ଅମିତାଭ ବଚ୍ଚନ ବଦଳାଇଲେ KBC ଶୋ’ରେ ଆସିଥିବା କନେଷ୍ଟବଳର ଜୀବନ ! ବୀଗବୀଙ୍କ କଥାରେ ଏକାଠି ହେଲେ ପତି ପତ୍ନୀ…

ଅମିତାଭ ବଚ୍ଚନ ବଦଳାଇଲେ KBC ଶୋ’ରେ ଆସିଥିବା କନେଷ୍ଟବଳର ଜୀବନ ! ବୀଗବୀଙ୍କ କଥାରେ ଏକାଠି ହେଲେ ପତି ପତ୍ନୀ…

କୌନ ବନେଗା କରୋଡ଼ପତି-୧୨ରେ ଆସିଥିବା ଜଣେ ପ୍ରତିଯୋଗୀଙ୍କ ଜୀବନ ବଦଳାଇ ଦେଇଛନ୍ତି ଅମିତାଭ ବଚ୍ଚନ ଏବଂ ଏହି ପ୍ରତିଯୋଗୀଙ୍କୁ ତାଙ୍କ ପତ୍ନୀଙ୍କ ସହିତ ଏକତ୍ରିତ କରାଇଦେଇଛନ୍ତି । ଶୋ’ରେ ଆସିଥିବା ଜଣେ ପ୍ରତିଯୋଗୀଙ୍କ ପାଇଁ ଅମିତାଭ ବଚ୍ଚନ ମଧ୍ୟପ୍ରଦେଶର ପୋଲିସ୍ ଏବଂ ସରକାରଙ୍କ ଠାରୁ ସାହାଯ୍ୟ ଅନୁରୋଧ କରିଥିଲେ ଓ ଅମିତାଭ ବଚ୍ଚନଙ୍କର ଏହି ଅନୁରଧକୁ ବର୍ତ୍ତମାନ ପୋଲିସ୍ ଏବଂ ସରକାର ସ୍ଵୀକାର କରିନେଇଛନ୍ତି । ବାସ୍ତବରେ କିଛି ସପ୍ତାହ ପୂର୍ବରୁ ରିୟାଲିଟି ଶୋ’ କୌନ ବନେଗା କରୋଡ଼ପତି-୧୨ରେ ମଧ୍ୟପ୍ରଦେଶର ମନ୍ଦସୌର ସହରର ପୋଷ୍ଟେଡ଼ କନେଷ୍ଟବଲ୍ ବିବେକ ପରମାର ଆସିଥିଲେ । କନେଷ୍ଟବଲ୍ ବିବେକ ପରମାର ଅମିତାଭ ବଚ୍ଚନଙ୍କୁ କହିଥିଲେ; ବିବାହ ପରେ ସେ ନିଜ ପତ୍ନୀଙ୍କ ସହିତ ରହିପାରୁନାହାଁନ୍ତି । କାରଣ ତାଙ୍କ ପତ୍ନୀଙ୍କ ପୋଷ୍ଟିଙ୍ଗ ଦୂରରେ କରାଯାଇଛି ଏବଂ ତାଙ୍କ ପତ୍ନୀ ମଧ୍ୟ ଜଣେ କନେଷ୍ଟବଲ୍ ଅଟନ୍ତି ।

କନେଷ୍ଟବଳ ବିବେକ ପରମାରଙ୍କର ଏହି କଥା ଶୁଣି ଅମିତାଭ ବଚ୍ଚନ ଦୁଃଖିତ ହୋଇଥିଲେ ଏବଂ ସେ ମଧ୍ୟପ୍ରଦେଶ ଓ ରାଜ୍ୟ ସରକାରଙ୍କୁ ହାତ ଯୋଡ଼ି ନିବେଦନ କରିଥିଲେ ଯେ, ଉଭୟ ପତି-ପତ୍ନୀଙ୍କ ପୋଷ୍ଟିଙ୍ଗ ଗୋଟିଏ ସ୍ଥାନରେ କରାଯାଉ । ଯାହାଦ୍ୱାରା ଦୁହେଁ ଏକତ୍ର ରହିପାରିବେ । ଅମିତାଭ ବଚ୍ଚନ ନିଜ ତରଫରୁ ମଧ୍ୟପ୍ରଦେଶ ପୋଲିସକୁ କରିଥିବା ନିବେଦନକୁ ବର୍ତ୍ତମାନ ସରକାର ସ୍ୱୀକାର କରିନେଇଛି ଏବଂ ବିବେକ ପରମାର ଓ ତାଙ୍କ ପତ୍ନୀଙ୍କ ପୋଷ୍ଟିଙ୍ଗ ଗୋଟିଏ ଜାଗାରେ ହିଁ କରାଯାଇଛି । ବର୍ତ୍ତମାନ ଦୁହେଁ ପତି-ପତ୍ନୀ ମନ୍ଦସୌର ସହରରେ ଏକତ୍ର ବସବାସ କରୁଛନ୍ତି ।

“ବିଗ-ବି”ଙ୍କ ସହିତ କଥା ହୋଇ କନେଷ୍ଟବଳ ବିବେକ ପରମାର କହିଥିଲେ ଯେ, ସେ ମଧ୍ୟପ୍ରଦେଶର ମନ୍ଦସୌର ସହରରେ ରୁହଥିବା ବେଳେ ତାଙ୍କ ପତ୍ନୀ ଗୋୱାଲୀଅରରେ ରହୁଥିଲେ । ଏଥିପାଇଁ ସେମାନଙ୍କୁ ପରସ୍ପର ମଧ୍ୟରେ ଏକତ୍ର ସମୟ ବିତାଇବାକୁ ସୁଯୋଗ ମିଳିନଥାଏ । କେବଳ ଛୁଟି ସମୟରେ ହିଁ ଦୁହେଁ ମିଳିମିଶି ରୁହନ୍ତି । ବିବାହ ପରେ ଦୁହେଁ କେବଳ ଭିଡ଼ିଓ କଲିଂ ଦ୍ୱାରା ହିଁ କଥାବାର୍ତ୍ତା ହୁଅନ୍ତି ।

କନେଷ୍ଟବଳ ବିବେକ ପରମାର ଏବଂ ତାଙ୍କ ପତ୍ନୀ ପ୍ରୀତି ସିକରବାରଙ୍କର ଏହି କାହାଣୀ ଶୁଣି ଅମିତାଭ ବଚ୍ଚନଙ୍କୁ ଭଲ ଲାଗି ନଥିଲା ଏବଂ ସେ ମଧ୍ୟପ୍ରଦେଶ ସରକାରଙ୍କୁ ଏଥିପାଇଁ ସାହାଯ୍ୟ ମାଗିଥିଲେ । ଏହାପରେ ବଚ୍ଚନଙ୍କ ଅନୁରୋଧ କ୍ରମେ କନେଷ୍ଟବଳ ବିବେକ ପରମାରଙ୍କ ପତ୍ନୀ ପ୍ରୀତି ସିକରବାରଙ୍କର ଗୋୱାଲୀଅରରୁ ମନ୍ଦସୌରକୁ ଟ୍ରାନ୍ସଫର କରିଦିଆଯାଇଛି ।

ଏହି କଥାର ସୂଚନା ମଧ୍ୟପ୍ରଦେଶର ରାଜ୍ୟ ସରକାର ବିଧାୟକ ୟଶପାଳ ସିଂହ ସିସୋଦିୟା ସୋସିଆଲ ମିଡିଆ ଜରିଆରେ ଦେଇଛନ୍ତି । ସେ ନିଜର ଆଧିକରିକ ଟ୍ୱିଟର ଆକାଉଣ୍ଟରେ ପ୍ରୀତି ସିକରବାରଙ୍କ ଟ୍ରାନ୍ସଫର ଖବରକୁ ସେୟାର କରିଛନ୍ତି । ଏହାସହିତ ତାଙ୍କ ଟ୍ରାନ୍ସଫର ରିପୋର୍ଟକୁ ମଧ୍ୟ ଦେଖାଇଛନ୍ତି । ଏହି ରିପୋର୍ଟ ସହିତ ୟଶପାଳ ସିଂହ ସିସୋଦିୟା କହିଛନ୍ତି ଯେ ଅମିତାଭ ବଚ୍ଚନଙ୍କ ଅନୁରୋଧ ପରେ ପ୍ରୀତି ସିକରବାରଙ୍କ ଟ୍ରାନ୍ସଫର ମନ୍ଦସୌରରେ କରାଯାଉଛି ।

ୟଶପାଳ ସିଂହ ସିସୋଦିୟା ଅମିତାଭ ବଚ୍ଚନ ଏବଂ ଡିଜିପିଙ୍କୁ ଟ୍ୟାଗ୍ କରି ନିଜ ଟ୍ୱିଟରେ ଲେଖିଛନ୍ତି ଯେ ‘ଆଦରଣୀୟ ଶ୍ରୀ ଅମିତାଭ ବଚ୍ଚନଙ୍କ ଅନୁରୋଧ ଦ୍ୱାରା ଡିଜିପି ଆମ ସମସ୍ୟାର ସମାଧାନ କରିଲେ, ଆପଣଙ୍କୁ ଧନ୍ୟବାଦ’ । ଏହା ପୂର୍ବରୁ ନିଜେ ବିବେକ ପରମାର ନିଜ ପତ୍ନୀ ପ୍ରୀତି ସିକରବାର ଦ୍ୱାରା ମଧ୍ୟ ଟ୍ରାନ୍ସଫର ହେବାର ରିପୋର୍ଟ ଦିଆଯାଇଥିଲା । ଏହାପରେ ସେ ଅମିତାଭ ବଚ୍ଚନଙ୍କ ଶୋ’ରେ ନିଜ ଜୀବନ ବିଷୟରେ କହି ଏହି ବିଷୟରେ କହିଥିଲେ ।

ଜିତି ଥିଲେ ୨୫ ଲକ୍ଷ ଟଙ୍କା :-

ବିବେକ ପରମାର “କୌନ ବନେଗା କରୋଡ଼ପତି” ସିଜନ୍-୧୨ରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଜିତିଥିଲେ । ସେ ସବୁ ପ୍ରଶ୍ନର ଉତ୍ତର ଖୁବ୍ ଭଲ ଭାବରେ ଦେଇଥିଲେ । କିନ୍ତୁ ୫୦ ଲକ୍ଷ ଟଙ୍କାର ପ୍ରଶ୍ନର ଉତ୍ତର ନ ଦେଇ ପାରିବାରୁ ସେ କ୍ୱିଟ କରି ଦିଆଯାଇଥିଲା । ଏହି ଶୋ’ରେ ତାଙ୍କ ସହିତ ତାଙ୍କ ପତ୍ନୀ ମଧ୍ୟ ଆସିଥିଲେ । ଯିଏ ଅମିତାଭଙ୍କ ସହିତ କଥା ମଧ୍ୟ ହୋଇଥିଲେ ।

Leave a Reply

Your email address will not be published. Required fields are marked *