06 ଅକ୍ଟୋବର 2020, ମଙ୍ଗଳବାର- ଆର୍ଥିକ ଦୃଷ୍ଟିକୋଣରୁ ୮ଟି ରାଶିର ବ୍ୟକ୍ତଙ୍କ ପାଇଁ ଦିନଟି ଲାଭଦାୟକ ରହିବ । ସ୍ଥଗିତ

06 ଅକ୍ଟୋବର 2020, ମଙ୍ଗଳବାର- ଆର୍ଥିକ ଦୃଷ୍ଟିକୋଣରୁ ୮ଟି ରାଶିର ବ୍ୟକ୍ତଙ୍କ ପାଇଁ ଦିନଟି ଲାଭଦାୟକ ରହିବ । ସ୍ଥଗିତ କାର୍ଯ୍ୟକୁ ପୂର୍ଣ୍ଣ କରିବେ ଓ ବକେୟା ଅର୍ଥ ଆଦାୟ କରିବାରେ ସମର୍ଥ ହେବ ।

ଆଜି ଆମେ ଆପଣଙ୍କୁ ୦୬ ଅକ୍ଟୋବର ମଙ୍ଗଳବାରର ରାଶିଫଳ କହିବାକୁ ଯାଉଛି । ରାଶିଚକ୍ର ମନୁଷ୍ୟ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି, ଏହାର ପ୍ରଭାବ ବ୍ୟକ୍ତିଙ୍କ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଗ୍ରହର ପରିବର୍ତ୍ତନ ଫଳରେ ରାଶିଗୁଡିକ ଉପରେ ମଧ୍ୟ ଭଲ ହେଉ ବା ମନ୍ଦ କିଛି ନା କିଛି ପ୍ରଭାବ ନିଶ୍ଚୟ ପଡିଥାଏ । ଗ୍ରହର ସ୍ଥିତି ଭଲ ଥିଲେ ବ୍ୟକ୍ତିର ଜୀବନରେ ଏହାର ସୁପ୍ରଭାବ ପଡିଥାଏ ଓ ବ୍ୟକ୍ତି ଉନ୍ନତି କରିଥାଏ କିନ୍ତୁ ଗ୍ରହ ସ୍ଥିତି ଭଲ ନ ଥିଲେ, ବ୍ୟକ୍ତିର ଜୀବନରେ ବିଭିନ୍ନ ପ୍ରକାର ସମସ୍ୟା ଓ ପ୍ରତିବନ୍ଧକ ଲାଗି ରହିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ମାନସିକ ଅସ୍ଥିରତା ମଧ୍ୟ ଦେଇ ଗତି କରିବେ । ଧନ ସ୍ଥାନରେ ରାହୁ ସହ ଚନ୍ଦ୍ର ଅବସ୍ଥାନ ଯୋଗୁଁ ଧନହାନି କିମ୍ବା ଅର୍ଥକୁ କେନ୍ଦ୍ର କରି ବିବାଦ ଦେଖାଦେଇପାରେ । ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିମାନଙ୍କ ମିଥ୍ୟା ଅଭିଯୋଗ ସକାଶେ ମନରେ ଅଶାନ୍ତି ଲାଗିରହିବ । ବ୍ୟବସାୟରେ ନାନା ପ୍ରକାର ସମସ୍ୟା ଓ ପ୍ରତିବାନ୍ଧକ ମଧ୍ୟ ଦେଇ ଗତି କରିବେ । ଦୀର୍ଘ ଦିନରୁ ଅଟକି ଥିବା କାମଟି ବନ୍ଧୁଙ୍କ ସହାୟତାରେ ହଠାତ୍ ଆରମ୍ଭ କରିବାକୁ ମନ ବଳାଇବେ । ଅଫିସରେ ସହକର୍ମୀଙ୍କ ସହିତ ଅଧିକାଂଶ ସମୟ ଅତିହାବିତ କରିବେ । ଆର୍ଥିକ ସ୍ଥିତି ଦୁର୍ବଳ ରହିବ । ଆବଶ୍ୟକତା ପୂରଣ କରିବା ସକାଶେ ଧାରକରଜ କରିପାରନ୍ତି । ଆପୋସ ଆଲୋଚନା ଦ୍ୱାରା ପାରିବାରିକ ସମସ୍ୟାର ସମାଧାନ କରିପାରିବେ । ସହଧର୍ମୀଙ୍କ ସହଯୋଗ ମିଳିବ ଦ୍ଵାରା ମନୋବଳ ଦୃଢ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ରହିବ । ଚତୁର୍ଥାଧିପଙ୍କ ସହ ଚନ୍ଦ୍ରଙ୍କ ସଂଯୋଗ ଆପଣଙ୍କ ଅଭାବ ପୂରଣ ଦିଗରେ ସହକର୍ମୀ କିମ୍ବା ପଡୋଶୀମାନେ ସାହାଯ୍ୟ କରିବେ । ବ୍ୟବସାୟ ବାଣିଜ୍ୟରେ ପ୍ରତିଦ୍ୱନ୍ଦିତା ଲାଗିରହିଲେ ମଧ୍ୟ ସ୍ଥିତି ଭଲ ରହିବ । ନୂତନ କାର୍ଯ୍ୟାରମ୍ଭ ନିମନ୍ତେ ବନ୍ଧୁଙ୍କ ସହ ଆଲୋଚନା କରିବେ । ଅଫିସରେ ଉପରିସ୍ଥ କର୍ମଚାରୀମାନଙ୍କ ଅନୁକମ୍ପାରୁ ସ୍ଥଗିତ କାମକୁ ତ୍ୱରାନ୍ୱିତ କରିବେ । ସଭାସମିତିରେ ବିତର୍କ ଜନିତ ସାମୟିକ ଅସ୍ଥିରତାର ସୂଚନା ମଧ୍ୟ ରହିଛି । ରାଜନୀତି କ୍ଷେତ୍ରରେ ସମର୍ଥକମାନଙ୍କ ଶୁଭ କାମନାରୁ ଖୁସି ରହିବେ । ସମାଜରେ ଆପଣଙ୍କ ପ୍ରତିଛବି ଭଲ ରହିବ । ପାରିବାରିକ ସମସ୍ୟା ସୁଧଉାରି ନେବା ପାଇଁ ପ୍ରଯତ୍ନ କରିବେ । ପତିପତ୍ନୀଙ୍କ ମଧ୍ୟରେ ସମ୍ପର୍କ ଭଲ ରହିବ । ନିର୍ଦ୍ଧାରିତ ସମୟରେ ଖାଦ୍ୟପେୟ କରନ୍ତୁ ଓ ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ବାବା ଆଖଣ୍ତଳମଣି ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଆଜି ଆପଣ ହସଖୁସୀର ପରିବେଶ ଭିତରେ ନିଜକୁ ହଜାଇ ଦେବେ । ଚତୁର୍ଥାଧିପ ଏକାଦଶରେ ଧନାଧିପ ସଂଯୋଗରୁ ନୂତନ ଗୃହ, ଯାନବାହନ କ୍ରୟ କରିପାରନ୍ତି । କିନ୍ତୁ ଆଜି ଆପଣଙ୍କ ମନର ଭାବ ଓ ଭାଷା କଠୋର ଯୋଗୁଁ କେତେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ନିଜର ଲୋକମାନେ ଶତ୍ରୁତା କରିବା ଫଳରେ କେତେକ କାମରେ ସାମୟିକ ବାଧା ଉପୁଜିପାରେ । ବ୍ୟବସାୟ ଓ ବାଣିଜ୍ୟରେ ଆର୍ଥିକ ସ୍ଥିତି ମଜବୁତ ରହିବ । ଅଫିସରେ ସୁସ୍ଥ ବାତାବରଣ ରହିବା ସଙ୍ଗେ ସଙ୍ଗେ ସହକର୍ମୀଙ୍କ ସାହାଯ୍ୟ ଓ ସହଯୋଗର ଅଭାବ ଅନୁଭବ କରିବେ ନାହିଁ । ଅନୁଷ୍ଠାନିକ କାମ, ସଭାସମିତିରେ ଯଶ, ମାନସମ୍ମନ ବୃଦ୍ଧି ହେବ । ଯାତ୍ରା ସମୟରେ ନିଜ ଜିନିଷପତ୍ରର ଧ୍ୟାନ ରଖନ୍ତୁ । ପରିବାରରେ ହସଖୁସିର ମହୋଲ ରହିବ । ଘର ସଜ୍ଜାସଜ୍ଜିରେ ଅଧିକାଂଶ ସମୟ ଅତିବାହିତ କରିବେ । ଦାମ୍ପତ୍ୟ ଜୀବନ ପ୍ରେମରେ ଭରପୁର ରହିବ । ସ୍ଵସ୍ଥ୍ୟାବସ୍ଥାରେ ଉନ୍ନତି ଯୋଗୁଁ ମନ ଆନନ୍ଦିତ ରହିବ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଗାୟତ୍ରୀ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ମଧୁର