ଦୀବାବଳୀ ୨୦୨୦ : ଯଦି କରିପାରିବେ ମାତା ଲକ୍ଷ୍ମୀଙ୍କ ଏହି ୭ଟି ଉପାୟ, ତେବେ ଧାରା ଶ୍ରାବଣର ବର୍ଷା ପରି ଟଙ୍କାର ବର୍ଷା ହେବ !

ହିନ୍ଦୁଧର୍ମର ବିଭିନ୍ନ ପର୍ବପର୍ବାଣୀ ମଧ୍ୟରୁ ଦୀପାବଳୀ ଏକ ବଡ ପର୍ବ ଅଟେ । ଆସନ୍ତାକାଲି ଦୀପାବଳୀ ପର୍ବ । ସମସ୍ତେ ଦୀପାବଳୀ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ଧନତେରାସର ପର୍ବ ଆଜି ଏବଂ ଆସନ୍ତାକାଲି ଦୀପାବଳୀ ପର୍ବ ପାଳନ କରାଯିବ । ଶନିବାର ଦିନ ଦେଶ ତଥା ବିଦେଶରେ ରହୁଥିବା କୋଟି କୋଟି ହିନ୍ଦୁ ଧର୍ମାବଲମ୍ବୀମାନେ ଏହି ଦୀପାବଳି ପର୍ବ ପାଳନ କରିବେ ।

ଦୀପାବଳି ଦିନ ମାତା ଲକ୍ଷ୍ମୀଙ୍କୁ ଘରେ ପୂଜା କରାଯାଏ ଏବଂ ଏହି ପର୍ବ ଆତସବାଜି ସହିତ ପାଳନ କରାଯାଏ । ଏଭଳି ପରିସ୍ଥିତିରେ ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ଏବଂ ଏହାକୁ ଦୃଷ୍ଟିରେ ରଖି ଆମେ ଆପଣଙ୍କୁ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ୭ଟି ଉପାୟ କହିବାକୁ ଯାଉଛୁ । ଯଦି ଆପଣ ଏହି ୭ଟି ଉପାୟ ଆପଣାଇବେ ତେବେ ଆପଣ ମଧ୍ୟ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ କରିପାରିବେ । ତଥାପି ମନେ ରଖନ୍ତୁ; ଏହି ସମୟ ମଧ୍ୟରେ ଆପଣ କୌଣସି ପ୍ରକାରର ଭୁଲ୍ କିମ୍ବା ଅବହେଳା ଯେପରି କରିବେ ନାହିଁ । ଦେଖାଯାଏ ଯେ, ଦୀପାବଳୀ ସମୟରେ ସମସ୍ତେ ମାତା ଲକ୍ଷ୍ମୀଙ୍କ କୃପା ଲାଭ କରିବାକୁ ଚାହାଁନ୍ତି ଏବଂ ବାସ୍ତୁ ଶାସ୍ତ୍ରରେ କିଛି ପଦକ୍ଷେପ ମଧ୍ୟ ରହିଛି, ଯାହା ମାଧ୍ୟମରେ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ତାଙ୍କର ଅନୁଗ୍ରହ ରଖିବେ । ତେବେ ଆସନ୍ତୁ ଜାଣିବା ସେହି ୭ଟି ପ୍ରତିକାର କ’ଣ କ’ଣ ?

ଦୀପାବଳୀ ଦିନ ଘରକୁ ଭଲ ଭାବରେ ସଜାନ୍ତୁ ଏବଂ ପରିଷ୍କାର ପରିଚ୍ଛନ୍ନତାର ସହ ଯତ୍ନ ନିଅନ୍ତୁ । କାରଣ ମାତା ଲକ୍ଷ୍ମୀ ସ୍ୱଚ୍ଛତା ସ୍ଥାନରେ ରୁହନ୍ତି । ଘରର ମୁଖ୍ୟ ପ୍ରବେଶ ପଥରେ ତୋରଣ, ଫୁଲ, ରଙ୍ଗୋଲି ଇତ୍ୟାଦିରେ ଘର ସଜାଇବା ଉଚିତ । ଆପଣ ଘର ସଜାଇବା ପାଇଁ ଦୀପଗୁଡ଼ିକର ସାହାଯ୍ୟ ମଧ୍ୟ ନେଇପାରିବେ । ଦୀପର ଆଲୋକ ଆପଣଙ୍କ ସାଜସଜ୍ଜାରେ ଚମତ୍କାର କରିପାରିବ ।

