ଦୀପିକା, ସାରା ଓ ଶ୍ରଦ୍ଧାଙ୍କୁ ପଚରାଉଚରା କରିବା ପରେ ବର୍ତ୍ତମାନ NCB ସନ୍ଦେହ ଘେରରେ ଅଛନ୍ତି ବଲିଉଡ଼ର ୭ଟି ବଡ଼ କଳାକାର !

ବଲିଉଡ଼ରେ ପ୍ରସାରିତ ନିଶାଦ୍ରବ୍ୟ ମାମଲାରେ ଅନେକ ବଡ଼ ବଡ଼ କଳାକାରଙ୍କ ରାତିର ନିଦ ଉଡ଼ିଯାଇଛି । ନିକଟରେ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋରେ ଚଳଚ୍ଚିତ୍ର ଜଗତର ବଡ଼ ବଡ଼ ଅଭିନେତ୍ରୀ ଦୀପିକା ପାଦୁକୋନ, ସାରା ଅଲି ଖାନ୍, ଶ୍ରଦ୍ଧା କପୂର ଓ ରକୁଲ ପ୍ରୀତ ସିଂହଙ୍କୁ ସମନ ପଠାଇ ପଚରାଉଚରା କରିଛନ୍ତି । ଏଥି ମଧ୍ୟରେ ଖବର ଆସୁଛି ଯେ NCB ପ୍ରମୁଖ ରାକେଶ ଅସ୍ଥାନା ଅଧିକାରୀ ମାନଙ୍କ ସହ ଯାଞ୍ଚର ସମୀକ୍ଷା କରିଛନ୍ତି । ଏହି ବୈଠକରେ ଅନେକ ବଡ଼ ବଡ଼ ଜଣାଶୁଣା କଳାକାରଙ୍କୁ ସମନ ପଠାଇ ପଚରାଉଚରା କରିବା ପାଇଁ ମଞ୍ଜୁରୀ ଦିଆଯାଇଛି ।

ଯେପରି ସମୟ ଆଗକୁ ବଢ଼ୁଛି, ସେପରି ଏନସିବିର ଯାଞ୍ଚରେ ଅନେକ ଜଣାଶୁଣା ଚେହେରା ସାମନାକୁ ଆସୁଅଛି । ଗତ କିଛି ଦିନରୁ ଚାଲୁଥିବା ଯାଞ୍ଚର ସମୀକ୍ଷା କରିବା ପାଇଁ ରବିବାର ଦିନ NCB ପ୍ରମୁଖ ରାକେଶ ଅସ୍ଥାନା ମୁମ୍ବାଇ ପହଞ୍ଚିଥିଲେ । ଏଠାରେ ରାକେଶ ଅସ୍ଥାନା ଅଧିକାରୀ ମାନଙ୍କ ଠାରୁ ଦେଖା ସାକ୍ଷାତ କରି ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଯାଞ୍ଚର ଚର୍ଚ୍ଚା କରିଛନ୍ତି ।

ସୂତ୍ରରୁ ଜଣାପଡ଼ିଛି ଯେ ରାକେଶ ଅସ୍ଥାନା ନିଜ ସମ୍ପୂର୍ଣ୍ଣ ଟିମକୁ ଖୋଲାଖୋଲି ଭାବେ ତଦନ୍ତ କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି । ରିପୋର୍ଟ ଅନୁଯାୟୀ ରାକେଶ ଅସ୍ଥାନା ଅଧିକାରୀ ମାନଙ୍କୁ ପ୍ରମାଣ ସାମ୍ନାକୁ ଆସିବା ପରେ କୌଣସି ବଡ଼ କଳାକାରଙ୍କୁ ସମନ ପଠାଇ ପଚରାଉଚରା କରିବା ପାଇଁ ମଞ୍ଜୁରୀ ପ୍ରଦାନ କରି ଦେଇଛନ୍ତି । ଖବର ଏହା ମଧ୍ୟ ଆସୁଛି ଯେ NCB ଅଧିକାରୀ ମାନେ ଏପରି ୭ ବଡ଼ ବଡ଼ ସିନେ କଳାକାରଙ୍କ ନାମ ସୂଚୀରେ ସାମିଲ ରହିଛି । ଯେଉଁମାନଙ୍କୁ ଆଗାମୀ ଦିନରେ ପଚରାଉଚରା ପାଇଁ NCB ଅଫିସକୁ ଡକାଯାଇପାରେ । ଏମାନଙ୍କ ମଧ୍ୟରେ ଅନେକ ଜଣାଶୁଣା ପ୍ରଯୋଜକଙ୍କ ନାମ ମଧ୍ୟ ସାମିଲ ରହିଛି ।

