ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଏହି ୩ଜଣ ବ୍ୟକ୍ତି କଦାପି ଧନୀ ହୋଇପାରନ୍ତି ନାହିଁ ! ଚଲାନ୍ତୁ ଜାଣିବା ଏମାନଙ୍କ ବିଷୟରେ…

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଏହି ୩ଜଣ ବ୍ୟକ୍ତି କଦାପି ଧନୀ ହୋଇପାରନ୍ତି ନାହିଁ ! ଚଲାନ୍ତୁ ଜାଣିବା ଏମାନଙ୍କ ବିଷୟରେ…

ଚାଣକ୍ୟ ଜଣେ ମହାନ୍ ବ୍ୟକ୍ତି ଥିଲେ ଏବଂ ଏହା ସହ ସେ ଜଣେ ଭଲ ନୀତିକାର ମଧ୍ୟ ଥିଲେ । ନିଜର ନୀତି ଗୁଡିକ ମାଧ୍ୟମରେ ବ୍ୟକ୍ତିର ଜୀବନକୁ ଖୁସି କରିବା ପାଇଁ ଚେଷ୍ଟା କରିଥିଲେ । ସେ ଅନେକ ଗୁଡିଏ ନୀତିର ଉଲ୍ଲେଖ କରିଛନ୍ତି ।ସେ ନିଜ ନୀତି ମାଧ୍ୟମରେ ଅନେକ କଥା ଉଲ୍ଲେଖ କରିଛନ୍ତି ଯାହା ଆଜିକାଲିର ସମୟରେ ଦେଖିବା ପାଇଁ ମିଳୁଛି । ଆଜି ଆମେ ଆମର ଏହି ଲେଖା ମାଧ୍ୟମରେ ଚାଣକ୍ୟଙ୍କ ନୀତିରେ ତିନି ଜଣ ବ୍ୟକ୍ତିଙ୍କ ବିଷୟରେ ଜଣାଇବୁ ଯେଉଁମାନେ ଆଖି ରହି ମଧ୍ୟ ଅନ୍ଧ ଭଳି ଜୀବନ ବିତାଇଥାନ୍ତି । ଏହି ବ୍ୟକ୍ତି ମାନେ କଦାପି ଜୀବନରେ ସଫଳତା ଅର୍ଜନ କରିପାରନ୍ତି ନାହିଁ ।

ଆସନ୍ତୁ ଜାଣିବେ ଏହି ତିନି ଜଣ ବ୍ୟକ୍ତିଙ୍କ ବିଷୟରେ ।

ଚାଣକ୍ୟଙ୍କ ଅନୁସାରେ ଯେଉଁ ବ୍ୟକ୍ତି କାମ ବାସନାର ପୂର୍ଣ ହୋଇ ରହିଥାଏ ସେ ଅନ୍ଧ ହୋଇଥାଏ । ଏହି ବ୍ୟକ୍ତି କାମବାସନାର ପ୍ରଭାବରେ ଆସି କଣ ଭୁଲ କଣ ଠିକ୍ ହୋଇଥାଏ ନଜାଣି କିଛି ଏହିଭଳି କାର୍ଯ୍ୟ କରିଦେଇଥାଏ ଯାହା ଜଣେ ସ୍ୱାଭାବିକ ବ୍ୟକ୍ତି ମନରେ ଚିନ୍ତା ମଧ୍ୟ କରିନଥାଏ । ଏହି ଭଳି ବ୍ୟକ୍ତି ପାଇଁ ପ୍ରତିଟି ସମ୍ପର୍କ କେବଳ କାମ ବାସନା ପୂର୍ଣ ହୋଇଥାଏ ।ଆଖିରେ ବାନ୍ଧି ହୋଇଥିବା କାମ ବାସନାର ପଟି ଯୋଗୁଁ ବ୍ୟକ୍ତି ଜୀବନରେ ଅନେକ କାର୍ଯ୍ୟରେ ଲିପ୍ତ ହୋଇ ରହିଯାଏ ।

