6 ଅଗଷ୍ଟ 2020, ଗୁରୁବାର- ଆଜି ୪ଟି ଗ୍ରହ ନିଜ ସ୍ଥାନ ପରିବର୍ତ୍ତନ କରିବେ ! ଏହି ୭ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି

6 ଅଗଷ୍ଟ 2020, ଗୁରୁବାର- ଆଜି ୪ଟି ଗ୍ରହ ନିଜର ସ୍ଥାନ ପରିବର୍ତ୍ତନ କରିବେ ! ଏହି ୭ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭଦାୟକ ରହିବ ।

ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ମନୁଷ୍ୟ ଜୀବନ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଜ୍ୟୋତିଷଙ୍କ ଅନୁସାରେ ଗ୍ରହ ନକ୍ଷେତ୍ରଙ୍କ ପରିବର୍ତ୍ତନ ସର୍ବଦା ଲାଗି ରହିଥାଏ । ଯାହାଫଳରେ ମନୁଷ୍ୟ ଜୀବନରେ ପରିବର୍ତ୍ତନ ଦେଖା ଯାଇଥାଏ । ଗ୍ରହର ସ୍ଥିତି ଠିକ ଥିଲେ ବ୍ୟକ୍ତିର ଜୀବନ ଠିକ ଚାଲିଥାଏ କିନ୍ତୁ ଗ୍ରହ ସ୍ଥିତି ଠିକ ନ ଥିଲେ, ବ୍ୟକ୍ତିର ଜୀବନରେ ସମସ୍ୟା ଲାଗି ରହିଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ଆଜିର ରାଶିଫଳରେ ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

www.livehindustan.com

ଜୀବନରେ ଲାଗିଥିବା ସଂଘର୍ଷର ସମାପ୍ତ ପାଇଁ ଭଲ ସମୟ । ବୃହସ୍ପତିଙ୍କ ସୁପ୍ରଭାବରୁ କର୍ମକ୍ଷେତ୍ରରେ ଉତ୍ସାହର ସହ କାମ କରିବେ ଓ ସଫଳତା ମଧ୍ୟ ପାଇବେ । ଅଫିସ କାମରେ ଯାତ୍ରା କରିବାକୁ ପଡିପାରେ । ଆଜି କିଛି ଏଭଳି କାମ କରିବେ ଯାହା ଦ୍ଵାରା ଆପଣଙ୍କୁ ଆଶାଠୁଁ ଅଧିକ ଲାଭ ମିଳିବ । କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତିର ମୁକାବିଲା କରିବାରେ ସମର୍ଥ ହେବେ । ପ୍ରଶାସନିକ ସ୍ତରରେ ଗଠନମୂଳକ ପ୍ରେରଣା ଦେଇ ପ୍ରଶଂସିତ ହେବେ । ଚେଷ୍ଟା କରୁଥିବା କାମରେ, ମାଙ୍ଗଳିକ କାର୍ଯ୍ୟ, କଚେରି ମାମଲା, ଜମିଜମା ବିବାଦରେ ଉପକୃତ ହେବେ । ପ୍ରେମ ସମ୍ବନ୍ଧରେ ଗଭୀରତା ବୃଦ୍ଧି ହେବ । ଜୀବନସାଥୀଙ୍କ ଠାରୁ ବିଶେଷ ସହଯୋଗ ମିଳିବ । ଶୁଭରଙ୍ଗ: ଆକାଶି ନୀଳ । ଆରାଧନା: ମାଆ ବିମଳା ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

