୨୫ ଜାନୁୟାରୀରୁ କୁମ୍ଭ ରାଶିରେ ହେବ ବୁଧଙ୍କ ପ୍ରବେଶ ! ଏହି ୪ଟି ରାଶି ଉପରେ ପଡିବ ଗଭୀର ପ୍ରଭାବ…

୨୫ ଜାନୁୟାରୀରୁ କୁମ୍ଭ ରାଶିରେ ହେବ ବୁଧଙ୍କ ପ୍ରବେଶ ! ଏହି ୪ଟି ରାଶି ଉପରେ ପଡିବ ଗଭୀର ପ୍ରଭାବ…

ବ୍ୟବସାୟ, ବୁଦ୍ଧି ଏବଂ ସ୍ୱାସ୍ଥ୍ୟ ପରି ଅନେକ ବିଷୟର କାରକ ବୁଧ ଗ୍ରହ, ଜାନୁୟାରୀ ୨୫ରେ ମକର ରାଶିରୁ କୁମ୍ଭ ରାଶିକୁ ଗତି କରିବାକୁ ଯାଉଛନ୍ତି । କିନ୍ତୁ ଏହା ସ୍ୱଳ୍ପ ସମୟର ଗୋଚର ହେବ, ଯେଉଁଥିରେ ବୁଧ ୩୦ ଜାନୁୟାରୀରେ ପ୍ରତ୍ୟାବର୍ତ୍ତନ ହେବେ ଏବଂ ଫେବୃୟାରି ୪ରେ ପୁନଃ ମକର ରାଶିରେ ପ୍ରବେଶ କରିଯିବେ ।

ଏହା ପରେ, ୨୧ ଫେବୃୟାରିରେ ବୁଧ ପୁନର୍ବାର ନିଜର ଗତି ପରିବର୍ତ୍ତନ କରିବେ ଏବଂ ସିଧା ଚାଲିବେ ଏବଂ ୧୧ ମାର୍ଚ୍ଚରେ ସେ କୁମ୍ଭକୁ ଗତି କରିବେ । ଏଭଳି ପରିସ୍ଥିତିରେ, ୧ ଏପ୍ରିଲ ସୁଦ୍ଧା ବୁଧ କିଛି ରାଶିର ଲୋକଙ୍କୁ ଖଟା ମିଠା ଅନୁଭବ କରାଇବେ । ଆସନ୍ତୁ ଜାଣିବା ବୁଧ ଗ୍ରହର ଗମନାଗମନରେ କେଉଁ କେଉଁ ରାଶିର ଜାତକ ଉପରେ ସକରାତ୍ମକ ପ୍ରଭାବ ପଡ଼ିବାକୁ ଯାଉଛି…

ମେଷ ରାଶି – ଆୟରେ ବୃଦ୍ଧି

ବୁଧଙ୍କର ଆଗମନରେ ମେଷ ରାଶିର ଲୋକମାନେ ବହୁ ଉପକୃତ ହେବାକୁ ଯାଉଛନ୍ତି । ଆପଣଙ୍କ ପାଇଁ ଧନ ପ୍ରାପ୍ତିର ବିଶେଷ ସଂଯୋଗ ରହିଛି । ଯଦି ଆପଣ ଘରର ବଡମାନଙ୍କ ପରାମର୍ଶ ଅନୁସରଣ କରନ୍ତି, ତେବେ ଆପଣଙ୍କର ଅଗ୍ରଗତି ନିଶ୍ଚିତ ଅଟେ । ଏହି ସମୟ ମଧ୍ୟରେ ଘରକୁ କେହି ଅତିଥି ଆସିପାରନ୍ତି, ଯାହାଦ୍ୱାରା ଆପଣଙ୍କ ଘରେ ଖୁସି ଉଲ୍ଲାସର ପରିବେଶ ରହିବ ।

କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କର ପଦୋନ୍ନତି ହୋଇପାରେ, ଯାହାଦ୍ୱାରା ଆପଣଙ୍କର ଆୟରେ ବୃଦ୍ଧି ହୋଇପାରେ । ଯଦି ଆପଣ ମିଡିଆ କ୍ଷେତ୍ରରେ କାମ କରନ୍ତି, ତେବେ ଆଗାମୀ ଦିନରେ ଆପଣଙ୍କୁ କିଛି ଭଲ ସୁଯୋଗ ମିଳିପାରେ । ଆହୁରି ମଧ୍ୟ, ଯଦି ଆପଣ ବିନିଯୋଗ କରିବାକୁ ଚାହାଁନ୍ତି ତେବେ ମୁକ୍ତ ଭାବରେ କରନ୍ତୁ, କାରଣ ଏହି ସମୟରେ ବିନିଯୋଗ କରିବା ଆପଣଙ୍କ ପାଇଁ ଲାଭଦାୟକ ଅଟେ ।

ମିଥୁନ ରାଶି – ଧନ ସମ୍ପତ୍ତି ରେ ବୃଦ୍ଧି ଘଟିବ

ମିଥୁନ ରାଶିର ଲୋକଙ୍କ ପାଇଁ ବୁଧଙ୍କର ଆଗମନ ଭାଗ୍ୟଶାଳୀ ହେବାକୁ ଯାଉଛି । ଏହି ସମୟ ମଧ୍ୟରେ ଆପଣଙ୍କ ଦ୍ୱାରା କରାଯାଇଥିବା ବିନିଯୋଗ ଲାଭଦାୟକ ପ୍ରମାଣିତ ହେବ । ଘର ପରିବାରର ସମସ୍ୟା ସମାପ୍ତ ହେବ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଷୟଗୁଡ଼ିକ ମଧ୍ୟ ଉନ୍ନତି ହେବ ।

ଏହି ରାଶିର ଲୋକ ଯିଏ ଚାକିରି ବଦଳେଇବାକୁ ଚାହାନ୍ତି, ଭାଗ୍ୟ ସେମାନଙ୍କ ସହିତ ରହିବ । ପ୍ରେମଜୀବନରେ ସାଥୀଙ୍କ ସହିତ ବିଗିଡିଥିବା ସମ୍ପର୍କ ସୁଦୃଢ଼ ହେବ । ଆପଣ ନୂଆ ନୂଆ ଲୋକଙ୍କୁ ଭେଟିବେ ଯେଉଁମାନେ ଭବିଷ୍ୟତରେ ଆପଣଙ୍କୁ ଉପକୃତ କରିବେ ।

ସିଂହ ରାଶି – ଋଣରୁ ମିଳିବ ମୁକ୍ତି

ବୁଧଙ୍କର ଗମନାଗମନ ସମୟରେ ଆପଣଙ୍କର କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇବ । କାର୍ଯ୍ୟକ୍ଷେତ୍ରର ବରିଷ୍ଠ ଅଧିକାରୀମାନେ ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା କରିବେ । ଆପଣଙ୍କୁ ଶଶୂଘରଙ୍କ ପକ୍ଷରୁ ସମର୍ଥନ ମିଳିବ । ଋଣରୁ ମୁକ୍ତି ମିଳିବ ଏବଂ ଆର୍ଥିକ ସ୍ଥିତି ସୁଦୃଢ ହେବ ।

ଯଦି ଆପଣ ପିତାଙ୍କ ପରାମର୍ଶ ନିଅନ୍ତି, ତେବେ ପାରିବାରିକ ବ୍ୟବସାୟରେ ଅଗ୍ରଗତି ହେବ । ବୁଧଙ୍କର ଗମନାଗମନର ପ୍ରଭାବରେ ଛାତ୍ରମାନେ ଭଲ ପ୍ରଦର୍ଶନ କରିବେ ଏବଂ ଭଲ ଫଳାଫଳ ପାଇବେ ।

ତୁଳା ରାଶି – ଭାଗ୍ୟ ଆପଣଙ୍କ ସହିତ ରହିବ

ବୁଧ ଏହି ରାଶିର ପଞ୍ଚମ ସ୍ଥାନରେ ଗତି କରିବାକୁ ଯାଉଛନ୍ତି । ଯଦି ଆପଣ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ରହିବ । ଆପଣଙ୍କର ନିଷ୍ପତ୍ତି ନେବା କ୍ଷମତା ବୃଦ୍ଧି ପାଇବ ।

