୭ ବର୍ଷ ଝିଅଟି ଆମ୍ବ ବିକ୍ରି କରି କିଣିବା ପାଇଁ ଚାହୁଁଥିଲେ ସ୍ମାର୍ଟ ଫୋନ୍ ! ଏହି ବ୍ୟକ୍ତି ଜଣକ ୧.୨୦ ଲକ୍ଷ ଟଙ୍କାରେ ୧୨ଟି ଆମ୍ବ କିଣିନେଲେ…

୭ ବର୍ଷ ଝିଅଟି ଆମ୍ବ ବିକ୍ରି କରି କିଣିବା ପାଇଁ ଚାହୁଁଥିଲେ ସ୍ମାର୍ଟ ଫୋନ୍ ! ଏହି ବ୍ୟକ୍ତି ଜଣକ ୧.୨୦ ଲକ୍ଷ ଟଙ୍କାରେ ୧୨ଟି ଆମ୍ବ କିଣିନେଲେ…

ଗତ ଏକ ବର୍ଷରେ କରୋନା ଅନେକଗୁଡ଼ିଏ ଲୋକଙ୍କ ଆର୍ଥିକ ଅଭାବ ବୃଦ୍ଧି କରି ଦେଇଛି । ଏହି ଭାଇରସ୍ ଗୋଟିଏ ପଟେ ଲୋକଙ୍କ ଜୀବନ ନେଇଗଲା ତ ଅନ୍ୟପଟେ ତାଙ୍କ ଠାରୁ ରୋଜଗାର ମଧ୍ୟ ଛଡେଇ ନେଲେ । ଜାମସେଦପୁରର ତୁଳସୀ କୁମାରୀ ମଧ୍ୟ ତାଙ୍କ ମଧ୍ୟରୁ ଜଣେ ଅଟନ୍ତି । ତୁଳସୀଙ୍କ ଦାରିଦ୍ର୍ୟତା ସହ ସଂଘର୍ଷ ଓ ପାଠପଢା ପ୍ରତି ରୁଚିକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଅଛନ୍ତି ।

ବାସ୍ତବରେ ସାତ ବର୍ଷୀୟ ତୁଳସୀକୁ ଏକ ଏଣ୍ଡ୍ରୋଏଡ୍ ମୋବାଇଲ୍ ଦରକାର ଥିଲା ଯାହା ମାଧ୍ୟମରେ ସେମାନେ ଅନଲାଇନ୍ କ୍ଲାସ୍ ସହ ଜଡ଼ିତ ହୋଇ ପାରୁଥିଲେ । ଏଥିପାଇଁ ତାଙ୍କୁ ଲକଡାଉନ୍ ସମୟରେ ଆମ୍ବ ବିକ୍ରି କରିବା ଆରମ୍ଭ କରିଦେଲେ ।

ବ୍ୟକ୍ତି ଜଣକ ୧.୨୦ ଲକ୍ଷ ଟଙ୍କାରେ କିଣିଲେ ୧୨ଟି ଆମ୍ବ

ତୁଳସୀ ଗ୍ରାହକମାନଙ୍କୁ ଅପେକ୍ଷା କରୁଥିବାର ନଜର ଆସିଲେ । ବାସ୍ତବରେ ସେ ଆମ୍ବ ବିକ୍ରି କରି ନୂଆ ମୋବାଇଲ୍ କିଣିବା ପାଇଁ ଚାହୁଁଥିଲେ, କାରଣ ସେ ଅନଲାଇନ୍ ମାଧ୍ୟମରେ ପାଠ ପଢିବା ପାଇଁ ଚାହୁଁଥିଲେ । କରୋନା ଯୋଗୁଁ ସ୍କୁଲ୍ ବନ୍ଦ ଅଛି, ଘରେ ଏଣ୍ଡ୍ରୋଏଡ୍ ମୋବାଇଲ୍ ନାହିଁ । ଏଥିପାଇଁ ତୁଳସୀ ଅନଲାଇନ୍ ମାଧ୍ୟମରେ ପଢ଼ିପାରୁନଥିଲେ । ଗତ ବର୍ଷରୁ ତାଙ୍କ ପାଠପଢ଼ା ବନ୍ଦ ଅଛି ।

ତୁଳସୀ ନିଜ ଅନଲାଇନ୍ କ୍ଲାସ୍ ପାଇଁ ନିଜ ବଳରେ ସ୍ମାର୍ଟ ଫୋନ୍ କିଣିବା ପାଇଁ ଚାହୁଁଥିଲେ । ଏଥିପାଇଁ ସେ ଲକଡାଉନ୍ ସମୟରେ ଆମ୍ବ ବିକ୍ରି କରିବା ଆରମ୍ଭ କରିଦେଲେ । ଏକ ସାଧାରଣ ସ୍ମାର୍ଟ ଫୋନ୍ ପାଇଁ ମଧ୍ୟ ତାଙ୍କୁ ୧୦ ହଜାର ଟଙ୍କା ଆବଶ୍ୟକ ଥିଲା । ଆମ୍ବ ବିକ୍ରି କରି କିଛି ସମୟ ମଧ୍ୟରେ ଏତେ ଟଙ୍କା ଅର୍ଜନ କରିପାରିବା ସମ୍ଭବ ନଥିଲା କିନ୍ତୁ ତୁଳସୀ ହାର ମାନିଲେ ନାହିଁ ।