www.livehindustan.com

ନିଜ ଉପରେ ବିଶ୍ବାସ ରଖନ୍ତୁ ଏବଂ ସମୟକୁ ଅପେକ୍ଷା କରନ୍ତୁ; ସଫଳତା ନିଶ୍ଚିୟ ମିଳିବ । କର୍ମସ୍ଥାନରେ ଏକାଧିକଗ୍ରହ ଶନିଙ୍କ ପ୍ରତ୍ୟକ୍ଷ ଦୃଷ୍ଟିରେ ରହିଥିବାରୁ ଯେତେ ପ୍ରକାରର ଚେଷ୍ଟା କଲେ ମଧ୍ୟ ସବୁ କାମ ଗୁଡିକ ବିଳମ୍ବିତ ସମୟରେ ହିଁ ସମ୍ପନ୍ନ ହେବ । ତଥାପି ଶ୍ରବଣା ନକ୍ଷତ୍ର କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରି କେତେକାଂଶରେ ସଫଳତା ପାଇପାରିବେ । ବ୍ୟବସାୟରେ କୌଣସି କ୍ଷତି ସହିବାକୁ ପଡିବ ନାହିଁ । ବିବାଦୀୟ ଘଟଣାର ପରିସ୍ଥିତି ହଠାତ୍‌ ବଦଳି ଯାଇପାରେ । ଘରେ ସଦସ୍ୟ ମାନଙ୍କର ଉତ୍ସାହ ବଜାୟ ରହିବ । କାଶ, କଫ ଜନିତ ପୀଡ଼ାରୁ କଷ୍ଟ ଅନୁଭବ କରିପାରନ୍ତି । ବନ୍ଧୁ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ କାମ କରିପାରନ୍ତି । ଶୁଭରଙ୍ଗ: ଗୋଲାପୀ । ଆରାଧନା: ଶ୍ରୀଗଣେଶ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

www.livehindustan.com

ସାଥୀଙ୍କ କଥାକୁ ଧୈର୍ଯ୍ୟ ଧରି ଶୁଣନ୍ତୁ । ଏକାଦଶ ବୃହସ୍ପତି ପ୍ରଭାବରେ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ କମିପାରେ । କାର୍ଯ୍ୟସିଦ୍ଧି ହେତୁ ସାମୟିକ ଆନନ୍ଦ ଅନୁଭବ କରିବେ । ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ, କିନ୍ତୁ ପ୍ରିୟବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ । ବ୍ୟବସାୟ କ୍ଷେତ୍ରରେ ଆମଦାନୀ ଓ ରପ୍ତାନି କରିପାରିବେ । କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସହାୟତା ଅବଶ୍ୟ ଲାଭ କରିବେ । ବାକ୍‌ ଅସଂଯମତା ନେଇ ସୁସମ୍ପର୍କ ବ୍ୟାହତ ହୋଇପାରେ । ବନ୍ଧୁଙ୍କ ପ୍ରହେଳିକାପୂର୍ଣ୍ଣ କଥା ଶୁଣି ମରୀଚିକା ପଛରେ ଦୌଡ଼ିପାରନ୍ତି । ପାରିବାରିକ ସମସ୍ୟାକୁ ଚତୁରତାର ସହ ସମାଧାନ କରିବେ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ଶ୍ରୀଗଣେଶ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

www.livehindustan.com

ଦିନଟି ଆପଣଙ୍କ ଲାଗି ଭଲ ପରିଣାମ ନେଇ ଆସିବ । ମଙ୍ଗଳ ଭାଗ୍ୟସ୍ଥାନରେ ରହିଥିବାରୁ କୌଣସି ନୂତନ ଯୋଜନାରମ୍ଭ କରିବା ସକାଶେ ମନ ବଳାଇପାରନ୍ତି । ଦୂରଦର୍ଶିତା ଓ ସହଯୋଗୀ ମନୋବୃତ୍ତି କାରଣରୁ ଆଶା ପୂରଣ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇପାରିବ । ବ୍ୟବସାୟରେ ସ୍ଥିତି ଭଲ ରହିବ । ଅଫିସରେ ଆପଣଙ୍କର କାମ ନିର୍ଦ୍ଦିଷ୍ଟ ସମୟରେ ସମାପ୍ତ ହେବ । କର୍ତ୍ତୃପକ୍ଷ ଆପଣଙ୍କ ପ୍ରତି ବହୁତ ଖୁସି ରହିବେ । ପାରିବାରିକ କ୍ଷେତ୍ରରେ ସମସ୍ୟା ପୂର୍ବପରି ରହିବା ଦୁଶ୍ଚିନ୍ତାର କାରଣ ହୋଇପାରେ । ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି, ଏଣୁ ସତର୍କରେ ଚଳିବା ଭଲ ହେବ । ବୈବାହିକ ଜୀବନରେ ପରସ୍ପରକୁ ସହଯୋଗ କରି ଚଳିବେ । ଶୁଭରଙ୍ଗ: ଗୋଲାପି । ଆରାଧନା: ସନ୍ତୋଷୀ ମାତା ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

