କାହାକୁ ୫୦ ତ କାହାକୁ ୨୦୦୦ ଟଙ୍କା ମିଳିଥିଲା ପ୍ରଥମ ଦରମା ! ଜାଣନ୍ତୁ ଅଭିନେତା ମାନେ କିପରି ଖର୍ଚ୍ଚ କରିଥିଲେ ତାଙ୍କର ପ୍ରଥମ ଦରମାକୁ …

କାହାକୁ ୫୦ ତ କାହାକୁ ୨୦୦୦ ଟଙ୍କା ମିଳିଥିଲା ପ୍ରଥମ ଦରମା ! ଜାଣନ୍ତୁ ଅଭିନେତା ମାନେ କିପରି ଖର୍ଚ୍ଚ କରିଥିଲେ ତାଙ୍କର ପ୍ରଥମ ଦରମାକୁ …

ଏହା ତ ଆମେ ସମସ୍ତେ ଜାଣିଛୁ ଯେ ବୋଲିଉଡ଼ରେ ଏପରି ଅନେକ ଷ୍ଟାର୍ ଅଛନ୍ତି ଯେଉଁମାନେ ଆଜି କୋଟି କୋଟି ଟଙ୍କା ଫି’ ଚାର୍ଜ କରିଛନ୍ତି । କିନ୍ତୁ ନିଜ କ୍ୟାରିଅରର ପ୍ରାରମ୍ଭରେ ସେମାନେ ଖୁବ ଛୋଟ ସ୍ତରରୁ କରିଥିଲେ । ଗୋଟିଏ ଫିଲ୍ମରୁ କୋଟି କୋଟି ଟଙ୍କା ରୋଜଗାର କରୁଥିବା ଷ୍ଟାର୍ ମାନଙ୍କୁ ତାଙ୍କର ପ୍ରଥମ ଦରମାରେ ୨୦୦, ୫୦୦ କିମ୍ବା ୨୦୦୦ ଟଙ୍କା ମିଳିଥିଲା । ତଥାପି ତାଙ୍କ ଫ୍ୟାନ ମାନଙ୍କୁ ଏହା ଜାଣିବାର ଉତ୍ସୁକତା ସର୍ବଦା ରହିଥାଏ ଯେ ତାଙ୍କ ପ୍ରିୟ ଅଭିନେତା ମାନେ ନିଜର ପ୍ରଥମ ଦରମାରେ କଣ କରିଥିବେ ? କାରଣ ପ୍ରତ୍ୟେକ ମଣିଷର ପ୍ରଥମ ରୋଜଗାର ଖୁବ୍ ଖାସ୍ ଏବଂ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ତେଣୁ ଚାଲନ୍ତୁ ଜାଣିନେବା ଯେ ଆପଣଙ୍କ ପ୍ରିୟ ସେଲିବ୍ରିଟି ନିଜର ପ୍ରଥମ ଦରମାକୁ କିପରି ଖର୍ଚ୍ଚ କରିଥିଲେ ।

ଶାହରୁଖ ଖାନ :-

ବୋଲିଉଡ଼ର ବାଦଶାହ ଭାବରେ ପରିଚିତ ଶାହରୁଖ ଖାନ ନିଜର ଫିଲ୍ମ କ୍ୟାରିଅରରେ ନିଜକୁ ପ୍ରତିଷ୍ଠା କରିବା ପାଇଁ ଖୁବ୍ ସଂଘର୍ଷ କରିଥିଲେ । ଇଣ୍ଡଷ୍ଟ୍ରିର ସବୁଠାରୁ ଧନୀ ଅଭିନେତା ଶାହରୁଖ ଖାନଙ୍କ ପ୍ରଥମ ରୋଜଗାର କେବଳ ୫୦ ଟଙ୍କା ଥିଲା । ଦିଲ୍ଲୀ ସିରୀଫୋର୍ଟ ଓଡିଟୋରୀୟମରେ ଗଜଲ ଗାୟକ ପଙ୍କଜ ଉଧାସଙ୍କ କନସର୍ଟରେ ଜଣେ ଅଶର ରୂପରେ ଶାହରୁଖ କାମ କରୁଥିଲେ । ତାବଦଳରେ ତାଙ୍କୁ ୫୦ ଟଙ୍କାର ଚେକ ମିଳିଥିଲା । ଯେଉଁ ଟଙ୍କା ଉଠାଇବା ପରେ ସେ ତାଙ୍କର ତିନି ଜଣ ସାଙ୍ଗଙ୍କ ସହିତ ଆଗ୍ରା ତାଜମହଲ ଦେଖିବାକୁ ଯାଇଥିଲେ ।

ଅମୀର ଖାନ :-

ବୋଲିଉଡ଼ର ମିଷ୍ଟର ପରଫେକସୋନିଷ୍ଟ ଅମୀର ଖାନଙ୍କ ପ୍ରଥମ ରୋଜଗାର ୧୦୦୦ ଟଙ୍କା ଥିଲା । ଯାହାକୁ ଆଣି ସେ ସିଧା ତାଙ୍କ ମା’ଙ୍କ ହାତରେ ଦେଇଥିଲେ । ପ୍ରକୃତରେ ଫିଲ୍ମ ‘କୟାମତ ତକ’ ପାଇଁ ଅମୀରଙ୍କୁ ୧୧,୦୦୦ ଟଙ୍କା ମିଳିଥିଲା । ଯେଉଁଥିରୁ ପ୍ରତିମାସ ତାଙ୍କୁ ୧୦୦୦ ଟଙ୍କା ଦିଆଯାଉଥିଲା । ଫିଲ୍ମକୁ ସମ୍ପୁର୍ଣ୍ଣ ହେବାକୁ ଏକ ବର୍ଷ ଥିଲା ।

