ବୈଜ୍ଞାନିକମାନେ ପ୍ରକାଶ କରିଲେ ଏହି ଦୁଇଟି ହିଁ କୋବିଡ୍-୧୯ର ୨ଟି ବିଶେଷ ଲକ୍ଷଣ ! ଗବେଷକମାନେ ଲକ୍ଷଣର ମହତ୍ତ୍ୱ ଦର୍ଶାଇଛନ୍ତି ।

ବୈଜ୍ଞାନିକମାନେ ପ୍ରକାଶ କରିଲେ ଏହି ଦୁଇଟି ହିଁ କୋବିଡ୍-୧୯ର ୨ଟି ବିଶେଷ ଲକ୍ଷଣ ! ଗବେଷକମାନେ ଲକ୍ଷଣର ମହତ୍ତ୍ୱ ଦର୍ଶାଇଛନ୍ତି ।

କୋରୋନା ଭୂତାଣୁର ପ୍ରସାର କାରଣରୁ ସମଗ୍ର ଦୁନିଆ ଚିନ୍ତିତ ରହିଛି । ଲୋକଡାଉନ, ସାମାଜିକ ଦୁରତ୍ଵ, ମାସ୍କ ଭଳି ତମାମ ଉପାୟ ଗୁଡ଼ିକ ଫଳପ୍ରଦ ହୋଇଛି ତଥାପି ଆଂଶିକ ରୂପରେ ନିଷ୍ଫଳ ହୋଇଛି । ଏହି ରୋଗର ଲକ୍ଷଣାତ୍ମକ ଏବଂ ଲକ୍ଷଣ ନଥିବା ରୋଗୀଙ୍କ ଠାରୁ ଅଧିକ ଗୋବେଷକ ମାନେ ଚିନ୍ତିତ ଅଛନ୍ତି । ଏହି ରୋଗର ବ୍ୟାପକ ଲକ୍ଷଣର ସନ୍ଧାନରେ କରାଯାଇଥିବା ଏକ ଅଧ୍ୟୟନରୁ ଏହା ସ୍ପଷ୍ଟ ହୋଇଛି ଯେ, ଏହି ରୋଗର କେବଳ ୨ଟି ଲକ୍ଷଣ ଏପରି ରହିଛି ଯାହା ସବୁଠାରୁ ଅଧିକ ବ୍ୟାପକ ଅଟେ ଏବଂ ତାହା ଉପରେ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି ।

ସେହି ୨ଟି ଲକ୍ଷଣ କଣ :-

ଏହି କଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି ମାତ୍ର ଗୋବେଷକମାନେ କାଶ ଏବଂ ଜ୍ଵର ଏହି ଦୁଇଟି ଲକ୍ଷଣ ବୋଲି କହିଛନ୍ତି ଯେଉଁ ଲକ୍ଷଣ ଗୁଡ଼ିକ ପ୍ରାୟ ସମସ୍ତ ରୋଗୀଙ୍କ ଠାରେ ଦେଖାଯାଇଛି । ଜର୍ଣ୍ଣାଲ Plos ONE ରେ ପ୍ରକାଶିତ ଅଧ୍ୟୟନ ମୁତାବିକ ଶୋଧକାର୍ତ୍ତା ମାନେ କୋବିଡ଼-19ର ଅନେକ ଅଧ୍ୟୟନ ବିଷୟରେ ପୁଣିଥରେ ଆଲୋଚନା କରିଛନ୍ତି ଯେଉଁଥିରେ କୋବିଡ଼-19ର ଲକ୍ଷଣ ବିଷୟରେ ସନ୍ଧାନ କରିଥିଲେ ।

google

ସମସ୍ତ ଲକ୍ଷଣର ଅଧ୍ୟୟନ କରିଥିଲେ :-

ଏହି ଅଧ୍ୟୟନ ପରେ ଗୋବେଷକ ମାନେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ତରଫରୁ ଲକ୍ଷଣ ଗୁଡ଼ିକର ସୂଚୀ ମଧ୍ୟ ସମୀକ୍ଷା କରିଥିଲେ ଯାହା ତାଙ୍କ ତରଫରୁ ଏହି ମହାମାରୀ ର ବ୍ୟାପିବା ଆରମ୍ଭରୁ ସୂଚୀ ଜାରି କରାଯାଇଥିଲା । ଏହାପରେ ମଧ୍ୟ ହୋଇଥିବା ଅଧ୍ୟୟନରେ ଥକାପଣ, ଘ୍ରାଣ ଶକ୍ତି ହରାଇବା, ଶ୍ୱାସକ୍ରିୟାରେ କଷ୍ଟ ଅନୁଭୂତ, ଭଳି ଅନେକ ଲକ୍ଷଣକୁ ପ୍ରମୁଖ ଲକ୍ଷଣରେ ସାମିଲ କରିଥିଲେ ।

