୨୦ ବର୍ଷ ଆଗରୁ ରାଜନାଥ ସିଂହ ଯେଉଁ ପୁଅକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ ! ବର୍ତ୍ତମାନ ସେ ଡାକ୍ତର ହୋଇ ଯାଇଛନ୍ତି…

୨୦ ବର୍ଷ ଆଗରୁ ରାଜନାଥ ସିଂହ ଯେଉଁ ପୁଅକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ ! ବର୍ତ୍ତମାନ ସେ ଡାକ୍ତର ହୋଇ ଯାଇଛନ୍ତି…

ଦେଶର ରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶନିବାରକୁ ଗାଜିପୁର ଜିଲ୍ଲାର ସୈଦପୁର ପହଞ୍ଚିଲେ । କିନ୍ତୁ ସେ ଏଠାରେ କୌଣସି ରାଜନୈତିକ କାରଣରୁ ଗଲେ ନାହିଁ । ବରଂ ନିଜ ଦତ୍ତକ ପୁତ୍ରର ବିବାହରେ ସାମିଲ୍ ହେବାକୁ ଗଲେ । ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଶନିବାର ଦିନ ଗାଜିପୁର ଜିଲ୍ଲାର ସୈଦପୁର ସ୍ଥିତ ମଦାରୀପୁର ଗାଁ’ରେ ଦତ୍ତକ ପୁତ୍ର ଡାକ୍ତର ବିଜେନ୍ଦ୍ରଙ୍କ ବିବାହରେ ସାମିଲ୍ ହୋଇଗଲେ । ସେ ବରବଧୂଙ୍କୁ ଆଶୀର୍ବାଦ ପ୍ରଦାନ କଲେ ।

ରାଜନାଥ ସିଂହ ଯେତେବେଳେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ସେ ଏକ ଅନୁସୂଚିତ ଜାତିର ପୁତ୍ର ସନ୍ତାନକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ, କାରଣ ତାହାର ଭବିଷ୍ୟତ ଉଜ୍ଵଳ ହୋଇପାରୁ । ଆଜି ସେହି ପୁଅର ବିବାହ ଅଛି । ଯାହାକୁ ଆଶୀର୍ବାଦ ଦେବାକୁ ସେ ତାଙ୍କ ଘରକୁ ପହଞ୍ଚିଥିଲେ ।

ରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ଦତ୍ତକ ପୁତ୍ରଙ୍କ ବିବାହ

ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଦତ୍ତକ ପୁତ୍ରଙ୍କୁ ବିବାହ ପଗଡ଼ି ପିନ୍ଧାଇବା ପାଇଁ ଗାଜିପୁର ପହଞ୍ଚିଥିଲେ । ବିମାନ ଘାଟିରେ ଅଫିସର୍ ମାନେ ରକ୍ଷାମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇଲେ । ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏଠାରୁ ସିଧାସଳଖ ମଦାରୀପୁର ଗ୍ରାମ ପହଞ୍ଚିଲେ । ଏହାପରେ ସେ ଦତ୍ତକ ପୁତ୍ର ବୃଜେନ୍ଦ୍ରକୁ ଟୀକା ଲଗାଇ ପଗଡ଼ି ପିନ୍ଧାଇବେ । ରାଜନାଥ ଏଠାରୁ ନିଜ ପୋଷ୍ୟ ପୁତ୍ରର ବିବାହର ସମସ୍ତ ମାଙ୍ଗଳିକ ରୀତିନୀତିରେ ସାମିଲ୍ ହୋଇ ଆଶୀର୍ବାଦ ଦେବେ ।

ଆପଣଙ୍କୁ ସୁଚାଇଦେଉଛୁ ଯେ ୨୦୦୦ରେ ରାଜନାଥ ସିଂହ ୟୁପିର ମୁଖ୍ୟମନ୍ତ୍ରୀ ହୋଇ ସ୍କୁଲର ବାର୍ଷିକ ଉତ୍ସବରେ କୌଣସି ଛାତ୍ରକୁ ପୋଷ୍ୟ ଭାବେ ଗ୍ରହଣ କରିବା ଏବଂ କିଛି ବର୍ଷ ପର୍ଯ୍ୟନ୍ତ ପିତାଙ୍କ ଭୂମିକା ଗ୍ରହଣ କରିବାର ଉଦାହରଣ ରକ୍ଷାମନ୍ତ୍ରୀ ରାଜନାଥ ସିଂହ ପ୍ରସ୍ତୁତ କରିଛନ୍ତି ।