ଇରଫାନ ଖାନ :-

ବୋଲିଉଡ଼ ଠାରୁ ହୋଲିଉଡ଼ ପର୍ଯ୍ୟନ୍ତ ସବୁଠି ନିଜର ପ୍ରତିଭା ଦେଖାଇଥିବା ଅଭିନେତା ହେଉଛନ୍ତି ଇରଫାନ ଖାନ । ସେ ପ୍ରଥମରୁ କ୍ୟାରିଅର ପାଇଁ ଏବଂ ଇଣ୍ଡଷ୍ଟ୍ରିରେ ପରିଚୟ ବନାଇବାକୁ ଖୁବ୍ ସଂଘର୍ଷ କରିଥିଲେ । ଇରଫାନ ଖାନ ପିଲାଙ୍କୁ ଟ୍ୟୁସନ କରୁଥିଲେ, ଯାହାଦ୍ୱାରା ତାଙ୍କୁ ୨୫ ଟଙ୍କା ମିଳୁଥିଲା । ସେହି ୨୫ ଟଙ୍କା କୁ ସଞ୍ଚୟ କରି ସେ ନିଜ ପାଇଁ ଏକ ସାଇକେଲ କିଣିଥିଲେ ।

ଋତିକ ରୋଶନ :-

ବୋଲିଉଡ଼ର ‘ଗ୍ରୀକ ଗୋଡ’ ଋତିକ ରୋଷନ ଜଣେ ଶିଶୁ କଳାକାର ଭାବରେ ନିଜର ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ରୋଜଗାର ୧୦୦ ଟଙ୍କା ଥିଲା । ଋତିକ ସେହି ପଇସାରେ ନିଜ ପାଇଁ ଟୋୟ କାର୍ କିଣିଥିଲେ ।

ରଣଦୀପ ହୁଡ଼ଡ଼ା :-

ନିଜର ଦମଦାର ବ୍ୟକ୍ତିଗତ ଏବଂ ଅଲଗା ପ୍ରକାରର ଡାଇଲୋଗ ଅନ୍ଦାଜ କାରଣରୁ ରଣଦୀପ ସବୁ ଫ୍ୟାନ ମାନଙ୍କ ମଧ୍ୟରେ ଜଣେ ସ୍ୱତନ୍ତ୍ର ଅଭିନେତା ହୋଇ ପାରିଛନ୍ତି । ରଣଦୀପ ହୁଡ଼ଡା ମେଲବର୍ନ ୟୁନିଭରସିଟିରୁ ମାର୍କେଟିଙ୍ଗରେ ଡିଗ୍ରୀ ନେଇଛନ୍ତି । ରଣଦୀପ ଯେତେବେଳେ ଅଷ୍ଟ୍ରେଲିଆରେ ପଢ଼ୁଥିଲେ ସେହି ସମୟରେ ସେ ଏକ ଚାଇନିଜ ରେଷ୍ଟୁରାଣ୍ଟରେ କାମ କରୁଥିଲେ । ଯେଉଁଠି ତାଙ୍କୁ ୮ ଟଙ୍କା ପ୍ରତି ଘଣ୍ଟାରେ ମିଳୁଥିଲା । ସେହି ଟଙ୍କାରେ ସେ ବିୟର କିଣୁଥିଲେ ।

ବରୁଣ ଧବନ :-

ବରୁଣ ଧବନ ବୋଲିଉଡ଼ରେ ଏବେ ଏତେ ନାମ କମାଇଛନ୍ତି ଯେ ସେ ଗୋଟିଏ ଫିଲ୍ମ ପାଇଁ କୋଟି କୋଟି ଟଙ୍କା ଚାର୍ଜ କରିଥାନ୍ତି । ଏମିତିରେ ବରୁଣଙ୍କ ଦରମା ମାତ୍ର ୨୦୦୦ ଟଙ୍କା ଥିଲା ଯାହାକୁ ସେ ପ୍ରଥମେ ନିଜ ମା’ଙ୍କ ହାତରେ ଦେଇଥିଲେ ।

ଅଲୀ ଫଜଲ :-

ୱେବସିରିଜ ‘ମିର୍ଜାପୁର’ରେ ଗୁଡ଼ଡୁ ଭଇୟା ମଧ୍ୟ ଖୁବ୍ ଚର୍ଚ୍ଚା କୁ ଆସିଥିଲେ । ଅଲୀ ଫଜଲ ନିଜର ଜବରଦସ୍ତ ଅଭିନୟ ଦ୍ୱାରା ସମସ୍ତଙ୍କୁ ଇମପ୍ରେସ୍ କରନ୍ତି । ଏମିତିରେ ଅଭିନେତା ହେବା ପୂର୍ବରୁ ଅଲୀ ଏକ କୋଲ ସେଣ୍ଟରରେ ୮୦୦୦ ଟଙ୍କା ସ୍ୟାଲେରିରେ କାମ କରୁଥିଲେ । ସେତେବେଳେ ଅଲୀ ନିଜର ପ୍ରଥମ ଦରମା କୁ କଲେଜ ଫି’ ଦେବାରେ ଲଗାଇଥିଲେ ।

Leave a Reply

Your email address will not be published. Required fields are marked *