ଏହି ଫୋଟକୁ ଦେଖି ଆପଣ ଜାଣିପାରୁଛନ୍ତି କି ? ଏହି କୁନିଝିଅ, ଆଜି ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ପ୍ରଖ୍ୟାତ ଅଭିନେତ୍ରୀ । ଆସନ୍ତୁ ଜାଣିବା ସେ କିଏ….

ଏହି ଫୋଟକୁ ଦେଖି ଆପଣ ଜାଣିପାରୁଛନ୍ତି କି ? ଏହି କୁନିଝିଅ, ଆଜି ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ପ୍ରଖ୍ୟାତ ଅଭିନେତ୍ରୀ । ଆସନ୍ତୁ ଜାଣିବା ସେ କିଏ….

ବର୍ତ୍ତମାନ ସମୟରେ ବଲିଉଡର ଯେଉଁ ବଡ଼ ହିଟ୍ ଏବଂ ସୁନ୍ଦରୀ ଅଭିନେତ୍ରୀ ଅଛନ୍ତି, ସେମାନଙ୍କ ମଧ୍ୟରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ନାମ ପ୍ରସିଦ୍ଧ ଅଟେ । ମୂଳ ରୂପରେ ଶ୍ରୀଲଙ୍କାର ଜ୍ୟାକଲିନ ହିନ୍ଦୀ ସିନେମାରେ ନିଜକୁ ସ୍ଥାପିତ ଏବଂ ପ୍ରମାଣିତ କରିଛନ୍ତି । ସେ ବର୍ତ୍ତମାନ ସୁଦ୍ଧା ଇଣ୍ଡଷ୍ଟ୍ରିର ଅନେକ ବଡ଼ ବଡ଼ କଳାକାର ମାନଙ୍କ ସହ କାମ କରିସାରିଛନ୍ତି ।

ସୋସିଆଲ ମିଡିଆରେ ମଧ୍ୟ ସବୁଠାରୁ ଅଧିକ ପସନ୍ଦ କରାଯାଉଥିବା ଏବଂ ସକ୍ରିୟ ରହୁଥିବା ଅଭିନେତ୍ରୀ ମାନଙ୍କ ମଧ୍ୟରେ ଜ୍ୟାକଲିନଙ୍କ ନାମ ଅନ୍ତର୍ଭୁକ୍ତ ରହିଛି । ବିଶେଷ କଥା ଏହା ଯେ, ଜ୍ୟାକଲିନ ଯୌବନରେ କେବଳ ସୁନ୍ଦର ଦେଖା ଯାଉନାହାଁନ୍ତି ବରଂ ସେ ପିଲାବେଳେ ମଧ୍ୟ ଅତ୍ୟନ୍ତ ସୁନ୍ଦର ଦେଖା ଯାଉଥିଲେ । ପ୍ରାୟତଃ ନିଜର ଅନେକ ପ୍ରକାରର ଫୋଟ ଏବଂ ଭିଡିଓ ସେୟାର କରୁଥିବା ଜ୍ୟାକଲିନ ନିକଟରେ ଏକ ଫୋଟ ଦ୍ୱାରା ଦର୍ଶକ ମାନଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଜ୍ୟାକଲିନ ନିଜର ଅଫିସିଆଲ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ନିଜର ପିଲାଦିନର ଫୋଟ ସେୟାର କରିଛନ୍ତି । ଏହି ଫୋଟରେ ଅଭିନେତ୍ରୀ ଅତ୍ୟନ୍ତ ସୁନ୍ଦର ଦେଖା ଯାଉଛନ୍ତି । ପିଲାଦିନର ଫୋଟ ସେୟାର କରି ଜ୍ୟାକଲିନ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ, ଏହା ସପ୍ତାହର ଶେଷରେ ସେୟର କରିଥିଲେ ।

ଜ୍ୟାକଲିନଙ୍କର ଏହି ଫୋଟକୁ ବଲିଉଡ ତାରକା ମାନଙ୍କର ଅତ୍ୟନ୍ତ ଭଲପାଇବା ମିଳିଛି ।

ଉର୍ବଶୀ ରୌତାଲା, ଶିଳ୍ପା ଶେଟ୍ଟୀ, ୟାମି ଗୌତମ, ପ୍ରୀତି ଜିଣ୍ଟା ଏବଂ ମନୀଷ ପଲଙ୍କ ଭଳି ଅନେକ ତାରକା ତାଙ୍କ ଫୋଟକୁ ଲାଇକ କରିଛନ୍ତି । ଉର୍ବଶୀ ରୌତାଲା ଏବଂ ମନୀଷ ପଲ ଏହା ଉପରେ କମେଣ୍ଟ ମଧ୍ୟ କରିଛନ୍ତି । ମନୀଷ ପଲ କମେଣ୍ଟରେ କ୍ୟୁଟ ଲେଖିଥିବାବେଳେ ଉର୍ବଶୀ ସୁନ୍ଦର ଲେଖିଛନ୍ତି ।