ରକ୍ଷାମନ୍ତ୍ରୀ ରାଜନାଥ ସିଂହ (ତତ୍କାଳୀନ ମୁଖ୍ୟମନ୍ତ୍ରୀ) ବାରଣାସୀର ଆଶ୍ରମ ପଦ୍ଧତିର ଟପ୍ପର୍ ଛାତ୍ର ବୃଜେନ୍ଦ୍ରକୁ ୨୦୦୦ରେ ପୋଷ୍ୟ ରୂପେ ଗ୍ରହଣ କରିଥିଲେ । ୨୦୦୦ରେ ବୃଜେନ୍ଦ୍ର ୮ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ତତ୍କାଳୀନ ମୁଖ୍ୟମନ୍ତ୍ରୀ ଫୋନ୍ କରି ବିଜେନ୍ଦ୍ରଙ୍କ ପାରିବାରିକ ସ୍ଥିତି ବିଷୟରେ ଜାଣିବାକୁ ଚେଷ୍ଟା କଲେ ।

ସେ ଯେତେବେଳେ ଏହା ଜାଣିଲେ ଏହି ଯୁବକ ଉପରେ ପିତାଙ୍କ ହାତ ନାହିଁ, ସେତେବେଳେ ସେ ବିଜେନ୍ଦ୍ରକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ । ଏହାପରେ ସେ ମଦାରୀପୁରର ବିଜେନ୍ଦ୍ର କୁମାରଙ୍କୁ ପୋଷ୍ୟ ଭାବେ ଗ୍ରହଣ କଲେ । ଏହାପରେ ରାଜନାଥ ସିଂହ ୯ ଶ୍ରେଣୀରୁ ଆରମ୍ଭ କରି ଏମବିବିଏସରେ ଚୟନ ହେବା ପର୍ଯ୍ୟନ୍ତ ସବୁ ସମୟରେ ପିତାଙ୍କ ଭୂମିକା ତୁଲାଇବା ଭୁଲିଲେ ନାହିଁ ।

ପ୍ରଦେଶ ଓ ଦେଶର ବଡ଼ ବଡ଼ ପଦରେ ରହି ମଧ୍ୟ ରାଜନାଥ ସିଂହଙ୍କ ଦତ୍ତକ ପୁତ୍ରଙ୍କୁ ଦେଖା କରିବା ଭୁଲିଲେ ନାହିଁ । ସେ ପ୍ରତିବର୍ଷ ଭଳି ଆସିବା ପ୍ରତିଶ୍ରୁତି ମଧ୍ୟ ପୂରଣ କଲେ ।

ରାଜନାଥ ସିଂହ ଖୁସି ଜାହିର୍ କଲେ

ରକ୍ଷାମନ୍ତ୍ରୀ କହିଲେ, “ମୁଁ ଯେତେବେଳେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ, ମୁଁ ସେତେବେଳେ ବିଜେନ୍ଦ୍ରଙ୍କ ପଢ଼ା ଖର୍ଚ୍ଚ ଉଠାଇବା ବିଷୟରେ ଚିନ୍ତା କଲେ ଏବଂ ଆଜି ମୋତେ ତାକୁ ଏକ ଡାକ୍ତର ରୂପେ ଦେଖି ବହୁତ ଖୁସି ଅନୁଭବ ହେଉଛି । ଏହା ଆଶାରୁ ଅଧିକ ଅଟେ । ମୁଁ ବହୁତ ଖୁସି ଅଛି ।”

ରାଜନାଥ ବିଜେନ୍ଦ୍ରଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ ସେତେବେଳେ ତାଙ୍କ ଲକ୍ଷ୍ୟ ଭବିଷ୍ୟତକୁ ଉଜ୍ଵଳ କରିବା ଥିଲା । ଏହାର ଫଳାଫଳ ଏହା ହେଲା ଯେ ଆଜି ସେ ଏକ ସଫଳ ଡାକ୍ତର ଅଟନ୍ତି ।

Leave a Reply

Your email address will not be published. Required fields are marked *