6 ଜୁଲାଇ 2020, ସୋମବାର- ଶ୍ରାବଣ ମାସର ପ୍ରଥମ ସୋମବାର ଏହି ୫ଟି ରାଶିର ବ୍ୟକ୍ତିଙ୍କୁ ଉପରେ ଭୋଳାବାବଙ୍କ କୃପା

6 ଜୁଲାଇ 2020, ସୋମବାର- ଶ୍ରାବଣ ମାସର ପ୍ରଥମ ସୋମବାର ଏହି ୫ଟି ରାଶିର ବ୍ୟକ୍ତିଙ୍କୁ ଉପରେ ଭୋଳାବାବଙ୍କ କୃପା ଦୃଷ୍ଟି ରହିବ । ଜୀବନ ଅତ୍ୟନ୍ତ ସୁଖଦାୟକ ରହିବ ।

ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ମନୁଷ୍ୟ ଜୀବନ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଜ୍ୟୋତିଷଙ୍କ ଅନୁସାରେ ଗ୍ରହ ନକ୍ଷେତ୍ରଙ୍କ ପରିବର୍ତ୍ତନ ସର୍ବଦା ଲାଗି ରହିଥାଏ । ଯାହାଫଳରେ ମନୁଷ୍ୟ ଜୀବନରେ ପରିବର୍ତ୍ତନ ଦେଖା ଯାଇଥାଏ । ଗ୍ରହର ସ୍ଥିତି ଠିକ ଥିଲେ ବ୍ୟକ୍ତିର ଜୀବନ ଠିକ ଚାଲିଥାଏ କିନ୍ତୁ ଗ୍ରହ ସ୍ଥିତି ଠିକ ନ ଥିଲେ, ବ୍ୟକ୍ତିର ଜୀବନରେ ସମସ୍ୟା ଲାଗି ରହିଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ଆଜିର ରାଶିଫଳରେ ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

www.livehindustan.com

ଭଗବାନଙ୍କ ଉପରେ ଭରସା ରଖନ୍ତୁ, ସମସ୍ତ କାର୍ଯ୍ୟରେ ସିଦ୍ଧି ପାଇବେ । ସ୍ଵାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିବା ଯୋଗୁଁ ଉଦ୍‌ବେଗର କାରଣ ହେବ । ଆକସ୍ମିକ ଭାବରେ ମିତ୍ର ବନ୍ଧୁଙ୍କ ସହ ମନାନ୍ତର ଘଟିବାର ସମ୍ଭାବନା ରହିଛି । ବାଣିଜ୍ୟ, ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିିତା କ୍ରମଶଃ ବୃଦ୍ଧି ପାଇବ । ମୃଗଶିରା ନକ୍ଷତ୍ର ସକାଶେ ପରୋକ୍ଷ ଶତ୍ରୁତା କର୍ମକ୍ଷେତ୍ରକୁ ବ୍ୟସ୍ତବହୁଳ କରିପାରେ । ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । କର୍ମକ୍ଷେତ୍ରରେ ଗତକାଲି ଘଟି ଯାଇଥିବା ଘଟଣାର ମୋଡ ବଦଳି ଯାଇପାରେ । ମାତ୍ର କୌଣସି ପାରିବାରିକ ବ୍ୟତିକ୍ରମ କାରଣରୁ ଟେନସନ୍‌ କିିଛି ମାତ୍ରାରେ ଲାଗିରହିବ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ପ୍ରଭୁ ହନୁମାନ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

www.livehindustan.com

ପ୍ରଭୁଙ୍କ ଆାରାଧନାରେ ମନକୁ ଶାନ୍ତି ମଳିବ । ଆପଣଙ୍କୁ ଉନ୍ନତିର କୌଣସି ଭଲ ସୁଯୋଗ ମିଳିବ । ବ୍ୟବସାୟରେ ପୂର୍ବରୁ ହୋଇଥିବା ଫଇସଲା ଲାଭପ୍ରଦ ହେବ । ବକେୟା ଅର୍ଥ ଆଦାୟ ସକାଶେ ଅନ୍ୟର ସାହାଯ୍ୟ ନେବାର ସମ୍ଭାବନା ରହିଛି । ବାଣିଜ୍ୟ, ବ୍ୟବସାୟରେ ଉନ୍ନତି କରିପାରନ୍ତି । ଉଚ୍ଚଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସମ୍ପର୍କ ଭଲ ରହିବ । ଅର୍ଥଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ ଯୋଗୁଁ ମନ ଖୁସି ରହିବ । ପରିବାର ସହିତ ବୁଲି ଯିବାର ଅବସର ମିଳିବ । ବୈବାହିକ ଜୀବନ ଠିକ୍‌ଠାକ୍‌ ରହିବ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ହର ପାର୍ବତୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