www.livehindustan.com

ନିଜକୁ ମାର୍ଜିିତ କରିବା ଲାଗି ଦିନଟି ଭଲ । ରାହୁ ଅଷ୍ଟମରେ ରହି ବୃହସ୍ପତି ନକ୍ଷତ୍ରସ୍ଥ ଯୋଗୁ ଅର୍ଥକୁ ନେଇ ଆତ୍ମୀୟଙ୍କ ମଧ୍ୟରେ ବିବାଦ ଉପୁଜିବ । ପରିବାରରେ ଅଶାନ୍ତି ବାତାବରଣରୁ ଦୁଃଖୀ ହୋଇପାରନ୍ତି । କୌଣସି ନୂତନ କାର୍ଯ୍ୟରେ ହାତ ନେବାକୁ ସ୍ଥିର କରିବେ । ଅଫିସରେ ଆପଣଙ୍କ ସ୍ଥିତି ଭଲ ରହିଲେ ମଧ୍ୟ କେତେକ ସହକର୍ମୀ ଆପଣଙ୍କ ଉପରେ ଇର୍ଷାନ୍ଵିତ ହୋଇ କାର୍ଯ୍ୟରେ ବାଧା ସୃଷ୍ଟି କରିପାରନ୍ତି । ବରିଷ୍ଠ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବା ସହ ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିବେ । ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ମିତ୍ରଙ୍କ ସହ ଭଲ ସମୟ ଅତିବାହିତ ହେବ । ଶୁଭରଙ୍ଗ: ଘିଅରଙ୍ଗ । ଆରାଧନା: ମାଆ କାଳୀଜାଈ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

www.livehindustan.com

ଆଶା ଅନୁସାରେ ପରିବାର ଲୋକଙ୍କ ଠାରୁ ସାହାଯ୍ୟ ମିଳିବା କଷ୍ଟକର ହୋଇପାରେ । ଧନାଧିପ ଶୁକ୍ର ପାପଗ୍ରହ ରାହୁ ନକ୍ଷତ୍ରସ୍ଥ ହେତୁ ଅର୍ଥ ସମ୍ପର୍କିତ ବିବାଦ ବୃଦ୍ଧିର ଆଶଙ୍କା ରହିଛି । ବ୍ୟବସାୟ ବାଣିଜ୍ୟରେ ଲାଭ ନ ହେଲେ ମଧ୍ୟ କର୍ମକ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବଜାୟ ରହିବ । ଜରୁରୀ କାମରେ ବାହାରକୁ ଯିବାର ଯୋଜନା ତ୍ୟାଗ କରନ୍ତୁ । ଅପୂରଣୀୟ ଅଭିଳାଷ ନେଇ ନୈରାଶ୍ୟଜନକ ଦୁଃଖ ଅନୁଭବ କରିପାରନ୍ତି । ଶାରୀରିକ ସୁସ୍ଥତା ଥିଲେ ମଧ୍ୟ ମାନସିକସ୍ତରରେ କିଛିଟା ବ୍ୟତିକ୍ରମ ପରିଲକ୍ଷିତ ହେବ । ଦାମ୍ପତ୍ୟଜୀବନ ସୁଖରେ କଟିବା । ବନ୍ଧୁମାନଙ୍କ ସହ ଆଲୋଚନା କରିବାର ସୁଯୋଗ ଲାଭକରି କାର୍ଯ୍ୟ ହାସଲ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ହନୁମାନ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

www.livehindustan.com

କୌଣସି କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ଶୁଭଦାୟକ ରହିବ । ଚନ୍ଦ୍ର ଓ ବୃହସ୍ପତିଙ୍କ ପାରସ୍ପରିକ ଦୃଷ୍ଟି ପାରିବାରିକ ସ୍ଥିତି ସାଙ୍ଗକୁ ବ୍ୟବସାୟିକ ସଫଳତା ପ୍ରଦାନ କରିବ । କାରବାରରେ ପରିବର୍ତ୍ତନ ଆଣିବେ ଓ ସଫଳତା ପାଇବେ । ଯୋଜନା ଅନୁଯାୟୀ କାମ ଠିକ୍‌ ଠିକ୍‌ ସମ୍ପାଦନ ହୋଇଯିବ । ତଥାପି କେତେକ କ୍ଷେତ୍ରରେ ଇଚ୍ଛା ବିରୋଧରେ କାମ କରି ଅନୁତାପ କରିବାକୁ ପଡ଼ିପାରେ । ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବେ । ବନ୍ଧୁ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ କାମ କରିପାରନ୍ତି । ପାରିବାରିକ ଜୀବନ ସୁଖମୟ ହେବ । ଶୁଭରଙ୍ଗ: ଲାଲ । ଆରାଧନା: ସନ୍ତୋଷୀମାତା ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

