ବେବି ବମ୍ପ ସହ ଅନୁଷ୍କା ଶର୍ମା କରାଇଲେ ସୁନ୍ଦର ଫୋଟ ଶୁଟ୍ ଏବଂ କହିଲେ କିପରି ଲୁଚାଇଥିଲେ ଗର୍ଭବତୀ ହେବାର ରହସ୍ୟ…

ବେବି ବମ୍ପ ସହ ଅନୁଷ୍କା ଶର୍ମା କରାଇଲେ ସୁନ୍ଦର ଫୋଟ ଶୁଟ୍ ଏବଂ କହିଲେ କିପରି ଲୁଚାଇଥିଲେ ଗର୍ଭବତୀ ହେବାର ରହସ୍ୟ…

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ବର୍ତ୍ତମାନ ସମୟରେ ନିଜର ଗର୍ଭାବସ୍ଥାକୁ ଉପଭୋଗ କରୁଛନ୍ତି । ଜାନୁଆରୀ ମାସରେ ଅଭିନେତ୍ରୀ ସନ୍ତାନକୁ ଜନ୍ମ ଦେବେ, ଯେଉଁଥିପାଇଁ ସମସ୍ତେ ଅପେକ୍ଷା କରିଛନ୍ତି । ମା ହେବା ପୂର୍ବରୁ ଅନୁଷ୍କା ଶର୍ମା ଏକ ଫୋଟଶୁଟ କରାଇଛନ୍ତି, ଯାହାର ଫୋଟ ସୋସିଆଲ ମିଡିଆରେ ଅତ୍ୟନ୍ତ ଭାଇରାଲ ହେଉଛି । ଏହି ଫୋଟଶୁଟ ଅନୁଷ୍କା ନିଜ ବେବି ବମ୍ପ ସହ କରାଇଛନ୍ତି ।

ସୋସିଆଲ ମିଡିଆରେ ଏ ବିଷୟରେ ଅନେକ ଚର୍ଚ୍ଚା ହେଉଛି । ଏହି ଫୋଟଶୁଟ ସେ ଏକ ମ୍ୟାଗାଜିନର କଭର ପୃଷ୍ଠା ପାଇଁ କରାଇଛନ୍ତି । ଏହି ଫୋଟ ଗୁଡିକୁ ସେୟାର କରି ସେ ଏକ କ୍ୟାପ୍ସନରେ ଲେଖିଛନ୍ତି ଯେ, ନିଜ ପାଇଁ ଏବଂ ସାରାଜୀବନ ପାଇଁ ଏହାକୁ କଏଦ କରିଛନ୍ତି । ଏହା ମଜାଦାର ରହିଛି । ଏହି ସମୟରେ ଅଭିନେତ୍ରୀ ନିଜ ଗର୍ଭାବସ୍ଥାର ଅନୁଭବ ମଧ୍ୟ ସେୟାର କରିଛନ୍ତି ।

ଏହି ଫୋଟରେ ଅନୁଷ୍କାଙ୍କ ମୁହଁରେ ଗର୍ଭାବସ୍ଥାର ଉଜ୍ଜ୍ବଳତା ସ୍ପଷ୍ଟ ଭାବରେ ଦେଖାଯାଉଛି । ଅନୁଷ୍କା ଶର୍ମା ପେଣ୍ଟସ ଏବଂ ଲମ୍ବା କୋଟ ପିନ୍ଧି ଫୋଟ ଶୁଟ କରାଇଛନ୍ତି । ଏହାବ୍ୟତୀତ ସେ ଡ୍ରେସ, ହ୍ଵାଇଟ ଶର୍ଟ ଏବଂ କ୍ରପ ଟପ ପିନ୍ଧି ଫୋଟ ଶୁଟ କରାଇଛନ୍ତି ।

ଅନୁଷ୍କା ଶର୍ମା ଏ ବିଷୟରେ କଥାବାର୍ତ୍ତା କରି କହିଛନ୍ତି ଯେ, ଲକଡାଉନ କାରଣରୁ ତାଙ୍କୁ ଘରେ ଦୀର୍ଘ ସମୟ ବିତାଇବାକୁ ସମୟ ମିଳିଲା । ଏହି ସମୟରେ କାହାକୁ ମଧ୍ୟ ଜଣାପଡିନଥିଲା ଯେ ସେ ଗର୍ଭବତୀ ଅଛନ୍ତି । ଗୋଟିଏ ପକ୍ଷରୁ କହିବାକୁ ଗଲେ, କରୋନାର ଏହି ମହାମାରୀ ଏକ ଅଜବ ପ୍ରକାରର ବରଦାନ ଥିଲା ।

ବିରାଟ ତାଙ୍କ ପାଖରେ ପାଖରେ ଥିଲେ ଏବଂ ସେ ଏହାକୁ ରହସ୍ୟମୟ ରଖିବାକୁ ଚାହୁଁଥିଲେ । ସେମାନେ କେବଳ ଡାକ୍ତରଙ୍କ କ୍ଲିନିକକୁ ଯିବାପାଇଁ ବାହାରକୁ ବାହାରୁଥିଲେ । ସେହି ସମୟରେ ରାସ୍ତାରେ କେହି ରହୁନଥିଲେ, ସେଥିପାଇଁ ସେମାନଙ୍କୁ କେହିଦେଖି ପାରୁନଥିଲେ ଏବଂ କାହାକୁ ଜଣା ପଡିନଥିଲା ।

ଗର୍ଭାବସ୍ଥାର ପ୍ରାରମ୍ଭ ଦିନ ବିଷୟରେ ଅନୁଷ୍କା କହିଛନ୍ତି ଯେ, ସେହି ସମୟରେ ସେ ବୁଲବୁଲର ପ୍ରମୋଶନ ସମୟରେ ବ୍ୟସ୍ତ ଥିଲେ ଏବଂ ଜୁମକଲ ସମୟରେ ତାଙ୍କୁ ହଠାତ ସମସ୍ୟା ହୋଇଥିଲା । ସେ ନିଜକୁ ଦୁର୍ବଳ ଏବଂ ଅସୁସ୍ଥ ଅନୁଭବ କରୁଥିଲେ । ତାପରେ ସେ ଜୁଲକଲ ବନ୍ଦ କରି ତାଙ୍କୁ ଭାଇ କର୍ନେଶଙ୍କୁ ଫୋନ କରିଥିଲେ । ସେହି ସମୟରେ ମଧ୍ୟ ସେ କଲରେ ଥିଲେ । ଅନୁଷ୍କା ସେଟ କିମ୍ବା ଷ୍ଟୁଡ଼ିଓରେ ରହୁଥିଲେ ପ୍ରତ୍ୟେକ ତାଙ୍କ ବିଷୟରେ ଜାଣି ପାରୁଥିଲେ ।

Leave a Reply

Your email address will not be published. Required fields are marked *