ଦୀପାବଳୀ ଦିନ ଯେତେବେଳେ ଆପଣ ଘର ସଫା କରିବା ସମୟରେ ସେହି ସମୟରେ ପାଣିରେ ଏକ ଚାମୁଚ ଲୁଣ ମିଶାଇ ଘର ପୋଛନ୍ତୁ । ଏହା କରିବା ଦ୍ୱାରା ସକରାତ୍ମକ ଶକ୍ତି ଏବଂ ସୁଗନ୍ଧ ଆପଣଙ୍କ ଘରେ ରହିବ । ଦୀପାବଳି ପୂଜା ପୂର୍ବରୁ ମଧ୍ୟ ଏହିପରି କରନ୍ତୁ ।

ଦୀପାବଳି ପୂଜା ସମୟରେ, ଦିଗ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଅନ୍ତୁ । ବାସ୍ତୁଶାସ୍ତ୍ରରେ କୁହାଯାଇଛି ଯେ, ଦେବୀ ମାତା ଲକ୍ଷ୍ମୀଙ୍କ ଫୋଟକୁ ଉତ୍ତର ଦିଗକୁ ମୁହଁ କରାଇ ସ୍ଥାପନ କରିବା ପୂଜାର୍ଚ୍ଚନା କରିବା ଅତ୍ୟନ୍ତ ମଙ୍ଗଳଦାୟକ ହୋଇଥାଏ । ଧନଦେବତା କୁବେରଙ୍କ ପ୍ରତିମୂର୍ତ୍ତି ମାତା ଲକ୍ଷ୍ମୀଙ୍କ ସହିତ ଦକ୍ଷିଣ ଦିଗରେ ରଖାଯିବା ଉଚିତ ।

ଧାର୍ମିକ ଦୃଷ୍ଟିକୋଣରୁ ମୁଖ୍ୟ ଦ୍ଵାର ସଜାଯାଇଥିବା ତୋରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଏହା ଘରେ ରହିଥିବା ନକାରାତ୍ମକ ଶକ୍ତିକୁ ଦୂର କରିଥାଏ । ତେଣୁ, ଘରର ମୁଖ୍ୟ ଦ୍ଵାରାରେ ଆମ୍ବ ପାତ୍ର କିମ୍ବା ଅଶୋକା ପତ୍ରର ତୋରଣ ଲଗାଇବା ଅତ୍ୟନ୍ତ ଶୁଭ ଅଟେ ।

ହିନ୍ଦୁ ଧର୍ମରେ ଗଙ୍ଗା ଜଳ ଅତ୍ୟନ୍ତ ପବିତ୍ର ଓ ଶୁଦ୍ଧ ବୋଲି ବିବେଚନା କରାଯାଏ । ଦୀପାବଳିରେ ଘରର ପ୍ରତ୍ୟେକ କୋଣରେ ଗଙ୍ଗା ପାଣି ଛିଞ୍ଚନ କରନ୍ତୁ । ଏହା ଘରର ପବ୍ରିତତା ଏବଂ ଶୁଦ୍ଧତା ବଜାୟ ରଖିବ ।

ଯେତେବେଳେ ଆପଣ ଘରର ମୁଖ୍ୟ ପ୍ରବେଶ ପଥରେ ତୋରଣ ସଜାଉଛନ୍ତି, ଏହି ସମୟ ମଧ୍ୟରେ, ମୁଖ୍ୟ ଦ୍ୱାରରେ ଏକ ଶ୍ଵସ୍ତିକ ପ୍ରସ୍ତୁତ କରନ୍ତୁ । ମାତା ଲକ୍ଷ୍ମୀ ଶ୍ଵସ୍ତିକକୁ ଭଲ ପାଆନ୍ତି । ଆପଣ ଘରର କାନ୍ଥରେ ଶ୍ଵସ୍ତିକ ମଧ୍ୟ ତିଆରି କରିପାରିବେ ।

ଆମେ ଆପଣଙ୍କୁ, ପୂର୍ବରୁ କହିସାରିଛୁ ଯେ ମାତା ଲକ୍ଷ୍ମୀ ସ୍ୱଚ୍ଛତାକୁ ଅଧିକ ଭଲ ପାଆନ୍ତି । ଏହି ପରିପ୍ରେକ୍ଷୀରେ, ଯଦି ଆପଣ କେବଳ ଘରେ ନୁହେଁ ଘରର ଚାରିପାଖରେ ମଧ୍ୟ ସଫାସୁତାର କରିବାର ଯତ୍ନ ନିଅନ୍ତି; ତେବେ ଏହା ଭଲ ହେବ । ଘର ସମ୍ମୁଖରେ କିମ୍ବା ଚାରିପାଖରେ କୌଣସି ପ୍ରକାରର ଆବର୍ଜନା ରଖନ୍ତୁ ନାହିଁ ।

Be the first to comment

Leave a Reply

Your email address will not be published.


*