ଆପଣଙ୍କୁ ଜଣାଇଦେଉଛୁ ଯେ ଅଧିକାରୀ ମାନଙ୍କ ସହ ହୋଇଥିବା ବୈଠକରେ NCB ପ୍ରମୁଖ ରାକେଶ ଅସ୍ଥାନା ଏହା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ ଯାଞ୍ଚରେ ଏପରି ନ ଲାଗିବା ଉଚିତ ଯେ କୌଣସି ବ୍ୟକ୍ତି କିମ୍ବା କୌଣସି ସମୂହ ଉପରେ ଲକ୍ଷ୍ୟ ସାଧିତ କରାଯାଉଛି । ରାକେଶ ଅସ୍ଥାନା (Rakesh Asthana) କହିଛନ୍ତି ଯେ ଯାଞ୍ଚ କେବଳ ଡ୍ରଗ୍ସ ପେଡ଼ଲରକୁ ଧରିବା ପାଇଁ ଅଟେ ।

ଆପଣଙ୍କୁ ସୁଚାଇଦେଉଛୁ ଯେ ନିକଟରେ ଧର୍ମା ପ୍ରଡକ୍ସନର ଏକଯ୍ୟୁକେଟିଭ ପ୍ରଡ୍ୟୁସର କ୍ଷୀତିଜ ପ୍ରସାଦ (Kshitij Prasad)ଙ୍କୁ ମଧ୍ୟ ଏନସିବି ଗିରଫ କରି ନେଇଛି । କ୍ଷୀତିଜ ପଚରାଉଚରା ସମୟରେ ପାଞ୍ଚଟି ବଡ଼ ବଡ଼ କଳାକାରଙ୍କ ନାମ ନେଇଥିଲେ । ଏଥି ମଧ୍ୟରୁ ଦୁଇଟି ବଡ଼ ପ୍ରଯୋଜକ ମଧ୍ୟ ସାମିଲ ଅଛନ୍ତି । ଏହି ବୟାନ ଆଧାର କରି ଆଗାମୀ ଦିନରେ ବଲିଉଡ଼ର ଅନେକ ‘ଏ’ ସୂଚୀ କଳାକାରଙ୍କୁ ନୋଟିସ ପଠାଇ ପଚରାଉଚରା କରିବା ପାଇଁ ଡକାଯାଇପାରେ ।

ଅନ୍ୟପଟେ ଯାଞ୍ଚକୁ ଆଗକୁ ବଢ଼ାଇ ଏନସିବି ଦୀପିକା ପାଦୁକୋଣ, ସାରା ଅଲି ଖାଁ ଓ ଶ୍ରଦ୍ଧା କପୂର ମଧ୍ୟ ପୁଣିଥରେ ପଚରାଉଚରା କରିପାରେ । ସୂତ୍ରରୁ ଜଣାପଡ଼ିଛି ଯେ ଚାରୋଟି ଅଭିନେତ୍ରୀଙ୍କ ସହିତ ହୋଇଥିବା ପଚରାଉଚରାରେ ମିଳିଥିବା ଉତ୍ତରରେ ଏନସିବି ର ଅଧିକାରୀ ସନ୍ତୁଷ୍ଟ ନୁହଁନ୍ତି । ସମସ୍ତଙ୍କୁ ପୁଣିଥରେ ଡକାଯାଇପାରେ ।

Be the first to comment

Leave a Reply

Your email address will not be published.


*