ବିନୟ ବଚନ ପ୍ରଭାବରୁ ସମସ୍ୟାଗୁଡିକର ସରଳ ସମାଧାନ କରିବାରେ ସମର୍ଥ ହେବେ । ରବି ଏବଂ ବୁଧ ତଥା ଶୁକ୍ର ନିଜ ନିଜର ସ୍ଥାନ ପରିବର୍ତ୍ତନ କରିଥିବାରୁ ଯୋଗୁଁ ପାରିବାରିକ କ୍ଷେତ୍ରରେ ସୁଖଦ ଅନୁଭୂତି କରିବେ । ଅତି ପରିଚିତ ବନ୍ଧୁଙ୍କ ସାହାଯ୍ୟରୁ ନୂତନ କର୍ମାରମ୍ଭ କରିବାର ଯୋଗ ରହିଛି । ଆର୍ଥିକ ସ୍ଥିତିରେ ସୁଧାର ଆସିବ । କର୍ମକ୍ଷେତ୍ରରେ ଲାଗିରହିଥିବା ବିବାଦର ଆଶୁ ସମାଧାନ ହେବ । ଅଫିସରେ ଉଚ୍ଚାଧିକାରୀଙ୍କ ସହାୟତା ପାଇବେ । ସମାଜର ବରିଷ୍ଠ ତଥା ସମ୍ମାନନୀୟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ପ୍ରାପ୍ତ କରିବେ ଓ ଗଠନମୂଳକ କାର୍ଯ୍ୟରେ ଲିପ୍ତ ରହିବ । ସାମୟିକ ପାରିବାରିକ ସମସ୍ୟା ମନକୁ ଭାରକ୍ରାନ୍ତ କରିପାରେ । ଜୀବନ ସାଥୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସୂର୍ଯ୍ୟଦେବ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଆଜି ସାମୟିକ ବିଭିନ୍ନ ପ୍ରକାରର ଅସ୍ଵାଭାବିକ ପରିସ୍ଥିତିକୁ ସାମ୍‌ନା କରିବା କରିବାକୁ ପଡିବ । ଶନିଙ୍କ ପ୍ରଭାବରୁ ସାମୟିକ ପାରିବାରିକ ସମସ୍ୟାକୁ ନେଇ ଅର୍ନ୍ତଦ୍ୱନ୍ଦ୍ୱ ଲାଗି ରହିବ । ସଦାବେଳେ ହାତଖାଲି ରହିବା କାରଣରୁ ମନରେ ସରସତା ରହିବ ନାହିଁ । ବ୍ୟବସାୟ କ୍ଷେତ୍ରରେ ସାମୟିକ ଆର୍ଥିକ ସ୍ଥିତି ମାନ୍ଦା ରହିବ । ଅଫିସରେ କାର୍ଯ୍ୟଭାର ଅଧିକ ରହିବ । ଅଫିସରେ କୌଣସି ଫାଇଲ କାମ ସମ୍ପର୍କରେ ଉପରିସ୍ଥଙ୍କୁ କୈଫିୟତ୍‌ ଦେବାକୁ ପଡିବ । ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନରେ ଦାଗ ଲାଗିବ । ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ । ପରକଥାରେ ପଡି ପରିବାର ଲୋକଙ୍କୁ ଭୁଲ୍ ବୁଝିବେ । ପିଲାମାନଙ୍କ ପାଇଁ ବ୍ୟସ୍ତ ବିବ୍ରତ ହେବେ । ଦାମ୍ପତ୍ୟ ଜୀବନରେ ସାମୟିକ ମତଭେଦ ଦେଖାଦେଇପାରେ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ଶାରଳା ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ମନରେ ସକାରାତ୍ମକ ଭାବନା ନେଇ କାର୍ଯ୍ୟ କରନ୍ତୁ, ବିଳମ୍ବ ହେଲେ ମଧ୍ୟ କାର୍ଯ୍ୟରେ ସଫଳତା ମିଳିବ । ରାଶିରେ ରବି ଅବସ୍ଥାନ କରିଥିବା ଯୋଗୁଁ ଖର୍ଚ୍ଚାନ୍ତ ମଧ୍ୟରେ କାମ ସମ୍ପାଦନ କରିବେ । ମନରେ ଶୁଦ୍ଧ ଭାବନା ଓ କର୍ମନିଷ୍ଠା ରହିଥିଲେ ମଧ୍ୟ ପାରିବେଶିକ ବ୍ୟତିକ୍ରମ କର୍ମକ୍ଷେତ୍ରର ଯୋଜନାକୁ ବଦଳାଇ ଦେବ । ବ୍ୟବସାୟରେ ସ୍ଥିତି ଭଲ ରହିବ । କାମର ଚାପ ବୃଦ୍ଧି ପାଇବା କାରଣରୁ ମନରେ ସରସତା ରହିବ ନାହିଁ । ପ୍ରଶାସନ କିମ୍ବା ରାଜନୀତିରେ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ । ହଠାତ୍‌ ବନ୍ଧୁଙ୍କ ସହ ଅର୍ଥ ସମ୍ପର୍କକୁ ନେଇ ଭାତ୍ରୁବିବାଦ ଦେଖାଦେଇ ପାରେ । ପାରିବାରିକ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ମହାଦେବ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଆଜିର କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ସହ ସମ୍ପର୍କ ଭଲ ରହି ନ ପାରେ । ଏକ ସାଧାରଣ କଥାକୁ କେନ୍ଦ୍ର କରି କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ତିକ୍ତତା ଦେଖାଦେଇପାରେ । ସାମାଜିକ ସ୍ତରରେ ନିଜକୁ ଆଗରେ ରଖିପାରିବେ ନାହିଁ, ଫଳରେ ପଶ୍ଚାତ୍ତାପ କରିପାରନ୍ତି । ଆଗାମୀ ଆନୁଷ୍ଠାନିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବେ । ଘର ସାଜସଜ୍ଜା, ଗାଡି ମୋଟର ଆଦି ଯାନ୍ତ୍ରିକ ଜିନିଷର ମରାମତିରେ ଅଧିକ ସମୟ ଅତିବାହିତ କରିପାରନ୍ତି । ଅବଶ୍ୟ ପାରିବାରିକ କ୍ଷେତ୍ରରେ ବିଶେଷ କିଛି ଅପ୍ରୀତିକର ପରିସ୍ଥିତିର ସମ୍ଭାବନା ନାହିଁ । ବନ୍ଧୁଗହଣରେ ନୂତନ ଭାବେ ମିତ୍ରତାର ବନ୍ଧନରେ ଆବଦ୍ଧ ହେବେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ପ୍ରଭୁ ହନୁମାନ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ମାନସିକ ସ୍ତରରେ ଦିନଟି ଭଲ ରହିଲେ ମଧ୍ୟ ଟଙ୍କା ପଇସାକୁ ଅସ୍ତବ୍ୟସ୍ତ ହେବାକୁ ପଡିପାରେ । ରାହୁ ଯୁକ୍ତ ବୁଧ ହେତୁ ଟଙ୍କା ପଇସା ଯୋଗାଡ କରିବା ମଧ୍ୟ କାଠିକର ପାଠ ହେବ । ମାନସିକ ଅସ୍ଥିରତା କାରଣରୁ ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବାରେ ଅବହେଳା କରିପାରନ୍ତି । କର୍ମକ୍ଷେତ୍ରରେ ମଧ୍ୟ ଗୋଟିଏ ପରେ ଗୋଟିଏ ସମସ୍ୟା ମୁଣ୍ଡ ଟେକି ଉଭା ହେବ, ଯାହାଦ୍ଵାରା ମନରେ ଆଦୌ ସରସତା ରହିବ ନାହିଁ । ଏକ ସାଧାରଣ କଥାକୁ କେନ୍ଦ୍ର କରି ସହକର୍ମୀଙ୍କ ସହ ଉଚ୍ଚବାଚ ଘଟିପାରେ । ସାମାଜିକ ସ୍ତରରେ ଜୀବନରେ ଅଶାନ୍ତିର ବାତାବରଣ ରହିବ । ବହୁତ ଦିନରୁ ଖୋଜୁଥିବା ଜିନିଷର ସନ୍ଧାନ ଡେରିରେ ମିଳିବ । କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ସକାରାତ୍ମକ ଭାବନା ନେଇ କାର୍ଯ୍ୟ କରନ୍ତୁ । ଶନି ଓ ଶୁକ୍ରଙ୍କ ପାରସ୍ପରିକ ଦୃଷ୍ଟି ଯୋଗୁଁ ମନରେ ଆଶା ପୂରଣରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ବାଣିଜ୍ୟ, ବ୍ୟବସାୟ ଓ କାର୍ଯ୍ୟସାଧନ ଦିଗରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ସମସ୍ୟା ଲାଗି ରହିଥିଲେ ମଧ୍ୟ ଆପଣ ଧୀରପାଣି ପଥର କାଟେ ନୀତିରେ କାମ ହାସଲ କରିପାରିଲେ ସଫଳତା ପ୍ରାପ୍ତ କରିବେ । କୌଣସି ଜଣେ ବ୍ୟକ୍ତିଙ୍କ ଦ୍ୱାରା ଅପମାନିତ ହୋଇପାରନ୍ତି । ବ୍ୟବସାୟୀମାନେ ବେଶ ଲାଭବାନ ହେବେ ଏବଂ କର୍ମଜିବିମାନେ ଅପେକ୍ଷାକୃତ ସୁସ୍ଥ ବାତାବାରଣ ହସଖୁସିରେ ଦିନଟି ବିତାଇବେ । ଚାକିରୀ କ୍ଷେତ୍ରରେ ଅଧିକାରୀଙ୍କଠାରୁ ସହଯୋଗ ମିଳିବ । ମହିଳାମାନେ ନିଜର ଇଚ୍ଛା ବିରୋଧରେ କୌଣସି କର୍ମକରି ଅନୁତାପ କରିବେ । ଶୁଭରଙ୍ଗ: ସବୁଜ ରଙ୍ଗ । ଆରାଧନା: ପ୍ରଭୁ ହନୁମାନ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଭଗବାନଙ୍କୁ ଆରୋଧନ କରନ୍ତୁ, ସମ୍ଭାବ୍ୟ ସଙ୍କଟ ଦୂର ହେବ । ଚନ୍ଦ୍ର ଦ୍ୱାଦଶରେ ଶନିଙ୍କ ପୂର୍ଣ୍ଣଦୃଷ୍ଟିରେ ରହିଥିବାରୁ ଆଜିର ଯାତ୍ରା ସମସ୍ୟା ବହୁଳ ହେବ । ନିଜ କଥାବାର୍ତ୍ତା ଓ ବ୍ୟବହାରରେ ନିୟନ୍ତ୍ରଣ ରଖନ୍ତୁ । କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ କରିବାକୁ ପଡିବ । ଅଫିସରେ ନିଷ୍ଠାର ସହ କାର୍ଯ୍ୟ କରିଲେ ମଧ୍ୟ ସହକର୍ମୀମାନେ ଭିନ୍ନ ଭିନ୍ନ କୁଟ ବାକ୍ୟ କହି ମାନସିକ ସ୍ଥିତିକୁ ଭଙ୍ଗ କରିବେ । ସମ୍ମାନନୀୟ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ପ୍ରଶଂସିତ ହେବେ । ପରିବାରରେ ବୟୋଜ୍ୟେଷ୍ଟଙ୍କ ସହ ମିଶି କୌଣସି ବିଷୟକୁ ନେଇ ଆଲୋଚନା କରିପାରନ୍ତି । ଜୀବନସାଥୀଙ୍କ ଠାରୁ ବହୁତ ପ୍ରେମ ପାଇବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ମାଣିକେଶ୍ଵରୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ନିର୍ଦ୍ଦିଷ୍ଟ ସମୟ ଭିତରେ କାମ ସମ୍ପୂର୍ଣ୍ଣ ହେବା ଯୋଗୁଁ ମନ ଶାନ୍ତ ରହିବ । ବୁଧଙ୍କ ପ୍ରଭାବରୁ ଶାରୀରିକ ସୁସ୍ଥତା ସହ ଯୁକ୍ତିଯୁକ୍ତ କଥା କହି ପରିସ୍ଥିିତିକୁ ସୁଧାରି ନେବେ । ଆର୍ଥିକ ପରିସ୍ଥିତି ମନ୍ଦ ନ ଥିବାରୁ ଅଟକି ଥିବା ଅସମ୍ପୂର୍ଣ୍ଣ କାର୍ଯ୍ୟଗୁଡିକ ପୂର୍ଣ୍ଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ସାମାଜିକ ସ୍ତରରେ ଦୃଢ଼ ପଦକ୍ଷେପ ନେଇ କାର୍ଯ୍ୟ ହାସଲ କରିବେ କିନ୍ତୁ ଆନୁଷ୍ଠାନିକ କାମରେ କେବଳ ବେଠି ଖଟିବା ବ୍ୟତୀତ କିଛି ଲାଭ ହେବାର ଆଶା ନାହିଁ । ଅନ୍ୟମାନଙ୍କ ଫୁସୁଲା ଫୁସୁଲି କଥାରେ ଭାସିଯାଇ ଯେଉଁ କାମ କରିବେ, ପରବର୍ତ୍ତୀ ସମୟରେ ଅନୁତାପ କରିବାକୁ ପଡ଼ିପାରେ । ପରିବରରେ ହସଖୁସିର ବାତାବରଣ ରହିବ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ବିରଜା ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଦେବଦେବୀଙ୍କ ଆରାଧନାରେ ମନରେ ସକାରାତ୍ମକ ଶକ୍ତି ସଂଚାର ହେବ । ଦୀର୍ଘଦିନର ଅପୂରଣୀୟ ଆଶା ମନକୁ ବାରମ୍ବାର ଆଲୋଡନ କରିବା କାରଣରୁ ମାନସିକ ଅଶାନ୍ତି ଅନୁଭବ କରିବେ । ବହୁପୂର୍ବରୁ କେତେକ ସମସ୍ୟା ରହିଥିଲେ ମଧ୍ୟ ବିଶେଷ କିଛି ଅସୁବିଧା ହେବ ନାହିଁ । କାରବାର ବୃଦ୍ଧି କରିବା ଲାଗି ଚେଷ୍ଟା କରିବେ ଏବଂ ସଫଳ ହେବେ । ଅଫିସରେ ଉଚ୍ଚଧିକାରୀଙ୍କ ନିକଟରେ ନିଜର ଭାବକୁ ପ୍ରକାଶ କରିପାରିବେ । ପ୍ରିୟ ବନ୍ଧୁଙ୍କ ମାଧ୍ୟମରେ ଆର୍ଥିକରେ ସୁବିଧା ସୁଯୋଗ ପାଇ ଉନ୍ନତି କରିବେ । ଯାତ୍ରା ସମୟରେ କୌଣସି ନୀଚ ଜାତିର ବ୍ୟକ୍ତିବିଶେଷଙ୍କ ସହାୟତାରୁ ଉପକୃତ ହେବେ । ସ୍ଵାସ୍ଥ୍ୟ ଜନିତ ସମସ୍ୟା ଯୋଗୁଁ କର୍ମକ୍ଷେତ୍ରରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ହରପାର୍ବତୀ ।

Be the first to comment

Leave a Reply

Your email address will not be published.


*