ ହୋଇଛି । ତଥାପି ଜୀବନରେ ଏତେ ସବୁ ହେବା ସତ୍ତ୍ୱେ ମଧ୍ୟ ରଶ୍ମି କେବେ ମଧ୍ୟ ହାର ମାନି ନାହାଁନ୍ତି ଏବଂ ଆଗକୁ ବଢି ଚାଲିଛନ୍ତି ଏବଂ ବର୍ତ୍ତମାନ ସମୟରେ ଟିଭିର ଏକ ସଫଳ ଅଭିନେତ୍ରୀ ହୋଇ ସାରିଛନ୍ତି ଓ ନିଜ ଜୀବନକୁ ଉପଭୋଗ କରୁଛନ୍ତି । ଆଜି ଆମେ ଆପଣଙ୍କୁ ରଶ୍ମି ଦେଶାଇଙ୍କର ସମସ୍ତ ପ୍ରେମ ସମ୍ପର୍କ ଏବଂ ବିବାହ ବିଷୟରେ ଏହି ପୋଷ୍ଟରେ କହିବାକୁ ଯାଉଛୁ, ତେବେ ଆସନ୍ତୁ ସେ ବିଷୟରେ ଜାଣିବା ।

ରଶ୍ମି ଦେଶାଇ ଏବଂ ନନ୍ଦୀଶ ସନ୍ଧୁ:-

ସର୍ବପ୍ରଥମେ ଆଲୋଚନା କରିବା ନନ୍ଦୀଶ ସନ୍ଧୁଙ୍କ ବିଷୟରେ, ଯାହାଙ୍କୁ ରଶ୍ମି ଦେଶାଇ ୨୦୧୨ ମସିହାରେ ଧୂମଧାମରେ ବିବାହ କରିଥିଲେ । ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଟିଭି ଶୋ’ ଉତରନର ସେଟରୁ ଆରମ୍ଭ ହୋଇଥିଲା । ଏଠାରେ ଉଭୟେ ଦେଖା ହୋଇଥିଲା ଏବଂ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା, ଯାହା ପରେ ଦୁହେଁ ବିବାହ କରିନେଇଥିଲେ । କିନ୍ତୁ ବିବାହର କିଛି ବର୍ଷ ପରେ ହିଁ ଦୁହିଁଙ୍କ ମଧ୍ୟରେ ମନ ମତାନ୍ତର ସୃଷ୍ଟି ହେବାକୁ ଲାଗିଥିଲା ଏବଂ ତାପରେ ବିବାହର ୪ ବର୍ଷ ପରେ ଉଭୟେ ପରସ୍ପର ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇ ଛାଡ଼ପତ୍ର ଦେଇ ଦେଇଥିଲେ ।

ରଶ୍ମି ଦେଶାଇ ଏବଂ ଲକ୍ଷ୍ମୀ ଲାଲୱାନୀ:-

ପ୍ରଥମ ବିବାହ ଭାଙ୍ଗିବା ପରେ ରଶ୍ମିଙ୍କର ଜୀବନକୁ ଟିଭି ଅଭିନେତା ଲକ୍ଷ୍ମୀ ଲାଲୱାନୀ ଆସିଥିଲେ ଏବଂ ଲକ୍ଷ୍ମୀ ଲାଲୱାନୀ ରଶ୍ମିଙ୍କ ଠାରୁ ବୟସରେ ୧୦ ବର୍ଷର ସାନ ଥିଲେ । ଏମାନେ ଉଭୟେ ପରସ୍ପରକୁ ଟିଭି ଶୋ’,’ହମାରୀ ଅଧୁରୀ କାହାନୀ’ ସେଟରେ ଦେଖା ହୋଇଥିଲେ ଏବଂ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ୨୦୧୬ ମସିହାରେ ରଶ୍ମି ଲକ୍ଷ୍ମୀ ଲାଲୱାନୀଙ୍କୁ ଡେଟ୍ କରିବା ଆରମ୍ଭ କରିଦେଇଥିଲେ । ତାପରେ ଯେତେବେଳେ ଦୁହେଁ ବିବାହ କରିବାକୁ ମନ କରିଥିଲେ, ସେତେବେଳେ ରଶ୍ମିଙ୍କର ମା’ ଏହି ବିବାହ ପାଇଁ ଅନୁମତି ଦେଇନଥିଲେ କାରଣ ଲକ୍ଷ୍ମୀ ଲାଲୱାନୀ ରଶ୍ମିଙ୍କ ଠାରୁ ୧୦ ବର୍ଷର ସାନ ଥିଲେ । ଏଥିପାଇଁ ରଶ୍ମିଙ୍କର ମା’ ଏହି ସମ୍ପର୍କକୁ ମନା କରିଦେଇଥିଲେ ଏବଂ ତାପରେ ରଶ୍ମି ମଧ୍ୟ ନିଜ ଘର ଲୋକଙ୍କର କଥା ମାନି ଲକ୍ଷ୍ମୀଙ୍କ ଠାରୁ ଦୂରେଇ ଯାଇଥିଲେ ଏବଂ ଦୁହିଁଙ୍କର ବ୍ରେକଅପ୍ ହୋଇ ଯାଇଥିଲା ।