ଏମିତିରେ ଆମେୟା ହେଟେ ଓ ତାଙ୍କ ପିତା ନରେନ୍ଦ୍ର ହେଟେ ତୁଳସୀଙ୍କ ପାଇଁ ଦେବଦୂତ ହୋଇ ଆସିଲେ ବାସ୍ତବରେ ବେଲ୍ୟୁଏବଲ୍ ଏଡୁଟେନମେନର ପ୍ରାଇଭେଟ୍ ଲିମିଟେଡ଼ର ପ୍ରବନ୍ଧ ନିର୍ଦ୍ଦେଶକ ଅମେୟା ହେଟେ ଓ ତାଙ୍କ ପିତାଙ୍କୁ ତୁଳସୀର ପାଠପଢ଼ା ପ୍ରତି ରୁଚି ପସନ୍ଦ ଆସିଲା ଏବଂ ସେମାନେ ୧୨ଟି ଆମ୍ବ ୧.୨ ଲକ୍ଷ ଟଙ୍କାରେ କିଣିନେଲେ ।

ସେ ଚାହିଁଥିଲେ ଏପରି ତୁଳସୀକୁ ସାହାଯ୍ୟ କରିପାରି ଥାନ୍ତେ କିନ୍ତୁ ବୋଧହୁଏ ସେ ଏହି ଶିଶୁ କନ୍ୟାର ଆତ୍ମ ସମ୍ମାନକୁ ଓ ସ୍ୱାଭିମାନକୁ ବଜାୟ ରଖିବା ପାଇଁ ଚାହୁଁଥିଲେ । ଏହି କାରଣରୁ ସେ ତୁଳସୀଙ୍କ ସାହାଯ୍ୟ ପାଇଁ ତାଙ୍କ ଠାରୁ ୧୨ଟି ଆମ୍ବ କିଣିନେଲେ ଓ ତାଙ୍କୁ ୧.୨୦ ଲକ୍ଷ ଟଙ୍କା ଦେଲେ ।

ତୁଳସୀଙ୍କ ପାଇଁ ଦେବଦୂତ ହୋଇ ଆସିଥିବା ଅମେୟା ହେଟେ ଓ ତାଙ୍କ ପିତା ନରେନ୍ଦ୍ର ହେଟେ ୧୦ ହଜାର ଟଙ୍କାର ଗୋଟିଏ ଆମ୍ବ କିଣିନେଲେ । ସେ ଝିଅ ଠାରୁ ୧୨ଟି ଆମ୍ବ କିଣିଲେ । ଏହା ବଦଳରେ ତାଙ୍କୁ ୧.୨୦ ଲକ୍ଷ ଟଙ୍କା ଦିଆଗଲା । ଏତିକିନୁହେଁ ତୁଳସୀକୁ ଏକ ମୋବାଇଲ୍ ଫୋନ୍ ଆଉ ଦୁଇ ବର୍ଷର ଇଣ୍ଟରନେଟ୍ ମଧ୍ୟ ମାଗଣା ମିଳିଲା ।

ବର୍ତ୍ତମାନ ତାଙ୍କୁ ଅନଲାଇନ୍ ପାଠପଢ଼ା କରିବାରେ କୌଣସି ଅସୁବିଧା ନାହିଁ । ଅମେୟା ହେଟେ ଓ ନରେନ୍ଦ୍ର ହେଟେଙ୍କ ଦ୍ଵାରା ମିଳିଥିବା ଏହି ସାହାଯ୍ୟ ପରେ ତୁଳସୀଙ୍କ ପିତା ଶ୍ରୀମଲ୍ କୁମାର୍ ବହୁତ ଖୁସି ଥିଲେ ।

ତୁଳସୀଙ୍କ ପିତା ଶ୍ରୀମଲ୍ କୁମାରଙ୍କ ଅନୁଯାୟୀ ଏହି ଖରାପ ପରିସ୍ଥିତିରେ ନରେନ୍ଦ୍ର ତାଙ୍କ ପାଇଁ ଭଗବାନ ସ୍ୱରୂପ ଆସିଥିଲେ ଓ ବର୍ତ୍ତମାନ ତାଙ୍କ ଝିଅ ଆଗକୁ ପଢି ପାରିବେ । ଏହି ଅବସରରେ ତୁଳସୀଙ୍କ ମାଁ ପଦ୍ମିନୀ ଦେବୀ ନରେନ୍ଦ୍ର ହେଟେଙ୍କୁ ଧନ୍ୟବାଦ ଅର୍ପଣ କଲେ । ସେପଟେ ବର୍ତ୍ତମାନ ଏଥିରୁ ତୁଳସୀ ଖୁବ୍ ଆନନ୍ଦିତ ଅଛନ୍ତି ।

Leave a Reply

Your email address will not be published. Required fields are marked *