୮ ବର୍ଷୀୟ ବାଳିକା ସହିତ କରିଥିଲେ ଦୁଷ୍କର୍ମ ! ଲୋକମାନେ ଘଟଣା ସ୍ଥଳରେ ହିଁ ନେଇଥିଲେ ନିଷ୍ପତ୍ତି ଓ ଅଭିଯୁକ୍ତକୁ ପିଟି ପିଟି ମାରିଦେଲେ ।

୮ ବର୍ଷୀୟ ବାଳିକା ସହିତ କରିଥିଲେ ଦୁଷ୍କର୍ମ ! ଲୋକମାନେ ଘଟଣା ସ୍ଥଳରେ ହିଁ ନେଇଥିଲେ ନିଷ୍ପତ୍ତି ଓ ଅଭିଯୁକ୍ତକୁ ପିଟି ପିଟି ମାରିଦେଲେ ।

ବିହାରର ରାଜଧାନୀ ପାଟଣାରେ ବଳାତ୍କାର ଓ ମୋବ ଲିଚିଂ (Mob Lynching) ସହ ଜଡିତ ଏକ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତି ଜଣେ ୮ ବର୍ଷର ବାଳିକାଙ୍କ ସହିତ ବଳାତ୍କାର କରିଥିଲେ । ଏହା ପରେ ଲୋକମାନେ ସେହି ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରିଦେଲେ । ସେମାନେ ଏହି ଅପରାଧ ସମ୍ପର୍କରେ ପୋଲିସଙ୍କ ନିକଟରେ ଅଭିଯୋଗ କରିବା ପରିବର୍ତ୍ତେ ନିଜେ ହିଁ ଘଟଣା ସ୍ଥଳରେ ନିଷ୍ପତ୍ତି ନେଇ ଯାଇଥିଲେ ।

୮ ବର୍ଷର ବାଳିକା ସହିତ ହୋଇଥିଲା ବଳତ୍କାର

google

ବାସ୍ତବରେ ଏହି ସମଗ୍ର ଘଟଣା ପାଟଣାର ଅଗମକୁଆଂ ପୋଲିସ୍ ଥାନା ଅନ୍ତର୍ଗତ ନୟା ଟୋଲରେ ସ୍ଥିତ ସ୍ଲମ୍ ବସ୍ତିର ଅଟେ । ଏଠାରେ ଅଳିଆ ଆବର୍ଜନା ବିକ୍ରି କରି କିଛି ସ୍ୱଳ୍ପ ରୋଜଗାର କରି ଗୋଟିଏ ପରିବାର ନିଜ ଗୁଜୁରାଣ ମେଣ୍ଟାଇ ବସବାସ କରୁଥିଲେ । ତାଙ୍କ ପଡ଼ୋଶୀ ଟୁନଟୁନ ମାଂଝୀ ନାମକ ଜଣେ ୩୦ ବର୍ଷ ବୟସ୍କ ବ୍ୟକ୍ତି ରହୁଥିଲେ । ଟୁନଟୁନ ମଧ୍ୟ ଅଳିଆ ବିକ୍ରି କରି ଟଙ୍କା ରୋଜଗାର କରୁଥିଲା । ଦିନେ ଯେତେବେଳେ ସେ ମଦ୍ୟପାନ କରି ନିଶାଗ୍ରସ୍ତ ଥିଲେ ସେତେବେଳେ ସେ ତାଙ୍କ ପଡ଼ୋଶୀ ଘରେ ରହୁଥିବା ୮ ବର୍ଷର ବାଳିକାକୁ ଜବରଦସ୍ତ ଉଠାଇ ନେଇଥିଲା । ସେ ପିଲାଟି ସହିତ ବଳାତ୍କାର କରିଥିଲା । ପରଦିନ ସକାଳେ ଯେତେବେଳେ ପିଲାଟି ଘରେ ଦେଖା ଦେଇ ନଥିଲା ସେତେବେଳେ ପିତାମାତା ତାଙ୍କୁ ଖୋଜିବା ଆରମ୍ଭ କରି ଦେଇଥିଲେ । ଠିକ୍ ସେତିକି ବେଳେ ପଡୋଶୀ ଘରେ ରହୁଥିବା ଜଣେ ମହିଳା କହିଥିଲେ କି ସେ ଟୁନଟୁନ ଝିଅର ପାଟିକୁ ବନ୍ଦ କରି ନେଇ ଯାଉଥିବାର ଦେଖିଛନ୍ତି । ସେ ଝିଅ ସହିତ ଅସଦାଚରଣ ମଧ୍ୟ କରୁଥିଲା ।

