ଭାରତୀୟ ବଧୂ ବେଶର ଥଟ୍ଟା କରୁଥିବାର ନଜର ଆସିଲେ ଜସଲୀନ ମଥାରୁ, ୟୁଜର୍ସ ଲଗାଇଦେଲେ କ୍ଲାସ!

“ବିଗ୍ ବସ୍-୧୨”ର ପ୍ରତିଯୋଗୀ ଥିବା ଜସଲୀନ ମଥାରୁ ଆଜିକାଲି ଖୁବ୍ ଚର୍ଚ୍ଚାରେ ସାଉଁଟିଛନ୍ତି । କହିବାକୁ ଗଲେ ଜସଲୀନ ଯେବେ ମଧ୍ୟ କିଛି ପୋଷ୍ଟ କରନ୍ତି; ତେବେ ସେହି ପୋଷ୍ଟ ସୋସିଆଲ ମିଡ଼ିଆରେ ୟୁଜର୍ସ ଦେଖିବା ମାତ୍ରେ ଭାଇରଲ୍ ହୋଇଯାଏ ।

ଏପରି କିଛି ହିଁ ଜସଲୀନ କରିଛନ୍ତି । ଏଥର ସେ ନିଜର ମର୍ଡନ ବଧୂ ଥିବା ଫଟୋ ଓ ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କଲେ, ଆପଣ ଏପରି ଅନେକଗୁଡ଼ିଏ ଭିଡ଼ିଓ ଦେଖିଥିବେ ଯେଉଁଥିରେ ବଧୂ ମାନେ ବ୍ଲାଉଜ, ଗହଣା ଓ ସଜେଇ ହୋଇ ତଳେ ଶର୍ଟସ ପିନ୍ଧି ନୃତ୍ୟ କରୁଥିବାର ଓ ଭିଡ଼ିଓ ତିଆରି କରି ଓ ଠିକ ସେହିପରି ଭାବରେ ଜସଲୀନ ମଧ୍ୟ ଓଢଣୀ ପିନ୍ଧି ବଧୂବେଶର ମର୍ଡନ ପିନ୍ଧି ଭିଡ଼ିଓ ଓ ଫଟୋ କ୍ଲିକ କଲେ ଓ ଏହି ଭିଡ଼ିଓରେ ଜସଲୀନ ରେମ୍ପ ୱାର୍କ କରୁଥିବାର ନଜର ଆସୁଛନ୍ତି ।

ଏହି ଭିଡ଼ିଓରେ ବେକଗ୍ରାଉଣ୍ଡରେ ଝିଅ ସସୁରାଲ ତୁ ଯା…..ଗୀତ ବାଜୁଛି

ଏହି ଭିଡ଼ିଓକୁ ଦେଖିବା ପରେ ଜସଲୀନ କଳର୍ସର ଲକ୍ଷ୍ୟରେ ଆସିଛନ୍ତି ଲୋକେ ତାଙ୍କୁ ଅନେକ କିଛି କହୁଛନ୍ତି । ଜସଲୀନଙ୍କ ଫେସନ ସେନ୍ସକୁ ଦେଖି ୟୁଜର୍ସ ମାନେ ଲେଖିଛନ୍ତି ଯେ – ଆପଣ ନିଜର ଲେହେଙ୍ଗା ପିନ୍ଧିବା ଭୁଲି ଯାଇଛନ୍ତି କି କିମ୍ବା ଆପଣଙ୍କ ମୁଣ୍ଡ ଖରାପ ହୋଇଯାଇଛି । ସେପଟେ ଆଉ ଜଣେ ୟୁଜର୍ସ ଲେଖିଛନ୍ତି ଯେ – ତାଙ୍କ ଶାଶୁଘର ଲୋକେ ଅଚେତ ହୋଇଯିବେ ଦେଶୀ ପୋଷକକୁ ମଧ୍ୟ ଅପମାନିତ କରି ଦେଉଛ ।

କିଛି ଏପରି କମେଣ୍ଟ ଜସଲୀନଙ୍କ ଏହି ଭିଡ଼ିଓରେ ଆସୁଛି, ୟୁଜର୍ସ ମାନେ କ୍ରୋଧରେ ମଧ୍ୟ ଲେଖୁଛନ୍ତି ଯେ – ତୁ ଶାଶୁଘର ନୁହେଁ ମେଣ୍ଟାଲ ହସ୍ପିଟାଲ ଯାଅ । ଜସଲୀନ ବିଷୟରେ ଆଲୋଚନା କରିବା ତେବେ ଜସଲୀନଙ୍କ କ୍ୟାରିୟର ବିଷୟରେ ତେବେ ସେ ଦ ଡ଼ରଟି ରିଲେସନରୁ ୨୦୧୩ ମସିହାରେ ଡେବ୍ୟୁ କରିଥିଲେ । କିନ୍ତୁ ଜସଲୀନ ଚର୍ଚ୍ଚାରେ ସେତେବେଳକୁ ଆସିଲେ ଯେତେବେଳେ ସେ ବିଗ ବସ ରେ ଭଜନ ସମ୍ରାଟ ଅନୁପ ଜଲୋଟାଙ୍କୁ ପ୍ରେମିକ ବୋଲି କହିଲେ, କିନ୍ତୁ ପରେ ଦୁହେଁ ଏଥିରୁ ସ୍ପଷ୍ଟ ଭାବେ ଅସ୍ବୀକାର କରିନେଲେ। ଶୋ ରୁ ବାହାରିବା ପରେ ସେ ନିଜ ସମ୍ପର୍କକୁ କେବଳ ଗୁରୁ ଶିଷ୍ୟର ଯୋଡ଼ି ବୋଲି କହିଲେ ।

Be the first to comment

Leave a Reply

Your email address will not be published.


*