କେତେଜଣ ଲୋକଙ୍କର ଅଧ୍ୟୟନ କରାଯାଇଥିଲା :-

ଏହି ଅଧ୍ୟୟନରେ ୟୁକେର ଲିଡ଼ସ ୟୁନିଭରସିଟି ସହିତ ସମସ୍ତ ଗୋବେଷକ ମାନେ ୧୪୮ ଅଧ୍ୟୟନର ସଂଖ୍ୟାକୁ ମିଶାଇ ଅଧ୍ୟୟନ କରିଛନ୍ତି ଏବଂ ୟୂକେ, ଚୀନ ଏବଂ ଆମେରିକା ସହିତ ୯ଟି ଦେଶର ୨୪ହଜାର ରୋଗୀଙ୍କର ପଠାଯାଇଥିବା ଲକ୍ଷଣର ଚିହ୍ନଟ କରିଛନ୍ତି । ଗୋବେଷକ ମାନଙ୍କ କହିବା କଥା ଯେ, ଏହା ଏବେ ପର୍ଯ୍ୟନ୍ତର କୋବିଡ଼-19 ଉପରେ କରାଯାଇଥିବା ସବୁଠାରୁ ବଡ଼ ସମୀକ୍ଷା ଅଟେ । ଗୋବେଷକ ମାନେ ଏହା ମଧ୍ୟ ବିଶ୍ଵାସ କରିଛନ୍ତି ଯେ, ବୃହତ ସଂଖ୍ୟାରେ ଏପରି ଲୋକ ଅଛନ୍ତି ଯେଉଁମାନଙ୍କ ମଧ୍ୟରେ କୌଣସି ଲକ୍ଷଣ ଦେଖାଯାଇ ନଥିଲା ।

କାଶ ଏବଂ ଜ୍ଵର ହିଁ ସବୁଠାରୁ ବ୍ୟାପକ ଲକ୍ଷଣ :-

ଲୀଡ଼ସ୍ ଇନଷ୍ଟିଚ୍ୟୁଟ ଅଫ ମେଡ଼ିକାଲ ରିସର୍ଚ୍ଚରେ କ୍ଲିନିକଲ ରିସର୍ଚ୍ଚର ଗୋବେଷକ ଏବଂ ସର୍ଜନ ରେକୀ ବେଡ଼ଙ୍କ କହିବା କଥା ଯେ, ଏହି ବିଶ୍ଳେଷଣରୁ ଏହି ବିଷୟ ପୁଷ୍ଟି ହୋଇଛି ଯେ, ଯେଉଁ ଲୋକ କୋବିଡ଼-19ର ଟେଷ୍ଟରେ ପୋଜିଟିଭ ଚିହ୍ନଟ ହୋଇଛନ୍ତି ସେହି ରୋଗୀଙ୍କ ମଧ୍ୟରେ କାଶ ଏବଂ ଜ୍ଵର ସବୁଠାରୁ ବ୍ୟାପକ ଲକ୍ଷଣ ମିଳିଥିଲା ।