ରଶ୍ମି ଦେଶାଇ ଏବଂ ସିଦ୍ଧାର୍ଥ ଶୁକ୍ଳା:-

ରଶ୍ମି ଦେଶାଇ ଏବଂ ସିଦ୍ଧାର୍ଥ ଶୁକ୍ଳାଙ୍କର ସମ୍ପର୍କ ମଧ୍ୟ ଅନେକ ଚର୍ଚ୍ଚାରେ ରହିଥିଲା ଏବଂ ପ୍ରଶଂସକ ମାନେ ଏମାନଙ୍କ ଯୋଡିକୁ ବହୁତ ପସନ୍ଦ କରୁଥିଲେ । ଉଭୟଙ୍କୁ ପ୍ରାୟତଃ ଏକାଠି ସମୟ ବିତାଇବାର ଦେଖା ଯାଉଥିଲା । କିନ୍ତୁ ଗୋଟିଏ ଶୋ’ରେ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ହୋଇ ଯାଇଥିଲା, ଯେଉଁଥିପାଇଁ ଉଭୟେ ପରସ୍ପର ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ ଏବଂ ବ୍ରେକଅପ୍ କରିଦେଇଥିଲେ ।

ରଶ୍ମି ଦେଶାଇ ଏବଂ ଅରହାନ:-

ରଶ୍ମି ଦେଶାଇ ଏବଂ ଅରହାନଙ୍କର ସମ୍ପର୍କ ମଧ୍ୟ ବହୁତ ଅଧିକ ଚର୍ଚ୍ଚାରେ ରହିଥିଲା ଏବଂ ଏମାନେ ଦୁହେଁ ବିଗ୍ ବସ୍ ୧୩ରେ ଦେଖା ହୋଇଥିଲେ । ଶୋ’ରେ ହିଁ ଉଭୟଙ୍କ ମଧ୍ୟରେ ନିକଟରତା ବଢିଥିଲା ଏବଂ ଉଭୟେ ବିବାହ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲେ । କିନ୍ତୁ ପରେ ରଶ୍ମିଙ୍କୁ ସଲମାନ ଖାନ ଅରହାନଙ୍କ ବିଷୟରେ କହିଥିଲେ ଯେ, ସେ ପୂର୍ବରୁ ବିବାହିତ ଅଛନ୍ତି ଏବଂ ତାଙ୍କର ଏକ ପିଲା ମଧ୍ୟ ଅଛି । ଏ ବିଷୟରେ ପୂର୍ବରୁ ରଶ୍ମିଙ୍କୁ ଅରହାନ କିଛି କହିନଥିଲେ ଏବଂ ଏହି କଥା ଶୁଣିବା ପରେ ରଶ୍ମି ତୁରନ୍ତ ଅରହାନଙ୍କ ଠାରୁ ଦୂରେଇ ଯାଇଥିଲେ ଏବଂ ଶୋ’ରେ ହିଁ ଉଭୟଙ୍କର ସମ୍ପର୍କ ଶେଷ ହୋଇ ଯାଇଥିଲା ।

Leave a Reply

Your email address will not be published. Required fields are marked *