www.livehindustan.com

ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ । ବୃହସ୍ପତିଙ୍କ ଶୁଭତ୍ୱରୁ ଅଟକି ରହିଥିବା କାମକୁ ଆଜି ପୂର୍ଣ୍ଣାଙ୍ଗ କରିବା ପାଇଁ ଚେଷ୍ଟା କରି ସଫଳତା ଅର୍ଜନ କରିବେ । ଟିକିଏ ଟିକିଏ କଥାରେ ଉତେଜିତ ହୋଇ ପଡିବା ଦ୍ୱାରା ସମସ୍ୟା ବଢିବ ସିନା କମିବ ନାହିଁ । ବ୍ୟୟ ବୃଦ୍ଧି ଯୋଗୁ ବ୍ୟସ୍ତ ରହିପାରନ୍ତି । ଅଫିସର କାର୍ଯ୍ୟଭାରକୁ ନେଇ ଚିନ୍ତିତ ରହିବେ । ପାରିବାରିକ ସୁଖ ସମୃଦ୍ଧିରେ ମୁଖ୍ୟ ଭୂମିକା ତୁଲାଇବେ କିନ୍ତୁ ପରିବାର ଭିତରେ ଛୋଟ ଛୋଟ କଥାକୁ କେନ୍ଦ୍ରକରି ତର୍କ ବିତର୍କର ଆଶଙ୍କା ରହିଛି । ଅନ୍ୟର ବିବାଦୀୟ ପରିସ୍ଥତିରେ ମୁଣ୍ଡ ପୁରନ୍ତୁ ନାହିଁ, ନଚେତ ପରିସ୍ଥିତି ଆପଙ୍କ ବିପକ୍ଷରେ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କାଳୀଜାଈ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

www.livehindustan.com

ଆପଣଙ୍କ ମନ ସକାରାତ୍ମକ କାମରେ ଲଗାନ୍ତୁ, ବ୍ୟର୍ଥ ଚିନ୍ତାରୁ ମୁକ୍ତି ମିଳିବ । ଚନ୍ଦ୍ରଙ୍କ ଶୁଭତ୍ୱରୁ ନୂତନ ଉତ୍ସାହ ଓ ଆନନ୍ଦମୟ ପରିବେଶରେ ଆଜି ଦିନଟିର ସମୟ ଅତିବାହିତ ହେବ । କର୍ମକ୍ଷେତ୍ରରେ ସମସ୍ତଙ୍କ ସହଯୋଗରେ ଉନ୍ନତି କରିବେ । ଅଫିସରେ ଗୁରୁତ୍ବପୂର୍ଣ୍ଣ ଫଇସଲା ନେଇପାରନ୍ତି । ସ୍ଵାସ୍ଥ୍ୟରେ ଉନ୍ନତି, ପରିବାର ସଦସ୍ୟଙ୍କ ଆନ୍ତରିକତା, ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ଆଶାପୂରଣ ହୋଇପାରିବ । କଠୋର କଥା କହିବା କାରଣରୁ ବନ୍ଧୁଙ୍କ ସହ ସାମୟିକ କଳହ ଦେଖାଦେଇପାରେ । ଶୁଭରଙ୍ଗ: ହଳଦିଆ । ଆରାଧନା: ସୂର୍ଯ୍ୟଦେବ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