୨୦୦୯ ମସିହାରେ ବଲିଉଡରେ କ୍ୟାରିଅର ଆରମ୍ଭ କରିଥିଲେ:-

ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ବଲିଉଡରେ ୧୧ ବର୍ଷରୁ ଅଧିକ ସମୟ ହୋଇଗଲାଣି । ଜ୍ୟାକଲିନଙ୍କ ପ୍ରଥମ ଚଳଚ୍ଚିତ୍ର ଅଲଦିନ ଥିଲା, ଯାହାକୁ ୩୦ ଅକ୍ଟୋବର ୨୦୦୯ ମସିହାରେ ପ୍ରଦର୍ଶିତ କରାଯାଇଥିଲା । ଏହି ଚଳଚ୍ଚିତ୍ର ଫ୍ଲପ ହୋଇଥିଲା । ଆଗକୁ ଯାଇ ସେ ଅନେକ ହିଟ୍ ଚଳଚ୍ଚିତ୍ର ଦେଇଥିଲେ । କାମ ବିଷୟରେ କହିବାକୁ ଗଲେ, ଜ୍ୟାକଲିନଙ୍କର ଆଗାମୀ ଚଳଚ୍ଚିତ୍ର “ଆଟାକ” ରିଲିଜ ହେବାକୁ ଯାଉଛି । ଏଥିରେ ଅଭିନେତା ଜନ ଇବ୍ରାହିମ ଏବଂ ଅଭିନେତ୍ରୀ ରାକୁଲପ୍ରୀତ ମଧ୍ୟ ଦେଖାଯିବେ ।

ସେ ପ୍ରାୟତଃ “ଭୂତ ପୋଲିସ”ରେ କାମ କରୁଛନ୍ତି । ଏଥିରେ ସେ ସୈଫ ଅଲ୍ଲୀ ଖାନ, ଅର୍ଜୁନ କପୁର ଏବଂ ୟାମୀ ଗୌତମଙ୍କୁ ଦେଖିବାକୁ ମିଳିବ । ଏଥିସହିତ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସହ ସେ ବହୁପ୍ରତିଷ୍ଠିତ ଚଳଚ୍ଚିତ୍ର ବଚ୍ଚନ ପାଣ୍ଡ୍ୟା ଏବଂ ସଲମାନ ଖାନଙ୍କ ସହ ‘କିକ ୨’ ଚଳଚ୍ଚିତ୍ରରେ ଆଗାମୀ ଦିନରେ ଦେଖିବାକୁ ମିଳିବେ ।

ଅକ୍ଷୟ କୁମାର ଏବଂ ସଲମାନ ଖାନ ଉଭୟ ଅଭିନେତାଙ୍କ ସହ ତାଙ୍କ ଯୋଡ଼ି ହିଟ୍ ରହିଛି । ଆପଣଙ୍କୁ କହିରଖୁଛୁ ଯେ, ଅଭିନେତ୍ରୀ ଇନଷ୍ଟାଗ୍ରାମରେ ବହୁତ ହିଟ୍ ଅଛନ୍ତି । ତାଙ୍କୁ ଏହି ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ୪ କୋଟି ୭୦ ଲକ୍ଷରୁ ମଧ୍ୟ ଅଧିକ ଲୋକ ଅନୁସରଣ କରୁଛନ୍ତି ।

ଚଳଚ୍ଚିତ୍ର ବ୍ୟତୀତ ଜ୍ୟାକଲିନ ନିଜ ପ୍ରଶଂସକ ମାନଙ୍କୁ ଇନଷ୍ଟାଗ୍ରାମରେ ନିଜ ଫୋଟ ଏବଂ ଭିଡିଓ ମାଧ୍ୟମରେ ମନୋରଞ୍ଜନ କରାଇଥାନ୍ତି ।

Leave a Reply

Your email address will not be published. Required fields are marked *