ପ୍ରେମୀଯୁଗଳଙ୍କ ପାଇଁ ମଧ୍ୟ ଏହି ସମୟ ଶୁଭ ଅଟେ । ସାଥୀଙ୍କ ସହିତ ଆପଣଙ୍କର ସମ୍ପର୍କ ମଜବୁତ ହେବ । ଯଦି ଆପଣ ଏକ ସରକାରୀ ଚାକିରିରେ ଅଛନ୍ତି ଏବଂ ସ୍ଥାନାନ୍ତର ଚାହୁଁଛନ୍ତି, ତେବେ ଆପଣ ପସନ୍ଦ କରୁଥିବା ଯେକୌଣସି ସ୍ଥାନରେ ସ୍ଥାନାନ୍ତର ପାଇବେ । ହଠାତ୍, ଧନ ଲାଭର ମଧ୍ୟ ଯୋଗ ରହିଛି । ପରିବାର ସଦସ୍ୟଙ୍କ ସହିତ ମଧ୍ୟ କୌଣସି ସ୍ଥାନକୁ ବୁଲିବାକୁ ଯିବାର ଯୋଜନା କରିପାରନ୍ତି ।

ଧନୁ ରାଶି – ଲାଭ ପାଇବେ

Google

ବୁଧଙ୍କର ଆଗମନରେ ଆପଣଙ୍କ ଆତ୍ମବିଶ୍ୱାସରେ ବୃଦ୍ଧି ଘଟିବ । ଏହି ସମୟ ମଧ୍ୟରେ ଆପଣ ପରିବାର ସହିତ ଏକ ଭଲ ସମୟ ଅତିବାହିତ କରିବେ । ପୈତୃକସମ୍ପତ୍ତିରୁ ଲାଭ ପାଇବା ସମ୍ଭାବନା ଅଛି । ଜୀବନ ସାଥୀଙ୍କ ସାହାଯ୍ୟରେ ଆପଣଙ୍କର ଆୟ ବୃଦ୍ଧି ପାଇବ ।

ପରିବାର ସଦସ୍ୟଙ୍କ ସହ ସମ୍ପର୍କ ସୁଦୃଢ ହେବ । ଆପଣ ନୂତନ ଜିନିଷ ଜାଣିବାକୁ ଚେଷ୍ଟା କରିବେ । ଯଦି ଆପଣ ନିବେଶ କରନ୍ତି, ତେବେ ଭଲ ଲାଭର ଯୋଗ ରହିଛି ।

ମକର ରାଶି – ହଠାତ୍ ହେବ ଲାଭ ପ୍ରାପ୍ତି

ଏହି ରାଶିର ଯେଉଁମାନେ ବ୍ୟବସାୟ କ୍ଷେତ୍ରରେ ସକ୍ରିୟ ଅଛନ୍ତି, ସେମାନଙ୍କୁ ଲାଭ ମିଳିବ । କାର୍ଯ୍ୟ ସହିତ ଜଡିତ କିଛି ଯାତ୍ରା ମଧ୍ୟ କରିବାକୁ ପଡିପାରେ । ଟଙ୍କା କାରବାରରେ ସତର୍କତା ଅବଲମ୍ବନ କରନ୍ତୁ ନଚେତ୍ ବଡ କ୍ଷତି ହୋଇପାରେ । ଅଫିସରେ ଆପଣଙ୍କର ବରିଷ୍ଠ ଅଧିକାରୀମାନେ କାର୍ଯ୍ୟକୁ ପ୍ରଶଂସା କରିବେ । ପ୍ରେମୀଯୁଗଳଙ୍କ ପାଇଁ ସମୟ ମଧ୍ୟ ଭଲ । ସାଥୀ ସହିତ ସମ୍ପର୍କ ସୁଦୃଢ ହେବ । ଆହୁରି ମଧ୍ୟ, ଆପଣଙ୍କୁ ପୁରୁଣା ଋଣରୁ ମୁକ୍ତି ମିଳିବ ।

Leave a Reply

Your email address will not be published. Required fields are marked *