www.livehindustan.com

ଆଜି ଦିନଟି ଆପଣଙ୍କ ପାଇଁ ଅନୁକୂଳ ରବିବ । ଶୁଭଚନ୍ଦ୍ର ପ୍ରଭାବରୁ ଦୀର୍ଘଦିନର ସ୍ଥଗିତ କାମକୁ ଆରମ୍ଭ କରିବାର ସୁଯୋଗ ପାଇବେ । ପରୋକ୍ଷ ଶତ୍ରୁତା କରୁଥିବା ନିଜର ଆତ୍ମୀୟ ଓ ପାଖ ପଡୋଶୀଙ୍କ ସହ ସମ୍ପର୍କ ମଧ୍ୟ ଭଲ ରହି ନ ପାରେ । ଅଜଣା ଅଶୁଣା ବ୍ୟକ୍ତିିଙ୍କଠାରୁ ଦୂରେଇ ରହିବା ସହ ସତର୍କତା ରକ୍ଷା କରିବା ଭଲ । ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିିଭାବ ସୃଷ୍ଟି ହୋଇପାରେ । କର୍ମର୍କ୍ଷେତ୍ରରେ ସହକର୍ମୀମାନେ ସହଯୋଗ କରବେ । ବ୍ୟବସାୟ ବାଣିଜ୍ୟରେ ଉର୍ନ୍ନତି ହେବ । କୋର୍ଟ କଚେରୀ ମାମଲାରେ ବିଳମ୍ବ ହେବ । ପୁରାତନ ରୋଗର ପୀଡା ବୃଦ୍ଧି ପାଇପାରେ । ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

www.livehindustan.com

ପୂଜାପାଠରେ ଆପଣଙ୍କ ମନ ଅଧିକ ଲାଗି ରହିବ । ବ୍ୟୟାଧିପ ଧନସ୍ଥାନକୁ ଦୃଷ୍ଟିଦେଉଥିବାରୁ ସ୍ବେଚ୍ଛାକୃତ ଭାବରେ ଏକ ମହତ୍ତ୍ୱପୂର୍ଣ୍ଣ କାମରେ ଅର୍ଥ ବ୍ୟୟ କରିବେ । ବ୍ୟାବସାୟିକ କାର୍ଯ୍ୟ ଲାଗି ଭଲ ଦିନଟିଏ । ଆଜି ଚତୁର୍ଥଭାବରୁ ଚନ୍ଦ୍ର ଷଷ୍ଠଭାବସ୍ଥ ଯୋଗୁ ଆପଣ ନିକଟ ସମ୍ପର୍କୀୟମାନଙ୍କ ଦ୍ୱାରା ଉପକୃତ ହେବେ । ଅଫିସରେ ସହକର୍ମୀଙ୍କ ସହ କଳହର ଅବସାନ ଘଟିବ । ଶତ୍ରୁତା କରୁଥିବା ବ୍ୟକ୍ତିମାନେ ସ୍ଵାର୍ଥସାଧନ ଆଶା ନେଇ ସହଯୋଗର ହାତ ବଢାଇ ପାରନ୍ତି । ପାରିବାରିକ ମତଭେଦ କାରଣରୁ ଭ୍ରାତୃବିବାଦ ଦେଖାଦେଇ ପାରେ । ଅଶ୍ୱିନୀ ନକ୍ଷତ୍ର ଅତୀତ ଘଟଣାକୁ ନେଇ ଅସ୍ଥିରତା ପ୍ରକାଶ କରିବେ । ଶୁଭରଙ୍ଗ: ବାଦାମୀ । ଆରାଧନା: ସୂର୍ଯ୍ୟଦେବ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

www.livehindustan.com

ଦେବଗୁରୁ ବୃହସ୍ପତିଙ୍କ ଅନୁକମ୍ପାରୁ କୌଣସି ନୂତନ ଯୋଜନା କରିବା ସକାଶେ ମନ ବଳାଇବେ । ସାବଧାନତାର ସହ ଜଗିରହି କାର୍ଯ୍ୟ ସମ୍ପାଦନ କରନ୍ତୁ । ଅନ୍ୟମନସ୍କ କିମ୍ବା ଅସାବଧାନତା ବଶତଃ କୌଣସି ମୂଲ୍ୟବାନ ଦ୍ରବ୍ୟନଷ୍ଟ ହେବାର ସୂଚନା ରହିଛି । ଆର୍ଥିକ ସ୍ଵଚ୍ଛଳତା ମାନ୍ଦା ରହିଲେ ମଧ୍ୟ କ୍ଷତି ସହିବାକୁ ପଡିବ ନାହିଁ । କର୍ମକ୍ଷେତ୍ରରେ ଈର୍ଷାାପରାୟଣ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ । ସ୍ଵଭାବରେ ବିନମ୍ର ହୋଇ ବରିଷ୍ଠଙ୍କ ସହିତ କଥାବାର୍ତ୍ତା କରନ୍ତୁ । ଦିନଭିତରେ କାର୍ଯ୍ୟବ୍ୟସ୍ତ ଯୋଗୁ ମନ ଖୁସୀ କରିବାର ଅବସର ପାଇବେ ନାହିଁ । କୃତିକା ନକ୍ଷତ୍ରର ପାରିବାରକି କ୍ଷେତ୍ରରେ କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗି ନ ପାରେ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ପ୍ରଭୁ ହନୁମାନ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