www.livehindustan.com

ଆଜି ଆପଣଙ୍କର ଆତ୍ମବିଶ୍ଵାସ ଉଚ୍ଚା ରହିବ । ବୃହସ୍ପତି ଧନ ଏକାଦଶାଧିପତିଙ୍କ ନକ୍ଷତ୍ରସ୍ଥ ହେତୁ ଆଜି ଯାତ୍ରା, ବାଣିଜ୍ୟ, ପ୍ରତିଦ୍ୱନ୍ଦ୍ୱିତାରେ ଅବଶ୍ୟ ସଫଳତା ସହ ଆର୍ଥିକ ଅଭିବୃଦ୍ଧି ଘଟିବ । ବନ୍ଧୁଙ୍କ ହସ୍ତକ୍ଷେପ ଫଳରେ ପାରିବାରିିକ ସମସ୍ୟାର ସରଳ ସମାଧାନ ହେବ । ବ୍ୟବସାୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଅଫିସରେ ଅନ୍ୟମାନଙ୍କ ସହିତ ତାଳମେଳ ବଢ଼ିଆ ରହିବ କିନ୍ତୁ ଚାକିରିଜୀବୀ ମାନଙ୍କ ଉପରେ ସମ୍ୟକ ମାନସିକ ଚାପ ରହିପାରେ । କଥାବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ । ପରୋକ୍ଷ ଶତ୍ରୁତା ସାମୟିକ କାର୍ଯ୍ୟରେ ବାଧା ସୃଷ୍ଟି କରିପାରେ । ସାହିପଡ଼ିଶା ଆପଣଙ୍କର ଭଲ ବ୍ୟବହାରରେ ଖୁସି ରହିବେ । ପାରିବାରିକ କ୍ଷେତ୍ରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ସମସ୍ୟାର ମୁଖ୍ୟ କାରଣ ହେବ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳସ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

www.livehindustan.com

ପୂଜାପାଠରେ ଆପଣଙ୍କ ମନ ଲାଗି ରହିବ । ରାଶିରେ ମଙ୍ଗଳ ସାମାନ୍ୟତଃ କାମରେ ଅଗ୍ରଗତି ସାଙ୍ଗକୁ ପାରିବାରିକ ଦିଗକୁ ନିୟନ୍ତ୍ରଣ ମଧ୍ୟରେ ରଖିବ । ଜରୁରୀ କାମ ସମ୍ପର୍ଣ୍ଣ କରିବା ଲାଗି ଉପଯୁକ୍ତ ପଦକ୍ଷେପ ନେଇପାରନ୍ତି । ବ୍ୟବସାୟରେ ଆୟ ବ୍ୟୟ ସମାନ ରହିବ । ଅଫିସରେ ପରସ୍ପରର ଗୋଡ଼ ଟଣାଟଣି ହେତୁ ସୁବିଧାରେ କାମ ହାସଲ କରିବା କଷ୍ଟକର ହୋଇପଡିବ । ତଥାପି ଆକସ୍ମିକ ଭାବରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ । ଆନୁଷ୍ଠାନିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ପରିବାରରେ କେତେକ ବ୍ୟତିକ୍ରମ ରହିଥିଲେ ମଧ୍ୟ ବିଶେଷ କିଛି ଅସୁବିଧା ହେବ ନାହିଁ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଲାଲ । ଆରାଧନା: ହର ପାର୍ବତୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

www.livehindustan.com

ଆପଣଙ୍କର ସକାରାତ୍ମକ ବିଚାର ପାଖଆଖର ବାତାବରଣକୁ ସକାରାତ୍ମକ କରି ରଖିବ । ଧନାଧିପ ଏକାଦଶସ୍ଥ ଯୋଗୁ ଯାହା ଆଶା କରୁଛନ୍ତି ତାହା ପାଇବାରେ କୌଣସି ଅସୁବିଧା ରହିବ ନାହିଁ । ଗଠନମୂଳକ ପ୍ରସ୍ତାବ ନେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ । ଅଫିସରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହେବେ । ନୂତନ କର୍ମାରମ୍ଭ, ଲୋକସମ୍ପର୍କ, ସଭାସମିତି ଓ ପାରିବାରିକ ସମସ୍ୟା ନେଇ ଚିନ୍ତା କରିବାକୁ ପଡ଼ିବ । ଅଫିସରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପଡ଼ିବେ । କିଛି ଗୋଳମାଳିଆ ପରିସ୍ଥିତିର ମଧ୍ୟସ୍ଥତା କରିଲେ ଅନ୍ୟକୁ କୈଫିୟତ ଦେବାକୁ ପଡ଼ିପାରେ । ପାରିବାରିକ ସମସ୍ୟା ଥିଲେ ମଧ୍ୟ କାମଗୁଡ଼ିକୁ ସଫଳତାର ସହ ସମ୍ପନ୍ନ କରିବେ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଗାୟତ୍ରୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