google

କେଉଁ ଲକ୍ଷଣ କେତେ ଲୋକଙ୍କୁ :-

ବେଡ ଙ୍କ ଅନୁଯାୟୀ, ଏହା ଅତି ମହତ୍ୱପୂର୍ଣ୍ଣ କଥା ଅଟେ କାରଣ ଏହାଦ୍ଵାରା ଲକ୍ଷଣ ଦେଖାଯାଉଥିବା ରୋଗୀଙ୍କୁ କ୍ଵାରେଣ୍ଟାଇନ କରିବା ସୁନିଶ୍ଚିତ ଯେଉଁଥିରେ ଅନ୍ୟ ଲୋକଙ୍କୁ କୋରୋନା ଦ୍ଵାରା ପ୍ରଭାବିତ ହେବାକୁ ପଡ଼ିବନାହିଁ । ଅଧ୍ୟୟନରେ ଜଣାପଡିଲା ଯେ, ୨୪,୪୧୦ ମାମଲାରୁ ୭୮ ପ୍ରତିଶତ ଲୋକଙ୍କୁ ଜ୍ଵର ଥିଲା ଏବଂ ୭୫ ପ୍ରତିଶତ ଲୋକଙ୍କୁ କାଶ, କିନ୍ତୁ ଏଥିରେ ପ୍ରାୟ ବିବିଧତା ଥିଲା । ଯେଉଁଥିରେ ନେଦରଲ୍ୟାଣ୍ଡର କାଶ ଲକ୍ଷଣ ଥିବା ରୋଗୀଙ୍କ ସଂଖ୍ୟା ୭୬ ପ୍ରତିଶତ ଥିଲା ପୁଣି ଦକ୍ଷିଣ କୋରିୟାରେ କେବଳ ୧୮ ପ୍ରତିଶତ । ମୋଟ ମାମଲାରୁ ୩୧ ପ୍ରତିଶତ ଲୋକ କହିଛନ୍ତି ଯେ ତାଙ୍କୁ ଥକାପଣ ଅନୁଭୂତ ହେଉଅଛି, ୨୫ ପ୍ରତିଶତ ଲୋକ ନିଜର ଘ୍ରାଣ ଶକ୍ତି ହରାଇ ଥିଲେ ଯେଉଁଠି ୨୩ ପ୍ରତିଶତ ଲୋକଙ୍କୁ ଶ୍ୱାସକ୍ରିୟାରେ କଷ୍ଟ ଅନୁଭୂତ ହେଉଥିଲା ।

google

କେଉଁ ରୋଗୀଙ୍କୁ ହସ୍ପିଟାଲ ଚିକିତ୍ସାର ଅବଶ୍ୟକତା ରହିଛି :-

ଗୋବେଷକ ମାନେ ବିଶ୍ଵାସ କରନ୍ତି ଯେ, ବିଭିନ୍ନ ଦେଶରେ ବିବିଧତାର କାରଣ ସଂଖ୍ୟା ଜମା କରିବାର ଅନ୍ତରର କାରଣ ଥିଲା । ଗୋବେଷକ ମାନେ କହିଛନ୍ତି ଯେ, ସେହି ଲୋକମାନେ ଯେଉଁମାନଙ୍କୁ ହସ୍ପିଟାଲ ଚିକିତ୍ସାର ଆବଶ୍ୟକତା ଥିଲା, ସେଥିମଧ୍ୟରୁ ୧୭ ପ୍ରତିଶତକୁ ବିନା କୌଣସି ଉପକରଣରେ ଶ୍ୱାସକ୍ରିୟା କରିବାରେ ସହାୟତାର ଆବଶ୍ୟକତା ଥିଲା, ଯେଉଁଠି ୧୯ ପ୍ରତିଶତଙ୍କୁ ଆଈସୀୟୂର ଆବଶ୍ୟକତା ପଡ଼ିଥିଲା । ୯ ପ୍ରତିଶତ ରୋଗୀଙ୍କୁ ଭେଣ୍ଟିଲେଟରର ଆବଶ୍ୟକତା ପଡ଼ିଥିଲା । ଏବଂ କେବଳ ୨ ପ୍ରତିଶତ ରୋଗୀଙ୍କୁ କୃତ୍ରିମ ଫୁସଫୁସର ଅବଶ୍ୟକତା ଥିଲା ।

google

ଏହି ଗୋବେଶୋଣା ଅନୁସାରେ ହୁଏତ ଲୋକଙ୍କୁ ସାହାଯ୍ୟ ମିଳିନାହିଁ, କିନ୍ତୁ ଚିକିତ୍ସା କରାଯାଉଥିବା ହସ୍ପିଟାଲ ପାଇଁ ଏହି ସଂଖ୍ୟା ଖୁବ କମ ହୋଇପାରିବ । ସେମାନେ ଅନୁମାନ କରିପାରିବେ ଯେ, ତାଙ୍କୁ କେଉଁ ପ୍ରକାରର କେତୋଟି ଉପକରଣର ଆବଶ୍ୟକତା ପଡ଼ିପାରେ ଏବଂ ତାହା ନୂଆ ରୋଗୀଙ୍କ ଚିହ୍ନଟ କରିବାରେ ଦୁଇ ପ୍ରମୁଖ ଲକ୍ଷଣ ଉପରେ ଅଧିକ ଜୋର ଦେଇ ପାରିବେ । ଏବଂ ଏହା ସେହି ନିଷ୍ପତ୍ତି ନେବାରେ ମଧ୍ୟ ସହାୟକ ହୋଇପାରିବ ଯେ, କେଉଁ ଲୋକଙ୍କ ଯାଞ୍ଚ ପ୍ରଥମେ ଆବଶ୍ୟକ ।

Leave a Reply

Your email address will not be published. Required fields are marked *