www.livehindustan.com

ସ୍ଵରାଶିସ୍ଥ ବଳବାନ୍‌ ଚନ୍ଦ୍ରଙ୍କ ପ୍ରଭାବରେ ବହୁତ ଦିନରୁ ମନରେ ଚିନ୍ତା କରିଥିବା କାମଟିକୁ ଆଜି ସମ୍ପନ୍ନ କରିବେ । କର୍ମକ୍ଷେତ୍ରରୁ ଅର୍ଥ ଓ ସାମାଜିକ ସମ୍ମାନ ଲାଭ କରିବେ । ବେପାରି ବର୍ଗଙ୍କୁ ଅଚାନକ ଧନଲାଭ ହୋଇପାରେ । ନୂତନ କର୍ମ ନିଯୁକ୍ତିର ସୁଯୋଗ ପାଇବେ । ସାମାଜିକ ସ୍ତରରେ କୈାଣସି ପ୍ରକାରର ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ । ସନ୍ଦେହ କିମ୍ବା ଭୁଲ୍‌ ବୁଝାମଣା ଜନିତ ପାରିବାରିକ ସମସ୍ୟା ଦେଖା ଦେଇପାରେ । ଅନେକ କ୍ଷେତ୍ରରେ ସ୍ଵାଭିମାନ ରକ୍ଷା ହେବ । ଆପଣଙ୍କ ଦାମ୍ପତ୍ୟ ଜୀବନ ଭଲ ରହିବ । ଏକାଧିକ ଗ୍ରହ ରାଶିରେ ଆର୍ଥିକ ଅଭିବୃଦ୍ଧି କରିବା ସହ ସମସ୍ୟାର କାରଣ ହୋଇପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ସନ୍ତୋଷୀମାତା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

www.livehindustan.com

ଆପଣଙ୍କ ଜୀବନ ଲାଗି ସଫଳତାର ଦିନଟିଏ । ଗ୍ରହସ୍ଥିତିର ଅନୁକୂଳତା ଯୋଗୁ ବିବାଦୀୟ ପରିସ୍ଥିତି ବଦଳି ଯାଇଥିବା କାରଣରୁ ଏକପ୍ରକାର ସୁସ୍ଥ ମାନସିକତା ଅନୁଭବ କରିବେ । ଅଶ୍ଳେଷା ନକ୍ଷତ୍ର ସକାଶେ ସାମୟିକ ଭାବରେ ପ୍ରିୟଜନଙ୍କ ଅନୁପସ୍ଥିତି କିମ୍ବା ଭାଇଙ୍କ ଅଭାବ ଅସୁବିଧାକୁ କେନ୍ଦ୍ରକରି ମନ ସାମୟିକ ଅଶାନ୍ତ ରହିପାରେ । ବ୍ୟବସାୟରେ ଆର୍ଥିକ ସ୍ଥିତି ସମ୍ୟକ ମାନ୍ଦା ରହିବ । ଚେଷ୍ଟା ସଫଳ ହେବାରେ ଜଣେ ଅଜଣା ବ୍ୟକ୍ତିଙ୍କ ଠାରୁ ଆପଣଙ୍କୁ ସାହାଯ୍ୟ ମିଳିବ । ବନ୍ଧୁଙ୍କ ସଦ୍‌ଭାବ ଓ ସହକର୍ମୀମାନଙ୍କ ସହଯୋଗ କର୍ମକ୍ଷେତ୍ରକୁ ତ୍ୱରାନ୍ୱିତ କରିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ଵରୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