www.livehindustan.com

ପୁରୁଣା ପ୍ରତିଜ୍ଞା ନିର୍ବାହ କରିବେ । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ । କର୍ମାଧିପତିଙ୍କ ଶୁଭଦୃଷ୍ଟି କାର୍ଯ୍ୟସାଧନ ପାଇଁ ଅନୁକୂଳ ରହିବ କିନ୍ତୁ ନିଜଲୋକ ମାନଙ୍କଠାରୁ ସାହାଯ୍ୟ ଆଶା ମଉଳି ଯିବ । ସ୍ଥଗିତ ଥିବା କାମ ସଂପୂର୍ଣ୍ଣ କରିବା ଲାଗି ଦିନଟି ଭଲ । କୌଣସି ଉନ୍ନତିମୂଳକ କାମ ଲାଗି ମୋଟା ଅଙ୍କର ଅର୍ଥ ଆବଶ୍ୟକ ପଡ଼ିପାରେ । ସହକର୍ମୀ କିମ୍ବା ଅଧସ୍ତନ କର୍ମଚାରୀଙ୍କ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିପାରନ୍ତି । ଅଫିସରେ କାର୍ଯ୍ୟବ୍ୟସ୍ତ ଯୋଗୁଁ ଖାଦ୍ୟପେୟ ଠିକ୍‌ ରହିବ ନାହିଁ । ଆନୁଷ୍ଠାନିକ କ୍ଷେତ୍ରରେ ବାଦବିବାଦ କ୍ରମେ ଜଟିଳ ହେବ କିନ୍ତୁ ଆପଣ ସଫଳତା ହାସଲ କରିବେ । ପରିବାରର ସମସ୍ତଙ୍କ ସହିତ ସମ୍ବନ୍ଧ ବଢ଼ିଆ ବଜାୟ ରହିବ । ଶୁଭରଙ୍ଗ: ଘିଅରଙ୍ଗ । ଆରାଧନା: ମାଆ ତାରିଣୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

www.livehindustan.com

ନିତି ଦିନିଆ ଅଶାନ୍ତିର ନିବାରଣ ହେବ କିନ୍ତୁ କେତେକ ଘଟଣାଗୁଡ଼ିକୁ ନେଇ ମନରେ ଦ୍ଵନ୍ଦ ଲାଗିରହିବ । ଦିନଟି ଭଲ ରହିବ । ଆଜିର ଚନ୍ଦ୍ର ପ୍ରଭାବରେ ବ୍ୟବସାୟିକ ଉତ୍କର୍ଷତା ବୃଦ୍ଧି ପାଇବ । ମନକଥା ମନରେ ରଖି କାମ ହାସଲ କରିବାକୁ ଚେଷ୍ଟା କଲେ କେତେକାଂଶରେ ଉପକୃତ ହେବେ । ଚାକିରି କରୁଥିବା ବ୍ୟକ୍ତିଙ୍କୁ ଉଚ୍ଚଧିକାରୀଙ୍କ ସହଯୋଗ ମିଳିବ । ମିତ୍ର ଆପଣଙ୍କୁ ସାହାଯ୍ୟ ସହଯୋଗର ହାତ ବଢ଼ାଇଦେବେ । ସାମାଜିକ କାର୍ଯ୍ୟରେ ଯୋଗଦାନ କରି ଅତ୍ୟନ୍ତ ଖୁସି ଅନୁଭବ କରିବେ । ଧାର ଦେଇଥିବା ଧନ ଫେରି ପାରିବେ କଷ୍ଟସାଧ୍ୟ ହେବ । ପରିବାରରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ । ପ୍ରେମ ସମ୍ବନ୍ଧରେ ମଜଭୁତ ଆସିବ । ଶୁଭରଙ୍ଗ: ଧଳା । ଆରାଧନା: ମହାଦେବ ।

Leave a Reply

Your email address will not be published. Required fields are marked *