ଲୋକମାନେ ପିଟି ପିଟି ହତ୍ୟା କରିଦେଲେ

google

ଯେପରି ହିଁ ପୀଡିତା ଶିଶୁର ପିତାମାତାଙ୍କୁ ଏହି କଥା ଜଣା ପଡ଼ିଲା କି ବସ୍ତିର ଟୁନଟୁନ ହିଁ ତାଙ୍କ କୋମଳମତି ନିରୀହ ଝିଅକୁ ନେଇଯାଇଛି, ସେତେବେଳେ ସେମାନେ ତୁରନ୍ତ ତାଙ୍କ ନିକଟକୁ ଯାଇଥିଲେ । ସେଠାରେ ବସ୍ତିର କ୍ରୋଧିତ ଲୋକମାନେ ଅଭିଯୁକ୍ତ ଟୁନଟୁନକୁ ବାଡ଼ିରେ ଖୁବ୍ ପ୍ରହାର କରିଥିଲେ । ଯେତେବେଳେ ପୋଲିସକୁ ଏହି ସୂଚନା ଅନ୍ୟ କାହାଠାରୁ ମିଳିଥିଲା, ସେ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଆହତ ଟୁନଟୁନକୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନେଇ ଯାଇଥିଲେ । ତେବେ ଅଭିଯୁକ୍ତ ସେଠାରେ ହିଁ ମୃତ୍ୟୁ ବରଣ କରି ଦେଇଥିଲେ ।

ବାଳିକାର ଚିକିତ୍ସା ଚାଲୁଛି

google

ଥାନା ଅଧିକାରୀ ଅଭିଜୀତ କୁମାରଙ୍କ ଅନୁସାରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇ ଯାଇଛି ଯେତେବେଳେ କି ପୀଡିତା ବାଳିକାଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ତାଙ୍କର ମେଡିକାଲ ପରିକ୍ଷଣ ମଧ୍ୟ କରାଯାଇଛି । ଏହି ମାମଲାରେ ପୀଡିତାଙ୍କ ମାଁ ଙ୍କ ବୟାନ କ୍ରମେ ଏକ ବଳାତ୍କାର ମାମଲା ପଞ୍ଜିକୃତ କରାଯିବ।

ଅପରପକ୍ଷରେ ବଳାତ୍କାରର ଏହି ଘଟଣା ସୋସିଆଲ ମିଡିଆରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ଅନେକ ଲୋକ ଏହା ବିଶ୍ୱାସ କରନ୍ତି କି ଏହି ବସ୍ତି ଲୋକମାନେ ଅଭିଯୁକ୍ତକୁ ନିଜ ହାତରେ ଦଣ୍ଡ ଦେଇ ଠିକ୍ କରିଛନ୍ତି। ଯଦି ସେମାନେ କୋର୍ଟ ଏବଂ ପୋଲିସ୍ ଭରଷାରେ ରହିଥାନ୍ତେ ତେବେ ବାଲିକାକୁ ନ୍ୟାୟ ପାଇବା ପାଇଁ ଅନେକ ବର୍ଷ ଲାଗି ଯାଇଥାନ୍ତା

ପୁଣି କେତେ ଜଣଙ୍କ ବିଶ୍ୱାସ ଏହା ଯେ ଆଇନଗତ ପ୍ରକ୍ରିୟାକୁ ବ୍ୟବହାର କରିବାର ଥିଲା । ଏହିପରି ଆପଣଙ୍କ ଏହି ପ୍ରସଙ୍ଗରେ ମତାମତ କ’ଣ? କଣ ଲୋକମାନେ ଅଭିଯୁକ୍ତକୁ ହତ୍ୟା କରି ଠିକ୍ କରିଛନ୍ତି କି ?

Leave a Reply

Your email address will not be published. Required fields are marked *