www.livehindustan.com

ପୂରା ହେବକୁ ଯାଉଥିବା କୌଣସି କାର୍ଯ୍ୟରେ ବାଧା ଉପୁଜିବ । ମନ ଶାନ୍ତ ରଖନ୍ତୁ ଓ ଧୈର୍ଯ୍ୟଧରି ପରିସ୍ଥିତିର ମୁକାବିଲା କରନ୍ତୁ ସଫଳ ହେବେ । ଦେବଗୁରୁଙ୍କ ଶୁଭଦୃଷ୍ଟି ଚନ୍ଦ୍ରଙ୍କ ଉପରେ ନିପତିତ ହେଉଥିବାରୁ ସମସ୍ୟା ସମାଧାନ ହୋଇଯିବାର ମାର୍ଗ ଉନ୍ମୁକ୍ତ ହେବ । ଭଲ ସମ୍ପର୍କ ରହିଥିବା ପରିଚିତ ବ୍ୟକ୍ତି ଦ୍ୱାରା ସ୍ଥଗିତ ରହି ଯାଇଥିବା କାମଟିକୁ ସାମାନ୍ୟ ଝିନଝଟ୍‌ ମଧ୍ୟରେ ସମ୍ପୂର୍ଣ୍ଣ କରିବେ । ଅନ୍ୟମାନଙ୍କ ସହଯୋଗ ନେଇ ବ୍ୟବସାୟ ଓ ବାଣିଜ୍ୟରେ ଆଶାନୁରୂପ ଫଳ ପାଇବେ । ଆର୍ଥିକ ସ୍ଥିତି ମଜଭୁତ ରହିବ । ସରକାରୀ ସ୍ତରରେ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇବେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ବିରଜା ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

www.livehindustan.com

ଭଗବାନଙ୍କ ଉପରେ ଭରସା ରଖନ୍ତୁ, ସମସ୍ତ କାର୍ଯ୍ୟରେ ସିଦ୍ଧି ପାଇବେ । ସ୍ଵାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିବା ଉଦ୍‌ବେଗର କାରଣ ହେବ । ଆକସ୍ମିକ ଭାବରେ ମିତ୍ର ବନ୍ଧୁଙ୍କ ସହ ମନାନ୍ତର ଘଟିବାର ସମ୍ଭାବନା ରହିଛି । ବାଣିଜ୍ୟ, ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିିତା କ୍ରମଶଃ ବୃଦ୍ଧି ପାଇବ । ମୃଗଶିରା ନକ୍ଷତ୍ର ସକାଶେ ପରୋକ୍ଷ ଶତ୍ରୁତା କର୍ମକ୍ଷେତ୍ରକୁ ବ୍ୟସ୍ତବହୁଳ କରିପାରେ । ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । କର୍ମକ୍ଷେତ୍ରରେ ଗତକାଲି ଘଟି ଯାଇଥିବା ଘଟଣାର ମୋଡ ବଦଳି ଯାଇପାରେ । ବୃଥା ସନ୍ଦେହ ଓ ଭୁଲ୍‌ ବୁଝାମଣା କାରଣରୁ ନିଜ ପରିବାର ଲୋକ ମାନଙ୍କ ଭୁଲ୍‌ ଧାରଣାକୁ ବଦଳାଇ ପାରିବେ ନାହିଁ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ପ୍ରଭୁ ହନୁମାନ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

www.livehindustan.com

ଧୈର୍ଯ୍ୟ ଧରି କାର୍ଯ୍ୟ କରନ୍ତୁ, ଉପକୃତ ନିଶ୍ଚୟ ମିଳିବ । ଅଷ୍ଟମସ୍ଥ ମଙ୍ଗଳ ଯୋଗୁ ଶ୍ରବଣା ମକରର ପାରିବାରିକ ଅସ୍ଥିରତା କାରଣରୁ ମାନସିକ ସ୍ଵାସ୍ଥ୍ୟ ବିଶେଷ ଭଲ ରହି ନ ପାରେ । ଏଣେ କର୍ମକ୍ଷେତ୍ରରେ ସମସ୍ୟା ହଠାତ୍‌ ଦେଖାଦେଇଥିବା କାରଣରୁ ମନ ମଧ୍ୟ ବିଚଳିତ ରହିବ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ । ଚାକିରିଜୀବୀ ମାନେ ଯେତେ ଭଲ କାର୍ଯ୍ୟ କରିଲେ ମଧ୍ୟ ଉପରିସ୍ଥ ଅଫିସର ସନ୍ତୁଷ୍ଟ ହେବେ ନାହିଁ । ବାଦବିବାଦ, ଯୁକ୍ତିତର୍କ ଠାରୁ ଦୂରେଇ ରହିବା ଭଲ । ପୁରୁଣା ବନ୍ଧୁଙ୍କୁ ଭେଟିବା ପାଇଁ ତାଙ୍କ ଘରକୁ ଯାଇପାରନ୍ତି । ବନ୍ଧୁମାନଙ୍କ ସହାୟତାରେ ପାରିବାରିକ ଅଶାନ୍ତିର ସମାପ୍ତି ଘଟାଇବେ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

Leave a Reply

Your email address will not be published. Required fields are marked *