ଚାଣକ୍ୟଙ୍କ ଅନୁସାରେ ଯେଉଁ ବ୍ୟକ୍ତି ବଦ ଅଭ୍ୟାସରେ ଲିପ୍ତ ରହିଥାଏ ଯେଉଁ ବ୍ୟକ୍ତିକୁ ମାଦକତା ଦ୍ରବ୍ୟର ଲାଳସା ରହିଥାଏ ସେହି ବ୍ୟକ୍ତିର ଆଖି ରହି ମଧ୍ୟ ଅନ୍ଧ ହୋଇ ରହିଯାଏ । ଦୁନିଆରେ କଣ ଠିକ୍ କଣ ଭୁଲ ଏହି ବ୍ୟକ୍ତି ମାନେ ଜାଣି ପାରନ୍ତି ନାହିଁ । ଏହି ବ୍ୟକ୍ତି ମାନେ ସର୍ବଦା ଖରାପ ଅଭ୍ୟାସର ମାୟାଜାଲରେ ଛନ୍ଦି ହୋଇ ରହିଯାଆନ୍ତି । ନିଜର ଚିନ୍ତା କରିବା ପାଇଁ ଏମାନଙ୍କ ପାଖରେ ସମୟ ନଥାଏ । ଯାହାଫଳରେ ଏହି ବ୍ୟକ୍ତି ମାନେ ଜୀବନରେ ଧନ,ସମ୍ପର୍କ ସବୁକିଛି ହରାଇ ଦେଇଥାନ୍ତି । ଯାହାଫଳରେ ନିଜେ ବର୍ବାଦ ହେବା ସହ ପରିବାର ମଧ୍ୟ ବର୍ବାଦ ହୋଇ ପଡେ । କିଛି ଵ୍ୟକ୍ତି ଏଭଳି ବ୍ୟକ୍ତିଙ୍କ ସହ ସମ୍ପର୍କରେ ଆସିବା ଫଳରେ ସେମାନଙ୍କ ଭଳି ମଧ୍ୟ ମାଦକତାର ଜାଲରେ ଛନ୍ଦି ହୋଇଯାଆନ୍ତି ।

ଚାଣକ୍ୟଙ୍କ ଅନୁସାରେ ଯେଉଁ ବ୍ୟକ୍ତି ଧନର ଲାଳସା ରଖିଥାନ୍ତି ଏହି ଵ୍ୟକ୍ତିଙ୍କ ଆଖି ଥାଇ ମଧ୍ୟ ଅନ୍ଧ ହୋଇଥାନ୍ତି । ଚାଣକ୍ୟଙ୍କ ଅନୁସାରେ ବ୍ୟକ୍ତିକୁ ଆବଶ୍ୟକତା ଠାରୁ ଅଧିକ ଲାଳସା ରଖିବା ଉଚିତ୍ ନୁହେଁ । ଅତ୍ୟଧିକ ଧନର ଲାଳସା ବ୍ୟକ୍ତିକୁ ଖରାପ କାମରେ ଲିପ୍ତ କରାଇଥାଏ ଏବଂ ଧୀରେ ଧୀରେ ବ୍ୟକ୍ତିକୁ ସେହି ଖରାପ କାର୍ଯ୍ୟ ଗୁଡିକ ଭଲ ଲାଗିଥାଏ ଏବଂ ଧନ ଉପାର୍ଜନ ନିମନ୍ତେ ବ୍ୟକ୍ତି ଅନ୍ୟର ଧନ ଲୁଟିବାରେ ପଛେଇ ନଥାଏ । ଧନର ଲାଳସାରେ ଆସି ବ୍ୟକ୍ତି ବିଶ୍ୱାସଘାତକତା କରିବା ପାଇଁ ମଧ୍ୟ ପଛେଇ ନଥାଏ । ଧନର ଲାଳସାରେ ଏହିଭଳି ବ୍ୟକ୍ତି କୌଣସି ମଧ୍ୟ ସମ୍ପର୍କକୁ ଅଣଦେଖା କରିଥାଏ ଏହି ବ୍ୟକ୍ତିର ମୁଖ୍ୟ ଲକ୍ଷ୍ୟ ରହିଥାଏ କିପରି ବିଶ୍ୱାସଘାତକତା କରି ଧନ କମାଇ ପାରିବ । ଏହି ଭଳି ବ୍ୟକ୍ତିଙ୍କୁ ସର୍ବଦା ଖରାପ ବ୍ୟକ୍ତି ହିଁ ପସନ୍ଦ ଆସିଥାନ୍ତି କିନ୍ତୁ ଭବିଷ୍ୟତରେ ଏହି ବ୍ୟକ୍ତି ମାନଙ୍କୁ ନିଜର କୁକର୍ମର ଫଳ ମିଳିଥାଏ ।

Leave a Reply

Your email address will not be published. Required fields are marked *